ଦୁଇ ନେତା ରଣନୀତିକ ଭାଗିଦାରୀକୁ ମଜବୁତ କରିବାକୁ ପ୍ରତିବଦ୍ଧ ହେଲେ
ସେମାନେ ପ୍ରଧାନମନ୍ତ୍ରୀ ମିତ୍‌ସୋଟାକିସ୍‌ଙ୍କ ଭାରତ ଗସ୍ତ ପରେ ବାଣିଜ୍ୟ, ପ୍ରତିରକ୍ଷା, ପରିବହନ ଏବଂ ଯୋଗାଯୋଗ କ୍ଷେତ୍ରରେ ଅଗ୍ରଗତିର ସମୀକ୍ଷା କଲେ
ଦୁଇ ନେତା ଆଇଏମ୍‌ଇଇସି ସମେତ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କଲେ

ଗ୍ରୀସ୍‌ର ପ୍ରଧାନମନ୍ତ୍ରୀ ଶ୍ରୀ କିରିୟାକୋସ୍ ମିତ୍‌ସୋଟାକିସ୍ ଫୋନ୍ କଲ୍ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ମିତ୍‌ସୋଟାକିସ୍ ଭାରତରେ ସାଧାରଣ ନିର୍ବାଚନରେ ପୁନର୍ବାର ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ସମ୍ପ୍ରତି ଉଚ୍ଚ ସ୍ତରୀୟ ବିନିମୟ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କରେ ସୃଷ୍ଟି ହୋଇଥିବା ଗତିକୁ ଉଭୟ ନେତା ପ୍ରଶଂସା କରିଛନ୍ତି ଏବଂ ଭାରତ-ଗ୍ରୀସ୍ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

ଏହି ଅବସରରେ ସେମାନେ ଚଳିତ ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ମିତ୍‌ସୋଟାକିସ୍‌ଙ୍କ ଭାରତ ଗସ୍ତ ପରେ ବାଣିଜ୍ୟ, ପ୍ରତିରକ୍ଷା, ପରିବହନ ଏବଂ ଯୋଗାଯୋଗ ସହିତ ଦ୍ୱିପାକ୍ଷିକ ସହଯୋଗ ସମେତ ଅନେକ କ୍ଷେତ୍ରରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ ।

ଏହି ଦୁଇ ନେତା ଆଇଏମ୍‌ଇଇସି ଏବଂ ପଶ୍ଚିମ ଏସିଆର ବିକାଶ ସମେତ ବିଭିନ୍ନ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ ।

ଦୁଇ ନେତା ସମ୍ପର୍କରେ ରହିବାକୁ ସହମତି ପ୍ରକାଶ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride