ମଧ୍ୟପ୍ରଦେଶରେ ‘ରାସନ ଆପଣଙ୍କ ଗ୍ରାମ’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସିକଲ ସେଲ୍‍ ମିଶନର ଶୁଭାରମ୍ଭ
ଦେଶବ୍ୟାପୀ ୫୦ଟିଏକଲବ୍ୟ ମଡ଼େଲ ଆବାସିକ ବିଦ୍ୟାଳୟର ଏକସଙ୍ଗେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
“ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଏତେ ବଡ଼ ମାତ୍ରାରେ, ସମଗ୍ର ଦେଶରେ ଜନଜାତୀୟ ସମାଜ ନିମନ୍ତେ କଳା- ସଂସ୍କୃତି, ସ୍ୱାଧୀନତା ଆନ୍ଦୋଳନ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କର ଯୋଗଦାନକୁ ଗୌରବର ସହ ସ୍ମରଣ କରାଯାଉଛି, ସେମାନଙ୍କୁ ସମ୍ମାନ ପ୍ରଦାନ କରାଯାଉଛି ।”
“ ସ୍ୱାଧୀନତା ସଂଗ୍ରାମରେ ଜନଜାତୀୟ ନେତା- ନେତ୍ରୀମାନଙ୍କ ବୀର ଗାଥାକୁ ଦେଶ ସମ୍ମୁଖରେ ଉପସ୍ଥାପନ କରିବା, ସେମାନଙ୍କୁ ନୂତନ ପିଢ଼ିଙ୍କ ନିକଟରେ ପରିଚିତ କରାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ ।”
“ ଛତ୍ରପତି ଶିବାଜୀ ମହାରାଜ ଯେଉଁ ଆଦର୍ଶକୁ ବାବାସାହେବ ପୁରନ୍ଦରେ ଜୀ ଦେଶ ସମ୍ମୁଖରେ ଉପସ୍ଥାପନ କରିଥିଲେ, ସେହି ଆଦର୍ଶ ଆମକୁ ନିରନ୍ତର ପ୍ରେରଣା ଦେଇ ଚାଲିଥିବ ।”
“ଆଜି ଗରିବ ଲୋକଙ୍କ ଘରେ ହେଉ, ଶୌଚାଳୟରେ ହେଉ, ମାଗଣାରେ ବିଜୁଳି ଏବଂ ଗ୍ୟାସ ସଂଯୋଗ ହୋଇଥାଉ, ସ୍କୁଲ ହେଉ, ସଡ଼କ ହେଉ, ମାଗଣାରେ ଚିକିତ୍ସା ସୁବିଧା ହେଉ, ଏ ସବୁକିଛି ଯେଉଁ ଗତିରେ ଦେଶର ଅବଶିଷ୍ଟ କ୍ଷେତ୍ରରେ ଉପଲବ୍ଧ କରାଯାଉଛି, ଏଭଳି ଗତିରେ ତାହା ଆଦିବାସୀ ଅଧ୍ୟୁସିତ କ୍ଷେତ୍ରରେ ମଧ୍ୟ ଯୋଗାଇ ଦିଆଯାଉଛି ।”
ଦେଶବ୍ୟାପୀ ୫୦ଟିଏକଲବ୍ୟ ମଡ଼େଲ ଆବାସିକ ବିଦ୍ୟାଳୟର ଏକସଙ୍ଗେ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନଜାତୀୟ ଗୌରବ ଦିବସ ମହାସମ୍ମେଳନରେ ଜନଜାତୀୟ ସମ୍ପ୍ରଦାୟଙ୍କ କଲ୍ୟାଣ ନିମନ୍ତେ ଅନେକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି । ମଧ୍ୟ ପ୍ରଦେଶରେ ପ୍ରଧାନମନ୍ତ୍ରୀ ଆଜି ‘ରାସନ ଆପକେ ଗ୍ରାମ’ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ସେ ମଧ୍ୟ ପ୍ରଦେଶରେ ସିକଲ ସେଲ ମିଶନକୁ ମଧ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ କରିଛନ୍ତି । ସେହିଭଳି ସମଗ୍ର ଦେଶରେ ଏକାସଙ୍ଗେ ୫୦ଟି ଏକଲବ୍ୟ ମଡ଼େଲ ଆବାସିକ ବିଦ୍ୟାଳୟର ଆଧାରଶିଳା ପ୍ରଧାନମନ୍ତ୍ରୀ ଆଜି ରଖିଛନ୍ତି । ଏହି ଅବସରରେ ମଧ୍ୟ ପ୍ରଦେଶ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ, ଡକ୍ଟର ବୀରେନ୍ଦ୍ର କୁମାର, ଶ୍ରୀ ନରେନ୍ଦ୍ର ସିଂହ ତୋମର, ଶ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ ତଥା କେନ୍ଦ୍ରୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଏସ ପଟେଲ, ଶ୍ରୀ ଫଗନ ସିଂହ କୁଲସ୍ତେ ଏବଂ ଡକ୍ଟର ଏଲ ମୁରୁଗନ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତଅୀ ଏହି ଅବସରରେ ଉପସ୍ଥିତ ଗଣ୍ୟମାନ୍ୟ ଲୋକମାନଙ୍କୁ ସମ୍ବୋଧିତ କରି କହିଳେ ଯେ ଆଜି ଭାରତ ନିଜର ପ୍ରଥମ ‘ଜନଜାତୀୟ ଗୌରବ ଦିବସ’ ପାଳନ କରୁଛି । ସେ କହିଲେ ଯେ ପ୍ରଥମ ଥର ପାଇଁ ଏତେ ବିରାଟ ଆକାରରେ ସମଗ୍ର ଦେଶରେ ଜନଜାତି ସମାଜଙ୍କ କଳା ସଂସ୍କୃତି, ସ୍ୱାଧୀନତା ଆନ୍ଦୋଳନ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଯୋଗଦାନକୁ ଗୌରବର ସହିତ ସ୍ମରଣ କରାଯାଉଛି, ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଉଛି ।’ ଜନଜାତି ସମାଜ ସହିତ ନିଜର ଦୀର୍ଘ ସଂପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କରି ସେମାନଙ୍କର ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଜୀବନର ସେ ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଲେ ଯେ  ଗୀତ ଏବଂ ନୃତ୍ୟ ସହିତ ଜନଜାତି ବର୍ଗର ଲୋକଙ୍କ ପ୍ରତ୍ୟେକ ସାଂସ୍କତିକ ବିଭାବରେ ଜୀବନର ଏକ ଅଦ୍ଭୁତ ପ୍ରେରଣା ରହିଛି ଏବଂ ସେଥିରୁ  ଶିକ୍ଷାଲାଭ କରିବାର ଢେର୍‍ କିଛି ରହିଛି ।

ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ପ୍ରଦାନ କରି କହିଲେ ଯେ ‘ସ୍ୱାଧୀନତା ସଂଗ୍ରାମରେ ଜନଜାତି ବର୍ଗର ନେତା ନେତ୍ରୀମାନଙ୍କର ବୀରଗାଥାକୁ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥପାନ କରିବା, ନୂତନ ପିଢ଼ଙ୍କ ସହିତ ସେମାନଙ୍କୁ ପରିଚିତ କରାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ ।’ ପରାଧୀନତାର କାଳଖଣ୍ଡରେ ବିଦେଶୀ ଶାସନ ବିରୁଦ୍ଧେରେ ଖାସି- ଗାରୋ ଆନ୍ଦୋଳନ, ମିଜୋ ଆନ୍ଦୋଳନ, କୋଲ ଆନ୍ଦୋଳନ ସମେତ ଅନେକ ସଂଗ୍ରାମର ଉଦାହରଣ ରହିଛି । ପ୍ରଧାନମନ୍ତ୍ରୀ କହିଲେ ଯେ ‘ଗଣ୍ଡ ମହାରାଣୀ ବୀର ଦୁର୍ଗାବତୀଙ୍କ ଶୌର୍ଯ୍ୟ ଗାଥା ହେଉ କିମ୍ବା ରାଣୀ କମଳାପତିଙ୍କ ବଳିଦାନ, ଦେଶ ଏହାକୁ କଦାପି ଭୁଲି ପାରିବନାହିଁ । ବୀର ମହାରାଣା ପ୍ରତାଦଙ୍କ ସଂଘର୍ଷର କଳ୍ପନା ସେହି ବାହାଦୂର ଭୀଲମାନଙ୍କ ବିନା କଦାପି କଳ୍ପନା କରାଯାଇପାରି ନଥାନ୍ତା । ସେମାନେ କାନ୍ଧକୁ କାନ୍ଧ ମିଳାଇ ସଂଗ୍ରାମ କରିଥିଲେ ଏବଂ ବଳିଦାନ ମଧ୍ୟ ଦେଇଥିଲେ ।’

ଆଗାମୀ ପିଢ଼ିଙ୍କୁ ଛତ୍ରପତି ଶିବାଜୀ ମହାରାଜଙ୍କ ସହିତ ଯୋଡ଼ିବାରେ ଶିବାଶାହିର ବାବାସାହେବ ପୁରନ୍ଦରେଙ୍କ ଅମୂଲ୍ୟ ଯୋଗଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ଶିବାଶାହିର ବାବାସାହେବ ପୁରନ୍ଦରେଙ୍କର ଆଜି ସକାଳେ ଦେହାନ୍ତ ହୋଇଗଲା । ପ୍ରଧାନମନ୍ତ୍ରୀ ଏହି ପ୍ରଖ୍ୟାତ ଇତିହାସକାରଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ, ‘ ଛତ୍ରପତି ଶିବାଜୀ ମହାରାଜଙ୍କର ଯେଉଁ ଆଦର୍ଶକୁ ବାବାସାହେବ ପୁରନ୍ଦରେଜୀ ଦେଶବାସୀଙ୍କ ନିକଟରେ ଉପସ୍ଥାପନ କରିଛନ୍ତି, ସେହି ଆଦର୍ଶ ଆମକୁ ନିରନ୍ତର ପ୍ରେରଣା ଦେଇ ଚାଲିଥିବ । ମୁଁ ବାବାସାହେବ ପୁରନ୍ଦରେ ଜୀଙ୍କୁ ନିଜର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଉଛି ।’

ପ୍ରଧାନମନ୍ତ୍ରୀ କହିଲେ, ‘ ଆଜି ଯେତେବେଳେ ଆମେ ରାଷ୍ଟ୍ର ନିର୍ମାଣରେ ଆଦିବାସୀ ସମାଜର ଯୋଗଦାନକୁ ରାଷ୍ଟ୍ରୀୟ ମଞ୍ଚରେ ଆଲୋଚନା କରୁଛେ, ସେତେବେଳେ କିଛି ଲୋକଙ୍କୁ ଏହା ଅଡ଼ୁଆ ଲାଗୁଛି । ଏଭଳି ଲୋକ କଦାପି ଏକଥା ବୁଝି ପାରିବେନାହିଁ ଯେ ଭାରତର ସଂସ୍କୃତିକୁ ମଜଭୁତ କରିବା ନିମନ୍ତେ ଜନଜାତି ସମାଜର କେତେ ବଡ଼ ଯୋଗଦାନ ରହିଛି ।’ ଏହାର କାରଣ ଏହା ଯେ ଜନଜାତି ସମାଜଙ୍କ ଯୋଗଦାନକୁ ହୁଏତ ଦେଶବାସୀଙ୍କ ଅବଗତ କରାଯାଉନଥିଲ ଏବଂ ଯାହା ବି ବତାଯାଉଥିଲା ତାହା ଖୁବ୍‍ ସୀମିତ ଭାବେ ଅବଗତ କରାଯାଉଥିଲା । ଶ୍ରୀ ମୋଦୀ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରି କହିଲେ ଯେ ‘ଏହା ଏଇଥିପାଇଁ ହେଉଥିଲା କାରଣ ସ୍ୱାଧୀନତା ଲାଭ ପରେ ଦଶନ୍ଧି ଦଶନ୍ଧି ଧରି ଦେଶରେ ସରକାର ଚଳାଉଥିବା ଲୋକ ନିଜର ସ୍ୱାର୍ଥପର ରାଜନୀତିକୁ ପ୍ରାଥମିକତା ପ୍ରଦାନ କରୁଥିଲେ ।’ ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଆଦିବାସୀ ଅଧ୍ୟୁସିତ କ୍ଷେତ୍ରରେ ଗରିବ ଲୋକମାନଙ୍କ ନିମନ୍ତେ ବାସଗୃହ, ଶୌଚାଳୟ, ମାଗଣାରେ ବିଜୁଳି ଏବଂ ଗ୍ୟାସ ସଂଯୋଗ, ସ୍କୁଲ, ସଡ଼କ ଏବଂ ମାଗଣାରେ ଚିକିତ୍ସା ଭଳି ସୁବିଧା ଦେଶର ଅବଶିଷ୍ଟ କ୍ଷେତ୍ର ଭଳି ଉପଲବ୍ଧ କରାଯାଉଛି ।’

ପ୍ରଧାନମନ୍ତ୍ରୀ କହିଲେ ଯେ କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାଗୁଡ଼ିକରେ ଜନଜାତି ଅଧ୍ୟୁସିତ କ୍ଷେତ୍ରବାଲା ଆକା„ୀ ଜିଲ୍ଲାଗୁଡ଼ିକରେ ପ୍ରାଥମିକତା ପ୍ରଦାନ କରାଯାଉଛି । ସେ କହିଲେ ଯେ ଦେଶର ଜନଜାତି ଅଧ୍ୟୁସିତ କ୍ଷେତ୍ରଗୁଡ଼ିକୁ ଅର୍ଥ ଏବଂ ସଂସାଧନରେ ସମୃଦ୍ଧ କରାଯାଉଛି । କିନ୍ତୁ ‘ପ୍ରଥମେ ଯେଉଁ ସରକାର ଥିଲେ, ସେମାନେ ଏହିସବୁ କ୍ଷେତ୍ରପ୍ରତି ଶୋଷଣର ନୀତି ଆପଣାଇଥିଲେ । ଆମେ ଏହିସବୁ କ୍ଷେତ୍ରଗୁଡ଼ିକର କ୍ଷମତାକୁ ଉଚିତ ଉପଯୋଗ କରିବା ନୀତିକୁ ପାଳନ କରିଆସୁଛୁ ।’ ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ କିପରି ପାରିତ ଆଇନଗୁଡ଼ିକୁ ବଦଳାଇ ଜନଜାତି ସମାଜକୁ ବନ ସଂସାଧନ ଉପଲବ୍ଧ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ନିକଟରେ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ଜନଜାତି ସମାଜରୁ ଆସିଥିବା ପୁରସ୍କାର ବିଜେତା ଯେତେବେଳେ ରାଷ୍ଟ୍ରପତି ଭବନ ପହଞ୍ôଚଲେ ସେତେବେଳେ ସମଗ୍ର ବିଶ୍ୱ ଚକିତ ହୋଇଗଲେ । ସେଭଳି ଆଦିବାସୀ ଓ ଗ୍ରାମୀଣ ସମାଜର କାମ କରୁଥିବା ଲୋକଙ୍କୁ ସେମାନେ ଦେଶର ବାସ୍ତବ ହୀରୋ ବୋଲି ଆଖ୍ୟା ଦେଇଛନ୍ତି । ଏବେ ଆଦିବାସୀ ସମ୍ପ୍ରଦାୟର କାରିଗରମାନଙ୍କ ଉତ୍ପାଦକୁ ରାଷ୍ଟ୍ରୀୟ ଏବଂ ବୈଶ୍ୱିକ ସ୍ତରରେ ପ୍ରଚାର ପ୍ରସାର କରାଯାଉଛି । ଆଜି ୯୦ରୁ ଅଧିକ ଜଙ୍ଗଲଜାତ ଉତ୍ପାଦକୁ ଏମଏସପି ପ୍ରଦାନ କରାଯାଉଛି ଯଦ୍ୟପି ପୂର୍ବରୁ କେବଳ ୮-୧୦ ଫସଲ ଉପରେ ଏହା ପ୍ରଦାନ କରାଯାଉଥିଲା । ଏଭଳି ଜିଲ୍ଲାମାନଙ୍କ ନିମନ୍ତେ ୧୫୦ରୁ ଅଧିକ ମେଡ଼ିକାଲ କଲେଜକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ୨,୫୦୦ରୁ ଅଧିକ ବନ ଧନ ବିକାଶ କେନ୍ଦ୍ରକୁ ୩୭,୦୦୦ରୁ ଅଧିକ ସ୍ୱୟଂ ସହାୟତା ସମୂହ ସହିତ ଯୋଡ଼ାଯାଇଛି ଯେଉଁଥିରୁ ୭ ଲକ୍ଷ ଲୋକଙ୍କୁ ଯୋଜଗାର ସୁବିଧା ପ୍ରାପ୍ତ ହେଉଛି । ୨୦ ଲକ୍ଷ ଭୂମି ପଟ୍ଟା ସେମାନଙ୍କୁ ପ୍ରଦାନ କରାଯାଉଛି ଏବଂ ଜନଜାତୀୟ ଯୁବଗୋଷ୍ଠୀଙ୍କ କୌଶଳ ଏବଂ ଶିକ୍ଷା ଉପରେ ଧ୍ୟାନ ଦିଆଯାଉଛି । ବିଗତ ୭ ବର୍ଷରେ ୯ଟି ନୂତନ ଆଦିବାସୀ ଅନୁସନ୍ଧାନ ସଂସ୍ଥାନ ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ କହିଲେ ଯେ ନୂତନ ଶିକ୍ଷା ନୀତିରେ ମାତୃଭାଷା ଉପରେ ଗୁରୁତ୍ୱୂ ଆରୋପ କରାଯିବା ଦ୍ୱାରା ଆଦିବାସୀ ବର୍ଗର ଲୋକଙ୍କୁ ଅଧିକ ଫାଇଦା ମିଳିପାରିଛି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's strong growth outlook intact despite global volatility: Govt

Media Coverage

India's strong growth outlook intact despite global volatility: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister urges MPs to vote in favour of Nari Shakti Vandan Adhiniyam Amendment, Calls it Historic Opportunity
April 17, 2026

The Prime Minister, Shri Narendra Modi, has highlighted that a discussion is currently underway in Parliament on the amendment to the Nari Shakti Vandan Adhiniyam, noting that deliberations continued till 1 AM last night.

He stated that all misconceptions surrounding the amendment have been addressed with logical responses, and every concern raised by members has been resolved. The Prime Minister added that necessary information, wherever lacking, has also been provided to all members, ensuring that issues of opposition have been clarified.

Emphasising that the issue of women’s reservation has witnessed political debates for nearly four decades, the Prime Minister said that the time has now come to ensure that women, who constitute half of the country’s population, receive their rightful representation.

He observed that even after decades of independence, the low representation of women in the decision-making process is not appropriate and needs to be corrected.

The Prime Minister informed that voting in the Lok Sabha is expected shortly and urged all political parties to take a thoughtful and sensitive decision by voting in favour of the women’s reservation amendment.

Appealing on behalf of the women of the country, he urged all Members of Parliament to ensure that no action hurts the sentiments of Nari Shakti. He noted that crores of women are looking towards the Parliament, its intent, and its decisions.

The Prime Minister called upon MPs to reflect upon their families-mothers, sisters, daughters, and wives—and listen to their inner conscience while making the decision.

He described the amendment as a significant opportunity to serve and honour the women of the nation and urged members not to deprive them of new opportunities.

Expressing confidence, the Prime Minister said that if the amendment is passed unanimously, it will further strengthen Nari Shakti as well as the country’s democracy.

Calling it a historic moment, he urged all members to come together to create history by granting rightful representation to women, who form half of India’s population.

The Prime Minister wrote on X;

“संसद में इस समय नारीशक्ति वंदन अधिनियम में संशोधन पर चर्चा चल रही है। कल रात भी एक बजे तक चर्चा चली है।

जो भ्रम फैलाए गए, उनको दूर करने के लिए तर्कबद्ध जवाब दिया गया है। हर आशंका का समाधान किया गया है। जिन जानकारियों का अभाव था, वो जानकारियां भी हर सदस्य को दी गई हैं। किसी के मन में विरोध का जो कोई भी विषय था, उसका भी समाधान हुआ है।

महिला आरक्षण के इस विषय पर देश में चार दशक तक बहुत राजनीति कर ली गई है। अब समय है कि देश की आधी आबादी को उसके अधिकार अवश्य मिलें।

आजादी के इतने दशकों बाद भी भारत की महिलाओं का निर्णय प्रक्रिया में इतना कम प्रतिनिधित्व रहे, ये ठीक नहीं।

अब कुछ ही देर लोकसभा में मतदान होने वाला है। मैं सभी राजनीतिक दलों से आग्रह करता हूं… अपील करता हूं...

कृपया करके सोच-विचार करके पूरी संवेदनशीलता से निर्णय लें, महिला आरक्षण के पक्ष में मतदान करें।

मैं देश की नारी शक्ति की तरफ से भी सभी सदस्यों से प्रार्थना करूंगा… कुछ भी ऐसा ना करें, जिनसे नारीशक्ति की भावनाएं आहत हों।

देश की करोड़ों महिलाओं की दृष्टि हम सभी पर है, हमारी नीयत पर है, हमारे निर्णय पर है। कृपया करके नारीशक्ति वंदन अधिनियम में संशोधन का साथ दें।”

“मैं सभी सांसदों से कहूंगा...

आप अपने घर में मां-बहन-बेटी-पत्नी सबका स्मरण करते हुए अपनी अंतरात्मा को सुनिए ...

देश की नारीशक्ति की सेवा का, उनके वंदन का ये बहुत बड़ा अवसर है।

उन्हें नए अवसरों से वंचित नहीं करिए।

ये संशोधन सर्वसम्मति से पारित होगा, तो देश की नारीशक्ति और सशक्त होगी… देश का लोकतंत्र और सशक्त होगा।

आइए… हम मिलकर आज इतिहास रचें। भारत की नारी को… देश की आधी आबादी को उसका हक दें।”