60 ହଜାର କୋଟିରୁ ଅଧିକ ପୁଞ୍ଜି ନିବେଶ ଗୁଜୁରାଟ ଏବଂ ଦେଶର ଯୁବକମାନଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ
“ଏକ ଶକ୍ତିଶାଳୀ ଇସ୍ପାତ କ୍ଷେତ୍ର ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିଥାଏ”
ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆର ଏହି ପ୍ରକଳ୍ପ ମେକ୍ ଇନ୍ ଇଣ୍ଡିଆର ଲକ୍ଷ୍ୟରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ”
ଅଶୋଧିତ ଇସ୍ପାତର ଉତ୍ପାଦନ କ୍ଷମତାକୁ ଦ୍ୱିଗୁଣିତ କରିବା ପାଇଁ ଦେଶ ବର୍ତ୍ତମାନ ଲକ୍ଷ୍ୟ ଧାର୍ଯ୍ୟ କରିଛି

ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ (ଏମ୍ / ଏନ୍ଏସ୍ ଇଣ୍ଡିଆ) ହାଜିରା ପ୍ଲାଣ୍ଟର ସମ୍ପ୍ରସାରଣ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ସମାବେଶକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇସ୍ପାତ କାରଖାନା ମାଧ୍ୟମରେ କେବଳ ପୁଞ୍ଜି ବିନିଯୋଗ ହେଉନାହିଁ ବରଂ ଅନେକ ନୂତନ ସମ୍ଭାବନା ପାଇଁ ଦ୍ୱାର ମଧ୍ୟ ଖୋଲୁଛି। “60 ହଜାର କୋଟି ଟଙ୍କାରୁ ଅଧିକ ନିବେଶ ଗୁଜୁରାଟ ଏବଂ ଦେଶର ଯୁବକମାନଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ସମ୍ପ୍ରସାରଣ ପରେ ହାଜିରା ଷ୍ଟିଲ ପ୍ଲାଣ୍ଟରେ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତା 9 ନିୟୁତ ଟନରୁ 15 ମିଲିୟନ ଟନକୁ ବୃଦ୍ଧି ପାଇବ’’ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

2047 ସୁଦ୍ଧା ଏକ ବିକଶିତ ଭାରତ ଆଡକୁ ଯିବା ଲକ୍ଷ୍ୟରେ ଇସ୍ପାତ ଶିଳ୍ପର ବଢ଼ୁଥିବା ଭୂମିକାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ଶକ୍ତିଶାଳୀ ଇସ୍ପାତ କ୍ଷେତ୍ର ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିଥାଏ।  ସେହିଭଳି ସଡକ, ରେଳ, ବିମାନବନ୍ଦର, ବନ୍ଦର, ନିର୍ମାଣ, ଅଟୋମୋବାଇଲ୍, ପୁଞ୍ଜି ସାମଗ୍ରୀ ଏବଂ ଇଞ୍ଜିନିୟରିଂ ଉତ୍ପାଦରେ ଇସ୍ପାତ କ୍ଷେତ୍ରର ଏକ ବଡ଼ ଭୂମିକା ରହିଛି।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସମ୍ପ୍ରସାରଣ ସହିତ ଭାରତକୁ ଏକ ସମ୍ପୂର୍ଣ୍ଣ ନୂଆ ଟେକ୍ନୋଲୋଜି ଆସୁଛି ଯାହା ଇଲେକ୍ଟ୍ରିକ୍ ଯାନ, ଅଟୋମୋବାଇଲ୍ ଏବଂ ଅନ୍ୟାନ୍ୟ ଉତ୍ପାଦନ କ୍ଷେତ୍ରରେ ବହୁ ମାତ୍ରାରେ ସାହାଯ୍ୟ କରିବ । “ମୁଁ ନିଶ୍ଚିତ ଯେ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଇଣ୍ଡିଆର ଏହି ପ୍ରକଳ୍ପ ମେକ୍ ଇନ୍ ଇଣ୍ଡିଆର ଲକ୍ଷ୍ୟରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ। ଇସ୍ପାତ କ୍ଷେତ୍ରରେ ଏକ ବିକଶିତ ଭାରତ ତଥା ଆତ୍ମନିର୍ଭରଶୀଳ ଭାରତ ପାଇଁ ଏହା ଆମର ପ୍ରୟାସକୁ ନୂତନ ଶକ୍ତି ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।’’

ଭାରତ ଠାରୁ ବିଶ୍ବର ଆଶା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ଦ୍ରୁତ ଗତିରେ ବିଶ୍ୱର ବୃହତ୍ତମ ଉତ୍ପାଦନ ହବ୍ ହେବାକୁ ଯାଉଛି ଏବଂ ଏହି କ୍ଷେତ୍ରର ବିକାଶ ପାଇଁ ସରକାର ଆବଶ୍ୟକୀୟ ନୀତି ପରିବେଶ ସୃଷ୍ଟି କରିବାରେ ସକ୍ରିୟ ଅଛନ୍ତି। “ଗତ 8 ବର୍ଷ ମଧ୍ୟରେ ସମସ୍ତଙ୍କ ଉଦ୍ୟମ ଯୋଗୁଁ ଭାରତୀୟ ଇସ୍ପାତ ଶିଳ୍ପ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଇସ୍ପାତ ଉତ୍ପାଦନ ଶିଳ୍ପରେ ପରିଣତ ହୋଇଛି। ଏହି ଶିଳ୍ପରେ ବିକାଶ ପାଇଁ ଅପାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି।

ଭାରତୀୟ ଇସ୍ପାତ ଶିଳ୍ପକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପଗୁଡିକ ପ୍ରଧାନମନ୍ତ୍ରୀ ତାଲିକାଭୁକ୍ତ କରିଛନ୍ତି। ସେ କହିଛନ୍ତି ଯେ ପିଏଲଆଇ ଯୋଜନା ଏହାର ଅଭିବୃଦ୍ଧିର ନୂଆ ରାସ୍ତା ସୃଷ୍ଟି କରିଛି। ଆଇଏନଏସ୍ ବିକ୍ରାନ୍ତଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦେଶ ହାଇ-ଗ୍ରେଡ୍ ଷ୍ଟିଲରେ ପାରଦର୍ଶିତା ହାସଲ କରିଛି ଯାହାର ବ୍ୟବହାର ଜଟିଳ କୌଶଳଗତ ପ୍ରୟୋଗରେ ବୃଦ୍ଧି ପାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡିଆରଡିଓ ର ବୈଜ୍ଞାନିକମାନେ ଏୟାରକ୍ରାଫ୍‌ଟ କ୍ୟାରିୟରରେ ବ୍ୟବହୃତ ସ୍ୱତନ୍ତ୍ର ଷ୍ଟିଲକୁ ବିକଶିତ କରିଛନ୍ତି। ଭାରତୀୟ କମ୍ପାନୀଗୁଡିକ ହଜାର ହଜାର ମେଟ୍ରିକ୍ ଟନ୍ ଷ୍ଟିଲ୍ ଉତ୍ପାଦନ କରିଛନ୍ତି ଏବଂ ଆଇଏନଏସ୍ ବିକ୍ରାନ୍ତ ସ୍ୱଦେଶୀ ସାମର୍ଥ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଏହିପରି ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଦେଶ ବର୍ତ୍ତମାନ ଅଶୋଧିତ ଇସ୍ପାତର ଉତ୍ପାଦନ କ୍ଷମତାକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ସ୍ଥିର କରିଛି। ଆମେ ବର୍ତ୍ତମାନ 154 ଏମଟି ଅଶୋଧିତ ଇସ୍ପାତ ଉତ୍ପାଦନ କରୁଛୁ। ଆମର ଲକ୍ଷ୍ୟ ହେଉଛି ଆଗାମୀ 9-10 ବର୍ଷ ମଧ୍ୟରେ 300 ଏମଟି ଉତ୍ପାଦନ କ୍ଷମତା ହାସଲ କରିବା।

ବିକାଶର ଏହି ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟକୁ ହାସଲ କରିବା ପାଇଁ ସୃଷ୍ଟି ହେଉଥିବା ଆହ୍ବାନ ଗୁଡିକ ଦର୍ଶାଇ ପ୍ରଧାନମନ୍ତ୍ରୀ ଇସ୍ପାତ ଶିଳ୍ପ ପାଇଁ କାର୍ବନ ନିର୍ଗମନର ଉଦାହରଣ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଗୋଟିଏ ପଟେ ଅଶୋଧିତ ଇସ୍ପାତ ଉତ୍ପାଦନ କ୍ଷମତାକୁ ଭାରତ ଏହାର କ୍ଷମତା ବିସ୍ତାର କରୁଛି ଏବଂ ଅନ୍ୟ ପଟେ ଏହା ପରିବେଶ ଅନୁକୂଳ ପ୍ରଯୁକ୍ତିର ବ୍ୟବହାରକୁ ମଧ୍ୟ ପ୍ରୋତ୍ସାହିତ କରୁଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଭାରତ ଏପରି ଉତ୍ପାଦନ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ ପ୍ରଦାନ କରୁଛି ଯାହା କେବଳ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରେ ନାହିଁ ବରଂ ଅଙ୍ଗାରକାମ୍ଳକୁ ପୁନର୍ବାର ବ୍ୟବହାର କରିଥାଏ। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଦେଶରେ ସର୍କୁଲାର ଅର୍ଥନୀତି ମଧ୍ୟ ପ୍ରୋତ୍ସାହିତ ହେଉଛି ଓ  ସରକାର ଏବଂ ବେସରକାରୀ କ୍ଷେତ୍ର ଏହି ଦିଗରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ଖୁସି ଯେ ଏଏମଏନଏସ୍ ଇଣ୍ଡିଆ ଗ୍ରୁପର ହାଜିରା ପ୍ରକଳ୍ପ ମଧ୍ୟ ସବୁଜ ଟେକ୍‌ନୋଲୋଜିର ର ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେଉଛି।

ପରିଶେଷରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , “ଯେତେବେଳେ ସମସ୍ତେ ସମ୍ପୂର୍ଣ୍ଣ କ୍ଷମତା ସହିତ ମିଳିମିଶି ଏକ ଲକ୍ଷ୍ୟ ଦିଗରେ ଉଦ୍ୟମ ଆରମ୍ଭ କରିବେ, ସେତେବେଳେ ଏହାକୁ ହାସଲ କରିବା କଷ୍ଟସାଧ୍ୟ ନୁହେଁ।” ଇସ୍ପାତ ଶିଳ୍ପକୁ ନୂତନ ଉଚ୍ଚତାକୁ ନେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ନିଶ୍ଚିତ ଯେ ଏହି ପ୍ରକଳ୍ପ ସମଗ୍ର ଅଞ୍ଚଳ ତଥା ଇସ୍ପାତ କ୍ଷେତ୍ରର ବିକାଶରେ ପ୍ରେରଣା ଯୋଗାଇବ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up

Media Coverage

Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 24, 2026
August 24, 2026

Beyond Announcements: Real Milestones Proving India’s Rise Across Defence, Tech & Economy Under the Leadership of PM Modi