ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (30.11.2020) ବାରାଣସୀଠାରେ ଦେବ ଦୀପାବଳି ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କାଶୀ ନିମନ୍ତେ ଏହା ଏକ ସ୍ଵତନ୍ତ୍ର ଘଟଣା କାରଣ 100 ବର୍ଷ ପୂର୍ବରୁ କାଶୀରୁ ଚୋରୀ ହୋଇଥିବା ମାତା ଅର୍ଣ୍ଣପୂର୍ଣ୍ଣାଙ୍କ ବିଗ୍ରହ ପୁଣି ଆମ ଦେଶକୁ ଫେରୁଛି । କାଶୀ ନିମନ୍ତେ ଏହା ଏକ ସୌଭାଗ୍ୟର ବିଷୟ । ଦେବାଦେବୀଙ୍କ ପ୍ରାଚୀନ ବିଗ୍ରହମାନ ଆମର ବିଶ୍ଵାସ ଓ ବହୁମୂଲ୍ୟ ଐତିହ୍ୟର ପ୍ରତୀକ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯଦି ଏହି ଉଦ୍ୟମ ଆଗରୁ କରାଯାଇଥାନ୍ତା, ତେବେ ଦେଶ ଅନେକ ମୂର୍ତ୍ତି ଫେରିପାଇଥାନ୍ତା । ଆମ ପାଇଁ ଐତିହ୍ୟ ମାନେ ଆମର ସଂସ୍କୃତି, ଆମର ବିଶ୍ଵାସ ଓ ଆମର ମୂଲ୍ୟବୋଧ । ଅନ୍ୟମାନଙ୍କ ପାଇଁ ତାହା କେବଳ ବିଗ୍ରହ ଏବଂ ପରିବାରର ପ୍ରତିଛବି ହୋଇପାରେ ବୋଲି ଶ୍ରୀ ମୋଦୀ କହିଛନ୍ତି ।

ସମାଜ ଓ ଏହାର ପରିବେଷ୍ଟନୀରେ ଗୁରୁ ନାନକ ଦେବ ମହାନ ସଂସ୍କାରର ପ୍ରତୀକ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯେତେବେଳେ ଜାତୀୟ ସ୍ଵାର୍ଥ ଦୃଷ୍ଟିରୁ  ସମାଜରେ କୌଣସି ପରିବର୍ତ୍ତନ ଆସେ ସେତେବେଳେ ବିରୋଧୀମାନେ କେତେକ ଅଦ୍ଭୁତ ପ୍ରଶ୍ନ ଉଠାଇଥାନ୍ତି । ମାତ୍ର ସେସବୁ ସଂସ୍କାରର ମୂଳଭିତ୍ତି ହେଲା ସମସ୍ତ ଅସମାହିତ ବିଷୟର ସମାଧାନ । ଆମେ ଗୁରୁ ନାନକ ଦେବ ଜୀଙ୍କ ଜୀବନୀରୁ ଏହି ଶିକ୍ଷା ଲାଭ କରିଥାଉ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ କାଶୀରେ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେଲା, ସେତେବେଳେ କିଛି ଲୋକ ଅଯଥା ଆପତ୍ତି କରିବା ପାଇଁ ଅଭିଯୋଗ ବାଢିଥିଲେ । ସେତେବେଳେ ସ୍ଥିର ହେଲା ଯେ କାଶୀରେ ବିଶ୍ଵନାଥ ଚଲାପଥ ବାବାଙ୍କ ଦରବାର ପର୍ଯ୍ୟନ୍ତ ଯିବ, ସେତେବେଳେ କେତେକ ଅଭିଯୋଗକାରୀ ଏହାର ସମାଲୋଚନା କରିଥିଲେ । ମାତ୍ର ଆଜି ବାବାଙ୍କ କୃପାରୁ କାଶୀର ଗୌରବ ଫେରିଆସିଛି । ଶହ ଶହ ବର୍ଷଧରି ବାବାଙ୍କ ଦରବାର ସହିତ ଗଙ୍ଗା ନଦୀର ସଂଯୋଗକୁ ପୁନଃସଂସ୍ଥାପିତ କରାଯାଇଛି ।

ପ୍ରଧାନମନ୍ତ୍ରୀ କାଶୀ ବିଶ୍ଵନାଥ ବାବାଙ୍କ ଅପାର ମହିମାରୁ ଦେବ ଦୀପାବଳିରେ ଯୋଗଦେବାର ସୁଯୋଗ ପାଇଥିବାରୁ ଖୁସି ପ୍ରକଟ କରିଛନ୍ତି । ଏହି ପ୍ରାଚୀନ ସହର କାଶୀ ବହୁ ବର୍ଷଧରି ବିଶ୍ଵକୁ ପଥ ପ୍ରଦର୍ଶନ କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କରୋନାର କଷଣ ଯୋଗୁଁ ସେ କାଶୀ ଆସିପାରିନାହାନ୍ତି । ଏହା ତାଙ୍କର ନିର୍ବାଚନମଣ୍ଡଳୀ ହୋଇଥିଲେ ମଧ୍ୟ ସେ ସବୁବେଳେ ଏହିପରି ଏକ ଅସମ୍ପୂର୍ଣ୍ଣ ଘଟଣା ତାଙ୍କ ମନରେ ରହିଗଲା ବୋଲି କହିଛନ୍ତି । ବୈଶ୍ଵିକ ମହାମାରୀ କାଳରେ ସେ ଆଦୌ ଜନସାଧାରଙ୍କ ଠାରୁ ଦୂରେଇ ନଯାଇ ସେମାନଙ୍କ ଭଲମନ୍ଦ ଖବର ରଖିଛନ୍ତି । ମହାମାରୀ କାଳରେ କାଶୀବାସୀ ଯେଉଁ ଜନସେବା ମନୋଭାବ ପୋଷଣ କରିଛନ୍ତି, ତାହାର ଶ୍ରୀ ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି ।

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches $1.5 billion maritime insurance pool, issues first covers

Media Coverage

India launches $1.5 billion maritime insurance pool, issues first covers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 13, 2026
May 13, 2026

Leadership That Leads by Example: PM Modi's Push for Mindful Growth, Innovation & Infrastructure