ମହାଶୟ, କାରୋନା ସ୍ଥିତି ଉପରେ ନିଜର ମତାମତ ଏବଂ ଆପଣମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ନିମନ୍ତେ ଧନ୍ୟବାଦ ।

ଆମେ ସମସ୍ତେ ସହମତ ଯେ ଆମେ ଏକ ଅତ୍ୟନ୍ତ ଗମ୍ଭୀର ଆହ୍ୱାନର ସମ୍ମୁଖୀନ ହୋଇଛେ । ଆମେ ଏବେ ଜାଣିନାହୁଁ ଯେ ଆଗାମୀ ଦିନରେ ଏହି ମହାମାରୀ କିଭଳି ରୂପ ନେବ ।

ଏହା ସ୍ପଷ୍ଟ ଯେ ଆମ ସମସ୍ତଙ୍କୁ ଏକସଙ୍ଗେ ମିଳିମିଶି କାମ କରିବାକୁ ହେବ । ଆମେ ଅଲଗା ନହୋଇ ଏକସଙ୍ଗେ, ଭୟ ନକରି ସହଯୋଗ ଦ୍ୱାରା ଏହାକୁ ପ୍ରତିହତ କରିପାରିବା । ସହଯୋଗର ଏଭଳି ମିଳିତ ପ୍ରଚେଷ୍ଟାରେ ଭାରତର ଭୂମିକା ଓ ସହଯୋଗ କିଭଳି ଭାବେ ହେବ ସେ ବିଷୟରେ ମୁଁ କିଛି ପ୍ରସ୍ତାବ ରଖିବି ।

ମୋ ପ୍ରସ୍ତାବ ମଧ୍ୟରେ ଆମେ କୋଭିଡ-19 ଜରୁରୀକାଳୀନ ଫଣ୍ଡ ଗଠନ କରାଯିବା ଅନ୍ୟତମ । ଏହି ଫଣ୍ଡରେ ଆମ ସମସ୍ତଙ୍କର ସ୍ୱେଚ୍ଛାକୃତ ସହଯୋଗ ରହିବ । ଏହି ଫଣ୍ଡ ପାଇଁ ପ୍ରାରମ୍ଭିକ ଭାବେ ଭାରତର 10 ମିଲିୟନ ଡଲାରର ଯୋଗଦାନ ରହିବ । ଆମମାନଙ୍କ ମଧ୍ୟରୁ ଯେ କେହି ମଧ୍ୟ ଜରୁରୀକାଳୀନ ସ୍ଥିତି ପାଇଁ ଏହାର ବ୍ୟବହାର କରିପାରିବେ । ଆମ ବିଦେଶ ସଚିବ, ଆମ ଦୂତାବାସ ଜରିଆରେ ଏହି କୋଷର ବ୍ୟବହାର କରିବା ନେଇ ଅନ୍ତିମ ରୂପ ପ୍ରଦାନ କରିବା ପାଇଁ ଅତିଶୀଘ୍ର ସହଯୋଗ କରିପାରିବେ ।

ଯାଞ୍ଚ କିଟ ଏବଂ ଅନ୍ୟ ଆବଶ୍ୟକୀୟ ଉପକରଣଗୁଡିକ ସହ ଏକ ଡାକ୍ତରୀ ଏବଂ ବିଶେଷଜ୍ଞ ଦଳ ଗଠନ କରାଯାଇଛି । ଆବଶ୍ୟକ ସ୍ଥଳେ ସେମାନଙ୍କର ସହଯୋଗ ମଧ୍ୟ ଆପଣମାନେ ନେଇପାରିବେ । ଆପଣଙ୍କ ଜରୁରୀକାଳୀନ ରେସପନ୍ସ ଟିମକୁ ଅନଲାଇନ ଜରିଆରେ ପ୍ରଶିକ୍ଷଣ କ୍ୟାପସୁଲ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ଆମେ ଅତିଶୀଘ୍ର କରିପାରିବୁ । ଏହା ଆମ ଦେଶରେ ବ୍ୟବହୃତ ମଡେଲ ଉପରେ ଆଧାରିତ ହେବ ଯାହାଦ୍ୱାରା ପ୍ରତ୍ୟେକ ଜରୁରୀକାଳୀନ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି ପାଇବ ।

ଆମେ ସମ୍ଭାବିତ ଭାଇରସ ବାହକମାନଙ୍କୁ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କ ଚିହ୍ନଟ କରିବା ପାଇଁ ଏକ ସମନ୍ୱିତ ରୋଗ ନୀରିକ୍ଷଣ ପୋର୍ଟାଲର ଶୁଭାରମ୍ଭ କରିଛୁ । ଆମେ ସାର୍କ ଅଂଶୀଦାରମାନଙ୍କ ସହ ଏହି ପୋର୍ଟାଲର ସଫ୍ଟଓୟାରକୁ ବାଣ୍ଟିପାରିବା ଏବଂ ଏହାର ବ୍ୟବହାର ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇପାରିବ ।

ଆସନ୍ତୁ ଆମେ ସମସ୍ତଙ୍କ ମଧ୍ୟରେ ସର୍ବୋତ୍ତମ ବ୍ୟବସ୍ଥାର ବ୍ୟବହାର କରିବା ପାଇଁ ସାର୍କ ବିପର୍ଯ୍ୟୟ ପ୍ରବନ୍ଧନ କେନ୍ଦ୍ର ଭଳି ଉପଲବ୍ଧ ସେବାର ସଠିକ ବ୍ୟବହାର କରିବା ।

ଭବିଷ୍ୟତକୁ ଦୃଷ୍ଟିରେ ରଖି ଆମେ ଦକ୍ଷିଣ ଏସିୟ କ୍ଷେତ୍ରରେ ମହାମାରୀ ରୂପ ନେଇଥିବା ରୋଗର ନିୟନ୍ତ୍ରଣ କରିବା ପାଇଁ ଏକ ଗବେଷଣା ରିସର୍ଚ୍ଚ ପ୍ଲାଟଫର୍ମ ପ୍ରସ୍ତୁତ କରିପାରିବା । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଏ କ୍ଷେତ୍ରରେ ସହଯୋଗ କରିପାରିବ ।

କୋଭିଡ-19ର ଦୀର୍ଘସୂତ୍ରୀ ଆର୍ଥିକ ପରିଣାମ ଉପରେ ବିଚାର ବିମର୍ଷ କରିବା ତଥା ଆମର ଆଭ୍ୟନ୍ତରୀଣ ବ୍ୟାପାର ଓ ଅନ୍ୟାନ୍ୟ ପ୍ରଭାବରୁ କିଭଳି ଭାବେ ଅଲଗା କରିପାରିବା ସେ ବିଷୟରେ ଆମେ ବିଶେଷଜ୍ଞମାନଙ୍କ ମତାମତ ନେଇପାରିବା ।

ଆଉ ଏକ ବିଷୟ ହେଲା ଏହାଯେ, ପ୍ରଥମ ଏବଂ ଅନ୍ତିମ ମହାମାରୀ ଯିଏକି ଆମକୁ ପ୍ରଭାବିତ କରିବ ।

କୋଭିଡ-19ର ଦୀର୍ଘକାଳୀନ ପ୍ରଭାବ କଣ ହେବ ସେ ବିଷୟରେ ଆମକୁ ବିଶେଷଜ୍ଞମାନଙ୍କ ବିଶେଷଜ୍ଞମାନଙ୍କ ସହ ବିସ୍ତ୍ରୁତ ଆଲୋଚନା କେଏଆରଆଇ ଏହାର ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ପଡିବ। ତାହେଲେ ଯାଇ ଏହା ଆମ ଅଞ୍ଚଳରେ ଏଭଳି ସଂକ୍ରମଣଗୁଡିକୁ ବ୍ୟାପିବାରେ ନିୟନ୍ତ୍ରଣ କରିବା ସହ ଆମର ସାଧାରଣ ଜୀବନଯାତ୍ରା ସୁଗମ କରିପାରିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth