ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ବିଭିନ୍ନ ଭାଗରେ ଅନେକ ପର୍ବ ପାଳନ କରାଯାଉଛି। ସେ ଉଲ୍ଲେଖ କରିଥିଲେ ଯେ ଆନନ୍ଦ ଏବଂ ଉତ୍ସାହରେ ପରିପୂର୍ଣ୍ଣ ଏଭଳି ଅବସରରେ ଦେଶ ନିଜର ପରିଶ୍ରମୀ କୃଷକ ଭାଇ ଓ ଭଉଣୀମାନଙ୍କ ପ୍ରତି କୃତଜ୍ଞ, ଯେଉଁମାନେ ସମଗ୍ର ଦେଶକୁ ପୋଷଣ ଦେଉଛନ୍ତି।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି –
‘‘ଇଥ୍ୟଂ ଫଳାତି ଶୁଧେନ ସିକ୍ତଂ ସଡକଳ୍ପବାରିଣା ।
ପୂଣ୍ୟବୀଜମପି ସ୍ବଳ୍ପଂ ପୁଂସାଂ କୃଷିକୃତାମିବ ।।‘‘
ସୁଭାଶିତମ୍ ସୂଚିତ କରେ ଯେ ଯେପରି ଜଣେ କୃଷକଙ୍କ ଦ୍ୱାରା ବୁଣାଯାଇଥିବା ଏକ ଛୋଟ ମଞ୍ଜି, ଯେତେବେଳେ ସଠିକ୍ ସମୟରେ ଜଳସେଚିତ ହୁଏ, ଧୀରେ ଧୀରେ ବଢିଥାଏ ଏବଂ ପ୍ରଚୁର ଫସଲ ଉତ୍ପାଦନ କରେ, ସେହିପରି ଶୁଦ୍ଧ ଉଦ୍ଦେଶ୍ୟ ସହିତ କରାଯାଇଥିବା ଏକ ଛୋଟ ପ୍ରୟାସ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ବଡ଼ ସଫଳତା ଆଡ଼କୁ ନେଇଯାଏ ।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
"ଦେଶର ବିଭିନ୍ନ ଭାଗରେ ନିକଟରେ ଅନେକ ପର୍ବ ପାଳନ କରାଯାଇଛି। ଉତ୍ସାହ ଏବଂ ଉଲ୍ଲାସରେ ପରିପୂର୍ଣ୍ଣ ଏହି ଅବସର ପାଇଁ ଆମେ ଆମର ପରିଶ୍ରମୀ କୃଷକ ଭାଇ ଓ ଭଉଣୀମାନଙ୍କ ପ୍ରତି କୃତଜ୍ଞ, ଯାହା ସମଗ୍ର ଦେଶକୁ ପୋଷଣ ଦେଇଥାଏ।
‘‘ଇଥ୍ୟଂ ଫଳାତି ଶୁଧେନ ସିକ୍ତଂ ସଡକଳ୍ପବାରିଣା ।
ପୂଣ୍ୟବୀଜମପି ସ୍ବଳ୍ପଂ ପୁଂସାଂ କୃଷିକୃତାମିବ ।।‘‘
देश के अलग-अलग हिस्सों में अभी कई पर्व-त्योहार मनाए गए हैं। उमंग और उल्लास से भरे इन अवसरों के लिए हम अपने परिश्रमी किसान भाई-बहनों के कृतज्ञ हैं, जो पूरे देश का पोषण करते हैं।
— Narendra Modi (@narendramodi) April 15, 2026
इत्थं फलति शुद्धेन सिक्तं सङ्कल्पवारिणा।
पुण्यबीजमपि स्वल्पं पुंसां कृषिकृतामिव॥ pic.twitter.com/8SCCgbUDoY


