ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନିରନ୍ତର ପ୍ରୟାସ, ଧୈର୍ଯ୍ୟ ଏବଂ ଦୃଢ଼ ସଂକଳ୍ପ ଦ୍ୱାରା ସବୁଠାରୁ ବଡ଼ ଲକ୍ଷ୍ୟ ମଧ୍ୟ ହାସଲ କରାଯାଇପାରିବ। ସେ ଉଲ୍ଲେଖ କରିଥିଲେ ଯେ ଆଜି ଦେଶର ଲୋକମାନେ ଏହି ଭାବନା ଦ୍ୱାରା ପରିଚାଳିତ ହେଉଛନ୍ତି କାରଣ ସେମାନେ ଭାରତକୁ ନୂତନ ଉଚ୍ଚତାକୁ ନେଇଯାଉଛନ୍ତି।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି –
‘‘ଯୋ ଯମର୍ଥ ପ୍ରାର୍ଥୟତେ ତଦର୍ଥ ଚେହ ତେ କ୍ରମାତ୍ ।
ଅବଶ୍ୟଂ ସ ତମାପ୍ନୋନ୍ତି ନ ଚେଦର୍ଥାନ୍ ନିବର୍ତ୍ତତେ ।।’’
ସୁଭାଶିତମ୍ ସୂଚିତ କରେ ଯେ ଜଣେ ବ୍ୟକ୍ତି ଯିଏ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପାଇଁ ପ୍ରାର୍ଥନା କରନ୍ତି କିମ୍ବା ଇଚ୍ଛା କରନ୍ତି, ଏବଂ ଏହାକୁ ହାସଲ କରିବା ପାଇଁ ନିରନ୍ତର, ବ୍ୟବସ୍ଥିତ ପ୍ରୟାସ କରନ୍ତି, ନିଃସନ୍ଦେହରେ ସେହି ଲକ୍ଷ୍ୟ ହାସଲ କରିବେ, ଯଦି ସେମାନେ ଅଧା ବାଟରେ ଛାଡନ୍ତି ନାହିଁ ଏବଂ ନିଜ ପଥରୁ ପଛକୁ ହଟିବେ ନାହିଁ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
ନିରନ୍ତର ପ୍ରୟାସ, ଧୈର୍ଯ୍ୟ ଏବଂ ଦୃଢ ସଂକଳ୍ପ ଦ୍ୱାରା ସବୁଠାରୁ ବଡ଼ ଲକ୍ଷ୍ୟ ହାସଲ କରାଯାଇପାରିବ। ଆଜି ଦେଶବାସୀ ଏହି ଭାବନା ସହିତ ଭାରତକୁ ନୂତନ ଉଚ୍ଚତାକୁ ନେଇଯାଉଛନ୍ତି।
‘‘ଯୋ ଯମର୍ଥ ପ୍ରାର୍ଥୟତେ ତଦର୍ଥ ଚେହ ତେ କ୍ରମାତ୍ ।
ଅବଶ୍ୟଂ ସ ତମାପ୍ନୋନ୍ତି ନ ଚେଦର୍ଥାନ୍ ନିବର୍ତ୍ତତେ ।।’’
निरंतर प्रयास, धैर्य और दृढ़ संकल्प के साथ बड़े से बड़े लक्ष्य को हासिल किया जा सकता है। आज देशवासी इसी भावना से भारतवर्ष को नई ऊंचाइयों की ओर ले जा रहे हैं।
— Narendra Modi (@narendramodi) May 27, 2026
यो यमर्थं प्रार्थयते तदर्थं चेह ते क्रमात् ।
अवश्यं स तमाप्नोति न चेदर्थान् निवर्तते ।। pic.twitter.com/lFBqTuZ46N


