ନବରାତ୍ରିର ପ୍ରଥମ ଦିନରୁ ନୂଆ ଜିଏସ୍‌ଟି ହାର କାର୍ଯ୍ୟକାରୀ, ଦେଶ ପାଇଁ ସମର୍ଥନ ଓ ଅଭିବୃଦ୍ଧିର ଦ୍ୱିଗୁଣିତ ଡୋଜ : ପ୍ରଧାନମନ୍ତ୍ରୀଙ୍କ ଘୋଷଣା
ଏହା କେବଳ ପ୍ରତ୍ୟେକ ପରିବାର ପାଇଁ ସଞ୍ଚୟ ବୃଦ୍ଧି କରିବ ନାହିଁ ବରଂ ଆମର ଅର୍ଥନୀତିକୁ ନୂତନ ଶକ୍ତି ଦେବ: ପ୍ରଧାନମନ୍ତ୍ରୀ
ଆତ୍ମନିର୍ଭର ଭାରତ ଗଠନରେ ଯୁବପିଢ଼ିଙ୍କୁ ପ୍ରେରଣା ଦେବାରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
ଆମେ ଆମ ଯୁବପିଢ଼ିଙ୍କ ମଙ୍ଗଳ ପାଇଁ ଚିନ୍ତିତ; ସେଥିପାଇଁ ଆମେ ଅନଲାଇନ ଟଙ୍କା ଖେଳ ବନ୍ଦ କରିବାକୁ ବଡ ପଦକ୍ଷେପ ନେଇଛୁ: ପ୍ରଧାନମନ୍ତ୍ରୀ
ବୈଜ୍ଞାନିକ ଓ ଉଦ୍ଭାବନର ସୁଯୋଗ ଯୁବପିଢ଼ିଙ୍କୁ ମିଳିବା ଉଚିତ, ଶିକ୍ଷକଙ୍କ ସକ୍ରିୟ ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
ଗର୍ବର ସହିତ କୁହନ୍ତୁ; ଏହା ସ୍ୱଦେଶୀ, ଆଜି ଏହି ଭାବନା ଦେଶର ପ୍ରତ୍ୟେକ ପିଲାଙ୍କୁ ପ୍ରେରଣା ଦେବା ଉଚିତ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଜାତୀୟ ପୁରସ୍କାର ବିଜେତା ଶିକ୍ଷକମାନଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଥିଲେ ଯେ, ଭାରତୀୟ ସମାଜରେ ଶିକ୍ଷକମାନଙ୍କ ପ୍ରତି ରହୁଥିବା ସ୍ୱାଭାବିକ ସମ୍ମାନ ଆମର ରାଷ୍ଟ୍ର ନିର୍ମାଣ ଦିଗରେ ଏକ ଶକ୍ତିଶାଳୀ ମାଧ୍ୟମ । ପ୍ରଧାନମନ୍ତ୍ରୀ ଶିକ୍ଷକମାନଙ୍କୁ ରାଷ୍ଟ୍ରନିର୍ମାଣରେ ଏକ ସୁଦୃଢ଼ ଶକ୍ତି ବୋଲି ବର୍ଣ୍ଣନା କରି, ସେମାନଙ୍କର ଜୀବନବ୍ୟାପୀ ସର୍ମପଣ ଓ ପ୍ରଭାବ ପ୍ରତି ସ୍ୱୀକୃତି ଦେବାକୁ ସମାଜର କର୍ତ୍ତବ୍ୟ ବୋଲି ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷକ ପୁରସ୍କାର ବିଜେତା ସମସ୍ତ ବ୍ୟକ୍ତିମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ, ସେମାନଙ୍କ ଚୟନ ସେମାନଙ୍କର କଠିନ ପରିଶ୍ରମ ଏବଂ ଅଟଳ ସମର୍ପଣର ସ୍ୱୀକୃତି । ଶିକ୍ଷକମାନେ କେବଳ ବର୍ତ୍ତମାନକୁ ନୁହେଁ ବରଂ ଦେଶର ଭବିଷ୍ୟତକୁ ମଧ୍ୟ ଗଢ଼ିଥାନ୍ତି । ଯାହା ସେମାନଙ୍କ ଭୂମିକାକୁ ଜାତୀୟ ସେବାର ସର୍ବୋଚ୍ଚ ରୂପ ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଏହା ମଧ୍ଯ କହିଥିଲେ ଯେ, ଏହି ବର୍ଷର ପୁରସ୍କାର ବିଜେତାମାନଙ୍କ ପରି, ଦେଶର ଲକ୍ଷାଧିକ ଶିକ୍ଷକ ଆନ୍ତରିକତା, ପ୍ରତିବଦ୍ଧତା ଏବଂ ସେବାଭାବ ସହିତ ଶିକ୍ଷାରେ ନିଜକୁ ଉତ୍ସର୍ଗ କରିଆସୁଛନ୍ତି । ଏହି ସୁଯୋଗରେ ସେ, ରାଷ୍ଟ୍ର ନିର୍ମାଣରେ ଶିକ୍ଷକମାନଙ୍କ ଅମୂଲ୍ୟ ଅବଦାନକୁ ମଧ୍ୟ ଉଚିତ ସମ୍ମାନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଭାରତର ପ୍ରଗତିରେ ଶିକ୍ଷକମାନଙ୍କ ସ୍ଥାୟୀ ଭୂମିକାକୁ ପ୍ରଶଂସା କରି କହିଥିଲେ, ଦେଶ ସର୍ବଦା ଗୁରୁ-ଶିକ୍ଷ୍ୟ ପରମ୍ପରାକୁ ସମ୍ମାନ ଦେଇଆସିଛି । ଭାରତରେ, ଜଣେ ଗୁରୁ କେବଳ ଜ୍ଞାନ ପ୍ରଦାନକାରୀ ନୁହନ୍ତି ବରଂ ଜୀବନର ମାର୍ଗଦର୍ଶକ ମଧ୍ୟ । ଶ୍ରୀ ମୋଦୀ କହିଥିଲେ, ଯେତେବେଳେ ଆମେ ଏକ ବିକଶିତ ଭାରତ ନିର୍ମାଣର ଦୃଷ୍ଟିକୋଣ ସହିତ ଆଗକୁ ବଢ଼ୁଛୁ, ଏହି ପରମ୍ପରା ଆମର ଶକ୍ତିରେ ପରିଣତ ହୋଇଛି । ଆପଣଙ୍କ ପରି ଶିକ୍ଷକମାନେ ଏହି ଐତିହ୍ୟର ଜୀବନ୍ତ ପ୍ରତିମୂର୍ତ୍ତି । ଆପଣମାନେ କେବଳ ସାକ୍ଷରତା ପ୍ରଦାନ କରୁନାହାନ୍ତି, ବରଂ ଯୁବ ପିଢ଼ିଙ୍କ ମଧ୍ୟରେ ରାଷ୍ଟ୍ର ପାଇଁ ବଞ୍ଚିବାର ଭାବନା ମଧ୍ୟ ସୃଷ୍ଟି କରୁଛନ୍ତି ।

 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଶିକ୍ଷକମାନେ ଏକ ଶକ୍ତିଶାଳୀ ରାଷ୍ଟ୍ର ଏବଂ ଏକ ସଶକ୍ତ ସମାଜର ମୂଳଦୁଆ । ସେ ଉଲ୍ଲେଖ କରିଥିଲେ ଯେ, ଶିକ୍ଷକମାନେ ପାଠ୍ୟକ୍ରମ ଏବ ପାଠ୍ୟକ୍ରମରେ ସମୟୋଚିତ ପରିବର୍ତ୍ତନର ଆବଶ୍ୟକତା ପ୍ରତି ସମ୍ବେଦନଶୀଳ  ହେବା ସହ ଶିକ୍ଷାକୁ ସମୟର ପରିବର୍ତ୍ତିତ ଚାହିଦା ଅନୁଯାୟୀ ପ୍ରସ୍ତୁତ କରିଥାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମାନ ଭାବନା ରାଷ୍ଟ୍ର ପାଇଁ କରାଯାଉଥିବା ସଂସ୍କାରରେ ପ୍ରତିଫଳିତ ହୁଏ । ସଂସ୍କାର ନିରନ୍ତର ଏବଂ ସମୟ ସହିତ ପ୍ରାସଙ୍ଗିକ ହେବା ଉଚିତ, ଏହା ଆମ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ।

ସଂରଚନାତ୍ମକ ସଂସ୍କାର ମାଧ୍ୟମରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଲାଲକିଲ୍ଲାରୁ ତାଙ୍କ ପ୍ରତିବଦ୍ଧତାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ, “ମୁଁ ପ୍ରତିଶୃତି ଦେଇଥିଲି ଯେ, ଦୀପାବଳି ଏବଂ ଛଠ ପୂଜା ପୂର୍ବରୁ, ଲୋକଙ୍କ ପାଇଁ ଦୁଇ ଥର ଉତ୍ସବର ଅବସର ଆସିବ । ସେହି ଭାବନା ସହିତ, ଜିଏସ୍‌ଟି ପରିଷଦ ଏକ ଐତିହାସିକ ନିଷ୍ପତ୍ତି ନେଇଛି । ଜିଏସ୍‌ଟି ଏବେ ଆହୁରି ସରଳ ହୋଇଯାଇଛି । ବର୍ତ୍ତମାନ ମୁଖ୍ୟତଃ ଦୁଇଟି ଜିଏସ୍‌ଟି ସ୍ଲାବ ରହିଛି, ୫% ଏବଂ ୧୮% । ଏହି ନୂତନ ହାର ସୋମବାର ୨୨ ସେପ୍ଟେମ୍ବର, ନବରାତ୍ରିର ପ୍ରଥମ ଦିନରୁ କାର୍ଯ୍ୟକାରୀ ହେବ ।”  ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ନବରାତ୍ରି ଆରମ୍ଭରୁ କୋଟି କୋଟି ପରିବାର ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଅଧିକ ସୁଲଭ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବର୍ଷର ଧନତେରସ ଅଧିକ ଜୀବନ୍ତ ହେବ, କାରଣ ଡଜନ ଡଜନ ସାମଗ୍ରୀ ଉପରେ ଟିକସ ହ୍ରାସ କରାଯାଇଛି ।

ଶ୍ରୀ ମୋଦୀ କହିଥିଲେ ଯେ, ଜିଏସ୍‌ଟି ସ୍ୱାଧୀନ ଭାରତର ସବୁଠାରୁ ବଡ ଆର୍ଥିକ ସଂସ୍କାର ମଧ୍ୟରୁ ଗୋଟିଏ ଥିଲା । ଏହା ଦେଶକୁ ବହୁବିଧ ଟିକସର ଜଟିଳ ଜାଲରୁ ମୁକ୍ତ କରିଛି । ବର୍ତ୍ତମାନ, ଭାରତ ୨୧ ଶଦାବ୍ଦୀରେ ଅଗ୍ରସର ହେଉଥିବାରୁ, ଜିଏସ୍‌ଟି ସଂସ୍କାରର ଏହି ନୂତନ ପର୍ଯ୍ୟାୟକୁ ଗଣମାଧ୍ୟମରେ କିଛି ଲୋକ ‘ଜିଏସ୍‌ଟି ୨.୦’ ଭାବରେ ଉଲ୍ଲେଖ କରୁଛନ୍ତି, ଏହା ପ୍ରକୃତରେ ସମର୍ଥନ ଏବଂ ବିକାଶର ଦ୍ୱିତୀୟ ପର୍ଯ୍ୟାୟ । ଏହି ସଂସ୍କାର ସାଧାରଣ ପରିବାର ପାଇଁ ବର୍ଦ୍ଧିତ ସଞ୍ଚୟ ଏବଂ ଆର୍ଥିକ ଗତିକୁ ସୁଦୃଢ଼ କରିବାର ଦ୍ୱିଗୁଣିତ ଲାଭ ପ୍ରଦାନ କରେ । ଶ୍ରୀ ମୋଦୀ କହିଛନ୍ତି, “ଏହି ପଦକ୍ଷେପ ଗରିବ, ନବ-ମଧ୍ୟବିତ୍ତ ବର୍ଗ, ମଧ୍ୟବିତ୍ତ ବର୍ଗ, ଚାଷୀ, ମହିଳା, ଛାତ୍ର ଏବଂ ଯୁବକମାନଙ୍କୁ ଯଥେଷ୍ଟ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି । ନୂତନ ଚାକିରି ଆରମ୍ଭ କରୁଥିବା ଯୁବ ବୃତ୍ତିଗତମାନେ ଯାନବାହନ ଟିକସ ହ୍ରାସରୁ ବିଶେଷ ଭାବରେ ଉପକୃତ ହେବେ । ଏହି ନିଷ୍ପତ୍ତି  ପରିବାର ପାଇଁ ଘରୋଇ ବଜେଟ୍ ପରିଚାଳନା କରିବା ସହଜ ହେବା ସହ ସେମାନଙ୍କର ଜୀବନର ମାନ ଉନ୍ନତ କରିବା ବୋଲି ଶ୍ରୀ ମୋଦୀ କହିଛନ୍ତି ।

 

ଶ୍ରୀ ମୋଦୀ ଏନ୍‌ଡିଏ ସରକାରଙ୍କ ଦ୍ୱାରା ନିଆଯାଇଥିବା ପରିବର୍ତ୍ତନମୂଳକ ଟିକସ ସଂସ୍କାରକୁ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ବ୍ୟାପକ ଜିଏସ୍‌ଟି ହ୍ରାସ ଭାରତୀୟ ପରିବାର ଉପରେ ଆର୍ଥିକ ବୋଝକୁ ଯଥେଷ୍ଟ ହ୍ରାସ କରିଛି । ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ୨୦୧୪ ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କ ଅଧୀନରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପରେ ଅତ୍ୟଧିକ କର ଲାଗୁ କରାଯାଇଥିଲା । ଟୁଥପେଷ୍ଟ, ସାବୁନ, ବାସନକୁସନ, ସାଇକେଲ ଏବଂ ପିଲାମାନଙ୍କ ପାଇଁ କ୍ୟାଣ୍ଡି ଭଳି ଉତ୍ପାଦଗୁଡିକ ଉପରେ ୧୭%ରୁ ୨୮% ପର୍ଯ୍ୟନ୍ତ ଟିକସ ଲାଗୁ ହୋଇଥିଲା । ହୋଟେଲରେ ରହିବା ଭଳି ମୌଳିକ ସେବାଗୁଡିକ ଉପରେ ମଧ୍ୟ ଅଧିକ ଟିକସ ଲାଗୁ ହୋଇଥିଲା, ଯେଉଁଥିରେ ଅତିରିକ୍ତ ରାଜ୍ୟସ୍ତରୀୟ ଟିକସ ମଧ୍ୟ ସାମିଲ ଥିଲା । ଶ୍ରୀ ମୋଦୀ କହିଥିଲେ, “ଯଦି ସମାନ ଟିକସ ବ୍ୟବସ୍ଥା ଜାରି ରହିଥାନ୍ତା, ତେବେ ଲୋକମାନଙ୍କୁ ପ୍ରତି ୧୦୦ ଟଙ୍କା ଖର୍ଚ୍ଚ କରିବା ଉପରେ ୨୦ରୁ ୨୫ ଟଙ୍କା ଟିକସ ଦେବାକୁ ପଡିଥାନ୍ତା । ଅନ୍ୟପକ୍ଷରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ଅଧୀନରେ, ଏପରି ସାମଗ୍ରୀ ଏବଂ ସେବା ଉପରେ ଜିଏସ୍‌ଟି ମାତ୍ର ୫%କୁ ହ୍ରାସ କରାଯାଇଛି । ଏହା ଦେଶର ଲକ୍ଷ ଲକ୍ଷ ପରିବାର ପାଇଁ ସିଧାସଳଖ ଆଶ୍ୱସ୍ତି ସୁନିଶ୍ଚିତ କରୁଛି ।”

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ବିଶେଷତଃ ମଧ୍ୟବିତ୍ତ ବର୍ଗ, ଚାଷୀ, ମହିଳା ଏବଂ ଯୁବ ବୃତ୍ତିଜୀବୀମାନଙ୍କ ପାଇଁ, ଏହି ସଂସ୍କାରଗୁଡିକ ଘରୋଇ ସଞ୍ଚୟ ବୃଦ୍ଧି କରିବା ସହିତ ସହଜ ଜୀବନଯାପନ ପାଇଁ ଖର୍ଚ୍ଚକୁ କମେଇବାରେ ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପ୍ରକାଶ କରେ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ୨୦୧୪ ପୂର୍ବରୁ ଚିକିତ୍ସା ସୁବିଧା ଅନେକ ଲୋକଙ୍କ ପାଇଁ ସ୍ୱପ୍ନ ଥିଲା । କାରଣ, କଂଗ୍ରେସ ସରକାର ଡାଇଗ୍ନୋଷ୍ଟିକ କିଟ ଉପରେ ୧୬% ଟିକସ ଲାଗୁ କରିଥିଲା । ଏହାକୁ ବର୍ତ୍ତମାନ ମାତ୍ର ୫%କୁ ହ୍ରାସ କରାଯାଇଛି । ଏହା ଫଳରେ ଗରିବ ଏବଂ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ମୌଳିକ ସ୍ୱାସ୍ଥ୍ୟସେବା ଅଧିକ ସୁଲଭ ହୋଇଛି । ଶ୍ରୀ ମୋଦୀ କହିଛନ୍ତି, “ପୂର୍ବ ଶାସନ କାଳରେ, ଘର ନିର୍ମାଣ ଏକ ମହଙ୍ଗା ବ୍ୟାପାର ଥିଲା । ସିମେଣ୍ଟ ଉପରେ ୨୯% ଏବଂ ଏସି ତଥା ଟିଭି ଭଳି ଉପକରଣ ଉପରେ ୩୧% ଟିକସ ଲାଗୁ ହେଉଥିଲା । ଆମ ସରକାର ଏହି ହାରକୁ ୧୮%କୁ ହ୍ରାସ କରିଛି, ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାପନ ଖର୍ଚ୍ଚ ହ୍ରାସ କରିଛି ।”

 

ପ୍ରଧାନମନ୍ତ୍ରୀ ପୂର୍ବ ଟିକସ ବ୍ୟବସ୍ଥାରେ କୃଷକମାନଙ୍କ ଦୁର୍ଦ୍ଦଶା ଉପରେ ମଧ୍ୟ ଆଲୋକପାତ କରିଥିଲେ, ଯେତେବେଳେ ଟ୍ରାକ୍ଟର, ଜଳସେଚନ ଉପକରଣ ଏବଂ ପମ୍ପିଂ ସେଟ୍ ଭଳି ଅତ୍ୟାବଶ୍ୟକ ଉପକରଣ ୧୨%-୧୪% ଟିକସ ଲାଗୁ ହୋଇଥିଲା । ଶ୍ରୀ ମୋଦୀ କହିଥିଲେ ଯେ, ଆଜି ଏହି ସାମଗ୍ରୀଗୁଡିକ ମଧ୍ୟରୁ ଅଧିକାଂଶ ଉପରେ ୦% କିମ୍ବା ୫% ଟିକସ ଲାଗୁ ହୋଇଛି, ଯାହା ଫଳରେ କୃଷି ଖର୍ଚ୍ଚ ଉଲ୍ଲେଖନୀୟ ଭାରେ ହ୍ରାସ ପାଉଛି ଏବଂ ଗ୍ରାମୀଣ ଜୀବିକାରେ ସୁଧାର ଆସୁଛି । ଏହି ସଂସ୍କାରଗୁଡିକ ଘରୋଇ ବଜେଟ ଉନ୍ନତ କରିବା, ଚାଷୀମାନଙ୍କୁ ସଶକ୍ତ କରିବା ଏବଂ ସମଗ୍ର ଦେଶରେ ଜୀବନର ଗୁଣବତ୍ତା ବୃଦ୍ଧି କରିବା ପାଇଁ ସରକାରଙ୍କ ବ୍ୟାପକ ପ୍ରତିବଦ୍ଧତାର ଏକ ଅଂଶ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବୟନ ଶିଳ୍ପ, ହସ୍ତଶିଳ୍ପ ଏବଂ ଚମଡା ଭଳି ବିଶାଳ ଶ୍ରମଶକ୍ତି ନିଯୁକ୍ତ କ୍ଷେତ୍ରଗୁଡିକୁ ଜିଏସ୍‌ଟି ହାର ହ୍ରାସ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଦିଆଯାଇଛି । ଏହି ସଂସ୍କାରଗୁଡିକ କେବଳ ଉକ୍ତ ଶିଳ୍ପଗୁଡିକରେ ଶ୍ରମିକ ଏବଂ ଉଦ୍ୟୋଗୀକଙ୍କୁ ଲାଭ ପହଞ୍ଚାଇବ ନାହିଁ ବରଂ ପୋଷାକ ଏବଂ ଚପଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ମଧ୍ୟ କମ କରିବ । ଶ୍ରୀ ମୋଦୀ ଆହୁରିମଧ୍ୟ କହିଛନ୍ତି, “ର୍ଷ୍ଟାଟଅପ, ଏମ୍‌ଏସ୍‌ଏମ୍‌ଇ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ସରକାର ସୁଗମ ପ୍ରକ୍ରିୟା ସହିତ କର ହ୍ରାସକୁ ମିଶ୍ରଣ କରିଛନ୍ତି, ବ୍ୟବସାୟର ସହଜତା ଏବଂ ପରିଚାଳନାଗତ ନମନୀୟତାକୁ ବୃଦ୍ଧି କରିଛନ୍ତି ।” ସୁସ୍ଥତା ଉପରେ ବର୍ଦ୍ଧିତ ଧ୍ୟାନକୁ ସ୍ୱୀକାର କରି, ପ୍ରଧାନମନ୍ତ୍ରୀ ଜିମ, ସେଲୁନ ଏବଂ ଯୋଗ ଭଳି ସବୋ ଉପରେ ଜିଏସ୍‌ଟି ହ୍ରାସ ଘୋଷଣା କରିଛନ୍ତି, ଯାହା ଯୁବପିଢ଼ିଙ୍କ ମଧ୍ୟରେ ଫିଟନେସ୍‌କୁ ଉତ୍ସାହିତ କରୁଛି । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ସଂସ୍କାରଗୁଡିକ ଏକ ବିକଶିତ ଭାରତ ଗଠନର ବ୍ୟାପକ ଏଜେଣ୍ଡାର ଅଂଶ, ଯେଉଁଥିରେ ଯୁବପିଢ଼ି, ଉଦ୍ୟୋଗ ଏବଂ ସ୍ୱାସ୍ଥ୍ୟ ପ୍ରମୁଖ ଜାତୀୟ ପ୍ରାଥମିକତା ରହିଛି ।

ପ୍ରଧାନମନ୍ତ୍ରୀ ସଦ୍ୟତମ ଜିଏସ୍‌ଟି ସଂସ୍କାରକୁ ଭାରତର ଅର୍ଥନୈତିକ ପରିବର୍ତ୍ତନରେ ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ, ଏହି ସଂସ୍କାରଗୁଡିକ ଦେଶର ସମୃଦ୍ଧ ଅର୍ଥନୀତିରେ ‘ପାଞ୍ଚଟି ପ୍ରମୁଖ ରତ୍ନ’ ଯୋଡିଛି । ଶ୍ରୀ ମୋଦୀ କହିଛନ୍ତି, “ସେଥିମଧ୍ୟରୁ ପ୍ରଥମତଃ, ଟିକସ ବ୍ୟବସ୍ଥା ଯଥେଷ୍ଟ ସରଳ ହୋଇଛି, ଦ୍ୱିତୀୟତଃ, ଭାରତୀୟ ନାଗରିକଙ୍କ ଜୀବନଶୈଳୀରେ ଅଧିକ ସୁଧାର ଏବଂ ତୃତୀୟତଃ, ବ୍ୟବହାର ତଥା ଅର୍ଥନୈତିକ ଅଭିବୃଦ୍ଧିକୁ ନୂତନ ପ୍ରୋତ୍ସାହନ । ଚତୁର୍ଥତଃ, ବ୍ୟବସାୟ କରିବାର ସହଜତା ସୁଦୃଢ଼ ହେବ, ଯାହା ଅଧିକ ନିବେଶ ଏବଂ ନିଯୁକ୍ତି ସୃଷ୍ଟି କରିବ । ପଞ୍ଚମତଃ, ସହଯୋଗୀମୂଳକ ସଂଘୀୟତାର ଭାବନା, କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସହଭାଗୀତାକୁ ଆହୁରି ସୁଦୃଢ଼ କରିବ, ଯାହା ଏକ ବିକଶିତ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।”

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସରକାରଙ୍କ ମାର୍ଗଦର୍ଶିକ ନୀତି, “ନାଗରିକ ଦେବୋ ଭବ ଭାବ” (ନାଗରିକ ହେଉଛିନ୍ତି ଇଶ୍ୱର)କୁ ପୁନରାବୃତ୍ତି କରି ପ୍ରତ୍ୟେକ ଭାରତୀୟଙ୍କ କଲ୍ୟାଣ ପାଇଁ ଏହାର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଆଲୋକପାତ କରିଥିଲେ ଯେ, ଏହି ବର୍ଷ, ଟିକସ ରିହାତି କେବଳ ଜିଏସ୍‌ଟି ହ୍ରାସ ଦ୍ୱାରା ନୁହେଁ ବରଂ ଆୟକରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହ୍ରାସ ମାଧ୍ୟମରେ ଆସିଛି । ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ବର୍ତ୍ତମାନ କରମୁକ୍ତ, କରଦାତାଙ୍କୁ ଯଥେଷ୍ଟ ଆଶ୍ୱସ୍ତି ପ୍ରଦାନ କରୁଛି ।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଭାରତରେ ମୁଦ୍ରାସ୍ଫୀତି ବର୍ତ୍ତମାନ ବହୁତ କମ ଏବଂ ନିୟନ୍ତ୍ରିତ ସ୍ତରରେ ରହିଛି, ଯାହା ପ୍ରକୃତ ଲୋକାଭିମୁଖୀ ଶାସନକୁ ପ୍ରତିଫଳିତ କରେ । ଫଳସ୍ୱରୂପ, ଭାରତର ଅଭିବୃଦ୍ଧି ହାର ପ୍ରାୟ ଆଠ ପ୍ରତିଶତରେ ପହଞ୍ଚିଛି, ଯାହା ଏହାକୁ ବିଶ୍ୱର ସବୁଠାରୁ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିରେ ପରିଣତ କରିଛି । ଏହି ଉଲ୍ଲେଖନୀୟ ସଫଳତା ୧୪୦ କୋଟି ଭାରତୀୟଙ୍କ ଶକ୍ତି ଏବଂ ଦୃଢ଼ତାର ପ୍ରମାଣ ।

ପ୍ରଧାନମନ୍ତ୍ରୀ ଭାରତକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ସଂସ୍କାର ଯାତ୍ରା ଜାରି ରଖିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆତ୍ମନିର୍ଭର ଭାରତ (ସ୍ୱୟଂଚାଳିତ ଭାରତ) କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏକ ପ୍ରତିବଦ୍ଧ ଆନ୍ଦୋଳନ ।” ସେ ଦେଶର ସମସ୍ତ ଶିକ୍ଷକଙ୍କୁ ପ୍ରତ୍ୟେକ ଛାତ୍ରଙ୍କ ମଧ୍ୟରେ ନିରନ୍ତର ଆତ୍ମନିର୍ଭରତାର ଭାବନା ଜାଗ୍ରତ କରିବାକୁ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀ ସରଳ ଭାଷା ଏବଂ ସ୍ଥାନୀୟ ଭାଷାରେ ଆତ୍ମନିର୍ଭର ଭାରତର ଗୁରୁତ୍ୱ ବୁଝାଇବାରେ ଶିକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ସେ ଶିକ୍ଷକମାନଙ୍କୁ ଛାତ୍ରମାନଙ୍କୁ ଏହା ବୁଝିବାକୁ ପ୍ରେରଣା ଦେବାକୁ ଅନୁରୋଧ କରି କହିଥିଲେ ଯେ, ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଏକ ରାଷ୍ଟ୍ର କେବେବି ଶୀଘ୍ର ପ୍ରଗତି କରିପାରିବ ନାହିଁ, ଯେତେ ଶୀଘ୍ର ସେ ନିଜର ପ୍ରକୃତ କ୍ଷମତା ଜରିଆରେ କରିପାରିବ । ପ୍ରଧାନମନ୍ତ୍ରୀ ଶିକ୍ଷକମାନଙ୍କୁ ଛାତ୍ରମାନଙ୍କୁ ଏପରି ଅଭ୍ୟାସରେ ନିୟୋଜିତ କରିବାକୁ ଉତ୍ସାହିତ କରିଥିଲେ, ଯାହା ଦୈନନ୍ଦିନ ଜୀବନରେ ଆମଦାନୀ ହୋଇଥିବା ଉତ୍ପାଦର ଉପସ୍ଥିତିକୁ ରେଖାଙ୍କିତ କରିଥାଏ ଏବଂ ସ୍ୱଦେଶୀ ବିକଳ୍ପର ବ୍ୟବହାରକୁ ପ୍ରୋତ୍ସାହିତ କରିଥାଏ । ଭାରତ ଖାଇବା ତେଲ ଆମଦାନୀ ପାଇଁ ବାର୍ଷିକ ୧ ଲକ୍ଷ କୋଟିରୁ ଅଧିକ ଖର୍ଚ୍ଚ କରୁଥିବାର ଉଦାହରଣ ଦେଇ କହିଥିଲେ ଯେ, ଜାତୀୟ ବିକାଶ ପାଇଁ ଆତ୍ମନିର୍ଭରଶୀଳତା ଅପରିହାର୍ଯ୍ୟ ।

 

ମହାତ୍ମା ଗାନ୍ଧୀଙ୍କ ସ୍ୱଦେଶୀକୁ ପ୍ରୋତ୍ସାହିତ କରିବାର ଐତିହ୍ୟକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେହି ମିଶନକୁ ସମ୍ପୂର୍ଣ୍ଣ କରିବା ବର୍ତ୍ତମାନ ପିଢ଼ିର କର୍ତ୍ତବ୍ୟ । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ପ୍ରତ୍ୟେକ ଛାତ୍ର ନିଜକୁ ପଚାରିବା ଉଚିତ, ‘ମୋ ଦେଶର ଯେକୌଣସି ଆବଶ୍ୟକତା ପୂରଣ କରିବା ପାଇଁ ମୁଁ କ’ଣ କରିପାରିବି ? ଦେଶର ଆବଶ୍ୟକତା ସହିତ ନିଜକୁ ଯୋଡିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶ୍ରୀ ମୋଦୀ ଆହୁରିମଧ୍ୟ କରିଛନ୍ତି ଯେ, ଏହି ଦେଶ ଆମକୁ ଜୀବନରେ ଆଗକୁ ନେଇଯାଏ, ଆମକୁ ବହୁତ କିଛି ଦିଏ ଏବଂ ସେଥିପାଇଁ ପ୍ରତ୍ୟେକ ଛାତ୍ର ସର୍ବଦା ଏହି ଚିନ୍ତାଧାରା ନିଜ ହୃଦୟରେ ବହନ କରିବା ଉଚିତ : ମୁଁ ମୋ ଦେଶକୁ କ’ଣ ଦେଇପାରିବି ଏବଂ ଦେଶର କେଉଁ ଆବଶ୍ୟକତା ପୂରଣ କରିବାରେ ମୁଁ ସାହାଯ୍ୟ କରିପାରିବି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବାଚାର, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତି ଭାରତୀୟ ଛାତ୍ରଛାତ୍ରୀମାନଙ୍କର ବୃଦ୍ଧି ପାଉଥିବା ଆଗ୍ରହକୁ ପ୍ରଶଂସା କରିଥିଲେ । ଚାନ୍ଦ୍ରାୟଣ ମିଶନର ସଫଳତାକୁ ସେ ଲକ୍ଷ ଲକ୍ଷ ଲୋକଙ୍କୁ ବୈଜ୍ଞାନିକ ଏବଂ ନବସୃଜନକାରୀ ହେବା ପାଇଁ ପ୍ରେରଣା ଦେବାର ଶ୍ରେୟ ଦେଇଥିଲେ । ସେ ମନେ ପକାଇଥିଲେ ଯେ, ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ମିଶନରୁ ଫେରିବା ତାଙ୍କ ସ୍କୁଲ ସମୂଦାୟକୁ କିପରି ଶକ୍ତିବାନ କରିଥିଲା । ଶିକ୍ଷାଗତ ସ୍ତର ବ୍ୟତୀତ ଯୁବପିଢ଼ିଙ୍କ ଚିନ୍ତାଧାରକୁ ଗଠନ କରିବା ଏବଂ ସେମାନଙ୍କର ମାର୍ଗଦର୍ଶନ କରିବାରେ ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଜୋର ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଅଟଳ ଇନୋଭେସନ ମିଶନ ଏବଂ ଅଟଳ ଟିଙ୍କରିଂ ଲ୍ୟାବ ମାଧ୍ୟମରେ ବର୍ତ୍ତମାନ ଉପଲବ୍ଧ ସହାୟତା ଉପରେ ଆଲୋକପାତ କରିଥିଲେ । ଏହା ଜରିଆର ପୂର୍ବରୁ ଦେଶବ୍ୟାପୀ ୧୦,୦୦୦ରୁ ଅଧିକ ଲ୍ୟାବ ପ୍ରତିଷ୍ଠା ହୋଇଛି । ସରକାର ସାରା ଭାରତରେ ଯୁବ ଉଦ୍ଭାବକମାନଙ୍କୁ ନବାଚାର ପାଇଁ ଅଧିକ ସୁଯୋଗ ପ୍ରଦାନ କରିବାକୁ ଅତିରିକ୍ତ ୫୦,୦୦୦ ଲ୍ୟାବ ସୃଷ୍ଟି କରିବାକୁ ଅନୁମୋଦନ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, “ଏହି ପଦକ୍ଷେପଗୁଡିକର ସଫଳତା ପରବର୍ତ୍ତୀ ପିଢ଼ିର ଉଦ୍ଭାବକମାନଙ୍କୁ ପୋଷଣ କରୁଥିବା ଶିକ୍ଷକମାନଙ୍କ ଉତ୍ସର୍ଗୀକୃତ ପ୍ରୟାସ ଉପରେ ନିର୍ଭର କରେ ।”

ଶ୍ରୀ ମୋଦୀ ଯୁବପିଢ଼ିଙ୍କୁ ଡିଜିଟାଲ କ୍ଷେତ୍ରରେ ସଶକ୍ତ କରିବା ସହ ଡିଜିଟାଲ ଦୁନିଆର ହାନିକାରକ ପ୍ରଭାବରୁ ବଞ୍ଚାଇବାକୁ ସରକାରଙ୍କ ବିଶେଷ ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ ସଂସଦରେ ନିକଟରେ ଅନଲାଇନ ଗେମିଙ୍ଗକୁ ନିଷ୍କ୍ରିୟ କରିବା ଲାଗି ଗୃହୀତ ହୋଇଥିବା ଆଇନର ଉଦାହରଣ ଦେଇଥିଲେ, ଯାହାର ଉଦ୍ଦେଶ୍ୟ ଯୁବପିଢ଼ି ଏବଂ ସେମାନଙ୍କ ପରିବାରକୁ ନିଶାକବଳତା, ଆର୍ଥିକ ଶୋଷଣକାରୀ ଏବଂ ହିଂସାତ୍ମକ ବିଷୟବସ୍ତୁରୁ ରକ୍ଷା କରିବା ।

ପ୍ରଧାନମନ୍ତ୍ରୀ ଏ ସବୁ ବିପଦ ବାବଦରେ ଛାତ୍ରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ । ସେ ବୈଶ୍ୱିକ ଗେମିଙ୍ଗ କ୍ଷେତ୍ରରେ, ବିଶେଷ ଭାବେ ପାରମ୍ପରିକ ଭାରତୀୟ କ୍ରୀଡ଼ାର ଲାଭ ଉଠାଇ ଏବଂ ନବାଚାର ଷ୍ଟାର୍ଟଅପ ଗୁଡ଼ିକୁ ସମର୍ଥନ ଦେଇ ଭାରତର ଉପସ୍ଥିତି ବଢ଼ାଇବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଜୋର୍ ଦେଇଥିଲେ । ଶ୍ରୀ ମୋଦୀ କହିଥିଲେ, “ଛାତ୍ରମାନଙ୍କୁ ଦାୟିତ୍ୱବଦ୍ଧ ଗେମିଙ୍ଗ ଏବଂ ଡିଜିଟାଲ ଦୁନିଆ ବାବଦରେ ଶିକ୍ଷିତ କରି ସରକାର ଏହି ବିସ୍ତାରିତ ହେଉଥିବା ଉଦ୍ୟୋଗରେ ସେମାନଙ୍କ ପାଇଁ ଆଶାଜନକ କ୍ୟାରିଅର ବନାଇବାର ବିକଳ୍ପ କଳ୍ପନା କରୁଛନ୍ତି ।”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷକମାନଙ୍କୁ ‘ଭୋକାଲ ଫର ଲୋକାଲ’ ଅଭିଯାନରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ପରାମର୍ଶ ଦେଇଥିଲେ, ଯାହାକି ସ୍ୱଦେଶୀ ଉତ୍ପାଦଗୁଡ଼ିକୁ ଭାରତର ଗୌରବ ଏବଂ ପ୍ରତୀକ ଭାବେ ଆପଣାଇବାକୁ ପ୍ରୋତ୍ସାହିତ କରୁଛି । ସେ ଛାତ୍ରମାନଙ୍କୁ ଏଭଳି ସ୍କୁଲ ପ୍ରକଳ୍ପ ଏବଂ ଗତିବିଧିରେ ସାମିଲ କରିବାକୁ ଜୋର ଦେଇଥିଲେ, ଯାହାକି ‘ମେଡ ଇନ ଇଣ୍ଡିଆ’ ଉତ୍ପାଦକୁ ଚିହ୍ନିତ କରିଥାଏ ଏବଂ ତାହାର ଉତ୍ସବ ମନାଇଥାଏ ।

ପ୍ରଧାନମନ୍ତ୍ରୀ ଛାତ୍ରମାନଙ୍କୁ ଓ ସେମାନଙ୍କ ପରିବାରକୁ ଘରେ ସ୍ଥାନୀୟ ଉତ୍ପାଦକୁ ଚିହ୍ନଟ କରିବା ଏବଂ କମ୍ ବୟସରୁ ସେ ବାବଦରେ ସଚେତନତା ସୃଷ୍ଟି କରିପାରିବା ଭଳି ଟାସ୍କ ଦେବାକୁ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ । ସେ କଳା ଓ ଶିଳ୍ପ କ୍ଲାସ ତଥା ସ୍କୁଲ ସମାରୋହରେ ସ୍ୱଦେଶୀ ଉତ୍ପାଦର ବ୍ୟବହାରକୁ ମଧ୍ୟ ପ୍ରୋତ୍ସାହିତ କରିଥିଲେ, ଯାହଦ୍ୱାରା କି ଭାରତ ନିର୍ମିତ ସାମଗ୍ରୀ ପ୍ରତି ଆଜୀବନ ଗର୍ବର ଭାବନା ରହିପାରିବ ।

ଶ୍ରୀ ମୋଦୀ ସ୍କୁଲରେ ‘ସ୍ୱଦେଶୀ ସପ୍ତାହ’ ଏବଂ ‘ସ୍ଥାନୀୟ ଉତ୍ପାଦ ଦିବସ’ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆହ୍ୱାନ ଦେଇଥିଲେ, ଯେଉଁଥିରେ କି ଛାତ୍ରମାନେ ନିଜ ଘରୁ ସ୍ଥାନୀୟ ଉତ୍ପାଦ ଆଣି ସେଗୁଡ଼ିକର କାହାଣୀ କହିପାରିବେ । ସେ ବ୍ୟାପକ ସଚେତନତା ସୃଷ୍ଟି ଲାଗି ସେସବୁ ଉତ୍ପାଦର ଉତ୍ପତ୍ତି, ନିର୍ମାତା ଏବଂ ରାଷ୍ଟ୍ରୀୟ ମହତ୍ୱ ଉପରେ ଚର୍ଚ୍ଚା ପାଇଁ ଜୋର୍ ଦେଇଥିଲେ । ଶ୍ରୀ ମୋଦୀ କହିଥିଲେ, “ଛାତ୍ର ଓ ସ୍ଥାନୀୟ କାରିଗରମାନଙ୍କ ମଧ୍ୟରେ ଆଲୋଚନା ହେବା ଉଚିତ, ଯେଉଁଥିରେ କି ପିଢ଼ି ପରେ ପିଢ଼ି ଚାଲି ଆସିଥିବା ସ୍ୱଦେଶୀ ଶିଳ୍ପ ଓ ବିନିର୍ମାଣର ମୂଲ୍ୟ ଉପରେ ସମସ୍ତେ ଅବଗତ ହେବା ଉଚିତ । ସ୍ଥାନୀୟ ଉତ୍ପାଦ ଗୁଡ଼ିକ ପାଇଁ ଗର୍ବ ଅନୁଭବ କରାଇବାକୁ ଜନ୍ମ ଦିନ ଭଳି ଉତ୍ସବରେ ଭାରତରେ ନିର୍ମିତ ଉପହାର ଗୁଡ଼ିକୁ ପ୍ରୋତ୍ସାହିତ କରାଯାଇପାରେ। ଏଭଳି ପ୍ରଚେଷ୍ଟା ଯୁବ ପିଢ଼ିଙ୍କ ମଧ୍ୟରେ ଦେଶଭକ୍ତି, ଆତ୍ମବିଶ୍ୱାସ ଏବଂ ଶ୍ରମ ପ୍ରତି ସମ୍ମାନ ସ୍ୱରୂପ ସେମାନଙ୍କ ସଫଳତାକୁ ରାଷ୍ଟ୍ରର ପ୍ରଗତି ସହିତ ଯୋଡ଼ିବ ।”

ପ୍ରଧାନମନ୍ତ୍ରୀ ଏହି ବିଶ୍ୱାସ ବ୍ୟକ୍ତ କରିଥିଲେ କି, ଶିକ୍ଷକମାନେ ରାଷ୍ଟ୍ର ନିର୍ମାଣ ପ୍ରତି ଏହି ମିଶନକୁ ସମର୍ପଣ ଭାବନାରେ ଆଗକୁ ବଢ଼ାଇଚାଲିବେ । ଶ୍ରୀ ମୋଦୀ ସମସ୍ତ ପୁରସ୍କାର ବିଜେତା ଶିକ୍ଷକମାନଙ୍କୁ ସେମାନଙ୍କ ଅନୁକରଣୀୟ ଯୋଗଦାନ ପାଇଁ ଶୁଭକାମନା ଜଣାଇବା ସହ ନିଜର ସମ୍ବୋଧନ ସମାପ୍ତ କରିଥିଲେ । 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Semiconductor companies under ISM to invest ₹31,299 crore by FY27

Media Coverage

Semiconductor companies under ISM to invest ₹31,299 crore by FY27
NM on the go

Nm on the go

Always be the first to hear from the PM. Get the App Now!
...
PM shares a Sanskrit Subhashitam highlighting that Nari Shakti is the cornerstone of nation-building and the true embodiment of power
June 12, 2026

Prime Minister Shri Narendra Modi today stated that over the last 12 years, the Government has worked to further women-led development, which is visible across sectors. He noted that from financial inclusion and entrepreneurship to education, healthcare, sanitation, housing, sports, science, and governance, women are playing a prominent role across diverse fields.

Shri Modi emphasized that the efforts of the Government are rooted in dignity, opportunity, and empowerment, pointing out that they have helped create an environment where women can realise their full potential and contribute even more strongly to nation-building.

The Prime Minister expressed particular happiness in seeing India’s Nari Shakti make a mark in sectors like science, space, and innovation. He highlighted that their growing participation in emerging fields such as drone technology is opening new avenues of opportunity and transforming the development landscape across the nation.

Shri Modi shared that the Government is actively supporting Self Help Groups, which are going a long way in making women financially independent.

Sharing a Sanskrit Subhashitam, the Prime Minister stated that India's Nari Shakti is the cornerstone of nation-building. He observed that today, our mothers, sisters, and daughters are increasing the pride of Maa Bharati with their amazing talent and skills in every field.

In a series of posts on X, the Prime Minister shared:

"Over the last 12 years, the NDA Government has worked to further women-led development. And, this is visible across sectors.
From financial inclusion and entrepreneurship to education, healthcare, sanitation, housing, sports, science and governance, women are playing a prominent role across diverse sectors.

The efforts of the NDA Government are rooted in dignity, opportunity and empowerment. They have helped create an environment where women can realise their full potential and contribute even more strongly to nation-building.

#12YearsOfNariShakti “

“ I am particularly happy to see India’s Nari Shakti make a mark in sectors like science, space and innovation. Their growing participation in emerging fields such as drone technology is opening new avenues of opportunity and transforming development landscape across the nation. Our Government is actively supporting Self Help Groups, which are going a long way in making women financially independent.

#12YearsOfNariShakti “ 

“ भारत की नारीशक्ति राष्ट्र निर्माण की आधारशिला है। हमारी माताएं, बहनें और बेटियां आज हर क्षेत्र में अपनी अद्भुत प्रतिभा और कौशल से मां भारती का गौरव बढ़ा रही हैं।

नारी त्रैलोक्यजननी
नारी त्रैलोक्यरूपिणी।
नारी त्रिभुवनाधारा
नारी शक्तिस्वरूपिणी॥

#12YearsOfNariShakti"

Woman is the mother of the three worlds. She is the very expression of all the three realms. She is the foundation of the entire universe, and she is the true embodiment of power.