ଏହି ଦଶନ୍ଧି ଉତ୍ତରାଖଣ୍ଡର ଦଶନ୍ଧି ହେବ : ପ୍ରଧାନମନ୍ତ୍ରୀ
ସ୍ଥାୟୀ ବିକାଶ ଲକ୍ଷ୍ୟ ସୂଚକାଙ୍କରେ ରାଜ୍ୟ ପ୍ରଥମ ସ୍ଥାନ ହାସଲ କରିଛି : ପ୍ରଧାନମନ୍ତ୍ରୀ
ଉତ୍ତରାଖଣ୍ଡକୁ ‘ଇଜ୍ ଅଫ୍ ଡୁଇଂ ବିଜିନେସ୍‌’ ବର୍ଗରେ ‘ଆଚିଭର୍ସ’ ଏବଂ ଷ୍ଟାର୍ଟଅପ୍ ବର୍ଗରେ ‘ଲିଡର୍‌’ ଭାବରେ ସ୍ଥାନିତ କରାଯାଇଛି : ପ୍ରଧାନମନ୍ତ୍ରୀ
ସମଗ୍ର ପ୍ରଗତି ପାଇଁ ରାଜ୍ୟକୁ କେନ୍ଦ୍ରୀୟ ସହାୟତା ଦ୍ୱିଗୁଣିତ କରାଯାଇଛି : ପିଏମ୍
୨ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାରେ ରାଜ୍ୟରେ ବିକାଶମୂଳକ ପ୍ରକଳ୍ପ ଚାଲିଛି ଏବଂ ଦ୍ରୁତ ଗତିରେ ସଂଯୋଗୀକରଣ ପ୍ରକଳ୍ପ ସମାପ୍ତ ହେଉଛି : ପିଏମ୍
‘ଭାଇବ୍ରାଣ୍ଟ୍ ଭିଲେଜ୍‌’ ଯୋଜନାରେ ସରକାର ସୀମାନ୍ତ ଗ୍ରାମଗୁଡିକୁ ଦେଶର ‘ପ୍ରଥମ ଗ୍ରାମ’ର ନାମ ଦେଇଛନ୍ତି ଯାହାକୁ ପୂର୍ବରୁ ଶେଷ ଗ୍ରାମ କୁହାଯାଉଥିଲା : ପିଏମ୍
ଉତ୍ତରାଖଣ୍ଡରେ ଲାଗୁ କରାଯାଇଥିଲା ସମାନ ନାଗରିକ ସଂହିତାର ଚର୍ଚ୍ଚା ସମଗ୍ର ଦେଶରେ ହେଉଛି : ପ୍ରଧାନମନ୍ତ୍ରୀ
ମୁଁ ୯ଟି ଅନୁରୋଧ କରୁଛି, ଉତ୍ତରାଖଣ୍ଡର ଲୋକଙ୍କ ପାଇଁ ୫ଟି ଏବଂ ରାଜ୍ୟର ବିକାଶ ତଥା ପରିଚୟକୁ ଦୃଢ଼ କରିବା ପାଇଁ ରାଜ୍ୟକୁ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ୪ଟି : ପିଏମ୍

ଉତ୍ତରାଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ଏହାର ସମସ୍ତ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଆଜିଠାରୁ ଉତ୍ତରାଖଣ୍ଡ ରାଜ୍ୟ ଗଠନର ରୌପ୍ୟ ଜୟନ୍ତୀ ବର୍ଷ ଆରମ୍ଭ ହେବାର ସୂଚନା ଦେଇଛନ୍ତି । ଉତ୍ତରାଖଣ୍ଡ ପ୍ରତିଷ୍ଠାର ୨୫ତମ ବର୍ଷରେ ପ୍ରବେଶ କରିବା ଅବସରରେ ଶ୍ରୀ ମୋଦୀ ଲୋକମାନଙ୍କୁ ରାଜ୍ୟର ଆଗାମୀ ୨୫ ବର୍ଷର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶର ଆଗାମୀ ୨୫ ବର୍ଷର ଯାତ୍ରା ଏକ ବଡ ସଂଯୋଗ, କାରଣ ଭାରତ ମଧ୍ୟ ଏହାର ୨୫ ବର୍ଷର ଅମୃତ କାଳରେ ଅଛି, ଯାହାର ଅର୍ଥ ହେଉଛି ବିକଶିତ ଭାରତ ପାଇଁ ଏକ ବିକଶିତ ଉତ୍ତରାଖଣ୍ଡ । ଏହି ଅବଧିରେ ଦେଶ ସଂକଳ୍ପ ପୂରଣ ହେବାର ସାକ୍ଷୀ ରହିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ଆଗାମୀ ୨୫ ବର୍ଷର ସଂକଳ୍ପ ସହିତ ଲୋକମାନେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଖୁସି ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ତରାଖଣ୍ଡର ଗୌରବର ପ୍ରସାର ହେବ ଏବଂ ବିକଶିତ ଉତ୍ତରାଖଣ୍ଡର ଲକ୍ଷ୍ୟ ରାଜ୍ୟର ପ୍ରତ୍ୟେକ ଅଧିବାସୀଙ୍କ ନିକଟରେ ପହଞ୍ôଚବ । ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଏପରି ମହତ୍ୱପୂର୍ଣ୍ଣ ସଂକଳ୍ପକୁ ଆପଣେଇଥିବାରୁ ଶ୍ରୀ ମୋଦୀ ରାଜ୍ୟର ସମସ୍ତ ବାସିନ୍ଦାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସମ୍ପ୍ରତି ସଫଳତାର ସହ ଆୟୋଜିତ ହୋଇଥିବା ‘ ପ୍ରବାସୀ ଉତ୍ତରାଖଣ୍ଡ ସମ୍ମିଳନୀ’ର କାର୍ଯ୍ୟକ୍ରମକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି ଏବଂ ଉତ୍ତରପ୍ରଦେଶର ବିକାଶରେ ପ୍ରବାସୀ ଉତ୍ତରାଖଣ୍ଡର ଲୋକମାନେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

ଅଲଗା ରାଜ୍ୟ ଗଠନ ପାଇଁ ଉତ୍ତରପ୍ରଦେଶର ଲୋକଙ୍କ ଉଦ୍ୟମ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ସଫଳ ହୋଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି ଯେ, ଆଜି ସ୍ୱପ୍ନ ଓ ଆକାଂକ୍ଷା ସଫଳ ହେଉଛି । ସେ ଦର୍ଶାଇଛନ୍ତି ଯେ ବର୍ତ୍ତମାନର ସରକାର ଉତ୍ତରାଖଣ୍ଡର ବିକାଶ ପାଇଁ କୌଣସି ସୁଯୋଗ ହାତଛଡା କରିନାହାନ୍ତି ।

 

ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ବର୍ତ୍ତମାନର ଦଶନ୍ଧି ଉତ୍ତରାଖଣ୍ଡର ଅଟେ ଏବଂ ଗତ ବର୍ଷ ମଧ୍ୟରେ ତାଙ୍କର ବିଶ୍ୱାସ ପ୍ରମାଣିତ ହୋଇଛି । ଉତ୍ତରାଖଣ୍ଡ ବିକାଶର ନୂତନ ରେକର୍ଡ ସୃଷ୍ଟି କରୁଛି ଏବଂ ନୂଆ ମାଇଲଖୁଣ୍ଟ ହାସଲ କରୁଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସ୍ଥାୟୀ ବିକାଶ ଲକ୍ଷ୍ୟ ସୂଚକାଙ୍କ ଅନୁଯାୟୀ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି । ସେ ଆହୁରିମଧ୍ୟ କହିଛନ୍ତି ଯେ ଉତ୍ତରାଖଣ୍ଡକୁ ‘ଇଜ୍ ଅଫ୍ ଡୁଇଂ ବିଜିନେସ୍‌’ ବର୍ଗରେ ‘ଆଚିଭର୍ସ’ ଏବଂ ଷ୍ଟାର୍ଟଅପ୍ ବର୍ଗରେ ‘ଲିଡର୍‌’ ଭାବରେ ସ୍ଥାନିତ କରାଯାଇଛି । ସେ ସୂଚନା ଦେଇଛନ୍ତି ଯେ ରାଜ୍ୟର ଅଭିବୃଦ୍ଧି ହାର ୧.୨୫ ଗୁଣ ଏବଂ ଜିଏସ୍‌ଟି ସଂଗ୍ରହ ୧୪ ପ୍ରତିଶତ ବୃଦ୍ଧି ପାଇଛି, ମୁଣ୍ଡ ପିଛା ଆୟ ୨୦୧୪ରେ ୧.୨୫ ଲକ୍ଷରୁ ବାର୍ଷିକ ୨.୬୦ ଲକ୍ଷକୁ ବୃଦ୍ଧି ପାଇଛି ଏବଂ ମୋଟ ଘରୋଇ ଉତ୍ପାଦ ୨୦୧୪ରେ ୧ ଲକ୍ଷ ୫୦ ହଜାର କୋଟିରୁ ବୃଦ୍ଧି ପାଇ ଆଜି ପ୍ରାୟ ୩ ଲକ୍ଷ ୫୦ ହଜାର କୋଟି ଟଙ୍କା ହୋଇଛି । ସେ କହିଛନ୍ତି ଯେ ଏହି ପରିସଂଖ୍ୟାନ ଯୁବପୀଢ଼ି ପାଇଁ ନୂଆ ସୁଯୋଗ, ଶିଳ୍ପ ଅଭିବୃଦ୍ଧି ଏବଂ ମହିଳା ଓ ଶିଶୁମାନଙ୍କ ଜୀବନକୁ ସହଜ କରିବାର ଏକ ସ୍ପଷ୍ଟ ସୂଚନା । ସେ ସୂଚନା ଦେଇଛନ୍ତି ଯେ ଟ୍ୟାପ ଜଳ କଭରେଜ ୨୦୧୪ରେ ୫% ପରିବାରରୁ ବୃଦ୍ଧି ପାଇ ଆଜି ୯୬ ପ୍ରତିଶତରୁ ଅଧିକ ହୋଇଛି ଏବଂ ଗ୍ରାମୀଣ ସଡକ ନିର୍ମାଣ ୬ ହଜାର କିଲୋମିଟରରୁ ୨୦ ହଜାର କିଲୋମିଟରକୁ ବୃଦ୍ଧି ପାଇଛି । ଲକ୍ଷ ଲକ୍ଷ ଶୌଚାଳୟ ନିର୍ମାଣ, ବିଦ୍ୟୁତ ଯୋଗାଣ, ଗ୍ୟାସ ସଂଯୋଗ, ଆୟୁଷ୍ମାନ ଯୋଜନା ଅଧିନରେ ମାଗଣା ଚିକିତ୍ସା ଉପରେ ସେ କହିଛନ୍ତି ଯେ, ସରକାର ସମାଜର ସମସ୍ତ ଗର୍ବର ଲୋକଙ୍କ ସହ ଛିଡା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଉତ୍ତରାଖଣ୍ଡ ରାଜ୍ୟକୁ ପ୍ରଦାନ କରାଯାଇଥିବା ଅନୁଦାନ ପ୍ରାୟ ଦ୍ୱିଗୁଣିତ ହୋଇଛି ଏବଂ ଏଆଇଆଇଏମ୍‌ଏସ୍‌, ଡ୍ରୋନ୍ ପ୍ରୟୋଗ ଅନୁସନ୍ଧାନ କେନ୍ଦ୍ର, ଉଦ୍ଧାମ ସିଂହ ନଗରରେ କ୍ଷୁଦ୍ର ଶିଳ୍ପ ଟାଉନ୍‌ସିପ୍ ପାଇଁ ଉପଗ୍ରହ କେନ୍ଦ୍ର ପ୍ରତିଷ୍ଠା କରିବାର ସଫଳତାକୁ ତାଲିକାଭୁକ୍ତ କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଚାଲିଛି ଏବଂ ସଂଯୋଗୀକରଣ ପ୍ରକଳ୍ପଗୁଡିକ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ ହେଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୨୬ ସୁଦ୍ଧା ଋଷିକେଶ-କର୍ଣ୍ଣପ୍ରୟାଗ ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି ଯେ, ଉତ୍ତରାଖଣ୍ଡର ୧୧ଟି ରେଳ ଷ୍ଟେସନକୁ ଅମୃତ ଷ୍ଟେସନ ଭାବରେ ବିକଶିତ କରାଯାଉଛି ଏବଂ ଏହି ଏକ୍ସପ୍ରେସ୍‌ୱେ କାର୍ଯ୍ୟ ଶେଷ ହେବା ପରେ ଦିଲ୍ଲୀ ଓ ଡେହରାଡୁନ୍ ମଧ୍ୟରେ ଯାତ୍ରା ସମୟ ୨.୫ ଘଣ୍ଟାକୁ ହ୍ରାସ ପାଇବ । ଏହି ବିକାଶ ମଧ୍ୟ ସ୍ଥାନାନ୍ତରଣ ଉପରେ ରୋକ ଲଗାଇଛି ବୋଲି ସେ କହିଛନ୍ତି ।

ବିକାଶ ସହିତ ସରକାର ଐତିହ୍ୟ ସଂରକ୍ଷଣରେ ମଧ୍ୟ ନିୟୋଜିତ ଥିବା ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ଯେ କେଦାରନାଥ ମନ୍ଦିରର ଏକ ବିଶାଳ ତଥା ଐଶ୍ୱରୀୟ ପୁନଃନିର୍ମାଣ କାର୍ଯ୍ୟ ଚାଲିଛି । ବଦ୍ରିନାଥ ଧାମରେ ବିକାଶ କାର୍ଯ୍ୟର ଦ୍ରୁତ ଅଗ୍ରଗତି ବିଷୟରେ ସେ ଉଲ୍ଲେଖ କରିଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି ଯେ, ମାନସଖଣ୍ଡ ମନ୍ଦିରର ମିଶନ ମାଲା ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୬ଟି ପ୍ରାଚୀନ ମନ୍ଦିରର ବିକାଶ କରାଯାଉଛି । ଶ୍ରୀ ମୋଦୀ ଜୋର ଦେଇ କହିଛନ୍ତି, “ସବୁ ପାଣିପାଣ ସ୍ଥିତିରେ ବ୍ୟବହୃତ ହୋଇପାରୁଥିବା ରାସ୍ତା ଚାରିଧାମ ଯାତ୍ରୀଙ୍କ ଯାତ୍ରାକୁ ସହଜ କରିଦେଇଛି ।” ସେ କହିଛନ୍ତି ଯେ ପର୍ବତ ମାଲା ଯୋଜନା ଅନ୍ତର୍ଗତ ରୋପୱେ ଦ୍ୱାରା ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥାନଗୁଡିକୁ ସଂଯୋଗ କରାଯାଉଛି । ମାନା ଗ୍ରାମରୁ ‘ଭାଇବ୍ରାଣ୍ଟ୍ ଭିଲେଜ’ ଯୋଜନା ଆରମ୍ଭ କରାଯାଇଛି ବୋଲି ମନ୍ତବ୍ୟ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ, ସରକାର ସୀମାନ୍ତବର୍ତ୍ତୀ ଗ୍ରାମଗୁଡିକୁ ଦେଶର ପ୍ରଥମ ଗ୍ରାମ ବୋଲି ବିବେଚନା କରନ୍ତି ଏବଂ ପୂର୍ବରୁ ଏହାକୁ ଶେଷ ଗ୍ରାମ କୁହାଯାଉଥିଲା । ଭାଇବ୍ରାଣ୍ଟ ଭିଲେଜ ଯୋଜନା ଅଧିନରେ ୨୫ ଟି ଗ୍ରାମର ବିକାଶ କରଯାଉଛି ଏବଂ ଏହି ଉଦ୍ୟମ ଦ୍ୱାରା ଉତ୍ତରାଖଣ୍ଡରେ ପର୍ଯ୍ୟଟନ କ୍ଷେତ୍ର ସହ ଜଡିତ ସୁଯୋଗ ବୃଦ୍ଧି ପାଇ ଏଠାକାର ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ଛି । ଏକ ରିପୋର୍ଟକୁ ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ଯେ ଚଳିତ ବର୍ଷ ୬ କୋଟି ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ଉତ୍ତରାଖଣ୍ଡ ପରିଦର୍ଶନ କରିଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି ଯେ ଗତ ବର୍ଷ ୫୪ ଲକ୍ଷ ଲୋକ ଚାରିଧାମ ଯାତ୍ରାରେ ଯାଇଥିଲେ । ୨୦୧୪ ପୂର୍ବରୁ ଏହି ସଂଖ୍ୟା୨୪ ଲକ୍ଷ ଥିଲା, ଯାହା ହୋଟେଲ, ହୋମ୍‌ଷ୍ଟେ, ଟ୍ରାନ୍ସପୋର୍ଟ ଏଜେଣ୍ଟ, କ୍ୟାବ୍ ଡ୍ରାଇଭର୍‌ମାନଙ୍କ ପାଇଁ ଲାଭଦାୟକ ଥିଲା । ଗତ କିଛି ବର୍ଷ ମଧ୍ୟରେ ୫୦୦୦ରୁ ଅଧିକ ହୋମଗାର୍ଡ ପଞ୍ଜିକୃତ ହୋଇଛନ୍ତି ।

 

ଉତ୍ତରାଖଣ୍ଡର ନିଷ୍ପତ୍ତି ଏବଂ ନୀତି ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରୁଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ସମାନ ନାଗରିକ ସଂହିତାର କାର୍ଯ୍ୟକାରିତା ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାର ଚର୍ଚ୍ଚା ସମଗ୍ର ଦେଶରେ ହେଉଛି ଏବଂ ଯୁବପୀଢ଼ିଙ୍କ ସୁରକ୍ଷା ପାଇଁ ନକଲି-ବିରୋଧି ଆଇନ୍ ମଧ୍ୟ ପ୍ରଣୟନ କରାଯାଇଛି । ରାଜ୍ୟରେ ନିଯୁକ୍ତି ସ୍ୱଚ୍ଛତା ସହ ଚାଲିଛି ।

ପ୍ରଧାନମନ୍ତ୍ରୀ ୯ଟି ଅନୁରୋଧ ତାଲିକାଭୁକ୍ତ କରିଛନ୍ତି, ସେଥିରୁ ଉତ୍ତରାଖଣ୍ଡର ଲୋକଙ୍କ ପାଇଁ ୫ଟି ଏବଂ ରାଜ୍ୟ ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ୪ଟି ରହିଛି । ସେ ଘରୱାଲି, କୁମାଓନି ଏବଂ ଜୈନସାରୀ ପରି ଭାଷା ସଂରକ୍ଷର ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଭବିଷ୍ୟତ ପୀଢ଼ିକୁ ଏହି ଭାଷା ଶିକ୍ଷା ଦେବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ । ଦ୍ୱିତୀୟ, ଜଳବାୟୁ ପରିବର୍ତ୍ତନର ଆହ୍ୱାନଗୁଡିକୁ ମୁକାବିଲା କରିବା ପାଇଁ ସେ ସମସ୍ତଙ୍କୁ ‘ଏକ୍ ପେଡ୍ ମାଁ କେ ନାମ୍‌’ ଅଭିଯାନକୁ ଆଗକୁ ବଢ଼ାଇବାକୁ ଅନୁରୋଧ କରିଥିଲେ । ତୃତୀୟ, ସେ ଜଳ ସଂସ୍ଥାଗୁଡିକୁ ସଂରକ୍ଷଣ କରିବାକୁ ଏବଂ ଜଳ ପରିମଳ ସହ ଜଡିତ ଅଭିଯାନକୁ ଆଗକୁ ବଢ଼ାଇବାକୁ ଅନୁରୋଧ କରିଥିଲେ । ଚତୁର୍ଥ, ସେ ନାଗରିକମାନଙ୍କୁ ସେମାନଙ୍କର ତୃଣମୂଳ ସହିତ ଜଡିତ ରହିବା ଏବଂ ଗ୍ରାମାଭିମୂଖୀ ହେବା ଉପରେ ଜୋର ଦେଇଥିଲେ । ପଞ୍ଚମ, ସେ ରାଜ୍ୟରେ ପାରମ୍ପରିକ ଘର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାକୁ ଗୃହରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ ।

ରାଜ୍ୟକୁ ଆସୁଥିବା ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସେମାନଙ୍କ ପାଇଁ ୪ଟି ଅନୁରୋଧ ତାଲିକାଭୁକ୍ତ କରିଛନ୍ତି । ସେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ଏବଂ ଏକକ ବ୍ୟବହାର ପ୍ଲାଷ୍ଟିକରୁ ନିବୃତ୍ତ ରହିବାକୁ, ‘ଭୋକାଲଖ ଫର୍ ଲୋକାଲ୍‌’ର ମନ୍ତ୍ର ମନେ ରଖିବାକୁ ତଥା ସ୍ଥାନୀୟ ଉତ୍ପାଦିତ ସାମଗ୍ରୀ ଉପରେ ମୋଟ୍ ଖର୍ଚ୍ଚର ଅତି କମ୍‌ରେ ୫ ପ୍ରତିଶତ ଖର୍ଚ୍ଚ କରିବାକୁ, ଟ୍ରାଫିକ ନିୟମ ପାଳନ କରିବାକୁ ଏବଂ ଶେଷରେ ତୀର୍ଥସ୍ଥଳ ଏବଂ ଧାର୍ମିକ ସ୍ଥାନଗୁଡିକର ଶୋଭା ବଜାୟ ରଖିବାକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଏହି ୯ ଅନୁରୋଧ ଉତ୍ତରାଖଣ୍ଡର ଦେବ ଭୂମି ପରିଚୟକୁ ଦୃଢ଼ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ସମ୍ବୋଧନ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ସଂକଳ୍ପ ପୂରଣ କରିବାରେ ଉତ୍ତରାଖଣ୍ଡ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ତାଙ୍କର ବିଶ୍ୱାସ ରହିଛି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'More strict actions to come against paper leaks': PM Modi announces new Bill push in video message

Media Coverage

'More strict actions to come against paper leaks': PM Modi announces new Bill push in video message
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the importance of fostering beneficial thoughts, words, and actions
July 24, 2026

Prime Minister Shri Narendra Modi shared a Sanskrit Subhashitam today, highlighting how continuous practice in thought, word, and action shapes one's character and direction in life.

The Prime Minister wrote on X;

"कर्मणा मनसा वाचा यदभीक्ष्णं निषेवते।

तदेवापहरत्येनं तस्मात् कल्याणमाचरेत्॥"

Whatever a person continuously practices through their actions, thoughts, and words ultimately shapes their personality and draws them in that very direction; therefore, one should always give space only to beneficial subjects in one's thoughts and conversations.