ଏହି ନେତାମାନେ ଅନେକ ଦ୍ୱିପାକ୍ଷିକ, ବହୁପକ୍ଷୀୟ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗର ସମୀକ୍ଷା କରିଛନ୍ତି
ପ୍ରଧାନମନ୍ତ୍ରୀ ସୁଦାନରୁ ଜେଡଡା ରାସ୍ତା ଦେଇ ଭାରତୀୟ ନାଗରିକ ମାନଙ୍କୁ ସ୍ଥାନାନ୍ତର ସମୟରେ ସାଉଦି ଆରବ ସହାୟତା କରିଥିବାରୁ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି
ଆଗାମୀ ହଜ୍ ତୀର୍ଥ ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି
ଭାରତର ଚାଲିଥିବା ଜି - ୨୦ ଅଧ୍ୟକ୍ଷତା ପାଇଁ ଯୁବରାଜ ମହମ୍ମଦ ବିନ୍ ସଲମାନ ତାଙ୍କର ସମ୍ପୂର୍ଣ୍ଣ ସହାୟତା ଜଣାଇଛନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀ ମହାମହିମ ଯୁବରାଜ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲାଜିଜ୍ ଅଲ ସାଉଦଙ୍କ ସହ ଟେଲିଫୋନ୍‌ରେ ବାର୍ତ୍ତାଳାପ କରିଛନ୍ତି ।

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀ ମହାମହିମ ଯୁବରାଜ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲାଜିଜ୍ ଅଲ ସାଉଦଙ୍କ ସହ ଟେଲିଫୋନ୍‌ରେ ବାର୍ତ୍ତାଳାପ କରିଛନ୍ତି ।

ନେତାମାନେ ଦ୍ୱିପାକ୍ଷିକ ସହଯୋଗର ଅନେକ ପ୍ରସଙ୍ଗ ଉପରେ ସମୀକ୍ଷା କରିଥିଲେ ଏବଂ ପାରସ୍ପରିକ ସ୍ୱାର୍ଥର ବିଭିନ୍ନ ବହୁପକ୍ଷୀୟ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଥିଲେ ।

ଏପ୍ରିଲ୍ ୨୦୨୩ ରେ ଜେଡା ରାସ୍ତା ଦେଇ ସୁଦାନରୁ ଭାରତୀୟ ନାଗରିକ ମାନଙ୍କୁ ସ୍ଥାନାନ୍ତର ସମୟରେ ସାଉଦି ଆରବର ଚମତ୍କାର ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ହଜ୍ ତୀର୍ଥ ଯାତ୍ରା ପାଇଁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି ।

ଚାଲିଥିବା ଜି - ୨୦ ଅଧ୍ୟକ୍ଷତାର ଅଂଶ ଭାବରେ ଯୁବରାଜ ମହମ୍ମଦ ବିନ୍ ସଲମାନ ଭାରତର ପଦକ୍ଷେପ ଗୁଡିକ ପ୍ରତି ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ଏବଂ ସେ ତାଙ୍କର ଭାରତ ଗସ୍ତକୁ ଅପେକ୍ଷା କରିଛନ୍ତି ।

ସମ୍ପର୍କରେ ରହିବାକୁ ଦୁଇ ନେତା ରାଜି ହୋଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi