ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଲେସିଆ ପ୍ରଧାନମନ୍ତ୍ରୀ ଶ୍ରୀ ଅନୱର ଇବ୍ରାହିମଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଛନ୍ତି ।
ପରସ୍ପରର ଆଲୋଚନା ଅବସରରେ ମାଲେସିଆ ଆସିଆନର ଅଧ୍ୟକ୍ଷତା ଗ୍ରହଣ କରିଥିବାରୁ, ଶ୍ରୀ ଇବ୍ରାହିମଙ୍କୁ ପ୍ରଧାନମନ୍ତ୍ରୀ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ । ମାଲେସିଆ ନେତୃତ୍ୱରେ ଆଗାମୀ ଆସିଆନ ସମ୍ବନ୍ଧୀୟ ଶିଖର ସମ୍ମିଳନୀ ସଫଳ ଆୟୋଜନ ପାଇଁ ସେ ଶୁଭକାମନା ଜଣାଇଥିଲେ ।
ଆସିଆନ-ଭାରତ ଶିଖର ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଡ଼ି ହେବାକୁ ପ୍ରଧାନମନ୍ତ୍ରୀ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ ଏବଂ ଆସିଆନ-ଭାରତ ବ୍ୟାପକ ରଣନୀତିକ ଭାଗିଦାରୀତା ଅଧିକ ସୁଦୃଢ଼ କରିବା ଦିଗରେ ଭାରତର ପ୍ରତିବଦ୍ଧତା ଦୋହରାଇଥିଲେ ।
ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ କହିଛନ୍ତି;
“ମୋର ପ୍ରିୟ ମିତ୍ର,ମାଲେସିଆର ପ୍ରଧାନମନ୍ତ୍ରୀ ଶ୍ରୀ ଅନୱର ଇବ୍ରାହିମଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କଲି । ମାଲେସିଆର ଆସିଆନ ଅଧ୍ୟକ୍ଷତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଲି ଏବଂ ଆଗାମୀ ଶିଖର ସମ୍ମିଳନୀର ସଫଳତା ପାଇଁ ତାଙ୍କୁ ଶୁଭକାମନା ଜଣାଇଲି । ଆସିଆନ-ଭାରତ ଶିଖର ସମ୍ମିଳନୀରେ ଆଭାସୀ ମାଧ୍ୟମରେ ସାମିଲ ହେବାକୁ ଏବଂ ଆସିଆନ-ଭାରତ ବ୍ୟାପକ ରାଜନୈତିକ ଭାଗିଦାରୀତାକୁ ଅଧିକ ସୁଦୃଢ଼ କରିବାକୁ ମୁଁ ଉତ୍ସୁକ ।
@anwaribrahim”
Had a warm conversation with my dear friend, Prime Minister Anwar Ibrahim of Malaysia. Congratulated him on Malaysia’s ASEAN Chairmanship and conveyed best wishes for the success of upcoming Summits. Look forward to joining the ASEAN-India Summit virtually, and to further…
— Narendra Modi (@narendramodi) October 23, 2025


