ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ନେତାମାନେ ଆଲୋଚନା କରିଥିଲେ
ପ୍ରଥମ ଆଣବିକ ଶକ୍ତି ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ଡି କ୍ରୁଙ୍କୁ ଅଭିନନ୍ଦନ ଜଣାଇଥିଲେ
ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ଥିବା ଆଞ୍ଚଳିକ ଏବଂ ବୈଶ୍ୱିକ ସମସ୍ୟା ଉପରେ ମତ ବିନିମୟ କରିଥିଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଲଜିୟମର ପ୍ରଧାନମନ୍ତ୍ରୀ ଶ୍ରୀ ଆଲେକଜାଣ୍ଡର ଡି କ୍ରୁଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ।

ନିକଟରେ ବ୍ରସେଲ୍ସରେ ପ୍ରଥମ ପରମାଣୁ ଶକ୍ତି ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ଡି କ୍ରୁଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଉଭୟ ନେତା ଭାରତ ଓ ବେଲଜିୟମ ମଧ୍ୟରେ ଉତ୍ତମ ସମ୍ପର୍କର ସମୀକ୍ଷା କରିଥିଲେ। ବାଣିଜ୍ୟ, ନିବେଶ, ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା, ସେମିକଣ୍ଡକ୍ଟର, ଔଷଧ, ସବୁଜ ହାଇଡ୍ରୋଜେନ, ଆଇଟି, ପ୍ରତିରକ୍ଷା, ବନ୍ଦର ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଉପରେ ସେମାନେ ଆଲୋଚନା କରିଥିଲେ ।

ଉଭୟ ନେତା  ୟୁରୋପୀୟ ସଂଘର ପରିଷଦର ଚାଲିଥିବା ବେଲଜିୟମ ଅଧ୍ୟକ୍ଷତା ଅଧୀନରେ ଭାରତ-ୟୁରୋପୀୟ ସଂଘ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତା ଦୋହରାଇଥିଲେ ।

ସେମାନେ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ଉପରେ ମତ ବିନିମୟ କରିଥିଲେ । ପଶ୍ଚିମ ଏସିଆ ଅଞ୍ଚଳରେ ଶାନ୍ତି ଓ ନିରାପତ୍ତା ଶୀଘ୍ର ପୁନରୁଦ୍ଧାର ଏବଂ ରୁଷ୍-ୟୁକ୍ରେନ୍ ସଂଘର୍ଷ ପାଇଁ ସହଯୋଗ ଓ ସମର୍ଥନ ବୃଦ୍ଧି କରିବାର ଆବଶ୍ୟକତା ଉପରେ ସେମାନେ ସହମତ ହୋଇଥିଲେ। 

ଦୁଇ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future