ଭାରତୀୟ ସେନା ନିଷ୍ଠା, କର୍ତ୍ତବ୍ୟପରାୟଣତା ଏବଂ ଉତ୍ସର୍ଗୀକୃତତାର ପ୍ରତୀକ : ପ୍ରଧାନମନ୍ତ୍ରୀ
ଆମ ସରକାର ସଶସ୍ତ୍ର ବାହିନୀ ଏବଂ ତାଙ୍କ ପରିବାରର କଲ୍ୟାଣ ପାଇଁ ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେନା ଦିବସରେ ଭାରତୀୟ ସେନାର ଅଦମ୍ୟ ସାହସକୁ ସାଲ୍ୟୁଟ୍ କରିଛନ୍ତି । ଭାରତୀୟ ସେନା ଦୃଢ଼ ସଂକଳ୍ପ, କର୍ତ୍ତବ୍ୟପରାୟଣତା ଏବଂ ଉତ୍ସର୍ଗୀକୃତତାର ପ୍ରତୀକ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି । ଶୀ ମୋଦୀ କହିଛନ୍ତି, “ଆମ ସରକାର ସଶସ୍ତ୍ର ବାହିନୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ପ୍ରତିବଦ୍ଧ। ବର୍ଷ ବର୍ଷ ଧରି ଆମେ ଅନେକ ସଂସ୍କାର ଆଣିବା ସହ ଆଧୁନିକୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛୁ” ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

“ଆଜି ସେନା ଦିବସରେ, ଆମେ ଭାରତୀୟ ସେନାର ଅସୀମ ସାହସକୁ ସାଲ୍ୟୁଟ୍ କରୁଛୁ, ଯାହା ଆମ ଦେଶର ସୁରକ୍ଷା ପାଇଁ ପ୍ରହରୀ ଭାବରେ ଛିଡା ହୋଇଛି । ପ୍ରତ୍ୟେକ ଦିନ କୋଟି କୋଟି ଭାରତୀୟଙ୍କ ନିରାପତ୍ତାକୁ ନିଶ୍ଚିତ କରୁଥିବା ସାହସୀମାନଙ୍କ ଦ୍ୱାରା କରାଯାଇଥିବା ବଳିଦାନକୁ ମଧ୍ୟ ଆମେ ମନେ ରଖିଛୁ ।”

 

“ଭାରତୀୟ ସେନା ନିଷ୍ଠା, କର୍ତ୍ତବ୍ୟ ପରାୟଣତା ଏବଂ ଉତ୍ସର୍ଗୀକୃତତାର ଉଦାହରଣ । ଆମର ସୀମା ସୁରକ୍ଷା କରିବା ବ୍ୟତୀତ ଆମର ସେନା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମାନବିକ ସହାୟତା ଯୋଗାଇବାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।”

 

“ଆମ ସରକାର ସଶସ୍ତ୍ର ବାହିନୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ପ୍ରତିବଦ୍ଧ । ବର୍ଷ ବର୍ଷ ଧରି ଆମେ ଅନେକ ସଂସ୍କାର ଆଣିଛୁ ଏବଂ ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେଇଛୁ । ଏହା ଆଗାମୀ ଦିନରେ ମଧ୍ୟ ଜାରି ରହିବ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi