ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୩, ୨୦୨୩ ପୂର୍ବାହ୍ନ ୧୦.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦୮ତମ ଭାରତୀୟ ବିଜ୍ଞାନ କଂଗ୍ରେସ (ଆଇଏସସି)କୁ ସମ୍ବୋଧିତ କରିବେ ।

ଚଳିତ ବର୍ଷ ଆଇଏସସିର ମୁଖ୍ୟ ବିଷୟବସ୍ତୁ ରହିଛି “ନିରନ୍ତର ବିକାଶ ସହ ମହିଳା ସଶକ୍ତିକରଣରେ ବିଜ୍ଞାନ ଓ ପ୍ରଯୁକ୍ତି” । ନିରନ୍ତର ବିକାଶ, ମହିଳା ସଶକ୍ତିକରଣ ଏବଂ ଏହାକୁ ହାସଲ କରିବାରେ ବିଜ୍ଞାନ ଓ ପ୍ରଯୁକ୍ତିର ଭୂମିକା ସମ୍ପର୍କରେ ଆଲୋଚନା ଏଥିରେ ସାମିଲ ରହିବ । ପ୍ରତିଯୋଗୀମାନେ ଶିକ୍ଷା, ଗବେଷଣା ଓ ଉଦ୍ୟୋଗର ଉଚ୍ଚତମ ସ୍ତରରେ ଅଧିକରୁ ଅଧିକ ମହିଳାଙ୍କ ଭାଗିଦାରୀ ସମ୍ପର୍କରେ ଆଲୋଚନା କରିବା ସହିତ ଏସଟିଇଏମ (ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ) ଶିକ୍ଷା, ଗବେଷଣା ସୁଯୋଗ ଓ ଅର୍ଥନୈତିକ ଭାଗିଦାରୀରେ ମହିଳାଙ୍କୁ ଅଧିକ ସୁଯୋଗ ଦେବା ପାଇଁ ଅବସର ସନ୍ଧାନ କରିବେ । ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ମହିଳାମାନଙ୍କ ଅବଦାନ ପ୍ରଦର୍ଶିତ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ, ଯେଉଁଥିରେ ବିଶିଷ୍ଟ ମହିଳା ବୈଜ୍ଞାନିକମାନେ ବକ୍ତୃତା ପ୍ରଦାନ କରିବେ ।

ଭାରତୀୟ ବିଜ୍ଞାନ କଂଗ୍ରେସ (ଆଇଏସସି) ସହ ଆଉ କିଛି କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ । ଶିଶୁମାନଙ୍କ ମଧ୍ୟରେ ବୈଜ୍ଞାନିକ ଋଚି ଓ ଜିଜ୍ଞାସାକୁ ପ୍ରୋତ୍ସାହିତ କରିବା ପାଇଁ ଶିଶୁ ବିଜ୍ଞାନ କଂଗ୍ରେସ ମଧ୍ୟ ଆୟୋଜିତ ହେବ । ଜୈବ- ଅର୍ଥନୀତିକୁ ସମୃଦ୍ଧ କରିବା ସହ ଯୁବପୀଢିଙ୍କୁ ଚାଷ ପ୍ରତି ଆକୃଷ୍ଟ କରିବାକୁ କୃଷକ ବିଜ୍ଞାନ କଂଗ୍ରେସ ମଞ୍ଚ ପ୍ରଦାନ କରିବ । ଏହି ଅବସରରେ ଜନଜାତି ବିଜ୍ଞାନ କଂଗ୍ରେସ ମଧ୍ୟ ଆୟୋଜିତ ହେବ । ସ୍ଥାନୀୟ ପ୍ରାଚୀନ ଜ୍ଞାନ ପ୍ରଣାଳୀ ଓ ପ୍ରୟୋଗ ସହ ଜନଜାତି ମହିଳାଙ୍କ ସଶକ୍ତିକରଣର ବିଜ୍ଞାନଭିତ୍ତିକ ପ୍ରଦର୍ଶନ ପାଇଁ ଏହା ମଞ୍ଚ ପ୍ରଦାନ କରିବ । 

୧୯୧୪ରେ ବିଜ୍ଞାନ କଂଗ୍ରେସର ପ୍ରଥମ ଅଧିବେଶନ ଆୟୋଜିତ ହୋଇଥିଲା । ଆଇଏସସିର ୧୦୮ତମ ବାର୍ଷିକ ଅଧିବେଶନ ଚଳିତ ବର୍ଷ ଶତବାର୍ଷିକୀ ପାଳନ କରୁଥିବା ରାଷ୍ଟ୍ରସନ୍ଥ ତୁକଦୋଜୀ ମହାରାଜ ନାଗପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s pitch for a new role for Indian colleges: build global ambition

Media Coverage

PM Modi’s pitch for a new role for Indian colleges: build global ambition
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting prayers for peace, well-being, and harmony with nature
September 07, 2026

Prime Minister Shri Narendra Modi shared a Sanskrit Subhashitam today, highlighting prayers for peace, well-being, and harmony with nature.

The Prime Minister wrote on X;

"शं नो वातः पवतां शं नस्तपतु सूर्यः।

शं नः कनिक्रदद् देवः पर्जन्योऽभिवर्षतु॥"

May the wind blow for us in a peaceful, wholesome, and purifying way. May the Sun shine upon us as a source of well-being and blessing. May it's warmth and light bring us comfort and joy. And may the divine Rain-God, Parjanya, shower life-giving and auspicious rain upon us.