PM Modi jointly inaugurate The ET Asian Business Leaders’ Conclave 2016 with Malaysian PM, Najib Razak
Under the leadership of Prime Minister Najib, Malaysia is moving towards its goal of achieving developed country status by 2020: PM
Close relations with Malaysia are integral to the success of our Act East Policy: PM
The 21st Century is the Century of Asia: PM
India is currently witnessing an economic transformation: PM
We have now become the 6th largest manufacturing country in the world: PM
We are now moving towards a digital and cashless economy: PM
India is currently buzzing with entrepreneurial activity like never before: PM
Our economic process is being geared towards activities which are vital for generating employment or self-employment opportunities: PM
India is not only a good destination. It’s always a good decision to be in India: PM

ମାଲେସିଆ ପ୍ରଧାନମନ୍ତ୍ରୀ ମହାନୁଭବ ଦାତୋ ଶ୍ରୀ ମହମ୍ମଦ ନଜୀବ

ଇକୋନୋମିକ ଟାଇମ୍ସର ପରିଚାଳନାର ସଦସ୍ୟବୃନ୍ଦ,

ବ୍ୟବସାୟିକ ନେତୃବୃନ୍ଦ,

ଉପସ୍ଥିତ ଭଦ୍ରମହିଳା ଓ ଭଦ୍ରବ୍ୟକ୍ତି ବୃନ୍ଦ,

ମାଲେସିଆ ପ୍ରଧାନମନ୍ତ୍ରୀ ମହାମହିମ ଦାତୋ ଶ୍ରୀ ମହମ୍ମଦ ନଜୀବଙ୍କ ସହ ମିଳିତ ଭାବେ ଦି ଇକୋନୋମିକ ଟାଇମ୍ସ ଏସିଆନ ବିଜିନେସ କନକ୍ଲେଭ, ୨୦୧୬କୁ ଉଦ୍ଘାଟନ କରିବା ମୋ ପାଇଁ ଅତ୍ୟନ୍ତ ଖୁସିର ଅବସର ।

ଇକୋନୋମିକ ଟାଇମ୍ସ ଏହି ସମ୍ମିଳନୀ ପାଇଁ କୁଆଲାଲମପୁରକୁ ଚୟନ କରିବା ମାଲେସିଆ ଏକ ବ୍ୟବସାୟିକ ଓ ବାଣିଜ୍ୟିକ ଲକ୍ଷ୍ୟସ୍ଥଳର ଗୁରୁତ୍ଵକୁ ପ୍ରମାଣିତ କରେ ।

ତେଣୁ ଏହି ସମ୍ମିଳନୀକୁ ମୋର ଶୁଭ କାମନା ।

ବନ୍ଧୁଗଣ,

ମହାମହିମ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ, ୨୦୨୦ ସୁଦ୍ଧା ମାଲେସିଆ ଏକ ବିକଶିତ ରାଷ୍ଟ୍ରର ମାନ୍ୟତା ହାସଲ କରିବା ଦିଗରେ ଅଗ୍ରସର ହେଉଛି ।

ବିଶ୍ଵ ଆର୍ଥିକ ପରିସ୍ଥିତି ସହ ନିଜକୁ ଖାପଖୁଆଇ ଆଗକୁ ଆଗେଇବାରେ ମାଲେସିଆ ତାର ପ୍ରତିବଦ୍ଧତା ପ୍ରଦର୍ଶନ କରିଆସିଛି ।

ମାଲେସିଆରେ ବହୁ ସଂଖ୍ୟକ ଭାରତୀୟ ସମୁଦାୟଙ୍କ ଉପସ୍ଥିତି ଭାରତ-ମାଲେସିଆ ମଧ୍ୟରେ ପ୍ରାଚୀନ କାଳରୁ ରହିଥିବା ସମ୍ପର୍କକୁ ପୁନଃସୁଦୃଢ଼ କରେ ।
ଆମ ମଧ୍ୟରେ ଥିବା ଐତିହାସିକ ସମ୍ପର୍କର ଏକ ମୁକସାକ୍ଷୀ ହେଲା ତୋରାନା ଗେଟ ଯାହାକି କୁଆଲାଲମପୁରର ମଧ୍ୟସ୍ଥଳରେ ଅବସ୍ଥିତ ଯାହା ଦୁଇଟି ମହାନ ରାଷ୍ଟ୍ର ଓ ଦୁଇ ମହାନ ସଂସ୍କୃତି ମଧ୍ୟରେ ସଂଯୋଗ ସ୍ଥାପନ କରେ ।

ନିକଟରେ ଆମେ ପରସ୍ପର ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ସହଭାଗୀତା ସ୍ଥାପନ କରିଛୁ । ଗତ ବର୍ଷ ନଭେମ୍ବର ମାସରେ ମୋର ମାଲେସିଆ ଗସ୍ତ ବିଭିନ୍ନ କ୍ଷେତ୍ରରେ ଏହି ଗୁରୁତ୍ଵପୂର୍ଣ୍ଣ ସହଭାଗୀତାକୁ ଅଧିକ ମଜଭୁତ କରିବାରେ ସହାୟକ ହୋଇଥିଲା । ମାଲେସିଆ ସହ ଘନିଷ୍ଠ ସମ୍ପର୍କ ରକ୍ଷା ଆମର ସଫଳ “ଏକ୍ଟ ଏସିଆ ନୀତି” ର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ।

ଭାରତ-ଆସିଆନ ସହଯୋଗକୁ ସାକାର କରିବା ଦିଗରେ ଭାରତ ଗ୍ରହଣ କରିଥିବା ଅନେକଗୁଡିଏ ପଦକ୍ଷେପ ମଧ୍ୟରେ ପ୍ରକଳ୍ପ ବିକାଶ ପାଣ୍ଠି ଏବଂ ଏକାଧିକ ଋଣଯୋଗାଣ ପ୍ରାବଧାନ ଏହି କାର୍ଯ୍ୟକୁ ତ୍ଵରାନ୍ୱିତ କରିଛି ।

ବନ୍ଧୁଗଣ,

ଆସିଆନ ରାଷ୍ଟ୍ରମାନଙ୍କ ନେତୃବର୍ଗ ଏହି କ୍ଷେତ୍ରର ରାଷ୍ଟ୍ରମାନଙ୍କ ସହ ଅଧିକ ମାତ୍ରାରେ ସମନ୍ଵୟ ରକ୍ଷା ଦିଗରେ ସଦାସର୍ବଦା ପ୍ରୟାସୀ ହୋଇ ଆସିଛନ୍ତି । ତେଣୁ ଏସିଆ କ୍ଷେତ୍ରର ବ୍ୟବସାୟିକ ନେତୃବର୍ଗଙ୍କୁ ଏକତ୍ର କରାଇବା ଯେତିକି ସମୟୋଚିତ ସେତିକି ମହତ୍ଵପୂର୍ଣ୍ଣ ।

ମୁଁ ଅନେକ ବାର କହି ଆସିଛି ଯେ ଏକବିଂଶ ଶତାଦ୍ଦୀ ହେଲା ଏସିଆର ଶତାଦ୍ଦୀ ।

ଏସିଆ ଏପରି ଏକ କ୍ଷେତ୍ର ଯେଉଁଠାରେ କାର୍ଯ୍ୟ କରିବାକୁ ହାତ ଉପଲବଧ, କ୍ରୟ କରିବାକୁ ଗୃହ ରହିଛି ଓ ପ୍ରତ୍ୟେକ କଥା ଶିକ୍ଷା କରିବା ସକାଶେ ଉଦାରଚିତ ମନର ଅଭାବନାହିଁ ।

ପ୍ରତିକୂଳ ଓ ଅନିଶ୍ଚିତ ବିଶ୍ଵ ଆର୍ଥିକ ପରିବେଶ ସତ୍ତ୍ଵେ, ଏସୀୟ କ୍ଷେତ୍ରର ବିକାଶ ସମ୍ଭାବନା ଏ ଦିଗରେ ଆଶାର ଆଲୋକ ରେଖା ବୋଲି ଗ୍ରହଣ କରାଯାଇପାରେ ।

ବନ୍ଧୁଗଣ,

ଏବେ ଭାରତରେ ଆର୍ଥିକ ବିପ୍ଳବ ଘଟୁଛି ।

ଏହା କେବଳ ବିଶ୍ଵର ଦ୍ରୁତତମ ବିଶାଳ ଅର୍ଥବ୍ୟବସ୍ଥା ନୁହେଁ, ପରନ୍ତୁ ଏହାକୁ ଆଧାର କରି ଅନେକ ଉଦ୍ୟମ ମଧ୍ୟ ଗ୍ରହଣ କରାଯାଇଛି ।

– ସହଜରେ ବ୍ୟବସାୟ କରିବାର ସୁଯୋଗ ସୃଷ୍ଟି

– ଶାସନ ବ୍ୟବସ୍ଥାକୁ ସ୍ଵଚ୍ଛ ଓ ସକ୍ରିୟ କରିବା

– ନିୟନ୍ତ୍ରଣ ବୋଝକୁ ହ୍ରାସ କରିବା

ଅଧୁନା, କଳା ଟଙ୍କା ଓ ଦୁର୍ନୀତିରୁ ଆମ ବ୍ୟବସ୍ଥାକୁ ମୁକ୍ତ କରିବା ମୋ କାର୍ଯ୍ୟସୂଚୀରେ ଅଗ୍ରପ୍ରାଧାନ୍ୟ ଲାଭ କରିଛି ।

ଡିଜିଟାଇଜେସନ ପରେ ପରେ ଏବେ ବସ୍ତୁ ଓ ସେବା କର(GST) ବ୍ୟବସ୍ଥା ପ୍ରବର୍ତ୍ତନ ସହ ଏହା ଆସିଛି । ବିଭିନ୍ନ ସୂଚକାଂକରେ ଭାରତର ମାନ୍ୟତାରୁ ଆମ ଉଦ୍ୟମର ସୁଫଳ ସ୍ପଷ୍ଟ ସୂଚୀତ ହୁଏ ।

ବିଶ୍ଵ ବ୍ୟାଙ୍କର “ଡୁଇଂ ବିଜିନେସ ରିପୋର୍ଟ”ରେ ଭାରତର ସ୍ଥାନ ଊର୍ଦ୍ଧକୁ ଉଠିଛି ।

– ଭାରତରେ ଅନୁରୂପ ବ୍ୟବସାୟିକ ବାତାବରଣ ଏବଂ ବୈଶ୍ୱିକ ଶ୍ରେଷ୍ଠ କାର୍ଯ୍ୟକ୍ରମ ମଧ୍ୟରେ ଥିବା ପାର୍ଥକ୍ୟ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ।

– UNCTAD ପକ୍ଷରୁ ପ୍ରକାଶ କରାଯାଇଥିବା ବିଶ୍ଵ ନିବେଶ ରିପୋର୍ଟ ୨୦୧୬ରେ

– ୨୦୧୬-୧୮ ମଧ୍ୟରେ ସମ୍ଭାବ୍ୟ ଶ୍ରେଷ୍ଠ ଆକର୍ଷଣୀୟ ଅର୍ଥବ୍ୟବସ୍ଥା ତାଲିକାରେ ଆମେ ତୃତୀୟ ସ୍ଥାନରେ ରହିଛୁ ।

– ୨୦୧୫-୧୬ ଓ ୨୦୧୬-୧୭ ପାଇଁ ବିଶ୍ଵ ଆର୍ଥିକ ଫୋରମ ପକ୍ଷରୁ ଜାରି କରାଯାଇଥିବା “ଗ୍ଲୋବାଲ କମ୍ପିଟିଟିଭ ରିପୋର୍ଟ”ରେ ଆମର ମାନ୍ୟତା ୩୨ଟି ସ୍ଥାନ ଊର୍ଦ୍ଧକୁ ଉଠିଛି ।

“ବିଶ୍ଵ ଅଭିନବ ସୂଚୀ ୨୦୧୬”ରେ ଆମ ସ୍ଥାନରେ ୧୬ ଅଙ୍କ ଉନ୍ନତି ଘଟିଛି ଏବଂ ବିଶ୍ଵ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ “ଲଜିଷ୍ଟିକ୍ସ ପରଫରମାନ୍ସ ସୂଚୀ -୨୦୧୬”ରେ ୧୯ ଅଙ୍କ ବୃଦ୍ଧି ପାଇଛି ।

ଏଫଡିଆଇ ପାଇଁ ଆମେ ନୂଆ ନୂଆ ସେକ୍ଟର ଉନ୍ମୁକ୍ତ କରିଛୁ ଏବଂ ବର୍ତ୍ତମାନ ପ୍ରଚଳିତ ସେକ୍ଟରଗୁଡିକ କ୍ଷେତ୍ରରେ କେପିଂ ବ୍ୟବସ୍ଥା ଆପଣାଇଛୁ ।

ପ୍ରମୁଖ ଏଫଡିଆଇ ନୀତି ସଂସ୍କାର ଦିଗରେ ଆମର ନିରବଚ୍ଛିନ୍ନ ଉଦ୍ୟମ ଅବ୍ୟାହତ ରହିଛି ଏବଂ ନିବେଶ ସର୍ତ୍ତାବଳୀର ସରଳୀକରଣ କରାଯାଇଛି ।

ଏହାର ଫଳାଫଳକୁ ଆପଣମାନେ ସ୍ଵଚକ୍ଷୁରେ ଦେଖିପାରିବେ ।

ଭାରତରେ ବିଗତ ଅଢ଼େଇ ବର୍ଷ ମଧ୍ୟରେ ମୋଟ ବୈଦେଶିକ ପୁଞ୍ଜି ବିନିଯୋଗ ପରିମାଣ ୧୩୦ ବିଳିୟନ ଡଲାର ଛୁଇଁଛି ।

ଗତବର୍ଷ ଦେଶକୁ ସର୍ବାଧିକ ଏଫଡିଆଇ ପ୍ରବାହ ଘଟିଥିବା ରେକର୍ଡ କରାଯାଇଛି ।

ବିଗତ ଦୁଇ ଆର୍ଥିକ ବର୍ଷରେ ଏଫଡିଆଇ ଇକ୍ୱିଟି ପ୍ରବାହ ଏହାର ପୂର୍ବ ଦୁଇ ଆର୍ଥିକ ବର୍ଷ ତୁଳନାରେ ୫୨ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି ।

ସେହିଭଳି ଯେଉଁ ସୂତ୍ର ଓ ଯେଉଁ ସେକ୍ଟରକୁ ଏଫଡିଆଇ ଆସୁଛି ସେ ସବୁକୁ ଯଥେଷ୍ଟ ମାତ୍ରାରେ ସଂପ୍ରସାରିତ କରାଯାଇଛି ।

ଆମର “ମେକ ଇନ ଇଣ୍ଡିଆ” ଉଦ୍ୟମ ଯାହାକି ଚଳିତ ବର୍ଷ ତାର ଦ୍ଵିତୀୟ ବାର୍ଷିକୀ ପାଳନ କରିଛି, ତାହା ଭାରତକୁ ଉତ୍ପାଦନ, ଡିଜାଇନ ଏବଂ ଅଭିନବତ୍ଵ କ୍ଷେତ୍ରରେ ବିଶ୍ଵର ଏକ କେନ୍ଦ୍ରସ୍ଥଳରେ ପରିଣତ କରିବା ଲାଗି ଉଦ୍ଦିଷ୍ଟ ।

ଏହି ସବୁ ଦିଗରେ ଆମେ ହାସଲ କରିଥିବା କେତେକ ସଫଳତା ସମ୍ପର୍କରେ ମୁଁ ସୂଚୀତ କରିବାକୁ ଚାହେଁ ।

– ଆମେ ଏବେ ବିଶ୍ଵରେ ଷଷ୍ଠ ସର୍ବବୃହତ ଉତ୍ପାଦନ ରାଷ୍ଟ୍ରରେ ପରିଣତ ହୋଇଛୁ । ଉତ୍ପାଦନ କ୍ଷେତ୍ରରେ ଆମର ସାମଗ୍ରିକ ମୂଲ୍ୟ ସଂଯୋଗ ବିକାଶ ୨୦୧୫-୧୬ର ୯.୩ ପ୍ରତିଶତରେ ପହଂଚିଛି ।

– ବିଗତ ଦୁଇ ବର୍ଷ ମଧ୍ୟରେ ଦେଶରେ ୫୧ଟି କୋଲ୍ଡ ଚେନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ ୨୦୧୪ ଠାରୁ ଅଦ୍ୟାବଧି ୬ଟି ମେଗା ଫୁଡ ପାର୍କ ଖୋଲାଯାଇଛି ।

– ୯୦ଟି ନୂଆ ବୟନ ପାର୍କକୁ ମଞ୍ଜୁରି ପ୍ରଦାନ କରାଯାଇଛି ଏବଂ ବର୍ତ୍ତମାନ କାର୍ଯ୍ୟକାରୀ ରହିଥିବା ବୟନ ପାର୍କରେ ୨୦୦ଟି ନୂଆ ଉତ୍ପାଦନ ୟୁନିଟ ଗତ ଦୁଇବର୍ଷରେ ସଂଯୋଗ କରାଯାଇଛି ।

– କେବଳ ଚଳିତ ବର୍ଷ ଭାରତରେ ଉତ୍ପାଦନ ହୋଇଥିବା ମୋବାଇଲ ଫୋନ ୟୁନିଟରେ ୯୦ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ଅଟୋ ସେକ୍ଟରରେ ବିଶ୍ଵର ପ୍ରମୁଖ ସଂସ୍ଥା ଭାରତରେ ସେମାନଙ୍କର ନୂଆ ଆସେମ୍ଲି ୟୁନିଟ ଏବଂ ଗ୍ରୀନଫିଲ୍ଡ ୟୁନିଟମାନ ସ୍ଥାପନ କରିଛନ୍ତି ।

ବନ୍ଧୁଗଣ,

ଭାରତରେ “ଇଜି ଅଫ ଡୁଇଂ ବିନିନେସ” ସୁନିଶ୍ଚିତ କରିବା ଦିଗରେ ଆମର ଉଦ୍ୟମ ବେଶ ବ୍ୟାପକ ଏବଂ ପ୍ରଶସ୍ତ ଯେଉଁଥିରେ ଆଇନଗତ ଏବଂ ଢ଼ାଂଚାଗତ ବ୍ୟବସ୍ଥା ସାମିଲ ।

ସେ ସୂଚନା ମଧ୍ୟ ମୁଁ ଆପଣମାନଙ୍କ ମଧ୍ୟରେ ବାଂଟିବାକୁ ଚାହେଁ ।

– ବସ୍ତୁ ଓ ସେବାକର ଜନିତ ସାମ୍ବାଧାନିକ ସଂଶୋଧନ ଗୃହୀତ ହୋଇସାରିଛି ।

– ୨୦୧୭ରେ ଏହା ପ୍ରବର୍ତ୍ତନ କରାଯିବା ଆଶା କରାଯାଏ ।

– ଆମେ ଏକ ଡିଜିଟାଲ ଏବଂ ନଗଦହୀନ ଅର୍ଥବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛୁ ।

– ଆମର ଲାଇସେନ୍ସ ପ୍ରଦାନ ବ୍ୟବସ୍ଥାକୁ ବ୍ୟାପକ ମାତ୍ରାରେ ସୁସଙ୍ଗତ କରାଯାଇଛି ।

– ବ୍ୟବସାୟିକ ସଂସ୍ଥା, ଇଏକ୍ସଆଇଏମ କ୍ଲିଅରାନ୍ସ ଏବଂ ଶ୍ରମ ସଂକ୍ରାନ୍ତ ଅଙ୍ଗୀକାରବଦ୍ଧତା ଦିଗରେ ଆମେ ସିଙ୍ଗଲ ୱିଣ୍ଡୋ ଇଂଟରଫେସ ବ୍ୟବସ୍ଥା ଅନୁସରଣ କରିଛୁ ।

– ଜଳ ଓ ବିଜୁଳି ଭଳି ସାଧନ ହାସଲ କରିବା ଦିଗରେ ବିଧି ବ୍ୟବସ୍ଥାକୁ ସରଳ କରାଯାଇଛି ।

– ନିବେଶକମାନଙ୍କ ମାର୍ଗଦର୍ଶନ ଏବଂ ସହାୟତା ସକାଶେ ଏକ ନିବେଶକ ସୌଗମ୍ୟ ସେଲ ଖୋଲାଯାଇଛି ।

– ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ ରାଜ୍ୟ ସରକାରମାନଙ୍କ ସହ ଆମର ସହଭାଗୀତା ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି ।

– ବିଶ୍ଵବ୍ୟାଙ୍କ ସହଯୋଗୀତାରେ ୨୦୧୫ ମସିହାର ସ୍ଵୀକୃତ ମାପଦଣ୍ଡ ଅନୁସାରେ ବ୍ୟବସାୟିକ ନୀତି ଓ ବିଧିବିଧାନକୁ ବିଚାରକୁ ନେଇ ରାଜ୍ୟମାନଙ୍କ ମାନ୍ୟତା କରାଯାଇ ଆସୁଛି ।

ଏହି ବ୍ୟବସ୍ଥାକୁ ୨୦୧୬ରେ ଅଧିକ ସଂପ୍ରସାରଣ କରାଯାଇଛି ।

– ପ୍ରଥମର ଲାଗି ଆମେ ଏକ ଜାତୀୟ ବୌଦ୍ଧିକ ସ୍ଵତ୍ତ୍ଵାଧିକାର ନୀତି ଗ୍ରହଣ କରିଛୁ ଯାହାକି ବୌଦ୍ଧିକ ଅଧିକାରକୁ ଭବିଷ୍ୟତରେ ଆଗେଇନେବା ଦିଗରେ ଯଥେଷ୍ଟ ମାତ୍ରାରେ ସହାୟକ ହେବ ।

– ସେହିଭଳି ସୃଜନଶୀଳ ବିନଷ୍ଟିକରଣ ପଦ୍ଧତି ଅନୁସରଣ ଦିଗରେ ଆମେ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ ।

– କମ୍ପାନୀମାନଙ୍କ ପୁନର୍ଗଠନ ଓ ବିଦାୟ ନିମନ୍ତେ ଆମେ ବିଧିବ୍ୟବସ୍ଥାରେ ସରଳୀକରଣ କରିଛୁ ।

– ଦେବାଳିଆ ଓ ବେଙ୍କରପ୍ସି ନୀତି ଅନୁସରଣ ଓ ପ୍ରବର୍ତ୍ତନ ନୀତି ଭାରତରେ ଶିଳ୍ପସଂସ୍ଥାମାନଙ୍କ ପ୍ରସ୍ଥାନ ଦିଗରେ ଏକ ସହଜସାଧ୍ୟ ତଥା ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ।

– ବ୍ୟବସାୟିକ ବିବାଦ ଗୁଡିକର ଫାଷ୍ଟଟ୍ରାକ ଫଇସଲା ନିମନ୍ତେ ଆମେ ନୂଆ ନୂଆ ବ୍ୟବସାୟିକ କୋର୍ଟ ସ୍ଥାପନ କରୁଛୁ ।

– ମଧ୍ୟସ୍ଥ ଆଇନରେ ମଧ୍ୟ ଅନୁରୂପ ସଂଶୋଧନ ଘଟାଇଛି ଯଦ୍ଵାରା ଏହାର ବିଚାର ପ୍ରକ୍ରିୟାକୁ ତ୍ଵରାନ୍ୱିତ କରାଯାଇପାରିବ ।

ବନ୍ଧୁଗଣ,

– ଭାରତ ଏବେ ଉଦ୍ୟୋଗ ଓ ସଂପ୍ରସାରଣ ଦିଗରେ ଯଥେଷ୍ଟ ମାତ୍ରାରେ ସକ୍ରିୟ ହୋଇଉଠିଛି ଯାହା ପୂର୍ବରୁ କେବେ ଘଟିନଥିଲା ।

– ଷ୍ଟାର୍ଟ-ଅପ ହେଉଛି ଭାରତରେ ଦ୍ଵିତୀୟ ବୃହତ ଆର୍ଥିକ ଶକ୍ତି ଏବଂ ଏହା ଏକ ବିପ୍ଳବଠାରୁ କୌଣସି ଗୁଣେ କମ ନୁହେଁ ।

– ଏହି କ୍ଷେତ୍ରରେ ଷ୍ଟାଟ ଅପ କାର୍ଯ୍ୟକ୍ରମ ଆମର ପୂର୍ଣ୍ଣ ସାମର୍ଥ୍ୟକୁ ପ୍ରତିପାଦିତ କରିବା ଲକ୍ଷ୍ୟରେ ସହାୟକ ହେବ ।

– ଆମର ଆର୍ଥିକ କାର୍ଯ୍ୟକ୍ରମକୁ ଏଭଳି ଭାବେ ସକ୍ରିୟ କରାଯାଇଛି ଯାହା ନିଯୁକ୍ତି ସୁଯୋଗ ଅଥବା ଆତ୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏକାନ୍ତ ମହତ୍ଵ ବହନ କରେ ।

– ଆମର ଜନସଂଖ୍ୟାଗତ ଶକ୍ତିରୁ ଫାଇଦା ହାସଲ କରିବା ଏହା ଏକମାତ୍ର ଉପାୟ ।

– “ସ୍କିଲ ଇଣ୍ଡିଆ” ଏବଂ ଏହାର ବିଭିନ୍ନ ସହଯାଜନା ଉଦ୍ୟମ ମାଧ୍ୟମରେ ଆମେ ଆମର ଦକ୍ଷତା/କୌଶଳ ଓ ବଜାର ଆବଶ୍ୟକତା ମଧ୍ୟରେ ସମନ୍ଵୟ ରକ୍ଷା ନିମନ୍ତେ ଆମେ ଉଦ୍ୟମ କରୁଛୁ ।

– ଭବିଷ୍ୟତ ଆବଶ୍ୟକତା ଭିତ୍ତିକ ଭିତ୍ତିଭୂମି ଗଠନ ଏବେ ଆମ ହାତରେ ଥିବା ସବୁଠାରୁ ବଡ ଦାୟିତ୍ଵ ।

– ଦେଶରେ ଆମେ ଏକ ଏକ ପଂଚକୋଣୀୟ ଶିଳ୍ପ କରିଡରର ବିକାଶ ଘଟାଉଛୁ ।

– ଏହା ଦେଶବ୍ୟାପୀ ଲଜିଷ୍ଟିକ୍ସ ସମସ୍ୟା ଦୂରୀକରଣ ଦିଗରେ ଯଥେଷ୍ଟ ମାତ୍ରାରେ ସହାୟକ ହୋଇପାରିବ ।

– ଦେଶବ୍ୟାପୀ ଏବେ ସଡକ, ରେଳବାଇ ଏବଂ ବନ୍ଦରଗୁଡିକର ଉନ୍ନତିକରଣ କରାଯାଉଛି ।

– ଏଭଳି ଭିତ୍ତିଭୂମିକୁ ପୁଞ୍ଜି ଯୋଗାଣ ନିମନ୍ତେ, ଆମେ ଜାତୀୟ ନିବେଶ ଏବଂ ଭିତ୍ତିଭୂମି ପାଣ୍ଠି ଗଠନ କରିଛୁ ଯାହା ବୈଦେଶିକ ପାଣ୍ଠି ସହଯୋଗୀତାରେ ଗଠିତ ।

ବନ୍ଧୁଗଣ,

– ବର୍ତ୍ତମାନର ସମୟ ହେଲା ସମାଯୋଜନର ମୁହୂର୍ତ୍ତ ।

– ମୁକ୍ତଚିନ୍ତନ ବ୍ୟତିରେକ ସମାଯୋଜନ କଦାପି ସମ୍ଭବପର ହେବନାହିଁ ।

– ଭାରତ ସଦାସର୍ବଦା ତାର ମୁକ୍ତ ହୃଦୟବତାର ପ୍ରଦର୍ଶନ କରିଆସିଛି ।

– ଅଧୁନା, ଅର୍ଥନୀତିକ ସ୍ତରରେ ମଧ୍ୟ, ଆମେ ବିଶ୍ଵର ସର୍ବାଧିକ ମୁକ୍ତ ଓ ସମନ୍ଵୀତ ଅର୍ଥବ୍ୟବସ୍ଥା ମଧ୍ୟରେ ଅନ୍ୟତମ

– ଏ ପର୍ଯ୍ୟନ୍ତ ଯେଉଁମାନେ ଭାରତକୁ ଆସିନାହାନ୍ତି ଆମେ ସେମାନଙ୍କୁ ଭାରତକୁ ସ୍ଵାଗତ ଜଣାଉଛୁ ।

– ବ୍ୟକ୍ତିଗତ ଭାବେ ମୁଁ ଆପଣମାନଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରୁଛି ଯେ ଆପଣମାନଙ୍କ ସବୁ ଆବଶ୍ୟକତା ବେଳେ ମୁଁ ଆପଣମାନଙ୍କ ନିକଟରେ ଠିଆ ହେବି ।

– ଭାରତ କେବଳ ଏକ ଉତ୍ତମ ଲକ୍ଷ୍ୟସ୍ଥଳ ନୁହେଁ ।

ଭାରତରେ ଶିଳ୍ପ/ବ୍ୟବସାୟ ସ୍ଥାପନ କରିବା ଏକ ଉତ୍ତମ ସିଦ୍ଧାନ୍ତ ମଧ୍ୟ ।

ଆପଣମାନଙ୍କୁ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Defence ministry inks Rs 5,083 cr pact for acquisition of six Mk-III light helicopters and missiles

Media Coverage

Defence ministry inks Rs 5,083 cr pact for acquisition of six Mk-III light helicopters and missiles
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends Holi greetings to the nation; shares Sanskrit Subhashitam
March 04, 2026

The Prime Minister, Shri Narendra Modi, extended his heartfelt greetings to the people of the country on the occasion of Holi. He wished that this festival of colours and joy brings happiness, prosperity and success into everyone’s lives.

The Prime Minister said that the festival of Holi fills the entire atmosphere with new energy, which is its greatest speciality. He noted that the vibrant colours of happiness visible everywhere during the festival immerse everyone in a spirit of joy and celebration.

The Prime Minister also shared a Sanskrit Subhashitam-

उद्भिन्नस्तबकावतंससुभगाः प्रे खन्मरुन्नर्तिताः
पुष्पोद्गीर्णपरागपांशुललसत्पत्रप्रकाण्ड त्विषः।

गम्भीरक्रमपञ्चमोन्मदपिकध्वानोच्छलद्गीतयः
प्रत्युज्जीवितमन्मथोत्सव इव क्रीडन्त्यमू भूरुहः॥

The Shubhashitam conveys that Like beautiful lotus flowers, blossoming under the mesmerizing dance of the spring breeze, adorned with vibrant colors and fragrance, the glorious celebration of love flourishes exuberantly, filled with joyful melodies that awaken life itself.

The Prime Minister wrote on X;

“सभी देशवासियों को होली की अनंत शुभकामनाएं। रंग और उमंग से भरा यह त्योहार सबके लिए खुशियों की बहार लेकर आए। हर किसी के जीवन में सुख-समृद्धि और सफलता के रंगों की बौछार हो, यही कामना है।”

“होली का त्योहार पूरे माहौल में नई ऊर्जा भर देता है। यही इस उत्सव की बड़ी विशेषता है। हर तरफ जिस प्रकार खुशियों के रंग बिखरे नजर आते हैं, वो हर किसी को उल्लास और आनंद से सराबोर कर जाता है।

उद्भिन्नस्तबकावतंससुभगाः प्रे खन्मरुन्नर्तिताः
पुष्पोद्गीर्णपरागपांशुललसत्पत्रप्रकाण्ड त्विषः।

गम्भीरक्रमपञ्चमोन्मदपिकध्वानोच्छलद्गीतयः
प्रत्युज्जीवितमन्मथोत्सव इव क्रीडन्त्यमू भूरुहः॥”