“ୱାଟର ଭିଜନ @୨୦୪୭ଅମୃତ କାଳର ଆଗାମୀ ୨୫ବର୍ଷ ନିମନ୍ତେ ଏକ ଗୁରୁ୍‌ତ୍ୱପୂର୍ଣ୍ଣ ଯାତ୍ରା ମୋଡ”
“ଯେତେବେଳେ ଜନସାଧାରଣ ଏକ ଅଭିଯାନ ସହ ଯୋଡି ହୋଇଥାନ୍ତି, ସେତେବେଳେ କାର୍ଯ୍ୟର ଗମ୍ଭୀରତା ନେଇ ମଧ୍ୟ ସେମାନେ ଜାଣିବାକୁ ଚାହିଁଥାନ୍ତି”
“ଯେତେବେଳେ ଜନସାଧାରଣ ସ୍ୱଚ୍ଛଭାରତ ଅଭିଯାନର ଯୋଗଦେଲେ, ସେତେବେଳେ ମଧ୍ୟ ସେମାନଙ୍କ ମଧ୍ୟରେ ଏକ ଚେତନାର ଉଦ୍ରେକ ହୋଇଥିଲା”
“ଦେଶ ଦେଶର ସବୁ ଜିଲ୍ଲାରେ ୭୫ଟି ଲେଖାଏଁ ଅମୃତ ସରୋବର ନିର୍ମାଣ କରୁଛି ଓ ସେଥିରୁ ୨୫ହଜାର ଅମୃତ ସରୋବର ନିର୍ମାଣ ସରିଛି”
“ପ୍ରତ୍ୟେକ ଘରକୁ ଜଳ ଯୋଗାଇ ଦେବା ପାଇଁ ଜଳ ଜୀବନ ମିଶନ ଗୋଟିଏ ରାଜ୍ୟ ନିମନ୍ତେ ଏକ ପ୍ରମୁଖ ମାନଦଣ୍ଡ”
“ ‘ଗୋଟିଏ ବୁନ୍ଦା ଅଧିକ ଶସ୍ୟ’ ଅଭିଯାନରେ ଦେଶର ୭୦ଲକ୍ଷ ହେକ୍ଟର ଜମି ଏପର୍ଯ୍ୟନ୍ତ ଅଣୁ ଜଳସେଚନ ଅଧୀନକୁ ଅଣାଯାଇଛି”
“ଗ୍ରାମ ପଞ୍ଚାୟତ ଗୁଡିକ ଆଗାମୀ ପାଞ୍ଚ ବର୍ଷ ନିମନ୍ତେ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରିବା ଉଚିତ ଯେଉଁଥିରେ ଜଳଯୋଗାଣ ଠାରୁ ସ୍ୱଚ୍ଛତା ଏବଂ ବର୍ଜ୍ୟ ପରିଚାଳନାକୁ ମଧ୍ୟ ବିଚାରକୁ ନିଆଯିବ”
“ଆମର ନଦୀ, ଆମର ଜଳଉତ୍ସ ସମସ୍ତ ଜଳ ଉତ୍ସ ପଦ୍ଧତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ”
“ନମାମି ଗଙ୍ଗେ ଅଭିଯାନକୁ ଦୃଷ୍ଟାନ୍ତ ବିବଚେନା କରି ଅନ୍ୟ ରାଜ୍ୟଗୁଡିକ ମଧ୍ୟ ନଦୀ ସଂରକ୍ଷଣ ନିମନ୍ତେ ସେହିଭଳି ଅଭିଯାନ ଆରମ୍ଭ କରିପାରିବେ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଜଳ ସଂକ୍ରାନ୍ତ ସର୍ବଭାରତୀୟ ରାଜ୍ୟମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ଭିଡିଓ ବାର୍ତ୍ତା ଜରିଆରେ ଆଜି (୦୫.୦୧.୨୦୨୩) ସମ୍ବୋଧନ କରିଛନ୍ତି । ସମ୍ମିଳନୀର ବିଷୟବସ୍ତୁ ହେଉଛି “ୱାଟର ଭିଜନ @2047’ଓ ଏହି ମଞ୍ଚର ଲକ୍ଷ୍ୟ ହେଉଛି ସ୍ଥାୟୀ ନିରନ୍ତର ଓ ମାନବ ବିକାଶ ନିମନ୍ତେ ଜଳ ସମ୍ପଦର ଉପଯୋଗ ତଥା ଏ ଦିଗରେ ନୀତି ନିର୍ଦ୍ଧାରକମାନଙ୍କ ଦ୍ୱାରା ଆଲୋଚନା ମାଧ୍ୟମରେ ନିଷ୍ପତ୍ତି । 

ସମବେତ ଅତିଥିମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ପ୍ରଥମ ସର୍ବଭାରତୀୟ ରାଜ୍ୟମନ୍ତ୍ରୀମାନଙ୍କ ଜଳ ସମ୍ବିଳନୀର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଜଳସୁରକ୍ଷା ଦିଗରେ ଭାରତ ଯେଉଁ ଅଭୂତପୂର୍ବ ପଦକ୍ଷେପମାନ ଗ୍ରହଣ କରିଛି ସେ ତାହା ଉପରେ କହିଥିଲେ ଯେ ଆମ ସମ୍ବିଧାନିକ ବ୍ୟବସ୍ଥାରେ ଜଳ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିଥିବାବେଳେ, ଦେଶର ସାମଗ୍ରିକ ଲକ୍ଷ୍ୟ ହାସଲ ଦିଗରେ ଜଳ ସଂରକ୍ଷଣ ନେଇ ରାଜ୍ୟ ସରକାରମାନେ ଉଦ୍ୟମ କରିବା ଆବଶ୍ୟକ । “ଆଗାମୀ ୨୫ବର୍ଷ ଅମୃତ କାଳରେ ୱାଟର ଭିଜନ @2047 ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ”ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 ତାଙ୍କ ଦୂରଦୃଷ୍ଟି ସମଗ୍ର ଦେଶ ଓ ପୁରା ସରକାରର ପୁନଃ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ସରକାର ଗୋଟିଏ ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ । ଯାହା ହେଉଛି ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟ ଓ ଆଲୋଚନା,ଯେପରିକି ଜଳ ମନ୍ତ୍ରଣାଳୟ, ସେଚ ମନ୍ତ୍ରଣାଳୟ କୃଷି ଓ ଗ୍ରାମ୍ୟ ବିକାଶ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏହାର ପରିସରରେ ଅଛନ୍ତି। ଏହି ବିଭାଗଗୁଡିକ ମଧ୍ୟରେ ତଥ୍ୟ ଓ ସୂଚନା ଆଦାନପ୍ରଦାନ ଦ୍ୱାରା ହିଁ ଯୋଜନା ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଥିଲେ । 

କେବଳ ସରକାରୀ ଉଦ୍ୟମ ଦ୍ୱାରା ହିଁ ସଫଳତା ହାସଲ ହୁଏନାହିଁ ବୋଲି ମତ ଦେଇ ପ୍ରଧାନମନ୍ତ୍ରୀ ଜଳ ସଂରକ୍ଷଣ ଦିଗରେ ଜନସାଧାରଣ, ସାମାଜିକ ସଂଗଠନ ଓ ବେସାମରିକ ସମାଜର ଭୂମିକା ଉପରେ ଗୁରୁତ୍ୱା ଆରୋପ କରିଥିଲେ । ସେ ଆହୁରି ବିସ୍ତୃତ ଭାବେ କହିଥିଲେ ଯେ ଜନସାଧାରଣଙ୍କ ସହଯୋଗ ଯୋଗୁଁ ସରକାରଙ୍କ ଉତ୍ତରଦାୟିତ୍ୱ ହ୍ରାସ ପାଏ ନାହିଁ । ଜନସାଧାରଣଙ୍କ ଉପରେ ସବୁ ଦାୟିତ୍ୱ ମଧ୍ୟ ଲଦି ଦେବା ଏହାର ଉଦ୍ଦେଶ୍ୟ ନୁହଁ । ଜନସାଧାରଣଙ୍କ ସହଭାଗିତାର ସବୁଠାରୁ ବଡ ଲାଭ ହେଉଛି ଅଭିଯାନ ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ଯେଉଁ ସଚେତନତା ସୃଷ୍ଟି ହୁଏ ଓ ଏଥିରେ ଯେଉଁ ଅର୍ଥ ଖର୍ଚ୍ଚ ହୁଏ ।” ଯେତେବେଳେ ଜନସାଧାରଣ ଏକ ଅଭିଯାନ ସହ ଯୋଡି ହୁଅନ୍ତି, ସେମାନେ କାର୍ଯ୍ୟର ଗୁରୁତ୍ୱକୁ ମଧ୍ୟ ଉପଲବ୍ଧି କରିଥାନ୍ତି । ସେଥିପାଇଁ ଯେକୌଣସି ଯୋଜନା ଓ ଅଭିଯାନ ନେଇ ଜନସାଧାରଣଙ୍କ ମନରେ ଏକ ମାଲିକାନା ମନୋବୃତ୍ତି ମଧ୍ୟ ଆସିଥାଏ” ବୋଲି ସେ କହିଥିଲେ । 

ସ୍ୱଚ୍ଛ ଭାରତ ଅଭିଯାନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଯେତେବେଳେ ଜନସାଧାରଣ ସ୍ୱଚ୍ଛ ଭାରତ ଅଭିଯାନରେ ଯୋଗଦେଲେ, ସେତେବେଳେ ସେମାନଙ୍କ ମନରେ ଗୋଟେ ସଚେତନତା ମଧ୍ୟ ଜାଗ୍ରତ ହେଲା ।” ଭାରତର ଜନସାଧାରଣଙ୍କୁ ସେମାନଙ୍କ ଉଦ୍ୟମ ପାଇଁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଅନେକ ପଦକ୍ଷେପ ନେଇଥିଲେ । ତାହା ସମ୍ବଳ ସଂଗ୍ରହ ହେଉ ବା ମଇଳା ସଫା, ବିଭିନ୍ନ ଜଳ ପରିଚାଳନା ପ୍ଳାଣ୍ଟ ବସାଇବା ହେଉ ବା ଶୌଚାଳୟ ତିଆରି ମାତ୍ର ତାହା ଲୋକମାନେ ଯେତେବେଳେ ଏଥିରେ ଯୋଗ ଦେଇ ସ୍ଥିର କଲେ ଯେ ଆବର୍ଜନା ବା ଅପରିସ୍କାର ପରିବେଶ ରହିବ ନାହିଁ, ସେତେେବେଳେ ହିଁ ଅଭିଯାନ ସଫଳ ହେଲା । ସେହିପରି ଲୋକମାନଙ୍କ ମଧ୍ୟରେ ଜଳ ସଂରକ୍ଷଣ ନେଇ ଉତ୍ସାହ ଆସିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି ସଚେତନତା କ’ଣ କରିପାରେ ତା ଉପରେ ଆଲୋକପାତ କରିଥିଲେ । 

ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ଯେ, “ ଆମେମାନେ ଜଳ ସଚେତନତା ମହୋତ୍ସବ କିମ୍ବା ଜଳ ସଚେତନତା ନେଇ କାର୍ଯ୍ୟକ୍ରମ ସ୍ଥାନୀୟସ୍ତରରେ ଆୟୋଜନ କରିପାରିବା ।” ଯୁବ ପିଢିଙ୍କୁ ପାଠ୍ୟକ୍ରମ ବା ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଏଥିନେଇ ସଚେତନ କରାଇବା ଉପରେ ସେ ଗୁରୁତ୍ୱଆରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଲେଖାଏଁ ଅମୃତ ସରୋବର ନିର୍ମାଣ କରୁଛି ଓ ଏପର୍ଯ୍ୟନ୍ତ ୨୫ହଜାର ସରୋବର ତିଆରି ସରିଛି । ସେ ପ୍ରଯୁକ୍ତି, ଶିଳ୍ପ ଓ ଷ୍ଟାର୍ଟଅପ୍‌କୁ ସଂଯୋଗ କରି ସମସ୍ୟାକୁ ଚିହ୍ନଟ କରିବା ସହ ଭୂସମ୍ବେଦୀ ଓ ଭୂ-ମ୍ୟାପିଂ ଭଳି ପ୍ରଯୁକ୍ତି ସହାୟତାରେ ତାର ସମାଧାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସେ ସରକାରୀ ନୀତି ଓ ଅମଲାତାନ୍ତ୍ରିକ କାର୍ଯ୍ୟ ପଦ୍ଧତି ଜରିଆରେ ଜଳ ସମ୍ପର୍କୀତ ସମସ୍ୟାଗୁଡିକୁ ନୀତିଗତ ସ୍ତରରେ ସମାଧାନ କରିବା ଉପରେ ଜୋର ଦେଇଥିଲେ 

“ଜଳଜୀବନ ମିଶନ’ ସଫଳତା ରାଜ୍ୟ ପାଇଁ ପ୍ରତି ଘରକୁ ଜଳର ଏକ ପରିମାପକ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଅନେକ ରାଜ୍ୟ ଏ ଦିଗରେ ଖୁବ୍ ଭଲ କାମ କରିଥିବାବେଳେ ଆଉ କେତେକ ଏ ଦିଗରେ ଆଗେଇ ଚାଲିଛନ୍ତି ବୋଲି କହିଥିଲେ । ଥରେ ଏହି ପଦ୍ଧତି କାର୍ଯ୍ୟକାରୀ ହୋଇଗଲେ ଆମେ ଏହା ରକ୍ଷଣାବେକ୍ଷଣକୁ ସୁନିଶ୍ଚିତ ଭବିଷ୍ୟତ ନିମନ୍ତେ କରିବା ବୋଲି ସେ କହିଥିଲେ । ଗ୍ରାମ ପଞ୍ଚାୟତଗୁଡିକ ଜଳଜୀବନ ଅଭିଯାନର ନେତୃତ୍ୱ ନେଇ ଥରେ କାର୍ଯ୍ୟ ସମାପ୍ତି ହେଲେ ସେମାନେ ସେ ଗ୍ରାମକୁ ସ୍ୱଚ୍ଛ ଓ ପର୍ଯ୍ୟାପ୍ତ ଜଳ ଆସୁଛି ବୋଲି ପ୍ରମାଣପତ୍ର ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । “ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ମଧ୍ୟ ଅନଲାଇନରେ ମାସିକ ବା ତୈମାସିକ ରିପୋର୍ଟ କେତେ ଗ୍ରାମ ବା ଘରେ ପାଇପ ପାଣି ଉପଲବ୍ଧ ହେଉଛି ଦେଇପାରିବେ ।” ଜଳର ଗୁଣାତ୍ମକମାନ ପରୀକ୍ଷା ପାଇଁ ସାମୟିକ ଭାବେ ଜଳ ପରୀକ୍ଷା ବ୍ୟବସ୍ଥା ରହିବା ଉଚିତ ବୋଲି ସେ କହିଥିଲେ । 

ଜଳର ଆବଶ୍ୟକତା ଉଭୟ କାରଖାନା ଓ କୃଷି କ୍ଷେତ୍ର ପାଇଁ ଆବଶ୍ୟକ ହେଉଥିବା ବେଳେ, ସେମାନେ ଜଳ ସୁରକ୍ଷା ନେଇ ସଚେତନ ହେବାକୁ ଅଭିଯାନ ଚଳାଇବା ଉପରେ କହିଥିଲେ । ସେ ଫସଲ ବିବିଧକରଣ ଓ ଜୈବିକ କୃଷି ପଦ୍ଧତିର ଉଦାହରଣ ଦେଇ ଏହା ଜଳ ସଂରକ୍ଷଣରେ ସହାୟକ ହେଉଥିବା ପ୍ରକାଶ କରିଥିଲେ । ସେ ମଧ୍ୟ ପ୍ରଧାନମନ୍ତ୍ରୀ କୃଷି ଓ ଜଳସେଚନ ଯୋଜନା ଅଧୀନରେ ପ୍ରତି ବୁନ୍ଦା ଜଳ, ଅଧିକ ଅମଳ ଅଭିଯାନ ଉପରେ ଆଲୋକପାତ କରି ଏ ପର୍ଯ୍ୟନ୍ତ ଦେଶରେ ୭୦ଲକ୍ଷ ହେକ୍ଟରରୁ ଅଧିକ ଜମି ଅଣୁ-ଜଳସେଚନ ଅଧୀନର ଆସିପାରିଛି ବୋଲି କହିଥିଲେ । “ ପ୍ରତ୍ୟେକ ରାଜ୍ୟ ଅଣୁ ଜଳସେଚନକୁ ପ୍ରୋତ୍ସାହନ ଦେବା ଉଚିତ” ବୋଲି ସେ କହିଥିଲେ । ସେ ମଧ୍ୟ ଅଟଳ ଭୂଜଳ ସଂରକ୍ଷଣ ଯୋଜନାର ଉଦାହରଣ ଦେଇଥିଲେ । ଏଥିରେ ଜଳ ବିଭାଜିକା ଯୋଜନା ପ୍ରତ୍ୟେକ ଜିଲ୍ଲାରେ ବହୁଳଭାବେ ପ୍ରୟୋଗ ହୋଇ ଭୂତଳ ଜଳର ବ୍ୟବହାର କରାଯାଏ । ଏହାଛଡା ସେ ଶୀତ ନିୟନ୍ତ୍ରଣ ସେଡ୍ ମାନ ପାହାଡିଆ ଅଞ୍ଚଳରେ କରିବା ଉପରେ ଗୁରୁତ୍ୱଆରୋପ କରିଥିଲେ । 

ଜଳ ସଂରକ୍ଷଣ ନିମନ୍ତେ ଜଙ୍ଗଲ ବୃଦ୍ଧିର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପରିବେଶ ଓ ଜଳ ମନ୍ତ୍ରଣାଳୟର ସମନ୍ୱୟ ଉପରେ ଗୁରୁତ୍ୱଆରୋପ କରିଥିଲେ । ସ୍ଥାନୀୟଭାବେ ଉପଲବ୍ଧ ଜଳ ଉତ୍ସଗୁଡିକର ସଂରକ୍ଷଣ ଉପରେ ଧ୍ୟାନ ଆକର୍ଷଣ କରି ଗ୍ରାମ ପଞ୍ଚାଯତଗୁଡିକ ଆଗାମୀ ପାଞ୍ଚ ବର୍ଷ ନିମନ୍ତେ ଜଳ ଯୋଗାଣଠାରୁ ଆରମ୍ଭ କରି ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନା ଉପରେ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । କେଉଁ ଗ୍ରାମରେ କେତେ ପାଣି ଦରକାର ଓ ସେଥିପାଇଁ କି ପଦକ୍ଷେପ ନିଆଯାଇ ପାରିବ, ପଞ୍ଚାୟତ ସ୍ତରରେ ଜଳ ବଜେଟ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ । “ କ୍ୟାଚ ଦି ରେନ୍‌’ ଅଭିଯାନର ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା ରାଜ୍ୟ ସରକାର ଗୁଡିକର ଦରକାରୀ ଅଂଶ ହୋଇ ବାର୍ଷିକ ଆକଳନ କରିବା ଉପରେ ଦୃଢ ଯୁକ୍ତି ଉପସ୍ଥାପନ କରିଥିଲେ । “ବର୍ଷାକୁ ଅପେକ୍ଷା କରିବା ପରିବର୍ତ୍ତେ ବର୍ଷା ଋତୁ ପୂର୍ବରୁ ସମସ୍ତ ଯୋଜନା କରାଯିବା ଉଚିତ” ବୋଲି ମତବ୍ୟକ୍ତ କରିଥିଲେ । 

ଜଳ ସଂରକ୍ଷଣରେ ଚକ୍ରୀୟ ଅର୍ଥନୀତିର ଗୁରୁତ୍ୱ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ବଜେଟରେ ଚକ୍ରୀୟ ଅର୍ଥନୀତି ଉପରେ ଗୁରୁତ୍ୱ ଆରୋପ କରାଯାଇଛି । “ ଯେତେବେଳେ ବ୍ୟବହୃତ ଜଳ ପୁର୍ନବ୍ୟବହାରକ୍ଷମ ହୁଏ, ତଟକା ପାଣି ସଂରକ୍ଷିତ ରହେ, ସେତେବେଳେ ସମ୍ପୂର୍ଣ୍ଣ ପରିବେଶ ବ୍ୟବସ୍ଥା ପ୍ରତି ହିତକର ହୋଇଥାଏ । ସେଥିପାଇଁ ଜଳ ପରିଚାଳନାରେ ଜଳ ପୁନଃପକ୍ର୍ରିୟାକରଣ ମଧ୍ୟ ଆବଶ୍ୟକ ବୋଲି ସେ କହିଥିଲେ । ସେ ଦୃଢତାର ସହ କହିଥିଲେ ଯେ ରାଜ୍ୟଗୁଡିକ ବ୍ୟବହୃତ ଜଳର ପୁନଃବ୍ୟବହାର ନେଇ ଚିନ୍ତାକରିବା ଦରକାର । “ସମ୍ପୂର୍ଣ୍ଣ ଜଳ ପରିବେଶ ପାଇଁ ଆମର ନଦୀ ଓ ଜଳ ଉତ୍ସଗୁଡିକ ଗୁରୁତ୍ୱପୂର୍ଣ୍ଣ ଅଂଶ । ସେ ଦୃଷ୍ଟିରୁ ପ୍ରତ୍ୟେକ ରାଜ୍ୟ ବର୍ଜ୍ୟ ପରିଚାଳନା ଉପରେ ଗୁରୁତ୍ୱ ଦେବା ଦରକାର । ନମାମି ଗଙ୍ଗେକୁ ଏକ ଉଦାହରଣ ଭାବେ ବିବେଚନା କରି ଅନ୍ୟାନ୍ୟ ରାଜ୍ୟମାନେ ନଦୀ ଜଳ ସଂରକ୍ଷଣ ନେଇ ସେହିପରି ଅଭିଯାନ ଚଳାଇବା ଦରକାର । ପ୍ରତ୍ୟେକ ରାଜ୍ୟ ଜଳକୁ ଏକ ସହଯୋଗ ଓ ସମନ୍ୱୟ ବିଷୟଭାବେ ବିବେଚନା କରିବାକୁ କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପନ କରିଥିଲେ ।

ପ୍ରଥମ ବାର୍ଷିକ ରାଜ୍ୟ ଜଳମନ୍ତ୍ରୀମାନଙ୍କ ସମ୍ମିଳନୀରେ ସବୁ ରାଜ୍ୟର ଜଳ ସମ୍ପଦ ମନ୍ତ୍ରୀମାନେ ଯୋଗଦେଇଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views

Media Coverage

Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings to all civil servants on Civil Services Day
April 21, 2026

The Prime Minister, Shri Narendra Modi extended greetings to all civil servants on Civil Services Day, today. Shri Modi remarked that this is an occasion to further strengthen the resolve to work towards good governance and nation building. "From the grassroots to policy-making, the efforts of civil servants touch countless lives and contribute to India’s progress. May our civil servants continue to serve with excellence, compassion and innovation, upholding the highest standards of duty", Shri Modi said.

Shri Modi posted on X:

"Greetings to all civil servants on Civil Services Day. This is an occasion to further strengthen the resolve to work towards good governance and nation building. From the grassroots to policy-making, the efforts of civil servants touch countless lives and contribute to India’s progress. May our civil servants continue to serve with excellence, compassion and innovation, upholding the highest standards of duty."