ଦୁଇ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବହୁ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିବା ସହ ପ୍ରତିରକ୍ଷା, ଅର୍ଥନୀତି ଓ ବାଣିଜ୍ୟ କ୍ଷେତ୍ରରେ ବଢୁଥିବା ସହଯୋଗର ସମୀକ୍ଷା କରିଛନ୍ତି
ଡିଜିଟାଲ ଭିତ୍ତିଭୂମି, ପରିବେଶ ସମ୍ପର୍କିତ କାର୍ଯ୍ୟ, ସ୍ୱଚ୍ଛ ଶକ୍ତି ଅନ୍ତରଣ ଓ ନିରନ୍ତର ବିକାଶରେ ସହଭାଗିତା ପାଇଁ ଉଭୟେ ଏକମତ
ଜି ୨୦ ପାଇଁ ଭାରତର ପ୍ରାଥମିକତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନିଜ ସ୍ପେନ ପ୍ରତିପକ୍ଷଙ୍କୁ ଅବଗତ କରାଇଛନ୍ତି । ଜି ୨୦ ଅଧ୍ୟକ୍ଷତା ଅନ୍ତର୍ଗତ ଭାରତର ଉପକ୍ରମଗୁଡିକୁ ପ୍ରଧାନମନ୍ତ୍ରୀ ସାଞ୍ଚେଜ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ସ୍ପେନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।

ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବହୁ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିବା ସହ ପ୍ରତିରକ୍ଷା, ଅର୍ଥନୀତି ଓ ବାଣିଜ୍ୟ କ୍ଷେତ୍ରରେ ବଢୁଥିବା ସହଯୋଗର ସମୀକ୍ଷା କରିଛନ୍ତି । ସେମାନେ ଜାରି ରହିଥିବା ଦ୍ୱିପାକ୍ଷିକ ଉପକ୍ରମଗୁଡିକର ସମୀକ୍ଷା କରିବା ସହ ନିକଟରେ ହୋଇଥିବା ଉଚ୍ଚସ୍ତରୀୟ ଆଦାନପ୍ରଦାନ ଏବଂ ପ୍ରତିରକ୍ଷା, ଅର୍ଥନୀତି ଓ ବାଣିଜ୍ୟ କ୍ଷେତ୍ରରେ ବଢୁଥିବା ସହଯୋଗରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଡିଜିଟାଲ ଭିତ୍ତିଭୂମି, ପରିବେଶ ପରିବର୍ତ୍ତନ, ସ୍ୱଚ୍ଛ ଶକ୍ତି ସ୍ଥାନାନ୍ତରଣ ଓ ନିରନ୍ତର ବିକାଶରେ ସହଭାଗିତା ପାଇଁ ଉଭୟେ ଏକମତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ବସୁଧୈବ କୁଟୁମ୍ବକମ (ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ) ବିଷୟବସ୍ତୁ ଉପରେ ଆଧାରିତ ଏକତାକୁ ପ୍ରୋତ୍ସାହନ ଦିଗରେ ଜି ୨୦ ଅଧ୍ୟକ୍ଷତା ବେଳେ ଭାରତର ପ୍ରାଥମିକତା ସମ୍ପର୍କରେ ନିଜ ସ୍ପେନ ପ୍ରତିପକ୍ଷଙ୍କୁ ଅବଗତ କରାଇଛନ୍ତି । ପ୍ରଧାନମନ୍ତ୍ରୀ ସାଞ୍ଚେଜ ଭାରତର ଜି ୨୦ ଅଧ୍ୟକ୍ଷତା ବେଳେ ଭାରତର ଉପକ୍ରମଗୁଡିକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।

ଉଭୟ ନେତା ପରସ୍ପର ଯୋଗାଯୋଗରେ ରହିବାକୁ ଏକମତ ହୋଇଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In Photos: PM Narendra Modi Prays At Kashi Vishwanath, Holds Trishul-Damru

Media Coverage

In Photos: PM Narendra Modi Prays At Kashi Vishwanath, Holds Trishul-Damru
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 30, 2026
April 30, 2026

Investment Magnet India: PLI Triumphs, FTA Deals & Defence Milestones — How PM Modi’s Vision is Reshaping the Nation