ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୮ ଅପରାହ୍ନ ୧.୪୫ରେ ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ୯୦ତମ ଇଣ୍ଟରପୋଲ ସାଧାରଣ ସଭାକୁ ସମ୍ବୋଧିତ କରିବେ ।

ଇଣ୍ଟରପୋଲର ୯୦ତମ ସାଧାରଣ ସଭା ଅକ୍ଟୋବର ୧୮ରୁ ୨୧ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ବୈଠକରେ ମନ୍ତ୍ରୀ, ବିଭିନ୍ନ ଦେଶର ପୁଲିସ ମୁଖ୍ୟ, ଜାତୀୟ କେନ୍ଦ୍ରୀୟ ବ୍ୟୁରୋ ମୁଖ୍ୟଗଣ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ୧୯୫ ଇଣ୍ଟରପୋଲ ସଦସ୍ୟର ପ୍ରତିନିଧି ମଣ୍ଡଳୀ ସାମିଲ ହେବେ । ଏହି ସାଧାରଣ ସଭା ଇଣ୍ଟରପୋଲର ସର୍ବୋଚ୍ଚ ନିୟାମକ ମଣ୍ଡଳୀ ଓ ନିଜ କାର୍ଯ୍ୟକ୍ରମ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ବର୍ଷକୁ ଥରେ ଆୟୋଜିତ ହୋଇଥାଏ ।

ଭାରତରେ ପ୍ରାୟ ୨୫ ବର୍ଷର ବ୍ୟବଧାନ ପରେ ଇଣ୍ଟରପୋଲ ସାଧାରଣ ସଭା ଆୟୋଜିତ ହେବ । ପୂର୍ବରୁ ୧୯୯୭ରେ ଏହା ଭାରତରେ ଆୟୋଜିତ ହୋଇଥିଲା । ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନୂଆଦିଲ୍ଲୀ ଠାରେ ଇଣ୍ଟରପୋଲ ସାଧାରଣ ସଭା ୨୦୨୨ ଆୟୋଜନ ପାଇଁ ଭାରତର ପ୍ରସ୍ତାବ ବହୁମତରେ ସାଧାରଣ ସଭା ଦ୍ୱାରା ସ୍ୱୀକୃତ ହୋଇଥିଲା । ଏହି କାର୍ଯ୍ୟକ୍ରମ ସାରା ବିଶ୍ୱ ସମ୍ମୁଖରେ ଭାରତର ଆଇନ ଓ ଶୃଙ୍ଖଳା ସହ ଜଡିତ ସର୍ବୋତ୍ତମ କାର୍ଯ୍ୟପ୍ରଣାଳୀ ପ୍ରଦର୍ଶନ ପାଇଁ ସୁଯୋଗ ପ୍ରଦାନ କରିବ ।

କେନ୍ଦ୍ର ଗୃହ ମନ୍ତ୍ରୀ, ଇଣ୍ଟରପୋଲ ସଭାପତି ଅହମ୍ମଦ ନାସେର ଅଲ ରଇସି, ମହାସଚିବ ଶ୍ରୀ ଜର୍ଗନ ଷ୍ଟକ, ସିବିଆଇ ନିର୍ଦ୍ଦେଶକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
LPG Bookings Drop To 77 Lakh From 88.8 Lakh As Govt Says Fuel Supplies Stable

Media Coverage

LPG Bookings Drop To 77 Lakh From 88.8 Lakh As Govt Says Fuel Supplies Stable
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 15, 2026
March 15, 2026

Empowering Bharat: From Loans to Global Leadership Under PM Modi