ୟୁକ୍ରେନର ସାମ୍ପ୍ରତିକ ଘଟଣାକ୍ରମ ଉପରେ ନିଜର ମତବ୍ୟକ୍ତ କଲେ ରାଷ୍ଟ୍ରପତି ଜେଲେଁସ୍କି
ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତର ଦୃଢ଼ ଆଭିମୁଖ୍ୟ ଏବଂ ତୁରନ୍ତ ଶାନ୍ତି ପ୍ରତିଷ୍ଠା ପ୍ରୟାସର ସମର୍ଥନ ଦୋହରାଇଲେ ପ୍ରଧାନମନ୍ତ୍ରୀ
ଉଭୟ ନେତା ଭାରତ-ୟୁକ୍ରେନ ଦ୍ୱିପାକ୍ଷିକ ଭାଗିଦାରୀରେ ହୋଇଥିବା ଅଗ୍ରଗତିର କଲେ ସମୀକ୍ଷା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନ ରାଷ୍ଟ୍ରପତି ମହାମହିମ ଶ୍ରୀ ଭୋଲଦିମିର ଜେଲେଁସ୍କିଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହୋଇଛନ୍ତି ।

ରାଷ୍ଟ୍ରପତି ଜେଲେଁସ୍କି ୟୁକ୍ରେନର ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ନିଜ ମତ ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଜେଲେଁସ୍କିଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଓ ତୁରନ୍ତ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ପ୍ରତି ଭାରତର ଦୃଢ଼ ତଥା ସ୍ଥିର ଆଭିମୁଖ୍ୟକୁ ପୁନଃଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରରେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଦୁଇ ନେତା ଭାରତ-ୟୁକ୍ରେନ ଦ୍ୱିପାକ୍ଷିକ ସହଭାଗୀତାରେ ହୋଇଥିବା ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ପାରସ୍ପରିକ ହିତ କ୍ଷେତ୍ରରେ ସହଯୋଗକୁ ଆହୁରି ବୃଦ୍ଧି କରିବା ପାଇଁ ଆଲୋଚନା କରିଥିଲେ।

ଦୁଇ ନେତା ଆଗକୁ ମଧ୍ୟ ସମ୍ପର୍କ ବଜାୟ ରଖିବାକୁ ସହମତ ହୋଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership