ଭାରତ-ଆମେରିକା ସହଭାଗିତା ପ୍ରତି ରାଷ୍ଟ୍ରପତି ବାଇଡେନଙ୍କ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି
ନେତାମାନେ ଆଲୋକପାତ କରିଥିଲେ ଯେ ଭାରତ-ଆମେରିକା ଭାଗିଦାରୀ ଉଭୟ ଦେଶର ଜନସାଧାରଣ ତଥା ସମଗ୍ର ମାନବଜାତିକୁ ଉପକୃତ କରିବା ପାଇଁ ଉଦ୍ଦିଷ୍ଟ
ୟୁକ୍ରେନର ସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା
ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ବାଇଡେନଙ୍କୁ ତାଙ୍କ ନିକଟରେ ୟୁକ୍ରେନ ଗସ୍ତ ବିଷୟରେ ଅବଗତ କରାଇଥିଲେ
ଶାନ୍ତି ଓ ସ୍ଥିରତା ଶୀଘ୍ର ଫେରିବା ପାଇଁ ଭାରତର ପୂର୍ଣ୍ଣ ସମର୍ଥନକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି
ବାଂଲାଦେଶରେ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଛନ୍ତି
କ୍ୱାଡ୍ ସମେତ ବହୁପକ୍ଷୀୟ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ସେମାନେ ପ୍ରତିବଦ୍ଧତା ଦୋହରାଇଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଆମେରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋସେଫ୍ ଆର ବାଇଡେନଙ୍କ ଠାରୁ ଏକ ଟେଲିଫୋନ୍ କଲ୍ ଆସିଛି ।

ଗଣତନ୍ତ୍ର, ଆଇନର ଶାସନ ଏବଂ ଜନସାଧାରଣଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କର ମିଳିତ ମୂଲ୍ୟବୋଧ ଉପରେ ଆଧାରିତ ଭାରତ-ଆମେରିକା ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀ ପ୍ରତି ରାଷ୍ଟ୍ରପତି ବାଇଡେନଙ୍କ ଗଭୀର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ଆଲୋକପାତ କରିଥିଲେ ଯେ ଭାରତ-ଆମେରିକା ଭାଗିଦାରୀ ଉଭୟ ଦେଶର ଜନସାଧାରଣ ତଥା ସମଗ୍ର ମାନବଜାତିକୁ ଉପକୃତ କରିବା ପାଇଁ ଉଦ୍ଦିଷ୍ଟ ।

ଅନେକ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ବିସ୍ତୃତ ଭାବ ବିନିମୟ ହୋଇଥିଲା।

ୟୁକ୍ରେନର ସ୍ଥିତି ଉପରେ ଆଲୋଚନା କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ବାଇଡେନଙ୍କୁ ତାଙ୍କ ନିକଟରେ ୟୁକ୍ରେନ ଗସ୍ତ ବିଷୟରେ ଅବଗତ କରାଇଥିଲେ । ଆଲୋଚନା ଓ କୂଟନୀତି ସପକ୍ଷରେ ଭାରତର ନିରନ୍ତର ଆଭିମୁଖ୍ୟକୁ ଦୋହରାଇବା ସହ ଶୀଘ୍ର ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ପାଇଁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

ଦୁଇ ନେତା ବାଂଲାଦେଶର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆଇନ ଶୃଙ୍ଖଳା ବଜାୟ ରଖିବା ସହ ବାଂଲାଦେଶରେ ସଂଖ୍ୟାଲଘୁ, ବିଶେଷ କରି ହିନ୍ଦୁମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

କ୍ୱାଡ୍ ସମେତ ବହୁପକ୍ଷୀୟ କ୍ଷେତ୍ରରେ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଉଭୟ ନେତା ସେମାନଙ୍କପ୍ରତିବଦ୍ଧତା ଦୋହରାଇଥିଲେ।

ଏହାସହିତ ସେମାନେ ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi