ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ (ଏନଡିଆରଏଫ-ରାଷ୍ଟ୍ରୀୟ ଆପଦା ମୋଚନ ବଳ)ର ପ୍ରତିଷ୍ଠା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାର ଯବାନମାନଙ୍କୁ ସେମାନଙ୍କ ସାହସ, ସମର୍ପଣ ଏବଂ ନିଃସ୍ୱାର୍ଥ ସେବା ପାଇଁ ପ୍ରଶଂସା କରିବା ସହ ସେମାନଙ୍କୁ ଶୁଭକାମନା ଜଣାଇଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଏନଡିଆରଏଫର ପ୍ରତିଷ୍ଠା ଦିବସର ବିଶେଷ ଅବସରରେ ମୁଁ ଏହାର ବାହାଦୂର ଯବାନମାନଙ୍କୁ ସାହସ, ସମର୍ପଣ ଏବଂ ନିଃସ୍ୱାର୍ଥ ସେବା ପାଇଁ ସାଲ୍ୟୁଟ କରୁଛି । ସେମାନେ ବିପତ୍ତି ସମୟରେ ଏକ ଢାଲ ଭଳି କାମ କରିଥାନ୍ତି । ଜୀବନ ବଞ୍ଚାଇବା, ବିପର୍ଯ୍ୟୟର ମୁକାବିଲା ଏବଂ ବିପତ୍ତି ସମୟରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସେମାନଙ୍କ ଅତୁଟ ପ୍ରତିବଦ୍ଧତା ବାସ୍ତବରେ ପ୍ରଶଂସନୀୟ ।

ଏନଡିଆରଏଫର ବିପର୍ଯ୍ୟୟ ମୁକାବିଲା ଏବଂ ପରିଚାଳନା ବାସ୍ତବରେ ବୈଶ୍ୱିକ ମାନକ ପ୍ରତିଷ୍ଠା କରିଛି ।

@NDRFHQ”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Marvell to invest $250 million, double India workforce in 3 years

Media Coverage

Marvell to invest $250 million, double India workforce in 3 years
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 30, 2026
July 30, 2026

Aatmanirbhar in Action: How PM Modi Turned Vision into Export Multipliers & Safer Rails