ମହାମହିମ ରାଷ୍ଟ୍ରପତି ରାମାଫୋସା ମହୋଦୟ,

ମହାମହିମ ରାଷ୍ଟ୍ରପତି ଲୁଲା, ବନ୍ଧୁଗଣ,

ନମସ୍କାର!

"ଜୋହାନ୍ସବର୍ଗ” ଭଳି ଏକ ଜୀବନ୍ତ ଏବଂ ସୁନ୍ଦର ନଗରୀରେ ଆଇବିଏସଏ ନେତୃବର୍ଗଙ୍କ ସହିତ ବୈଠକରେ ଅଂଶଗ୍ରହଣ କରିବା ମୋ ପାଇଁ ଏକ ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ମୁଁ କହିବାକୁ ଚାହେଁ। ଏହି କାର୍ଯ୍ୟକ୍ରମ ନିମନ୍ତେ ମୁଁ 'ଇବସା'ର ଅଧ୍ୟକ୍ଷ, ରାଷ୍ଟ୍ରପତି ଲୁଲାଙ୍କୁ ମୋର ହୃଦୟରୁ କୃତଜ୍ଞତା ବ୍ୟକ୍ତ କରୁଛି। ଏବଂ ଶ୍ରୀ ରାମାଫୋସାଙ୍କ ଭବ୍ୟ ଆତିଥ୍ୟ ସତ୍କାର ନିମନ୍ତେ ତାଙ୍କୁ ମଧ୍ୟ ମୋର ଧନ୍ୟବାଦ ପ୍ରଦାନ କରୁଛି।

"ଇବସା' କେବଳ ତିନିଗୋଟି ଦେଶଙ୍କ ସମୂହ ଗୋଷ୍ଠୀ ନୁହେଁ, ଏହା ତିନିଗୋଟି ମହାଦ୍ୱୀକକୁ ମଧ୍ୟ ପରସ୍ପର ସହ ସଂଯୋଗ କରୁଥିବା, ତିନିଗୋଟି ଲୋକତାନ୍ତ୍ରିକ ଶକ୍ତିଙ୍କୁ, ତିନିଗୋଟି ବଡ଼ ବଡ଼ ଅର୍ଥ ବ୍ୟବସ୍ଥାଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ମଞ୍ଚ ଅଟେ। ଏହା ଏକ ଗଭୀର ଏବଂ ଆତ୍ମୀୟ ବନ୍ଧନ ମଧ୍ୟ ଅଟେ, ଯେଉଁଥିରେ ବିବିଧତା ଭରି ରହିଛି, ସାମ୍ପ୍ରତିକ ମୂଲ୍ୟବୋଧ, ସାମ୍ପ୍ରତିକ ବିଶ୍ୱର ଆଶା ଆକାଂକ୍ଷା ମଧ୍ୟ ରହିଛି।

ବନ୍ଧୁଗଣ,

ଆଜି ଏହି "ଇବସା' ନେତୃବର୍ଗଙ୍କ ବୈଠକ ବେଶ୍ ଐତିହାସିକ ଏବଂ ସମୟୋଚିତ ବୋଲି ବିବେଚନା କରାଯାଇପାରେ। ଆଫ୍ରିକା ଦ୍ୱୀପରେ ପ୍ରଥମ ଥର ପାଇଁ ଜି-୨୦ ଶିଖର ସମ୍ମିଳନୀ, ଦକ୍ଷିଣ ଗୋଲାର୍ଦ୍ଧର ଦେଶମାନଙ୍କର ଲଗାତାର ଚାରି ଚାରିଥର ପାଇଁ ଜି-୨୦ ଅଧ୍ୟକ୍ଷତାର ଅନ୍ତିମ ଚରଣ। "ଇବସା' ର ତିନିଗୋଟି ଦେଶ, ବିଗତ ତିନି ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ଜି-୨୦ ଅଧ୍ୟକ୍ଷ ପଦରେ ରହିଆସିଛନ୍ତି। ଏହି ତିନିଗୋଟି ଶିଖର ବୈଠକରେ ଆମେ ମାନବ କୈନ୍ଦ୍ରିକ ବିକାଶ, ବହୁପକ୍ଷୀୟ ସଂସ୍କାର ଏବଂ ପୋଷଣୀୟ ବିକାଶ ଭଳି ସାମ୍ପ୍ରତିକ ପ୍ରାଥମିକତାଗୁଡ଼ିକ ଉପରେ ଅନେକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ବର୍ତ୍ତମାନ ଆମର ଏହା ଦାୟିତ୍ୱ ହୋଇଛି ଯେ, ଏହିସବୁ ପ୍ରସଙ୍ଗଗୁଡ଼ିକୁ ଆମେ ଆହୁରି ବ୍ୟାପକ ଏବଂ ପ୍ରଭାବଶାଳୀ ଭାବରେ ରୂପାନ୍ୱୟନ କରିବାକୁ ହେବ। ସେଥି ନିମନ୍ତେ ଆମର ସହଯୋଗକୁ ନେଇ ଏଠାରେ କିଛି ପରାମର୍ଶ ଦେବାକୁ ମୁଁ ଚାହିଁବି।

ବନ୍ଧୁଗଣ,

ସର୍ବ ପ୍ରଥମେ, ଆମର ଏହି ତିନି ରାଷ୍ଟ୍ର ଏହିସବୁ ପ୍ରସଙ୍ଗ ଉପରେ ସହମତ ହୋଇଛନ୍ତି ଯେ, ବୈଶ୍ୱିକ ସଂସ୍ଥାନମାନେ ଏକବିଂଶ ଶତାବ୍ଦୀର ବାସ୍ତବିକତାମାନଙ୍କଠାରୁ ମାଇଲ ମାଇଲ ଦୂରରେ ରହିଛନ୍ତି। ମିଳିତ ଜାତିସଂଘ ନିରାପତ୍ତା ପରିଷଦରେ ଆମମାନଙ୍କ ମଧ୍ୟରୁ କୌଣସି ଗୋଟିଏ ସୁଦ୍ଧାର ରାଷ୍ଟ୍ର ସ୍ଥାୟୀ ସଦସ୍ୟ ପଦରେ ନାହାନ୍ତି। ଏଥିରୁ ସ୍ପଷ୍ଟ ହୁଏ ଯେ ବୈଶ୍ୱିକ ସଂସ୍ଥାମାନେ ଆଜିର ଦୁନିଆକୁ ପ୍ରତିନିଧିତ୍ୱ କରୁନାହାନ୍ତି। ସେଥିପାଇଁ "ଇବସା'କୁ ଏକ ସ୍ୱର ଭାବରେ ବିଶ୍ୱକୁ ସନ୍ଦେଶ ଦେବାକୁ ପଡ଼ିବ ଯେ ଆନୁଷ୍ଠାନିକ ସଂସ୍କାର ବର୍ତ୍ତମାନ କେବଳ ବିକଳ୍ପ ନୁହେଁ, ଏହା ଅନିବାର୍ଯ୍ୟ ମଧ୍ୟ ହୋଇପଡ଼ିଛି।

ସେହିଭଳି ଭାବେ ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମରେ ମଧ୍ୟ ଆମେ ପାରସ୍ପରିକ ସାମଞ୍ଜସ୍ୟ ଠାରୁ ଆଗକୁ ଅଗ୍ରସର ହେବାକୁ ପଡ଼ିବ। ଏଭଳି ଗମ୍ଭୀର ପ୍ରସଙ୍ଗ ଉପରେ କୌଣସି ପ୍ରକାରେ ଦୋହରା ମାପଦଣ୍ଡର କୌଣସି ସ୍ଥାନ ନାହିଁ, ଏହା ସୁନିଶ୍ଚିତ। ବୈଶ୍ୱିକ ଶାନ୍ତି ଏବଂ ସମୃଦ୍ଧିକୁ ବଜାୟ ରଖିବା ନିମନ୍ତେ, ଆମକୁ ଏହି ପ୍ରସଙ୍ଗ ଉପରେ ଏକଜୁଟ ହୋଇ ଆଗକୁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।

୨୦୨୧ ମସିହାରେ ଭାରତର "ଇବସା' ଅଧ୍ୟକ୍ଷତା ଅବସରରେ ତିନିଗୋଟି ସଦସ୍ୟ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ)ମାନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ସୁରକ୍ଷା ପ୍ରସଙ୍ଗରେ ସହଯୋଗକୁ ମଜଭୁତ କରିବା ସକାଶେ ଆମେ ଏହାକୁ ସଂସ୍ଥାଗତ ରୂପ ପ୍ରଦାନ କରିପାରିବା।

ବନ୍ଧୁଗଣ,

ମାନବ କୈନ୍ଦ୍ରିକ ବିକାଶକୁ ସୁନିଶ୍ଚିତ କରିବା ନିମନ୍ତେ ପ୍ରଯୁକ୍ତିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ସମ୍ପ୍ରତି ମୁଣ୍ଡ ଟେକୁଥିବା ନୂଆ ନୂଆ ପ୍ରଯୁକ୍ତି, ବିଶେଷ କରି ଡିପିଆଇ ଏବଂ କୃତ୍ରିମ ପ୍ରଜ୍ଞା (ଏଆଇ) ପ୍ରସଙ୍ଗରେ, "ଇବସା' ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ। ଆମେ ଗୋଟିଏ "ଇବସା ଡିଜିଟାଲ ନବାଚାର ସଂଗଠନ' ସ୍ଥାପିତ କରିପାରିବା ଯେଉଁଥିରେ ୟୁପିଆଇ ଭଳି ଡିଜିଟାଲ ସଂସାଧନ, କୋୱନ ଭଳି ସ୍ୱାସ୍ଥ୍ୟ ପ୍ଲାଟଫର୍ମ, ସାଇବର ନିରାପତ୍ତା ଢାଞ୍ଚା, ଏବଂ ମହିଳା କୈନ୍ଦ୍ରିକ ପ୍ରଯୁକ୍ତି ଉପକ୍ରମକୁ ଏହି ତିନି ରାଷ୍ଟ୍ର ମଧ୍ୟରେ ଆଦାନ ପ୍ରଦାନ କରାଯିବା ଉଚିତ। ଏହା ଫଳରେ ଆମର ଡିଜିଟାଲ ଅର୍ଥ ବ୍ୟବସ୍ଥାରେ କ୍ଷିପ୍ରତା ଆସିବ ଏବଂ ତାହା ଆଗକୁ ସ୍ୱଚ୍ଛନ୍ଦରେ ବଢ଼ି ପାରିବ ଏବଂ ବୈଶ୍ୱିକ ଦକ୍ଷିଣ ଗୋଲାର୍ଦ୍ଧ ନିମନ୍ତେ ଆକଳନୀୟ ସମାଧାନ ସୂତ୍ର ପ୍ରସ୍ତୁତ ହୋଇପାରିବ। ଆମେ ପରସ୍ପର ସହିତ ମିଶି ସୁରକ୍ଷିତ, ବିଶ୍ୱସନୀୟ ଏବଂ ମାନବ କୈନ୍ଦ୍ରିକ କୃତ୍ରିମ ପ୍ରଜ୍ଞା ଅନୁପାଳନ ବିଧବ ପ୍ରସ୍ତୁତ କରିବାରେ ନିଜ ନିଜର ଯୋଗାଦାନ କରିପାରିବା। ଆସନ୍ତା ବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଥିବା କୃତ୍ରିମ ପ୍ରଜ୍ଞା ପ୍ରଭାବ ଶିଖର ସମ୍ମିଳନୀରେ ଏହାର ଶୁଭାରମ୍ଭ କରାଯାଇ ପାରିବ।

ବନ୍ଧୁଗଣ,

ପୋଷଣୀୟ ବିକାଶ ନିମନ୍ତେ, "ଇବସା'ର ତିନି ସଦସ୍ୟ ରାଷ୍ଟ୍ରଙ୍କ ବିକାଶରେ ଜଣେ ଅନ୍ୟ ଜଣକର କେବଳ ପରିପୂରକ ନୁହେଁ, ଆଲୋକବର୍ତ୍ତିକା ଭାବରେ କାର୍ଯ୍ୟ ସଂପାଦନ କରିପାରିବ। ମିଲେଟ ହୋଇଥାଉ କିମ୍ବା ପ୍ରାକୃତିକ କୃଷି, ବିପର୍ଯ୍ୟୟ ସହନଶୀଳ କାର୍ଯ୍ୟ ହୋଇଥାଉ କିମ୍ବା ସବୁଜ ଶକ୍ତି, ପାରମ୍ପରିକ ଔଷଧ ହୋଇଥାଉ ଅଥବା ସ୍ୱାସ୍ଥ୍ୟ ନିରାପତ୍ତା, ସକଳ ବିଷୟରେ ନିଜକୁ ଦୃଢ଼ତାର ସହିତ ଯୋଡ଼ି ବିଶ୍ୱ କଲ୍ୟାଣକୁ ସିଦ୍ଧ କରିପାରିବା।

ଏହି ଭାବନାର ସହିତ ଆମେ "ଇବସା ପାଣ୍ଠି'ର ଗଠନ ମଧ୍ୟ କରିଥିଲୁ। ଏହାର ସାହାଯ୍ୟରେ ଆମେ ବର୍ତ୍ତମାନ ସୁଦ୍ଧା ଚାଳିଶଗୋଟି ଦେଶର ପ୍ରାୟ ପଚାଶଟି ପ୍ରକଳ୍ପ କାର୍ଯ୍ୟ ସଂପାଦନ କରିଛୁ। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତୀକରଣ, ସୌର ଶକ୍ତି ଭଳି କ୍ଷେତ୍ରମାନଙ୍କରେ ସମ୍ପୂର୍ଣ୍ଣ କରାଯାଇଥିବା ପ୍ରକଳ୍ପ ସ୍ଥାନୀୟ ଲୋକମାନଙ୍କର ଆବଶ୍ୟକତା ଉପରେ ହିଁ ଆଧାରିତ ଅଟେ। ଏହି ଭାବନାକୁ ଅଧିକ ସକ୍ଷମ କରିବା ସକାଶେ, ଆମେ "ଜଳବାୟୁ ସହନଶୀଳ କୃଷି ନିମନ୍ତେ ଇବସା ପାଣ୍ଠି'ର ସ୍ଥାପନା କରିପାରିବା।

ବନ୍ଧୁଗଣ,

ଆଜିର ବିଶ୍ୱ ଅନେକ ଦିଗରେ ଦିଗଭ୍ରଷ୍ଟ ଏବଂ ବିଭାଜିତ ହୋଇ ପଡ଼ିଥିବାର ଦୃଶ୍ୟ ହେଉଛି। ଏଭଳି ସମୟରେ "ଇବସା' ଏକତା, ସହଯୋଗ ଏବଂ ମାନବ କଲ୍ୟାଣର ସନ୍ଦେଶ ଦେଇପାରିବ। ଆମ ତିନି ଗଣତାନ୍ତ୍ରିକ ଦେଶର ଏହା ଦାୟିତ୍ୱ ଏବଂ ଶକ୍ତି ମଧ୍ୟ।

ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ!

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Agricultural Transformation: How India’s Agri sector transformed over the last decade

Media Coverage

India’s Agricultural Transformation: How India’s Agri sector transformed over the last decade
NM on the go

Nm on the go

Always be the first to hear from the PM. Get the App Now!
...
Prime Minister attends the Defence Investiture Ceremony 2026 (Phase-1)
June 08, 2026

Prime Minister Shri Narendra Modi today attended the Defence Investiture Ceremony 2026 (Phase-1) where Gallantry Awards were conferred upon our brave personnel.

The Prime Minister expressed pride in their extraordinary courage, commitment and selfless service to the nation.

The Prime Minister posted on X:

"Attended the Defence Investiture Ceremony 2026 (Phase-1) where Gallantry Awards were conferred upon our brave personnel. We are proud of their extraordinary courage, commitment and selfless service to the nation."