ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ସମ୍ମାନ ଏବଂ ମର୍ଯ୍ୟାଦା ରକ୍ଷା କରିବାରେ ଭାରତୀୟ ସଶସ୍ତ୍ର ବାହିନୀର ସାହସ ଏବଂ ବୀରତ୍ୱ ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରେ। ଭାରତ ମାତାଙ୍କ ପାଇଁ ସବୁକିଛି ତ୍ୟାଗ କରିବାର ସେମାନଙ୍କର ଉତ୍ସାହ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସେ ଉଲ୍ଲେଖ କରିଥିଲେ।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ପଦ ସେୟାର କରିଛନ୍ତି –
‘‘ସ୍ବଧର୍ମମପି ଚାବେକ୍ଷ ନ ବିକମ୍ପିତୁମର୍ହଷି ।
ଧର୍ମାଦ୍ୟଧି ଯୁଦ୍ଧାଛେୟୋନ୍ୟକ୍ଷତ୍ରିୟସ ନ ବିଦ୍ୟତେ ।।’’
ଏହି ପଦଟି ସୂଚିତ କରେ ଯେ ଯେତେବେଳେ ଜଣେ ନିଜର କର୍ତ୍ତବ୍ୟ ବିଷୟରେ ସଚେତନ ହୁଏ, ସେତେବେଳେ ମନରେ କୌଣସି ପ୍ରକାରର ଦ୍ୱିଧା କିମ୍ବା ଭୟ ରହିବା ଉଚିତ୍ ନୁହେଁ, କାରଣ ନ୍ୟାୟର ବେଦିରେ ଧର୍ମ ଏବଂ ସମ୍ମାନ ରକ୍ଷା ପାଇଁ କରାଯାଇଥିବା ସଂଘର୍ଷ ହେଉଛି ଜଣେ ଯୋଦ୍ଧାଙ୍କ ପାଇଁ ଆତ୍ମ-କଲ୍ୟାଣର ସବୁଠାରୁ ଉତ୍କୃଷ୍ଟ ଏବଂ ସବୁଠାରୁ ଗୌରବମୟ ପଥ ।
देश के मान-सम्मान की रक्षा के लिए भारतीय सेना का शौर्य और पराक्रम सभी देशवासियों को गौरवान्वित करता है। मां भारती के लिए मर-मिटने का उनका जज्बा हर किसी को प्रेरित करने वाला है।
— Narendra Modi (@narendramodi) May 8, 2026
स्वधर्ममपि चावेक्ष्य न विकम्पितुमर्हसि |
धर्म्याद्धि युद्धाच्छ्रेयोऽन्यत्क्षत्रियस्य न विद्यते || pic.twitter.com/FNuJ4tXyvX


