ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନ ରାଷ୍ଟ୍ରପତି ମହାମହିମ ଶ୍ରୀ ଭୋଲଦିମିର ଜେଲେଁସ୍କିଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି ।
ରାଷ୍ଟ୍ରପତି ଜେଲେଁସ୍କି ୟୁକ୍ରେନର ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ନିଜ ମତ ରଖିଛନ୍ତି ।
ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଜେଲେଁସ୍କିଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଓ ତୁରନ୍ତ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ପ୍ରତି ଭାରତର ଦୃଢ଼ ତଥା ସ୍ଥିର ଆଭିମୁଖ୍ୟକୁ ପୁନଃଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରରେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ଦୁଇ ନେତା ଭାରତ-ୟୁକ୍ରେନ ଦ୍ୱିପାକ୍ଷିକ ସହଭାଗୀତାରେ ହୋଇଥିବା ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ପାରସ୍ପରିକ ହିତ କ୍ଷେତ୍ରରେ ସହଯୋଗକୁ ଆହୁରି ବୃଦ୍ଧି କରିବା ପାଇଁ ଆଲୋଚନା କରିଥିଲେ।
ଦୁଇ ନେତା ଆଗକୁ ମଧ୍ୟ ସମ୍ପର୍କ ବଜାୟ ରଖିବାକୁ ସହମତ ହୋଇଥିଲେ।
Glad to speak with President Zelenskyy and hear his perspectives on recent developments. I conveyed India’s consistent position on the need for an early and peaceful resolution of the conflict. India remains committed to making every possible contribution in this regard, as well…
— Narendra Modi (@narendramodi) August 11, 2025


