ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦିନ 11ଟା ବେଳେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ୯୪ତମ ବାର୍ଷିକ ସମାରୋହ ଓ କୁଳପତିମାନଙ୍କ ଜାତୀୟ ଆଲୋଚନାଚକ୍ରକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ବୋଧିତ କରିବେ । ସେ ମଧ୍ୟ ଶ୍ରୀ କିଶୋର ମକୱାନାଙ୍କ ଦ୍ୱାରା ଲିଖିତ ଡକ୍ଟର ବି.ଆର. ଆମ୍ବେଦକରଙ୍କ ଚାରିଟି ପୁସ୍ତକ ମଧ୍ୟ ଉନ୍ମୋଚନ କରିବେ । ଗୁଜରାଟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ଏଥିରେ ଉପସ୍ଥିତ ରହିବେ । ଅହମ୍ମଦାବାଦ ସ୍ଥିତ ଡକ୍ଟର ଆମ୍ବେଦକର ମୁକ୍ତ ବିଶ୍ୱବିଦ୍ୟାଳୟ ଏହି କାର୍ଯ୍ୟକ୍ରମ ଆୟୋଜିତ କରୁଛି ।

.ଆଇ.ୟୁସମାରୋହ ଏବଂ କୁଳପତି  ଜାତୀୟ ଆଲୋଚନାଚକ୍ର ସମ୍ପର୍କରେ ପଦେଅଧେ

ଦେଶରେ ଉଚ୍ଚ ଶିକ୍ଷାର ସର୍ବୋଚ୍ଚ ସଂସ୍ଥା ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ (ଏ.ଆଇ.ୟୁ) ଚଳିତମାସ  ୧୪ ଓ ୧୫ ତାରିଖ ଦୁଇଦିନ ଧରି ଏହାର ୯୫ତମ ବାର୍ଷିକ ସମାରୋହ ପାଳନ କରୁଛି । ଏହି ଅଧିବେଶନରେ ଏ.ଆଇ.ୟୁ. ତାର ପୂର୍ବବର୍ଷର ସଫଳତାର ଆର୍ଥିକ ବିବରଣୀ ପ୍ରଦାନ କରିବା ସହ ଆଗାମୀ ବର୍ଷ ପାଇଁ ହାତକୁ ନେଉଥିବା ଯୋଜନା ଉପରେ ମଧ୍ୟ ଆଲୋକପାତ କରିଥାଏ । ଏଥିରେ ଆସୀନ ସଦସ୍ୟମାନଙ୍କୁ ଆଂଚଳିକ କୁଳପତି ସମ୍ମିଳନୀରେ ସୁପାରିଶ ଓ ବର୍ଷବ୍ୟାପୀ ହୋଇଥିବା ଅନ୍ୟାନ୍ୟ ଆଲୋଚନା ସମ୍ପର୍କରେ ମଧ୍ୟ ଅବଗତ କରାଯାଏ ।  ଏଥି ସହ ଏ.ଆଇ.ୟୁ. ଏହାର ୯୬ତମ ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରିବ । ୧୯୨୫ମସିହାରେ ମହାନୁଭବ ଡକ୍ଟର ସର୍ବପଲ୍ଲୀ ରାଧାକିଷ୍ଣନ ଓ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପୃଷ୍ଠପୋଷକତାରେ ଏହାର ଗଠନ କରାଯାଇଥିଲା ।

ଦେଶରେ ଉଚ୍ଚ ଶିକ୍ଷାର ସଂସ୍କାର ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ ତ୍ୱରାନ୍ୱିତ କରିବା ନେଇ କୁଳପତିମାନଙ୍କ ଏକ ଜାତୀୟ ଆଲୋଚନାଚକ୍ର ମଧ୍ୟ ଏହି ସମ୍ମଳନୀ କାଳରେ ଅନୁଷ୍ଠିତ ହେବ । ନିକଟରେ ଲାଗି କରାଯାଇଥିବା ଜାତୀୟ ଶିକ୍ଷାନୀତି-୨୦୨୦କୁ ତ୍ୱରାନ୍ୱିତ କରିବା ନେଇ ମାର୍ଗଦର୍ଶିକା ମଧ୍ୟ ଏହି ଅଧିବେଶନ  କାଳରେ ସ୍ଥିର ହେବ । ଏହାର ମୁଖ୍ୟ ହକ୍‌ଦାର ବିଦ୍ୟାର୍ଥୀମାନଙ୍କ ସ୍ୱାର୍ଥ ପାଇଁ ନୀତିକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଭୁଲ କାର୍ଯ୍ୟକାରୀ ଯୋଜନା ମଧ୍ୟ ପ୍ରସ୍ତୁତ ହେବ ।

ପୁସ୍ତକ ଉନ୍ମୋଚନ ବିଷୟରେ

ଶ୍ରୀ କିଶୋର ମକୱାନାଙ୍କ ଦ୍ୱାରା ଲିଖିତ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୀବନୀ ଉପରେ ଆଧାରିତ ନିମ୍ନଲିଖିତ ପୁସ୍ତକଗୁଡିକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ ।

୧. ଡକ୍ଟର ଆମ୍ବେଦକର ଜୀବନ ଦର୍ଶନ ।

୨. ଡକ୍ଟର ଆମ୍ବେଦକର ବ୍ୟକ୍ତି ଦର୍ଶନ ।

୩.ଡକ୍ଟର ଆମ୍ବେଦକର ରାଷ୍ଟ୍ରଦର୍ଶନ ଏବଂ

୪. ଡକ୍ଟର ଆମ୍ବେଦକର ଆୟାମ୍ ଦର୍ଶନ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Led by iPhones, India sees highest Q1 smartphone exports by value

Media Coverage

Led by iPhones, India sees highest Q1 smartphone exports by value
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 29, 2026
July 29, 2026

Aatmanirbhar & Eco-Conscious: PM Modi’s Record of Results in Conservation, Banking, Exports & Beyond