ସେୟାର
 
Comments
Indian institutions should give different literary awards of international stature : PM
Giving something positive to the society is not only necessary as a journalist but also as an individual : PM
Knowledge of Upanishads and contemplation of Vedas, is not only an area of spiritual attraction but also a view of science : PM

ନମସ୍କାର!

ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର ମହୋଦୟ, ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲୋଟ ମହାଶୟ, ରାଜସ୍ଥାନ ପତ୍ରିକାର ଗୁଲାବ କୋଠାରୀ ମହାଶୟ, ପତ୍ରିକା ଗ୍ରୁପର ଅନ୍ୟାନ୍ୟ କର୍ମଚାରୀଗଣ, ଗଣମାଧ୍ୟମର ସାଥୀଗଣ, ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ!!!

ଗୁଲାବ କୋଠାରୀ ମହୋଦୟ ଏବଂ ପତ୍ରିକା ସମୂହକୁ ସମ୍ବାଦ ଉପନିଷଦ ଏବଂ ଅକ୍ଷରଯାତ୍ରା ପୁସ୍ତକଗୁଡ଼ିକ ପାଇଁ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ଏହିସବୁ ପୁସ୍ତକଗୁଡ଼ିକ ସାହିତ୍ୟ ଏବଂ ସଂସ୍କୃତି, ଦୁଇଟି ଯାକ ପାଇଁ ହେଉଛନ୍ତି ଅନୁପମ ଉପହାର । ଆଜି ମୋତେ ରାଜସ୍ଥାନର ସଂସ୍କୃତିକୁ ପ୍ରତିବିମ୍ବିତ କରୁଥିବା ପତ୍ରିକା ଗେଟକୁ ମଧ୍ୟ ସମର୍ପିତ କରିବାର ସୁଯୋଗ ମିଳିଛି । ଏହା ସ୍ଥାନୀୟ ବାସିନ୍ଦାଙ୍କ ସହିତ, ସେଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ଆକର୍ଷଣର କେନ୍ଦ୍ର ହୋଇପାରିବ । ଏହି ପ୍ରୟାସ ପାଇଁ ମଧ୍ୟ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ସାଥୀଗଣ,

କୌଣସି ମଧ୍ୟ ସମାଜରେ ସମାଜର ପ୍ରବୃଦ୍ଧ ବର୍ଗ, ସମାଜର ଲେଖକ କିମ୍ବା ସାହିତ୍ୟକାର ଏମାନେ ସମସ୍ତେ ପଥପ୍ରଦର୍ଶକ ଭଳି ହୋଇଥାଆନ୍ତି, ସମାଜର ଶିକ୍ଷକ ଭଳି ହୋଇଥାଆନ୍ତି । ସ୍କୁଲର ଶିକ୍ଷା ତ ସମାପ୍ତ ହୋଇଯାଇଥାଏ, କିନ୍ତୁ ଆମର ଶିକ୍ଷା କରିବାର ପ୍ରକ୍ରିୟା ସାରା ଜୀବନ ଚାଲିଥାଏ, ପ୍ରତ୍ୟେକ ଦିନ ଚାଲିଥାଏ । ଏଥିରେ ବହୁତ ହିଁ ବଡ଼ ଭୂମିକା ହୋଇଥାଏ ପୁସ୍ତକ ଏବଂ ଲେଖକମାନଙ୍କର ମଧ୍ୟ । ଆମ ଦେଶରେ ତ ଲେଖାର ନିରନ୍ତର ବିକାଶ ଭାରତୀୟତା ଏବଂ ରାଷ୍ଟ୍ରୀୟତାର ସହିତ ହୋଇଛି ।

ସ୍ୱାଧୀନତା ସଂଗ୍ରାମ ସମୟରେ ପ୍ରାୟ ପ୍ରତ୍ୟେକଟି ବଡ଼ ନାମ, କେଉଁଠି ନା କେଉଁଠି ଲେଖା ସହିତ ଜଡ଼ିତ ହୋଇଥିଲା । ଆମର ଏଠି ବଡ଼-ବଡ଼ ସନ୍ଥ, ବଡ଼-ବଡ଼ ବୈଜ୍ଞାନିକ ମଧ୍ୟ ଲେଖକ ଏବଂ ସାହିତ୍ୟକାର ଭାବେ ପରିଚିତ ରହି ଆସିଛନ୍ତି । ମୁଁ ଖୁସି ଅନୁଭବ କରୁଛି କି, ସେହି ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ଆପଣମାନେ କ୍ରମାଗତ ଭାବେ ପ୍ରୟାସ ଜାରି ରଖି ଆସିଛନ୍ତି । ଆଉ ଏକ ବଡ଼ କଥା ହେଉଛି ଏହା ଯେ ରାଜସ୍ଥାନ ପତ୍ରିକା ସମୂହ(ଗ୍ରୁପ୍) ଏହି କଥାକୁ ନିଜେ ବ୍ୟକ୍ତ କରିବା ପାଇଁ ସାହସ ରଖୁଛନ୍ତି କି ଆମେ ବିଦେଶର ଅନ୍ଧଅନୁକରଣର ଦୌଡ଼ରେ ସାମିଲ ନାହୁଁ । ଆପଣ ଭାରତୀୟ ସଂସ୍କୃତି, ଭାରତୀୟ ସଭ୍ୟତା ଏବଂ ମୂଲ୍ୟବୋଧଗୁଡ଼ିକର ସଂରକ୍ଷଣକୁ, ସେଗୁଡ଼ିକୁ ଆଗକୁ ବଢ଼ାଇବାକୁ ପ୍ରାଥମିକତା ଦିଅନ୍ତି ।

ଗୁଲାବ କୋଠାରୀ ମହାଶୟଙ୍କର ଏହସବୁ ପୁସ୍ତକଗୁଡ଼ିକ, ସମ୍ବାଦ ଉପନିଷଦ ଏବଂ ଅକ୍ଷରଯାତ୍ରା ମଧ୍ୟ, ହେଉଛି ଏହାର ଜୀବନ୍ତ ପ୍ରମାଣ । ଗୁଲାବ କୋଠାରୀ ମହାଶୟ ଆଜି ଯେଉଁ ପରମ୍ପରାକୁ ଆଗକୁ ବଢ଼ାଉଛନ୍ତି, ପତ୍ରିକାର ଆରମ୍ଭ ହିଁ ତ କେଉଁଠି ନା କେଉଁଠି ଏହିସବୁ ସଂସ୍କାରଗୁଡ଼ିକ ସହିତ ହୋଇଥିଲା । ଶ୍ରୀ କର୍ପୂରଚନ୍ଦ୍ର କୁଲିଶ ମହାଶୟ ଭାରତୀୟତା ଏବଂ ଭାରତ ସେବାର ସଂକଳ୍ପକୁ ନେଇ ହିଁ ପତ୍ରିକାର ପରମ୍ପରାର ଶୁଭାରମ୍ଭ କରିଥିଲେ । ସାମ୍ବାଦିକତାରେ ତାଙ୍କର ଯୋଗଦାନକୁ ତ ଆମେ ସମସ୍ତେ ସ୍ମରଣ କରୁଛୁ, କିନ୍ତୁ କୁଲିଶ ମହାଶୟ ବେଦର ଜ୍ଞାନକୁ ଯେଉଁଭଳି ଭାବେ ସମାଜରେ ପହଂଚାଇବାର ପ୍ରୟାସ କଲେ, ତାହା ପ୍ରକୃତରେ ଥିଲା ଅଦ୍ଭୁତ । ମୋତେ ମଧ୍ୟ ବ୍ୟକ୍ତିଗତ ଭାବରେ ସ୍ୱର୍ଗୀୟ କୁଲିଶ ମହାଶୟଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ବହୁବାର ମିଳିଛି । ତାଙ୍କର ମୋ ସହିତ ଖୁବ ଆତ୍ମୀୟତା ଥିଲା । ସେ ଅଧିକାଂଶ ସମୟରେ କହୁଥିଲେ, ସାମ୍ବାଦିକତା ସକରାତ୍ମକ ଦ୍ୱାରା ହିଁ ସାର୍ଥକତା ପର୍ଯ୍ୟନ୍ତ ପହଂଚି ଥାଏ ।

ସାଥୀଗଣ,

ସମାଜକୁ କିଛି ସକରାତ୍ମକ ଦେବାର ଏହି ଚିନ୍ତାଧାରା କେବଳ ଯେ ସାମ୍ବାଦିକ କିମ୍ବା ଲେଖକ ହିସାବରେ ଯେ ଜରୁରୀ, ଏପରି ନୁହେଁ । ଏହି ସକରାତ୍ମକତା, ଏହି ଚିନ୍ତାଧାରା, ଜଣେ ବ୍ୟକ୍ତି ହିସାବରେ ମଧ୍ୟ ଆମର ବ୍ୟକ୍ତିତ୍ୱ ପାଇଁ ହେଉଛି ଅତ୍ୟନ୍ତ ଜରୁରୀ । ମୁଁ ଆତ୍ମସନ୍ତୋଷ ଲାଭ କରିଛି ଯେ, କୁଲିଶ ମହାଶୟଙ୍କର ଏହି ଚିନ୍ତାଧାରାକୁ, ତାଙ୍କର ସଂକଳ୍ପକୁ ପତ୍ରିକା ସମୂହ(ଗୋଷ୍ଠୀ) ଏବଂ ଗୁଲାବ କୋଠାରୀ ମହାଶୟ ନିରନ୍ତର ଭାବେ ଆଗକୁ ବଢ଼ାଉଛନ୍ତି । ଗୁଲାବ କଠୋରୀ ମହାଶୟ, ଆପଣଙ୍କର ମନେ ଥିବ ଯେତେବେଳେ କରୋନାକୁ ନେଇ ଛାପା ଗଣମାଧ୍ୟମର ବନ୍ଧୁ ମାନଙ୍କ ସହିତ ମୁଁ ସାକ୍ଷାତ ଆଲୋଚନା କରିଥିଲି, ସେତେବେଳେ ମଧ୍ୟ ଆପଣଙ୍କର ପରାମର୍ଶ, ଆପଣଙ୍କର ମାର୍ଗଦର୍ଶନ ଉପରେ ମୁଁ କହିଥିଲି ଯେ, ଆପଣଙ୍କର ଶବ୍ଦଗୁଡ଼ିକ ମୋତେ ଆପଣଙ୍କର ବାପାଙ୍କ କଥା ସ୍ମରଣ କରାଇ ଦେଉଛି । ସମ୍ବାଦ ଉପନିଷଦ ଏବଂ ଅକ୍ଷରଯାତ୍ରାକୁ ଦେଖିକରି ମଧ୍ୟ ଏଭଳି ଲାଗୁଛି କି ଆପଣ ଆପଣଙ୍କର ପିତାଙ୍କର ବୈଦିକ ପରମ୍ପରାକୁ କେତେ ଦୃଢ଼ତାର ସହିତ ଆଗକୁ ବଢ଼ାଉଛନ୍ତି ।

ସାଥୀଗଣ,

ଯେତେବେଳେ ମୁଁ ଗୁଲାବ ମହାଶୟଙ୍କର ପୁସ୍ତକକୁ ଦେଖୁଥିଲି, ତ ମୋତେ ତାଙ୍କର ଗୋଟିଏ ସମ୍ପାଦକୀୟ ମଧ୍ୟ ମନେ ପଡ଼ିଗଲା । 2019ରେ ନିର୍ବାଚନ ଫଳାଫଳ ପରେ ଯେତେବେଳେ ମୁଁ ପ୍ରଥମ ଥର ଦେଶବାସୀଙ୍କ ସହିତ କଥା ହୋଇଥିଲି, ସେତେବେଳେ କୋଠାରୀ ମହାଶୟ ତା’ଉପରେ ‘ସ୍ତୁତ୍ୟ ସଂକଳ୍ପ’ ଲେଖିଥିଲେ । ସେ ଲେଖିଥିଲେ ଯେ, ମୋ କଥାକୁ ଶୁଣି ତାଙ୍କୁ ଏଭଳି ଲାଗିଲା ଯେପରି ତାଙ୍କରି ହିଁ କଥାଗୁଡ଼ିକୁ ମୁଁ 130 କୋଟି ଦେଶବାସୀଙ୍କ ଆଗରେ କହିଦେଲି । କୋଠାରୀ ମହାଶୟ, ଆପଣଙ୍କ ପୁସ୍ତକରେ ଯେତେବେଳେ ଉପନିଷଦୀୟ ଜ୍ଞାନ ଏବଂ ବୈଦିକ ବିମର୍ଷ ମିଳିଥାଏ, ତାହାକୁ ପଢ଼ି କେଉଁଠି କେତେବେଳେ ମୋତେ ମଧ୍ୟ ଏଭଳି ଲାଗିଥାଏ, ଯେପରି ନିଜର ହିଁ ଭାବନାକୁ ପଢ଼ୁଛି ।

ବାସ୍ତବରେ ମାନବ ମାତ୍ରଙ୍କ କଲ୍ୟାଣ ପାଇଁ, ସାଧାରଣ ମାନବଙ୍କ ସେବାପାଇଁ ଶବ୍ଦ ସେ ଯାହାର ବି ହେଉ, ତାହାର ସମ୍ବନ୍ଧ ପ୍ରତ୍ୟେକଙ୍କ ହୃଦୟର ହିଁ ହୋଇଥାଏ । ଏଥିପାଇଁ ତ ଆମ ବେଦକୁ, ବେଦର ବିଚାରକୁ କାଳାତୀତ କୁହାଯାଇଛି । ବେଦ ମନ୍ତ୍ରର ଦ୍ରଷ୍ଟା ସେ କୌଣସି ଋଷି ମଧ୍ୟ ହୁଅନ୍ତୁ, କିନ୍ତୁ ତାଙ୍କ ଭାବନା, ତାଙ୍କ ଦର୍ଶନ ହେଉଛି ମାନବମାନଙ୍କ ପାଇଁ, ଏଥିପାଇଁ ଆମର ବେଦ, ଆମର ସଂସ୍କୃତି ହେଉଛି ସମଗ୍ର ବିଶ୍ୱ ପାଇଁ । ଉପନିଷଦ ସମ୍ବାଦ ଏବଂ ଅକ୍ଷରଯାତ୍ରା ମଧ୍ୟ ସେହି ଭାରତୀୟ ଚିନ୍ତନର ଏକ ଅଧ୍ୟାୟ ଭାବରେ ଲୋକଙ୍କ ପାଖରେ ପହଂଚିବ, ଏହା ହେଉଛି ମୋର ଆଶା । ଆଜିର ଟେକ୍ସଟ ଏବଂ ଟ୍ୱିଟର ସମୟରେ ଏହା ଆହୁରି ଅଧିକ ଜରୁରୀ ଯେ ଆମର ନୂତନ ପିଢି ଗମ୍ଭୀର ଜ୍ଞାନଠାରୁ ଦୂରକୁ ନ ଯାଆନ୍ତୁ ।

ସାଥୀଗଣ,

ଆମର ଉପନିଷଦଗୁଡ଼ିକର ଏହି ଜ୍ଞାନ, ବେଦଗୁଡ଼ିକର ଏହି ଚିନ୍ତନ, ଏହା କେବଳ ଆଧ୍ୟାତ୍ମିକ ଅବା ଦାର୍ଶନିକ ଆକର୍ଷଣର ହିଁ କ୍ଷେତ୍ର ନୁହେଁ । ବେଦ ଏବଂ ବେଦାନ୍ତରେ ସୃଷ୍ଟି ଏବଂ ବିଜ୍ଞାନର ମଧ୍ୟ ଦର୍ଶନ ଅଛି, ଅନେକ ବୈଜ୍ଞାନିକଙ୍କୁ ଏହା ଆକର୍ଷିତ କରିଛି, କେତେ ବୈଜ୍ଞାନିକମାନେ ହିଁ ଏଥିରେ ଗମ୍ଭୀର ରୁଚି ଦେଖାଇଛନ୍ତି । ଆମେ ସମସ୍ତେ ନିକୋଲା ଟେସଲାଙ୍କ ନାମ ମଧ୍ୟ ଶୁଣିଥିବା । ଟେସଲାଙ୍କ ବିନା ଏହି ଆଧୁନିକ ବିଶ୍ୱ ଏପରି ହୋଇ ନଥାଆନ୍ତା, ଯାହା ଆମେ ଦେଖୁଛେ । ଆଜିଠାରୁ ଏକ ସତାବ୍ଦୀ ପୂର୍ବରୁ ଯେତେବେଳେ ସ୍ୱାମୀ ବିବେକାନନ୍ଦ ଆମେରିକା ଯାଇଥିଲେ, ସେତେବେଳେ ନିକୋଲା ଟେସଲାଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା । ସ୍ୱାମୀ ବିବେକାନନ୍ଦ ଟେସଲାଙ୍କୁ ଯେତେବେଳେ ଉପନିଷଦର ଜ୍ଞାନ, ବେଦାନ୍ତର ବ୍ରହ୍ମାଣ୍ଡ ବ୍ୟାଖ୍ୟା ବିଷୟରେ କହିଥିଲେ, ସେତେବେଳେ ସେ ହତପ୍ରଭ ହୋଇ ଯାଇଥିଲେ ।

ଆକାଶ ଏବଂ ପ୍ରାଣ ଭଳି ସଂସ୍କୃତ ଶବ୍ଦଗୁଡ଼ିକରେ ବ୍ରହ୍ମାଣ୍ଡର ଯେଉଁ ଗହନ ଚର୍ଚ୍ଚା ଉପନିଷଦଗୁଡ଼ିକରେ କରାଯାଇଛି, ଟେସଲା କହିଥିଲେ ଯେ ସେ ଏହାକୁ ଆଧୁନିକ ବିଜ୍ଞାନର ଭାଷାରେ ଗଣିତୀୟ ସମୀକରଣଗୁଡ଼ିକରେ ନେଇ ଆସିବେ । ତାଙ୍କୁ ଲାଗିଥିଲା ଯେ ସେ ଏହି ଜ୍ଞାନରେ ବିଜ୍ଞାନର ସବୁଠାରୁ ଗୁଢ଼ ତତ୍ୱକୁ ସମାଧାନ କରି ପାରିବେ । ଯଦିଓ ପରେ ଆଉ ଅଧିକ ଗବେଷଣା ହେଲା, ଯେଉଁ ଚର୍ଚ୍ଚା ସ୍ୱାମୀ ବିବେକାନନ୍ଦ ଓ ନିକୋଲା ଟେଲସାଙ୍କ ମଧ୍ୟରେ ହୋଇଥିଲା, ଭିନ୍ନ ଭାବେ ସେହି କଥା ଆମ ସାମ୍ନାକୁ ଆସିଲା । ଆଜି ମଧ୍ୟ ଅନେକ ଗବେଷଣା ହେଉଛି, କିନ୍ତୁ କେଉଁଠି ନା କେଉଁଠି ଏହି ଏକ ପ୍ରସଙ୍ଗ ଆମକୁ ନିଜ ଜ୍ଞାନକୁ ନେଇ ପୁନର୍ଚିନ୍ତନ କରିବାକୁ ପ୍ରେରିତ କରୁଛି । ଆଜି ଆମର ଯୁବକମାନଙ୍କୁ ଏହି ଦୃଷ୍ଟିକୋଣ ସହିତ ମଧ୍ୟ ଜାଣିବାରେ, ଚିନ୍ତା କରିବାରେ ଏବଂ ବୁଝିବାର ଆବଶ୍ୟକତା ଅଛି । ଏଥିପାଇଁ ଉପନିଷଦ ଭଳି ପୁସ୍ତକର ଆଲୋଚନା, ଅକ୍ଷରର ଯାତ୍ରା ଉପରେ ଏତେ ଗଭୀର ମନ୍ଥନ, ଏହା ଆମର ଯୁବକମାନଙ୍କ ପାଇଁ ଏକ ନୂତନ ପଥ ଉନ୍ମୁକ୍ତ କରିବ, ସେମାନଙ୍କୁ ବୈଚାରିକ ଗଭୀରତା ଦେବ ।

ସାଥୀଗଣ,

ଅକ୍ଷର ହେଉଛି ଆମ ଭାଷାର, ଆମ ଅଭିବ୍ୟକ୍ତିର ପ୍ରଥମ ସୋପାନ । ସଂସ୍କୃତରେ ଅକ୍ଷରର ଅର୍ଥ ହେଉଛି, ଯାହାର କାରଣ ନଥାଏ । ଅର୍ଥାତ ଯାହା ସଦା ସର୍ବଦା ରହିଥାଏ । ବିଚାରର ମଧ୍ୟ ଏହା ହେଉଛି ଶକ୍ତି । ଏହା ହେଉଛି ସାମର୍ଥ୍ୟ । ହଜାର ହଜାର ବର୍ଷ ପୂର୍ବେ ଯେଉଁ ବିଚାର, ଯେଉଁ ଜ୍ଞାନ କୌଣସି ଋଷି, ମହର୍ଷି, ବୈଜ୍ଞାନିକ, ଦାର୍ଶନିକ ଆମକୁ ଦେଇଥିଲେ, ତାହା ଆଜି ମଧ୍ୟ ସଂସାରକୁ ଆଗକୁ ବଢ଼ାଉଛି । ଏଥିପାଇଁ, ଆମ ଉପନିଷଦଗୁଡ଼ିକରେ, ଆମର ଶାସ୍ତ୍ରଗୁଡ଼ିକରେ ଅକ୍ଷରବ୍ରହ୍ମର କଥା କୁହାଯାଇଛି, ‘ଅକ୍ଷରମ୍ ବ୍ରହ୍ମ ପରମମ୍’ର ସିଦ୍ଧାନ୍ତ ଦିଆଯାଇଛି । ଆମ ଶାସ୍ତ୍ରରେ କୁହାଯାଇଛି- ‘ଶବ୍ଦ ବ୍ରହ୍ମଣୀ ନିଷ୍ଣାତଃ ପରମ୍ ବ୍ରହ୍ମାଧୀ ଗଚ୍ଛତି’ । ଅର୍ଥାତ ଶବ୍ଦ ହିଁ ହେଉଛନ୍ତି ବ୍ରହ୍ମ । ଯିଏ ଏହି ଶବ୍ଦ ବ୍ରହ୍ମଙ୍କୁ ସମ୍ପୂର୍ଣ୍ଣ ଭାବେ ଜାଣି ନେଇଥାଏ, ସେ ବ୍ରହ୍ମତ୍ୱକୁ, ଈଶ୍ୱରତ୍ୱକୁ ପାଇ ପାରିଥାଏ ।

ଶବ୍ଦର ମହିମା, ଶବ୍ଦକୁ ଈଶ୍ୱର କହିବାର ଏଭଳି ଉଦାହରଣ ଆଉ କେଉଁଠି ମିଳେ ନାହିଁ । ଏଥିପାଇଁ, ଶବ୍ଦକୁ ନେଇ ସତ୍ୟ କହିବାର ସାହସ, ଶବ୍ଦ ସହିତ ସକରାତ୍ମକତା ଦେବାର ଶକ୍ତି, ଶବ୍ଦରୁ ସୃଜନ କରିବାର ଚିନ୍ତା, ଏହା ଭାରତୀୟ ମାନସର ହେଉଛି ସ୍ୱଭାବ । ଏହା ହେଉଛି ଆମର ପ୍ରକୃତି । ଯେତେବେଳେ ଆମେ ଏହି ଶକ୍ତିକୁ ଅନୁଭବୁ କରୁ, ସେତେବେଳେ ଏକ ସାହିତ୍ୟକାର ଭାବେ, ଜଣେ ଲେଖକ ଭାବେ,  ନିଜ ମହତ୍ୱକୁ ବୁଝି ପାରିଥାଆନ୍ତି, ସମାଜ ପ୍ରତି ନିଜର ଦାୟିତ୍ୱ ଅନୁଭବ କରି ପାରନ୍ତି ।

ଆପଣ ଦେଖନ୍ତୁ, ଗରିବଙ୍କୁ ଶୌଚାଳୟ ଦେବା ଭଳି, ସେମାନଙ୍କୁ ରୋଗରୁ ରକ୍ଷା କରିଲା ଭଳି ସ୍ୱଚ୍ଛ ଭାରତ ଅଭିଯାନ ହେଉ, ମାଆ-ଭଉଣୀମାନଙ୍କୁ କାଠର ଧୂଆଁରୁ ବଂଚାଇବା ଭଳି ଉଜ୍ଜ୍ୱଳା ଗ୍ୟାସ ଯୋଜନା ହେଉ, ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପାଣି ପହଂଚାଇବା ଭଳି ଜଳ ଜୀବନ ମିଶନ ହେଉ, ସବୁଥିରେ ଗଣମାଧ୍ୟମ ସଚେତନତା ସୃଷ୍ଟି କରିବାର କାର୍ଯ୍ୟ କରିଛି । ମହାମାରୀର ଏହି ସମୟରେ କରୋନା ବିରୁଦ୍ଧରେ ସଚେତନତା ଅଭିଯାନରେ ମଧ୍ୟ ଭାରତୀୟ ଗଣମାଧ୍ୟମ ଜନତାଙ୍କ ଅଭୁତପୂର୍ବ ସେବା କରିଛି । ସରକାରଙ୍କ କାର୍ଯ୍ୟର ବିବେଚନା, ସରକାରଙ୍କ ଯୋଜନାରେ ତୃଣମୂଳ ସ୍ତରରେ ଯେଉଁ ତୃଟି ରହିଛି, ସେହି ବିଷୟରେ ଜଣାଇବା, ତାହାର ବିରୋଧ କରିବା, ଏହା ମଧ୍ୟ ଆମର ଗଣମାଧ୍ୟମ ଖୁବ ଭଲ ଭାବେ କରି ଚାଲିଛି । ହଁ, ଅନେକ ଥର ଏଭଳି ସୁଯୋଗ ମଧ୍ୟ ଆସିଥାଏ, ଯେତେବେଳେ ଗଣମାଧ୍ୟମର ମଧ୍ୟ ସମାଲୋଚନା ହୋଇଥାଏ । ସାମାଜିକ ଗଣମାଧ୍ୟମର ଯୁଗରେ ଏହା ତ ଆହୁରି ଅଧିକ ସ୍ୱାଭାବିକ ହୋଇଯାଇଛି । କିନ୍ତୁ, ସମାଲୋଚନା ଦ୍ୱାରା ଶିକ୍ଷା ଲାଭ କରିବା ମଧ୍ୟ ଆମ ସମସ୍ତଙ୍କ ପାଇଁ ସେତିକି ମଧ୍ୟ ହେଉଛି ସ୍ୱାଭାବିକ । ଏଥିପାଇଁ ଆଜି ହିଁ ଆମର ଗଣତନ୍ତ୍ର ଏତେ ସଶକ୍ତ ହୋଇଛି, ସୁଦୃଢ଼ ହୋଇଛି ।

ସାଥୀଗଣ,

ଯେଭଳି ଭାବେ ଆଜି ଆମେ ନିଜ ପରମ୍ପରା, ନିଜ ବିଜ୍ଞାନ, ନିଜ ସଂସ୍କୃତି, ନିଜ ସାମର୍ଥ୍ୟକୁ ନେଇ ଆଗକୁ ଅଗ୍ରସର ହେଉଛୁ, ତାକୁ ସ୍ୱୀକାର କରୁଛୁ, ଆମକୁ ନିଜର ଏହି ଆତ୍ମବିଶ୍ୱାସକୁ ଆଗକୁ ବଢାଇବାର ଅଛି । ଆଜି ଯେତେବେଳେ ଆମେ ଆତ୍ମନିର୍ଭର ଭାରତର କଥା କହୁଛେ, ଆଜି ଯେତେବେଳେ ଲୋକାଲ ପାଇଁ ଭୋକାଲ ହେବା କଥା କହୁଛୁ, ମୁଁ ଖୁସି ଯେ, ଆମର ଗଣମାଧ୍ୟମ ଏହି ସଂକଳ୍ପକୁ ଏକ ବଡ଼ ଅଭିଯାନର ରୂପ ଦେଉଛି, ସାଥୀଗଣ, ଆମକୁ ନିଜର ଏହି ଦୃଷ୍ଟିକୋଣକୁ ଆହୁରି ବ୍ୟାପକ କରିବାର ଆବଶ୍ୟକ ଅଛି ।

ଭାରତର ସ୍ଥାନୀୟ ଉତ୍ପାଦ ବିଶ୍ୱସ୍ତରୀୟ ହୋଇ ପାରୁଛି, କିନ୍ତୁ ଭାରତର ସ୍ୱର ମଧ୍ୟ ଏବେ ଅଧିକ ବିଶ୍ୱସ୍ତରୀୟ ହୋଇ ପାରୁଛି । ବିଶ୍ୱ ଏବେ ଭାରତକୁ ଆହୁରି ଅଧିକ ଧ୍ୟାନ ଦେଇ ଶୁଣୁଛି । ଆଜି ପ୍ରାୟ ପ୍ରତ୍ୟେକ ଅନ୍ତରାଷ୍ଟ୍ରୀୟ ମଂଚରେ ଭାରତର ମଜବୁତ ଉପସ୍ଥିତି ରହିଛି । ଏଭଳି ସ୍ଥିତିରେ ଭାରତୀୟ ଗଣମାଧ୍ୟମକୁ ମଧ୍ୟ ଗ୍ଲୋବାଲ ବା ବିଶ୍ୱସ୍ତରୀୟ ହେବାର ଆବଶ୍ୟକତା ରହିଛି । ଆମ ସମ୍ବାଦପତ୍ରର, ପତ୍ରପତ୍ରିକାର ବିଶ୍ୱସ୍ତରରେ ସୁନାମ ବଢୁ, ଡିଜିଟାଲ ଯୁଗରେ ଡିଜିଟାଲ ମାଧ୍ୟମରେ ଆମେ ସମ୍ପୂର୍ଣ୍ଣ ଦୁନିଆରେ ପହଂଚୁ, ଦୁନିଆରେ ଯେଉଁ ଭିନ୍ନ ଭିନ୍ନ ସାହିତ୍ୟ ସମ୍ମାନ ଦିଆଯାଉଛି, ଭାରତର ସଂସ୍ଥାଗୁଡିକ ମଧ୍ୟ ସେହିଭଳି ପୁରସ୍କାର ପ୍ରଦାନ କରନ୍ତୁ, ଏହା ମଧ୍ୟ ଆଜିର ସମୟର ଆହ୍ୱାନ । ଏହା ମଧ୍ୟ ଦେଶ ପାଇଁ ଜରୁରୀ ।

ମୋତେ ସୂଚନା ଦିଆଯାଇଛି ଯେ, ଶ୍ରୀ କର୍ପୂରଚନ୍ଦ୍ର କୁଲିଶ ମହାଶୟଙ୍କ ସ୍ମୃତିରେ ପତ୍ରିକା ଗ୍ରୁପ (ସମୂହ) ଅନ୍ତରାଷ୍ଟ୍ରୀୟ ସାମ୍ବାଦିକତା ପୁରସ୍କାରର ଶୁଭାରମ୍ଭ କରିଛନ୍ତି । ମୁଁ ଏଥିପାଇଁ ପତ୍ରିକା ଗ୍ରୁପକୁ ଶୁଭେଚ୍ଛା ଜଣାଉଛି । ମୋର ବିଶ୍ୱାସ ଯେ, ଆପଣଙ୍କର ଏହି ପ୍ରୟାସ ଭାରତକୁ ବିଶ୍ୱ ଗଣମାଧ୍ୟମ ମଂଚରେ ଏକ ନୂତନ ପରିଚୟ ଦେବ । କରୋନା ସମୟରେ ଯେଭଳି ଭାବେ ଜନ ସଚେତନତା କାର୍ଯ୍ୟ ପତ୍ରିକା ଗ୍ରୁପ ବା ସମୂହ କରିଛନ୍ତି, ସେଥିପାଇଁ ମଧ୍ୟ ପୁଣି ଥରେ ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଏହି ଅଭିଯାନକୁ ଏବେ ଆହୁରି ଅଧିକ ତୀବ୍ର କରିବାର ଆବଶ୍ୟକତା ରହିଛି । ଆମ ଦେଶବାସୀ ମଧ୍ୟ ସୁସ୍ଥ ରୁହନ୍ତୁ, ଏବଂ ଅର୍ଥ ବ୍ୟବସ୍ଥାକୁ ମଧ୍ୟ ଗତି ମିଳୁ, ଏହା ହେଉଛି ଆଜି ଦେଶର ପ୍ରାଥମିକତା । ମୋର ଭରସା ରହିଛି ଯେ, ଦେଶ ଶୀଘ୍ର ହିଁ ଏହି ଳଢେଇରେ ଜିତିବ, ଦେଶର ଯାତ୍ରା ମଧ୍ୟ ଅକ୍ଷର ଯାତ୍ରା ପାଲଟିବ ।

ଏହି ଶୁଭକାମନା ସହିତ, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।  

ଭାରତର ଅଲିମ୍ପିଆନମାନଙ୍କୁ ପ୍ରେରଣା ଦିଅନ୍ତୁ! #Cheers4India
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
PM Narendra Modi’s Twitter followers cross 70 million mark, becomes most followed active politician

Media Coverage

PM Narendra Modi’s Twitter followers cross 70 million mark, becomes most followed active politician
...

Nm on the go

Always be the first to hear from the PM. Get the App Now!
...
PM greets wildlife lovers on International Tiger Day
July 29, 2021
ସେୟାର
 
Comments

The Prime Minister, Shri Narendra Modi has greeted wildlife lovers, especially those who are passionate about tiger conservation on International Tiger Day.

In a series of tweets, the Prime Minister said;

"On #InternationalTigerDay, greetings to wildlife lovers, especially those who are passionate about tiger conservation. Home to over 70% of the tiger population globally, we reiterate our commitment to ensuring safe habitats for our tigers and nurturing tiger-friendly eco-systems.

India is home to 51 tiger reserves spread across 18 states. The last tiger census of 2018 showed a rise in the tiger population. India achieved the target of doubling of tiger population 4 years ahead of schedule of the St. Petersburg Declaration on tiger Conservation.

India’s strategy of tiger conservation attaches topmost importance to involving local communities. We are also inspired by our centuries old ethos of living in harmony with all flora and fauna with whom we share our great planet."