ମହାନୁଭବଗଣ,

ପ୍ରାକୃତିକ ବିପର୍ଯ୍ୟୟ ମାନବଜାତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ବାନ ହୋଇ ରହିଛି। ଚଳିତ ବର୍ଷ ମଧ୍ୟ ପ୍ରାକୃତିକ ଆପଦାମାନଙ୍କ ଦ୍ୱାରା ବିଶ୍ୱର ଅନେକ ଜନବସତି କ୍ଷେତ୍ର ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। ଏଥିରୁ ସ୍ପଷ୍ଟ ହୁଏ ଯେ ପ୍ରାକୃତିକ ଆପଦାମାନଙ୍କର ମୁକାବିଲ କରିବା ସକାଶେ, ବୈଶ୍ୱିକ ସହଯୋଗକୁ ଆମେ ଆହୁରି ମଜଭୁତ କରିବାକୁ ପଡ଼ିବ।

ଏହି ଚିନ୍ତାଧାରାର ସହିତ ଭାରତ ନିଜର ଜି-୨୦ ଅଧ୍ୟକ୍ଷତା ଅବଧିରେ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀ ସ୍ଥାପନା କରିଥିଲା। ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀକୁ ପ୍ରାଥମିକତା ପ୍ରଦାନ ପୂର୍ବକ ଆଗକୁ ବଢ଼ାଇ ଥିବାରୁ ମୁଁ ଦକ୍ଷିଣ ଆଫ୍ରିକାକୁ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ବିପର୍ଯ୍ୟୟ ସହନଶୀଳତାକୁ ନେଇ ଆମର ଆଭିମୁଖ୍ୟ, "ରେସପନ୍ସ ସେଣ୍ଟ୍ରିକ୍‌' (ମୁକାବିଲା କୈନ୍ଦ୍ରିକ) ଠାରୁ ସୁଦ୍ଧା ଆଗରେ ରହିଛି ଏବଂ ତାହା ବର୍ତ୍ତମାନ "ଡେଭଲପମେଣ୍ଟ୍ ସେଣ୍ଟ୍ରିକ୍‌' (ବିକାଶ କୈନ୍ଦ୍ରିକ) ହେବା ଆବଶ୍ୟକ। ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସହଯୋଗ ନିମନ୍ତେ ସହନଶୀଳ ଭିତ୍ତିଭୂମି ସ୍ଥାପନା କରିବା ପଛରେ, ଭାରତର ଏହି ଚିନ୍ତାଧାରା ହିଁ ନିହିତ। ଜି-୨୦ ରାଷ୍ଟ୍ର, ସିଡିଆରଆଇ ସହିତ ମିଶି ଆର୍ଥିକ, ପ୍ରଯୁକ୍ତିଗତ ଏବଂ କୌଶଳ ବିକାଶକୁ ଚଳନଶୀଳ କରିପାରିବ। ଏହା ଏକ ସହନଶୀଳ ଭବିଷ୍ୟତର ଗ୍ୟାରେଣ୍ଟି ଭାବରେ ଉଭା ହୋଇପାରିବ।

ବନ୍ଧୁଗଣ,

ଭାରତ ଏକଥା ମଧ୍ୟ ବିଶ୍ୱାସ କରେ ଯେ ମହାକାଶ ପ୍ରଯୁକ୍ତିରୁ ସମଗ୍ର ମାନବ ସମାଜକୁ ସୁଫଳ ପ୍ରାପ୍ତ ହେବା ଉଚିତ। ସେଥି ନିମନ୍ତେ, ଭାରତ ଜି-୨୦ ମୁକ୍ତ ଉପଗ୍ରହ ଡାଟା ସହଭାଗିତାର ପ୍ରସ୍ତାବ ସମସ୍ତଙ୍କ ନିକଟରେ ଉପସ୍ଥାପନ କରିଛି। ଏଥିରୁ ଜି-୨୦ ସଦସ୍ୟଭୁକ୍ତ ରାଷ୍ଟ୍ରମାନଙ୍କର ମହାକାଶ ଏଜେନ୍ସିମାନଙ୍କ ଉପଗ୍ରହରୁ ପ୍ରାପ୍ତ ଡାଟା ଏବଂ ଆନାଲିସିିସ୍ ବୈଶ୍ୱିକ ଦକ୍ଷିଣ ଗୋଲାର୍ଦ୍ଧର ଦେଶସମୂହ ନିମନ୍ତେ ଅଧିକ ସୁଲଭ, ଆନ୍ତ-କାର୍ଯ୍ୟକ୍ଷମ ଏବଂ ଉପଯୋଗୀ କରାଯାଇ ପାରିବ।

ବନ୍ଧୁଗଣ,

ବୈଶ୍ୱିକ ଦକ୍ଷିଣ ଗୋଲାର୍ଦ୍ଧ ନିମନ୍ତେ , ପୋଷଣୀୟ ଏବଂ ସ୍ୱଚ୍ଛ ଶକ୍ତି ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ହେବା ଜରୁରୀ। ଏହା ସୁନିଶ୍ଚିତ କରିବା ସକାଶେ, କ୍ରିଟିକାଲ ଖଣିଜ ପଦାର୍ଥର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ମାନବତାର ସାମଗ୍ରିକ ସମ୍ପଦ। ସେଥିପାଇଁ ଭାରତ, ଜି-୨୦ କ୍ରିଟିକାଲ ମିନେରାଲ୍‌ଓ ସର୍କୁଲେଟୋରୀ ଉପକ୍ରମର ପ୍ରସ୍ତାବ ମଧ୍ୟ ଉପସ୍ଥାପନ କରିଛି। ଏହା ଅଧୀନରେ, ପୁନଃଚକ୍ରଣ, ସହରାଞ୍ଚଳ ମାଇନିଂ ଏବଂ ସେକେଣ୍ଡ ଲାଇଫ୍ ବ୍ୟାଟେରୀ ଭଳି ନବାଚାରକୁ ପ୍ରୋତ୍ସାହନ ଦିଆଯାଇ ପାରିବ।

ସର୍କୁଲାରିଟିରେ ପୁଞ୍ଜି ନିବେଶ ହୋଇପାରିବ। ତାହା ହେଲେ ପ୍ରାଥବିକ ମାଇନିଂ ଉପରେ ଅଧିକ ନିର୍ଭରଶୀଳତା ହ୍ରାସ ପାଇବ। ଏଥିପାଇଁ ଯୋଗାଣ ଶୃଙ୍ଖଳ ଉପରେ ପଡ଼ୁଥିବା ଚାପ ହ୍ରାସ ପାଇବ ଏବଂ ପ୍ରକୃତି ପାଇଁ ମଧ୍ୟ ଏହା ସବୁଠାରୁ ହିତକର ସାବ୍ୟସ୍ତ ହେବ। ଏହିସବୁ ଉପକ୍ରମ, ମିଳିତ ଗବେଷଣା, ପ୍ରଯୁକ୍ତିର ମାନ ଏବଂ ବୈଶ୍ୱିକ ଦକ୍ଷିଣ ଗୋଲାର୍ଦ୍ଧରେ ପାଇଲଟ ପୁନଃ ଚକ୍ରଣ ସୁବିଧାକୁ ସହଯୋଗ କରିପାରିବ।

 

ବନ୍ଧୁଗଣ,

ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଆମେ ସଂକଳ୍ପ ଗ୍ରହଣ କରିଥିଲୁ ଯେ, ୨୦୩୦ ମସିହା ସୁଦ୍ଧା ଅକ୍ଷୟ ଶକ୍ତିକୁ ତିନି ଗୁଣ ବୃଦ୍ଧି କରିବୁ ଏବଂ ଶକ୍ତି ସକ୍ରିୟତା ହାରକୁ ଦ୍ୱିଗୁଣିତ କରିବୁ। ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ବିକଶିତ ଦେଶମାନଙ୍କ ସୁଲଭ ଜଳବାୟୁ ପୁଞ୍ଜି, ଏବଂ ପ୍ରଯୁକ୍ତି ଉପଲବ୍ଧ କରିବା ସକାଶେ ଆମର ପ୍ରତିବଦ୍ଧତାକୁ, ସମୟୋଚିତ ଭାବରେ ପୂରଣ କରିବାକୁ ପଡ଼ିବ।

ବନ୍ଧୁଗଣ,

ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ସମସ୍ୟା କାରଣରୁ ଆମର କୃଷି କ୍ଷେତ୍ର ଏବଂ ଖାଦ୍ୟ ନିରାପତ୍ତା ଉପରେ ବିପଦ ଅଧିକ ଗମ୍ଭୀର ହୋଇ ଚାଲିଛି। ଅନେକ ଦେଶରେ କୃଷକମାନଙ୍କ ସକାଶେ ସାର, ପ୍ରଯୁକ୍ତି, ଋଣ, ବୀମା ଏବଂ ବଜାର ପ୍ରବେଶ ଭାି ସମସ୍ୟା ବୃଦ୍ଧି ପାଇଚାଲିଛି। ଭାରତ ନିଜ ସ୍ତରରେ ଏହିସବୁ ସମସ୍ୟାରୁ ମୁକ୍ତି ପାଇବାର ପ୍ରୟାସ ଜାରି ରଖିଛି।

ଭାରତରେ ଆମେ ବିଶ୍ୱର ସବୁଠାରୁ ଖାଦ୍ୟ ନିରାପତ୍ତା ଏବଂ ପୁଷ୍ଟି ସହାୟତା କାର୍ଯ୍ୟକ୍ରମ ଜାରି ରଖିଛୁ। ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକ୍ରମ ଏବଂ ସବୁଠାରୁ ବଡ଼ ଫସଲ ବୀମା ଯୋଜନା ମଧ୍ୟ ଭାରତ ପ୍ରଚଳନ କରିଛି। ଆମେ ଶ୍ରୀ ଅନ୍ନ ଅର୍ଥାତ୍ ମିଲେଟ୍ ଉପରେ ଅଧିକ ଗୁରୁତ୍ୱ ଆରୋପ କରୁଛୁ, ଯାହା ପୋଷଣ ଏବଂ ପର୍ଯ୍ୟାବରଣ ଉଭୟ ନିମନ୍ତେ ସୁପରଫୁଡ୍ ହୋଇପାରିବ।

ଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀ ଅବସରରେ, ଏହିସବୁ ପ୍ରସଙ୍ଗ ଉପରେ ଆମେ ଦାକ୍ଷିଣାତ୍ୟ ନୀତି ଉପରେ ସହମତିରେ ପହଞ୍ଚିଥିଲୁ। ବର୍ତ୍ତମନ ଆମକୁ ଏହି ନୀତି ଉପରେ ଆଗକୁ ବଢ଼ିବାକୁ ପଡ଼ିବ, ଏକ ଜି-୨୦ ରୋଡ ମ୍ୟାପ୍ ପ୍ରସ୍ତୁତ କରିବାକୁ ହେବ।

ବନ୍ଧୁଗଣ,

ସହନଶୀଳତା କଦାପି ସହମତିର ସହ ଗଠନ ହୋଇପାରିବନାହିଁ।

ଜି-୨୦କୁ ଏଭଳି ବ୍ୟାପକ ରଣନୀତିକୁ ପ୍ରୋତ୍ସାହନ ଦେବା ଆବଶ୍ୟକ ଯାହା ପୁଷ୍ଠିକର, ଜନ ସ୍ୱାସ୍ଥ୍ୟ, ପୋଷଣୀୟ କୃଷି ଏବଂ ବିପର୍ଯ୍ୟୟ ପ୍ରସ୍ତୁତିକୁ ଏକାସଙ୍ଗେ ସଂଯୋଗ କରି ଏକ ମଜଭୁତ ବୈଶ୍ୱିକ ସୁରକ୍ଷା ବ୍ୟବସ୍ଥା ଗଠନ କରିପାରିବ।

ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI goes live at Eiffel Tower and French airports as India-France digital ties strengthen

Media Coverage

UPI goes live at Eiffel Tower and French airports as India-France digital ties strengthen
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 15, 2026
June 15, 2026

Citizens Celebrate 12 Years of Modi: Building a Saksham Middle Class at Home While Earning Global Respect Abroad