This budget has devoted attention to all sectors, ranging from agriculture to infrastructure: PM #NewIndiaBudget
This Budget is farmer friendly, common citizen friendly, business environment friendly and development friendly, says PM Modi on #NewIndiaBudget
#NewIndiaBudget will add to ‘Ease of Living’, says Prime Minister Modi
The Budget will bring new opportunities for rural India; it will benefit the farmers immensely: PM Modi on #NewIndiaBudget
Delighted that Ujjwala Yojana will now be extended to 8 crore rural women instead of 5 crore previously: PM on #NewIndiaBudget
Ayushman Bharat Yojana is biggest health assurance initiative in the world which will immensely benefit the poor: PM on #NewIndiaBudget
The Budget focuses on enhancing lives of senior citizens: PM Modi on #NewIndiaBudget

“ମୁଁ ଅର୍ଥମନ୍ତ୍ରୀ ମାନନୀୟ ଅରୁଣ ଜେଟଲୀ ମହାଶୟଙ୍କୁ ଏହି ବଜେଟ ପାଇଁ ଅଭିନନ୍ଦନ ଜଣାଉଛି । ଏହି ବଜେଟ ନିଉ ଇଣ୍ଡିଆର ମୂଳଦୁଆକୁ ସୁଦୃଢ କରିଲା ଭଳି ବଜେଟ । ଏହି ବଜେଟରେ ଦେଶର କୃଷିଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି । ବଜେଟରେ ଗରିବ ଏବଂ ମଧ୍ୟମ ବର୍ଗଙ୍କ ଚିନ୍ତା ଦୂର କରୁଥିବା ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକ ଅଛି ତ, ଦେଶର ଛୋଟ ଉଦ୍ୟୋଗୀଙ୍କ ସମ୍ପତ୍ତି ବୃଦ୍ଧି କରିବା ପାଇଁ ଯୋଜନାଗୁଡ଼ିକ ମଧ୍ୟ ରହିଛି । ଖାଦ୍ୟ ପ୍ରକ୍ରିୟାକରଣ ଠାରୁ ଆରମ୍ଭ କରି ଫାଇବର ଅପ୍ଟିକସ୍ ପର୍ଯ୍ୟନ୍ତ, ସଡ଼କ ଠାରୁ ବନ୍ଦର ପର୍ଯ୍ୟନ୍ତ, ଯୁବକଙ୍କ ଠାରୁ ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ, ଗ୍ରାମୀଣ ଭାରତରୁ ଆୟୁଷ୍ମାନ ଭାରତ ପର୍ଯ୍ୟନ୍ତ, ଡିଜିଟାଲ ଇଣ୍ଡିଆରୁ ଷ୍ଟାର୍ଟ ଅପ୍ ଇଣ୍ଡିଆ ପର୍ଯ୍ୟନ୍ତ ସବୁକିଛି ସାମିଲ ହୋଇଛି ।

ଏହି ବଜେଟ ହେଉଛି ଦେଶର ଶହେ ପଚିଶ କୋଟି ଲୋକଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ଭଳି ବଜେଟ । ଏହା ହେଉଛି ଦେଶର ବିକାଶକୁ ଗତିଶୀଳ କରିଲା ଭଳି ବଜେଟ । ଏହି ବଜେଟ କୃଷକ ଅନୁକୂଳ, ସାଧାରଣ ଲୋକଙ୍କ ପାଇଁ ଅନୁକୂଳ, ବ୍ୟବସାୟ ପରିବେଶ ଅନୁକୂଳ ଏବଂ ଏହା ସହିତ ବିକାଶ ଅନୁକୂଳ ମଧ୍ୟ । ଏଥିରେ ସହଜରେ ବ୍ୟବସାୟ କରିବା ସହିତ ସହଜରେ ଜୀବନଧାରଣ କରିବା ଉପରେ ଦୃଷ୍ଟି ଦିଆଯାଇଛି । ମଧ୍ୟମ ବର୍ଗ ପାଇଁ ଅଧିକ ସଂଚୟ, ଏକବିଂଶ ଶତାବ୍ଦୀର ଭାରତ ପାଇଁ ନୂତନ ପିଢ଼ିର ଭିତ୍ତିଭୂମି ଏବଂ ଉନ୍ନତ ସ୍ୱାସ୍ଥ୍ୟ ସୁରକ୍ଷା-ଏହି ସମସ୍ତ ସହଜରେ ଜୀବନଧାରଣ ଦିଗରେ ହେଉଛି ବଳିଷ୍ଠ ପଦକ୍ଷେପ ।

ଆମ ଦେଶରେ କୃଷକମାନେ ଖାଦ୍ୟଶସ୍ୟ ଏବଂ ଫଳ-ପନିପରିବାର ରେକର୍ଡ ଉତ୍ପାଦନ କରି ଦେଶର ବିକାଶରେ ଐତିହାସିକ ଯୋଗଦାନ ଦେଇଛନ୍ତି । କୃଷକଙ୍କ ସ୍ଥିତିକୁ ଆହୁରି ସୁଦୃଢ଼ କରିବା ଏବଂ ସେମାନଙ୍କର ଆୟ ବୃଦ୍ଧି ଦିଗରେ ଏହି ବଜେଟରେ ଅନେକ ପଦକ୍ଷେପ ସମ୍ପର୍କରେ ପ୍ରସ୍ତାବ ରହିଛି । ଗାଁ ଏବଂ କୃଷି କ୍ଷେତ୍ରରେ ପାଖାପାଖି ରେକର୍ଡ ପରିମାଣର ସାଢ଼େ 14 ଲକ୍ଷ କୋଟି ଟଙ୍କାର ଆବଂଟନ କରାଯାଇଛି । 51ଲକ୍ଷ ନୂତନ ଘର, 3 ଲକ୍ଷ କିଲୋମିଟରରୁ ଅଧିକ ସଡ଼କ, ପାଖାପାଖି 2 କୋଟି ଶୌଚାଳୟ, ପାଖାପାଖି 1.75 କୋଟି ଘରକୁ ବିଜୁଳି ସଂଯୋଗ, ଯାହାର ସିଧାସଳଖ ଲାଭ ଦଳିତ, ପିଡ଼ୀତ, ଶୋଷିତ, ବଂଚିତ ଲୋକଙ୍କୁ ମିଳିବ । ଏହା ହେଉଛି ଏଭଳି କାର୍ଯ୍ୟ ଯାହା ବିଶେଷ କରି ଗ୍ରାମାଂଚଳରେ ନିଜ ସହିତ ନୁତନ ରୋଜଗାରର ସୁଯୋଗ ନେଇ କରି ଆସିବ । କୃଷକମାନଙ୍କୁ ସେମାନଙ୍କର ଖର୍ଚ୍ଚର ଦେଢ଼ ଗୁଣ ମୂଲ୍ୟ ଦେବା ପାଇଁ ଘୋଷଣାକୁ ମୁଁ ପ୍ରଶଂସା କରୁଛି । କୃଷକମାନଙ୍କୁ ଏହି ନିଷ୍ପତ୍ତିର ସଂପୂର୍ଣ୍ଣ ଲାଭ ମିଳୁ, ଏଥିପାଇଁ କେନ୍ଦ୍ର ସରକାର, ରାଜ୍ୟଗୁଡ଼ିକ ସହିତ ଆଲୋଚନା କରି ଗୋଟିଏ ପକ୍କା ବ୍ୟବସ୍ଥା ବିକଶିତ କରିବେ । ଫଳ ଏବଂ ପନିପରିବା ଉତ୍ପାଦନ କରୁଥିବା କୃଷକମାନଙ୍କ ପାଇଁ “ଅପରେସନ୍ ଗ୍ରୀନ୍ସ” ଏକ ଫଳପ୍ରଦ ପଦକ୍ଷେପ ପ୍ରମାଣିତ ହେବ । ଆମେ ଦେଖିଛୁ, କିପରି ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଅମୁଲ ଦୁଗ୍ଧ ଉତ୍ପାଦନ କରୁଥିବା କୃଷକଙ୍କୁ ଉଚିତ ମୂଲ୍ୟ ପ୍ରଦାନ କଲା । ଆମ ଦେଶରେ ଉଦ୍ୟୋଗ ବିକାଶ ପୁଞ୍ଜ (କ୍ଲଷ୍ଟର) ଆଧାରିତ ଆଭିମୁଖ୍ୟ ସହିତ ଆମେ ପରିଚିତ ଅଛୁ । ଏବେ ଦେଶର ଭିନ୍ନ ଭିନ୍ନ ଜିଲ୍ଲାରେ କୃଷି ସମ୍ବନ୍ଧିତ ସେଠାକାର ଉତ୍ପାଦଗୁଡ଼ିକୁ ଧ୍ୟାନରେ ରଖି କୃଷି କ୍ଲଷ୍ଟର ଆଭିମୁଖ୍ୟ ସହିତ କାର୍ଯ୍ୟ କରାଯିବ । ଦେଶର ଭିନ୍ନ ଭିନ୍ନ ଜିଲ୍ଲାରେ ଉତ୍ପନ୍ନ ହେଉଥିବା କୃଷି ଉତ୍ପାଦକୁ ଧ୍ୟାନରେ ରଖି, ସେହି ଜିଲ୍ଲାଗୁଡ଼ିକୁ ଚିହ୍ନଟ କରାଯାଇ, ସେହି ବିଶେଷ କୃଷି ଉତ୍ପାଦ ପାଇଁ ଭଣ୍ଡାରଣ, ପ୍ରକ୍ରିୟାକରଣ ଏବଂ ବଜାର ବ୍ୟବସ୍ଥା ବିକଶିତ କରିବାର ଯୋଜନାକୁ ମୁଁ ସ୍ୱାଗତ କରୁଛି ।

ଆମ ଦେଶରେ ସମବାୟ ସମିତିଗୁଡ଼ିକୁ ଆୟକର ଛାଡ଼ କରାଯାଇଛି । କିନ୍ତୁ ‘କୃଷକ ଉତ୍ପାଦ ସଂଗଠନ’-ଯେଉଁମାନେ ଏମାନଙ୍କ ଭଳି କାମ କରନ୍ତି, ସେମାନଙ୍କୁ ଏହି ଲାଭ ମିଳି ନଥାଏ । ତେଣୁ କୃଷକଙ୍କୁ ସାହାଯ୍ୟ କରିବା ପାଇଁ ଗଠନ କରାଯାଇଥିବା ଏହି ‘କୃଷକ ଉତ୍ପାଦ ସଂଗଠନ’-FPOକୁ ସମବାୟ ସମିତିଗୁଡ଼ିକ ଭଳି ଆୟକର ଛାଡ଼ ନିଷ୍ପତ୍ତି ହେଉଛି ପ୍ରଶଂସନୀୟ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ‘କୃଷକ ଉତ୍ପାଦ ସଂଗଠନ’ର ସହାୟତା ସହିତ ଜୈବିକ, ସୁଗନ୍ଧିତ ଚାରା ଏବଂ ଔଷଧୀୟ ଗୁଳ୍ମ ଚାଷ ସହିତ ଯୋଡ଼ିବାର ଯୋଜନା ମଧ୍ୟ କୃଷକଙ୍କ ଆୟ ବୃଦ୍ଧି ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ । ସେହିଭଳି ଭାବେ ଗୋବର-ଧନ ଯୋଜନା, ଗାଁକୁ ସ୍ୱଚ୍ଛ ରଖିବା ସହିତ କୃଷକ ଏବଂ ପଶୁପାଳକମାନଙ୍କର ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିବ । ଆମର ଏଠି କୃଷକ ଚାଷବାସ ଏବଂ ତା’ସହିତ ଯୋଡ଼ି ହୋଇଥିବା ଆହୁରି ମଧ୍ୟ ଭିନ୍ନ ଭିନ୍ନ ବ୍ୟବସାୟ କରିଥାଏ । କିଏ ମାଛଚାଷ, କିଏ ପଶୁପାଳନ, କିଏ କୁକୁଡ଼ା ପାଳନ, କିଏ ମହୁମାଛି ପାଳନ ସହିତ ଯୋଡ଼ି ହୋଇଥାଏ । ଏଭଳି ଅତିରିକ୍ତ କାର୍ଯ୍ୟ ପାଇଁ ବ୍ୟାଙ୍କରୁ ଋଣ ନେବାରେ କୃଷକମାନଙ୍କୁ ଅସୁବିଧା ହୋଇଥାଏ । କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ଏବେ ମାଛଚାଷ ଏବଂ ପଶୁପାଳନ ପାଇଁ ମଧ୍ୟ ଋଣ ବ୍ୟବସ୍ଥା କରାଯିବା ହେଉଛି ବହୁତ ପ୍ରଭାବଶାଳୀ ପଦକ୍ଷେପ । ଭାରତର 700ରୁ ଅଧିକ ଜିଲ୍ଲାରେ ପାଖାପାଖି 7ହଜାର ବ୍ଲକ ବା ଉପଖଣ୍ଡ ଅଛି । ଏହିସବୁ ବ୍ଲକରେ ପ୍ରାୟ 22 ହଜାର ଗ୍ରାମୀଣ ବ୍ୟବସାୟ କେନ୍ଦ୍ରର ଭିତ୍ତିଭୂମିର ଆଧୁନିକୀକରଣ, ନବନିର୍ମାଣ ଏବଂ ଗାଁ ସହିତ ତା’ର ଯୋଗାଯୋଗ ବ୍ୟବସ୍ଥା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଆଗାମୀ ଦିନମାନଙ୍କରେ ଏହି କେନ୍ଦ୍ର, କୃଷକମାନଙ୍କର ଆୟ ବୃଦ୍ଧି, ରୋଜଗାର ଓ କୃଷି ଆଧାରିତ ଗ୍ରାମୀଣ ଏବଂ କୃଷି ଅର୍ଥ ବ୍ୟବସ୍ଥାର ନୂତନ ଶକ୍ତି କେନ୍ଦ୍ର ହେବ । ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ଏବେ ଗାଁ ଗୁଡ଼ିକୁ ଗ୍ରାମୀଣ ହାଟ, ଉଚ୍ଚ ଶିକ୍ଷା କେନ୍ଦ୍ର ଏବଂ ଡାକ୍ତରଖାନା ସହିତ ଯୋଡ଼ିବାର କାମ ମଧ୍ୟ କରାଯିବ । ଏହି ବଜେଟ ଦ୍ୱାରା ଗ୍ରାମୀଣ ଲୋକଙ୍କର ଜୀବନ ଆହୁରି ସହଜ ହେବ ।

ଆମେ ସହଜ ଜୀବନଧାରଣ ଭାବନାର ସମ୍ପ୍ରସାରଣ ଉଜ୍ଜ୍ୱଳା ଯୋଜନାରେ ମଧ୍ୟ ଦେଖିଛୁ । ଏହି ଯୋଜନା ଦେଶର ଗରିବ ମହିଳାମାନଙ୍କୁ ନା କେବଳ ଧୂଆଁରୁ ମୁକ୍ତି ଦେଉଛି ବରଂ ସେମାନଙ୍କର ସଶକ୍ତିକରଣର ବଡ଼ ମାଧ୍ୟମ ହୋଇଛି । ମୁଁ ଖୁସି ଯେ ଏହି ଯୋଜନାର ସମ୍ପ୍ରସାରଣ କରି ଏବେ ଏହାର ଲକ୍ଷ୍ୟ 5କୋଟି ପରିବାରରୁ ବଢ଼ାଇ 8 କୋଟି କରି ଦିଆଯାଇଛି । ଏହି ଯୋଜନାର ଲାଭ ବହୁତ ବଡ଼ ସ୍ତରରେ ଦେଶର ଦଳିତ, ଆଦିବାସୀ ଏବଂ ଅନଗ୍ରସରଙ୍କୁ ମିଳୁଛି । ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ବିକାଶ ପାଇଁ ଏହି ବଜେଟରେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ବନ୍ଦୋବସ୍ତ କରାଯାଇଛି ।

ସବୁ ସମୟରେ ନିମ୍ନ ମଧ୍ୟବିତ୍ତ ବର୍ଗ ଏବଂ ଗରିବଙ୍କ ଜୀବନର ଏକ ବହୁତ ବଡ଼ ଚିନ୍ତା ରହିଛି ରୋଗର ଚିକିତ୍ସା । ବଜେଟରେ ପ୍ରସ୍ତୁତ କରାଯାଇଥିବା ନୂତନ ଯୋଜନା ଆୟୁଷ୍ମାନ ଭାରତ ଏ ସମସ୍ତ ବର୍ଗଙ୍କୁ ଏହି ବଡ଼ ଚିନ୍ତାରୁ ମୁକ୍ତ କରିବ । ଏହି ଯୋଜନାର ଲାଭ ଦେଶର ପାଖାପାଖି 10 କୋଟି ଗରିବ ଏବଂ ନିମ୍ନ ମଧ୍ୟବିତ ବର୍ଗର ପରିବାରକୁ ମିଳିବ । ଅର୍ଥାତ ପାଖାପାଖି 45ରୁ 50 କୋଟି ଲୋକ ଏହା ପରିସରକୁ ଆସିବେ । ଚିହ୍ନଟ କରାଯାଇଥିବା ଏହି ପରିବାରଗୁଡ଼ିକୁ ଡାକ୍ତରଖାନାରେ ପ୍ରତିବର୍ଷ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ । ଏହା ହେଉଛି ସରକାରୀ ଖର୍ଚ୍ଚରେ ଆରମ୍ଭ କରାଯାଇଥିବା ଦୁନିଆର ଏ ପର୍ଯ୍ୟନ୍ତ ସବୁଠାରୁ ବଡ଼ ସୁନିଶ୍ଚିତ ସ୍ୱାସ୍ଥ୍ୟ ଯୋଜନା । ଦେଶର ସମସ୍ତ ବଡ଼ ପଂଚାୟତରେ, ପାଖାପାଖି ଦେଢ଼ଲକ୍ଷ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ସ୍ଥାପନ କରିବାର ଉଦ୍ୟମ ହେଉଛି ପ୍ରଶଂସନୀୟ । ଏହାଦ୍ୱାରା ଗାଁରେ ରହୁଥିବା ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଆହୁରି ସୁଲଭ ହେବ । ସାରା ଦେଶରେ 24ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ହେବା ଦ୍ୱାରା ଲୋକମାନଙ୍କୁ ଚିକିତ୍ସାର ସୁବିଧା ତ ବୃଦ୍ଧି ପାଇବ ଏହା ସହିତ ଯୁବକମାନଙ୍କୁ ଡାକ୍ତରୀ ପାଠପଢ଼ା ସହଜ ହେବ । ଆମର ପ୍ରୟାସ ହେଉଛି କି ଦେଶର ପ୍ରତି ତିନୋଟି ସଂସଦୀୟ କ୍ଷେତ୍ର ମଧ୍ୟରେ ଅତି କମରେ ଗୋଟିଏ ମେଡିକାଲ କଲେଜ ଅବଶ୍ୟ ରହୁ ।

ଏହି ବଜେଟରେ ବରିଷ୍ଠ ନାଗରିକମାନଙ୍କର ଅନେକ ଚିନ୍ତାକୁ ଧ୍ୟାନରେ ରଖି କେତେଗୁଡ଼ିଏ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ବୟୋ-ବନ୍ଦନା ଯୋଜନା ଅଧୀନରେ ଏବେ ବରିଷ୍ଠ ନାଗରିକମାନେ 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଉପରେ ଅତି କମରେ 8 ପ୍ରତିଶତ ସୁଧ ପାଇବେ । ବ୍ୟାଙ୍କ ଏବଂ ଡାକଘରେ ଜମା କରାଯାଇଥିବା ସେମାନଙ୍କର ଧନ ଉପରେ 50 ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ଉପରେ କୌଣସି ଟିକସ ଲାଗିବ ନାହିଁ । ସ୍ୱାସ୍ଥ୍ୟ ବୀମାର 50 ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରିମିୟମ ଉପରେ ଆୟକର ରିହାତି ମିଳିବ । ସେହିପରି ଜଟିଳ ରୋଗର ଚିକିତ୍ସା ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଉପରେ ଆୟକର ଛାଡ଼ କରାଯାଇଛି ।

ଦୀର୍ଘ ସମୟ ଧରି ଆମ ଦେଶରେ ସୂକ୍ଷ୍ମ-ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଅର୍ଥାତ ଏମଏସଏମଇକୁ ବଡ଼-ବଡ଼ ଉଦ୍ୟୋଗଠାରୁ ମଧ୍ୟ ଅଧିକ ଦରରେ ଟିକସ ଦେବାକୁ ପଡ଼ୁଥିଲା । ଏହି ବଜେଟରେ ସରକାର ଏକ ସାହାସପୂର୍ଣ୍ଣ ପଦକ୍ଷେପ ଉଠାଇ ସମସ୍ତ ସୂକ୍ଷ୍ମ-ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଅର୍ଥାତ ଏମଏସଏମଇର ଟିକସ ଦରରେ 5 ପ୍ରତିଶତ ହ୍ରାସ କରିଛନ୍ତି । ଏବେ ସେମାନଙ୍କୁ 30 ପ୍ରତିଶତ ବଦଳରେ 25ପ୍ରତିଶତ ଟିକସ ଦେବାକୁ ପଡ଼ିବ । ଏମଏସଏମଇ ଉଦ୍ୟୋଗଗୁଡ଼ିକୁ ଆବଶ୍ୟକ ପୁଞ୍ଜି ମିଳୁ, ଆବଶ୍ୟକ ବ୍ୟାଙ୍କିଙ୍ଗ ମୂଳଧନ ମିଳୁ, ଏଥିପାଇଁ ବ୍ୟାଙ୍କ ଏବଂ ଏନବିଏଫସି ଦ୍ୱାରା ଋଣ ବ୍ୟବସ୍ଥାକୁ ଆହୁରି ସହଜ କରି ଦିଆଯାଇଛି । ଏହିଭଳି ଭାବରେ ମେକ ଇନ୍ ଇଣ୍ଡିଆ ମିଶନକୁ ମଧ୍ୟ ଶକ୍ତି ମିଳିବ ।

ବଡ଼ ଉଦ୍ୟୋଗଗୁଡ଼ିକରେ ଏନପିଏ କାରଣରୁ ସୂକ୍ଷ୍ମ-ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ଚିନ୍ତାଗ୍ରସ୍ତ ହେଉଥିଲେ । ଅନ୍ୟ କାହାର ପାପର ଦଣ୍ଡ ଛୋଟ ଉଦ୍ୟମୀକୁ ମିଳିବା ଦରକାର ନାହିଁ । ଏଥିପାଇଁ ସରକାର ବହୁତ ଶୀଘ୍ର ଏମଏସଏମଇ କ୍ଷେତ୍ରରେ ଏନପିଏ ଏବଂ ଚାପଗ୍ରସ୍ତ ଏକାଉଂଟର ଅସୁବିଧା ଦୁର କରିବା ପାଇଁ ଦୃଢ଼ ପଦକ୍ଷେପ ଘୋଷଣା କରିବେ ।

ରୋଜଗାରକୁ ପ୍ରୋତ୍ସାହନ ଦେବା ପାଇଁ ଏବଂ କର୍ମଚାରୀମାନଙ୍କୁ ସାମାଜିକ ନିରାପତ୍ତା ଦେବା ଦିଗରେ ସରକାର ଏକ ସୁଦୂରପ୍ରସାରୀ ସକାରାତ୍ମକ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଅନୌପଚାରିକରୁ ଔପଚାରିକ ଆଡ଼କୁ ବଢ଼ିବାର ସୁଯୋଗ ମିଳିବ ଏବଂ ରୋଜଗାରର ନୂତନ ସୁଯୋଗ ସୃଷ୍ଟି ହେବ । ଏବେ ସରକାର ସ୍ୱୟଂ ନୂତନ ଶ୍ରମିକଙ୍କ ଇପିଏଫ୍ ଖାତାରେ ତିନି ବର୍ଷ ପର୍ଯ୍ୟନ୍ତ 12ପ୍ରତିଶତ ଯୋଗଦାନ ଦେବେ । ଏହା ବ୍ୟତୀତ ମହିଳାମାନଙ୍କୁ ରୋଜଗାରର ଅଧିକ ସୁଯୋଗ ମିଳୁ, ଆଉ ସେମାନେ ଘରକୁ ନେଉଥିବା ଦରମା ବୃଦ୍ଧି ପାଉ, ଏଥିପାଇଁ ନୂତନ ମହିଳା କର୍ମଚାରୀମାନଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଇପିଏଫରେ ଯୋଗଦାନ 12 ପ୍ରତିଶତରୁ କମ୍ କରି 8 ପ୍ରତିଶତ କରାଯାଉଛି । ସେ ଯାହା ହେଉ ଏହି ସମୟସୀମା ମଧ୍ୟରେ ନିଯୁକ୍ତିଦାତାଙ୍କ ଯୋଗଦାନ 12ପ୍ରତିଶତ ହିଁ ରହିବ । କର୍ମଜୀବୀ ମହିଳାଙ୍କ ସଶକ୍ତିକରଣ ପାଇଁ ଏହା ହେଉଛି ବହୁତ ମହତ୍ୱପୂର୍ଣ୍ଣ ପଦକ୍ଷେପ ।

ଆଧୁନିକ ଭାରତର ସ୍ୱପ୍ନକୁ ସାକାର କରିବା, ସାଧାରଣ ଲୋକଙ୍କ ସହଜ ଜୀବନଧାରଣକୁ ପ୍ରୋତ୍ସାହନ ଏବଂ ବିକାଶକୁ ଦୀର୍ଘସ୍ଥାୟୀ କରିବା ପାଇଁ ଭାରତର ଆଗାମୀ ପିଢ଼ିର ଭିତ୍ତିଭୂମି ଅତ୍ୟନ୍ତ ଆବଶ୍ୟକ । ରେଳ-ମେଟ୍ରୋ, ଆକାଶପଥ-ରାଜପଥ, ବନ୍ଦର-ବିମାନବନ୍ଦର, ପାୱାରଗ୍ରୀଡ଼୍-ଗ୍ୟାସଗ୍ରୀଡ଼୍, ସାଗରମାଳା-ଭାରତମାଳା, ଡିଜିଟାଲ ଇଣ୍ଡିଆ ସହିତ ଜଡ଼ିତ ଭିତ୍ତିଭୂମିର ବିକାଶ ପାଇଁ ବଜେଟରେ ବହୁତ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ପାଖାପାଖି 6ଲକ୍ଷ କୋଟି ଟଙ୍କାର ଅର୍ଥ ଆବଂଟନ ହୋଇଛି । ଏହା ବିଗତ ବର୍ଷ ତୁଳନାରେ ପ୍ରାୟ ଏକଲକ୍ଷ କୋଟି ଟଙ୍କାରୁ ଅଧିକ । ଏହି ଯୋଜନାଗୁଡ଼ିକ ଦ୍ୱାରା ଦେଶରେ ରୋଜଗାରର ଅପାର ସମ୍ଭାବନା ସୃଷ୍ଟି ହେବ ।

ବେତନଭୋଗୀ, ମଧ୍ୟମବର୍ଗଙ୍କୁ ଦିଆଯାଇଥିବା ଟିକସ ସୁବିଧା ପାଇଁ ମଧ୍ୟ ମୁଁ ଅର୍ଥମନ୍ତ୍ରୀ ମହାଶୟଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି ।

ଏହି ବଜେଟ ହେଉଛି ପ୍ରତ୍ୟେକ ଭାରତୀୟଙ୍କର ଆଶା ଆକାଂକ୍ଷା ଅନୁରୂପ ବଜେଟ । ଏହି ବଜେଟ କୃଷକମାନଙ୍କୁ ଫସଲର ଭଲ ଦର, କଲ୍ୟାଣକାରୀ ଯୋଜନା ଦ୍ୱାରା ଗରିବଙ୍କ ଉତ୍ଥାନକୁ ସମ୍ବଳ, ଟିକସଦାତା ନାଗରିକଙ୍କୁ ସଚ୍ଚୋଟତାର ସମ୍ମାନ, ସଠିକ୍ ଟିକସ ଢ଼ାଂଚାଦ୍ୱାରା ଉଦ୍ୟମୀମାନଙ୍କ ପରିଶ୍ରମକୁ ସମର୍ଥନ, ଦେଶ ପାଇଁ ବରିଷ୍ଠ ନାଗରିକଙ୍କ ଯୋଗଦାନକୁ ସୁନିଶ୍ଚିତ କରିଛି ।

ମୁଁ ପୁଣି ଥରେ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଟିମକୁ ସହଜରେ ଜୀବନଧାରଣ ବୃଦ୍ଧି କରିଲା ଭଳି ଏବଂ ନିଉ ଇଣ୍ଡିଆର ମୂଳଦୁଆକୁ ମଜବୁତ କରିଲାବାଲା ବଜେଟ ପାଇଁ ହୃଦୟର ସହିତ ଧନ୍ୟବାଦ ଜଣାଉଛି ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views

Media Coverage

Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in a mishap at a cracker factory in Thrissur, Keralam
April 21, 2026
PM announces ex-gratia from PMNRF

The Prime Minister, Shri Narendra Modi has condoled the loss of lives due to a mishap at a cracker factory in Thrissur, Keralam. Shri Modi also wished speedy recovery for those injured in the mishap.

The Prime Minister announced an ex-gratia from PMNRF of Rs. 2 lakh to the next of kin of each deceased and Rs. 50,000 for those injured.

The Prime Minister posted on X:

“Saddened to hear about the loss of lives due to the mishap at a cracker factory in Thrissur, Keralam. My deepest condolences to those who have lost their loved ones. May the injured recover at the earliest: PM @narendramodi"

"The Prime Minister has announced that an ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000." 

"തൃശൂരിലെ പടക്ക നിർമാണശാലയിലുണ്ടായ അപകടത്തിൽ നിരവധി ജീവനുകൾ പൊലിഞ്ഞ വാർത്തയറിഞ്ഞതിൽ ദുഃഖമുണ്ട്. പ്രിയപ്പെട്ടവരെ നഷ്ടപ്പെട്ടവരുടെ വേദനയിൽ പങ്കുചേരുന്നു. പരിക്കേറ്റവർ എത്രയും വേഗം സുഖം പ്രാപിക്കട്ടെ: പ്രധാനമന്ത്രി

@narendramodi."

"മരിച്ച ഓരോ വ്യക്തിയുടെയും കുടുംബത്തിന് പ്രധാനമന്ത്രിയുടെ ദേശീയ ദുരിതാശ്വാസ നിധിയിൽ (PMNRF) നിന്ന് 2 ലക്ഷം രൂപ ധനസഹായം നൽകുമെന്ന് പ്രധാനമന്ത്രി അറിയിച്ചു. പരിക്കേറ്റവർക്ക് 50,000 രൂപ വീതം നൽകും."