ଭାରତର ୭୬ତମ ଜନରାଜ୍ୟ ଦିବସରେ ଶୁଭେଚ୍ଛା ଜଣାଇଥିବାରୁ ବିଶ୍ୱ ନେତାମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି ।

ଏକ୍ସ ରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଏକ ପୋଷ୍ଟ ର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଆପଣଙ୍କୁ ଧନ୍ୟବାଦ ପ୍ରଧାନମନ୍ତ୍ରୀ @kpsharmaoli । ଭାରତ ଗଣତନ୍ତ୍ରର ୭୫ ବର୍ଷ ପୂର୍ଣ୍ଣ କରିଥିବା ବେଳେ ଦୁଇ ରାଷ୍ଟ୍ରର ଲୋକଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱର ଐତିହାସିକ ସମ୍ପର୍କକୁ ମଧ୍ୟ ଆମେ ଗଭୀର କରିବୁ । ଆଗାମୀ ଦିନରେ ଏହା ଜାରି ରହିବ ବୋଲି ମୋର ଦୃଢ଼ ବିଶ୍ୱାସ ।”

 

 

ଏକ୍ସ ରେ ମାଳଦ୍ୱୀପର ରାଷ୍ଟ୍ରପତିଙ୍କ ଏକ ପୋଷ୍ଟ ର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଭାରତର ଜନରାଜ୍ୟ ଦିବସ ଅବସରରେ ଶୁଭେଚ୍ଛା ପାଇଁ ଆପଣଙ୍କୁ ଧନ୍ୟବାଦ ରାଷ୍ଟ୍ରପତି @MMuizzu । ଭାରତ ଓ ମାଳଦ୍ୱୀପ ମଧ୍ୟରେ ଥିବା ଦୀର୍ଘ ଦିନର ଗଭୀର ସହଭାଗିତାକୁ ମୁଁ ଅନୁଭବ କରିପାରୁଛି । ଏହି ବନ୍ଧୁତ୍ୱ ଓ ସହଯୋଗକୁ ଅଧିକ ସୁଦୃଢ଼ କରିବାକୁ ଆମେ ପ୍ରତିବଦ୍ଧ ।”

 

ଏକ୍ସ ରେ ଭୁଟାନର ପ୍ରଧାନମନ୍ତ୍ରୀଙ୍କ ଏକ ପୋଷ୍ଟ ର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଭାରତର ଗଣତନ୍ତ୍ରର ୫ ବର୍ଷ ପୂର୍ଣ୍ଣ ଅବସରରେ ଶୁଭେଚ୍ଛା ପାଇଁ ଆପଣଙ୍କୁ ଧନ୍ୟବାଦ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ @tsheringtobgay । ଭାରତ ଓ ଭୁଟାନ ମଧ୍ୟରେ ଥିବା ସ୍ୱତନ୍ତ୍ର ଓ ବିଶେଷ ସହଭାଗିତାକୁ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ ।”

 

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏକ୍ସ ରେ କରାଯାଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଭାରତର ୭୬ତମ ଜନରାଜ୍ୟ ଦିବସ ଅବସରରେ ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ  @SherBDeuba। ଆଶା କରୁଛି ଦୁଇ ଦେଶର ଲୋକଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଥିବା ବନ୍ଧୁତ୍ୱ ଆହୁି ସୁଦୃଢ଼ ହେବ ।”

 

ମାଳଦ୍ୱୀପର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏକ୍ସ ରେ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଭାରତର ଜନରାଜ୍ୟ ଦିବସରେ ଶୁଭେଚ୍ଛା ପାଇଁ ଧନ୍ୟବାଦ @ibusolih।” 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's $13 billion semiconductor mission: Boosting domestic chip manufacturing and design

Media Coverage

India's $13 billion semiconductor mission: Boosting domestic chip manufacturing and design
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 8, 2026
September 08, 2026

Viksit Bharat, Many Engines: Defence, Diplomacy, Growth & Green Power Under PM Modi