ବିଶ୍ୱର ଆଧୁନିକ ଅର୍ଥନୀତିର ଆଧାର ସାଜିଛି ଇସ୍ପାତ , ପ୍ରତ୍ୟେକ ସଫଳତାର କାହାଣୀ ପଛରେ ଇସ୍ପାତ ହେଉଛି ଶକ୍ତି : ପ୍ରଧାନମନ୍ତ୍ରୀ
ଆମେ ଗର୍ବିତ ଯେ ଆଜି ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ହୋଇପାରିଛି : ପ୍ରଧାନମନ୍ତ୍ରୀ
ଜାତୀୟ ଇସ୍ପାତ ନୀତି ଅନୁଯାୟୀ 2030 ସୁଦ୍ଧା ଆମେ 300 ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବାର ଲକ୍ଷ୍ୟ ସ୍ଥିର କରିଛୁ : ପ୍ରଧାନମନ୍ତ୍ରୀ
ଇସ୍ପାତ ଶିଳ୍ପ ପାଇଁ ସରକାରୀ ନୀତି ଅନ୍ୟାନ୍ୟ ଭାରତୀୟ ଶିଳ୍ପକୁ ବିଶ୍ଵ ସ୍ତରରେ ପ୍ରତିଯୋଗୀ କରାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି : ପ୍ରଧାନମନ୍ତ୍ରୀ
ଆମର ସମସ୍ତ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଲକ୍ଷ୍ୟ 'ଶୂନ୍ୟ ଆମଦାନୀ' ଏବଂ 'ନେଟ୍ ରପ୍ତାନି' ହେବା ଉଚିତ: ପ୍ରଧାନମନ୍ତ୍ରୀ
ଆମର ଇସ୍ପାତ କ୍ଷେତ୍ରକୁ ନୂତନ ପ୍ରକ୍ରିୟା, ନୂତନ ଗ୍ରେଡ୍ ଏବଂ ନୂତନ ସ୍କେଲ ପାଇଁ ପ୍ରସ୍ତୁତ ହେବାକୁ ପଡିବ: ପ୍ରଧାନମନ୍ତ୍ରୀ
ଭବିଷ୍ୟତକୁ ଧ୍ୟାନରେ ରଖି ଆମକୁ ବିସ୍ତାର ଏବଂ ନବୀକରଣ କରିବାକୁ ପଡିବ, ଆମକୁ ବର୍ତ୍ତମାନଠାରୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବାକୁ ପଡିବ: ପ୍ରଧାନମନ୍ତ୍ରୀ
ଗତ 10 ବର୍ଷ ମଧ୍ୟରେ ଅନେକ ଖଣି ସଂସ୍କାର କାର୍ଯ୍ୟକାରୀ ହୋଇଛି, ଲୁହାପଥର ଉପଲବ୍ଧତା ସହଜ ହୋଇଛି: ପ୍ରଧାନମନ୍ତ୍ରୀ
ଆବଣ୍ଟିତ ଖଣି ଏବଂ ଦେଶର ସମ୍ବଳର ଉପଯୁକ୍ତ ବ୍ୟବହାର ପାଇଁ ବର୍ତ୍ତମାନ ସମୟରେ ସବୁଜ କ୍
ସେ ଜୋର ଦେଇ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଇସ୍ପାତ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ମୂଳଦୁଆ ସ୍ଥାପନ କରିବ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ମୁମ୍ବାଇରେ ଇଣ୍ଡିଆ ଷ୍ଟିଲ୍ 2025 କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ ଯେ ଆଗାମୀ ଦୁଇ ଦିନରେ, ଭାରତର ଉଦୀୟମାନ କ୍ଷେତ୍ର - ଇସ୍ପାତ ଶିଳ୍ପର ସମ୍ଭାବନା ଏବଂ ସୁଯୋଗ ଉପରେ ଆଲୋଚନା ହେବ। ସେ କହିଥିଲେ ଯେ ଏହି କ୍ଷେତ୍ର ଭାରତର ପ୍ରଗତିର ମୂଳଦୁଆ ଗଠନ କରେ, ଏକ ବିକଶିତ ଭାରତର ଭିତ୍ତିଭୂମିକୁ ମଜବୁତ କରେ ଏବଂ ଦେଶରେ ପରିବର୍ତ୍ତନର ଏକ ନୂତନ ଅଧ୍ୟାୟ ଲେଖିଥାଏ। ପ୍ରଧାନମନ୍ତ୍ରୀ ଇଣ୍ଡିଆ ଷ୍ଟିଲ୍ 2025କୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ନୂତନ ଚିନ୍ତାଧାରା ଆଦାନପ୍ରଦାନ, ନୂତନ ସହଭାଗୀତା ଗଠନ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଲଞ୍ଚପ୍ୟାଡ୍ ଭାବରେ କାର୍ଯ୍ୟ କରିବ ବୋଲି ବିଶ୍ୱାସ ପ୍ରକାଶ କରିଥିଲେ । ସେ ଜୋର ଦେଇ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଇସ୍ପାତ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ମୂଳଦୁଆ ସ୍ଥାପନ କରିବ।

"ଆଧୁନିକ ଅର୍ଥନୀତିରେ ଇସ୍ପାତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି" ବୋଲି ଉଲ୍ଲେଖ କରିବା ସହିତ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ନଭଶ୍ଚୁମ୍ଭୀ ଅଟ୍ଟାଳିକା, ଜାହାଜ ଚଳାଚଳ, ରାଜପଥ, ଦ୍ରୁତଗତି ସମ୍ପନ୍ନ ରେଳ, ସ୍ମାର୍ଟ ସିଟି କିମ୍ବା ଶିଳ୍ପ କରିଡର ହେଉ, ପ୍ରତ୍ୟେକ ସଫଳତାର କାହାଣୀ ପଛରେ ଇସ୍ପାତ ହେଉଛି ଶକ୍ତି। "ଭାରତ 5 ଟ୍ରିଲିୟନ ଡଲାର ଅର୍ଥନୀତି ହେବା ଲକ୍ଷ୍ୟ ହାସଲ କରିବାକୁ ପ୍ରୟାସ କରୁଛି, ଏହି ମିଶନରେ ଇସ୍ପାତ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ ମତ ଦେଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଇସ୍ପାତ ଉତ୍ପାଦନକାରୀ ହୋଇଥିବାରୁ ଗର୍ବ ଅନୁଭବ କରୁଛି। ସେ ଉଲ୍ଲେଖ କରିଥିଲେ ଯେ ଜାତୀୟ ଇସ୍ପାତ ନୀତି ଅନୁଯାୟୀ, ଭାରତ 2030 ସୁଦ୍ଧା 300 ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି। ସେ ଆହୁରି ମଧ୍ୟ କହିଥିଲେ ଯେ , ଭାରତରେ ବର୍ତ୍ତମାନ ମୁଣ୍ଡପିଛା ଇସ୍ପାତ ବ୍ୟବହାର ପ୍ରାୟ 98 କିଲୋଗ୍ରାମ ଏବଂ ଦେଶର ଭିତ୍ତିଭୂମି ଏବଂ ଅର୍ଥନୀତି ପାଇଁ ଏହା 160 କିଲୋଗ୍ରାମକୁ ବୃଦ୍ଧି ପାଇବାର ଆଶା କରାଯାଉଛି, ଏହା ରାଷ୍ଟ୍ରର ଦିଗଦର୍ଶନ ସହିତ ସରକାରଙ୍କ ଦକ୍ଷତା ଏବଂ ପ୍ରଭାବଶୀଳତା ପାଇଁ ଏକ ମାନଦଣ୍ଡ ମଧ୍ୟ।

 

ପ୍ରଧାନମନ୍ତ୍ରୀ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଭିତ୍ତିଭୂମି ଯୋଗୁଁ ଇସ୍ପାତ ଶିଳ୍ପ ଏହାର ଭବିଷ୍ୟତକୁ ନେଇ ନୂତନ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେଉଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ. ଏହି ପଦକ୍ଷେପ ବିଭିନ୍ନ ଉପଯୋଗୀ ସେବା ଏବଂ ଲଜିଷ୍ଟିକ୍ସ ମୋଡକୁ ସମନ୍ୱିତ କରିଥାଏ। ଉନ୍ନତ ମଲ୍ଟି-ମୋଡାଲ ସଂଯୋଗ ପାଇଁ ଖଣି କ୍ଷେତ୍ର ଏବଂ ଇସ୍ପାତ ୟୁନିଟ୍ ଗୁଡ଼ିକର ମ୍ୟାପିଂ କରାଯାଉଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ପୂର୍ବ ଭାରତରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ଉନ୍ନତି ପାଇଁ ନୂତନ ପ୍ରକଳ୍ପ ପ୍ରଚଳନ କରାଯାଉଛି, ଯେଉଁଠାରେ ଅଧିକାଂଶ ଇସ୍ପାତ କ୍ଷେତ୍ର କେନ୍ଦ୍ରିତ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ , ୧.୩ ଟ୍ରିଲିୟନ ଡଲାରର ଜାତୀୟ ଭିତ୍ତିଭୂମି ପାଇପଲାଇନ୍ ଆଗକୁ ବଢ଼ୁଛି। ସେ କହିଛନ୍ତି ଯେ ସହରଗୁଡ଼ିକୁ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ବଡ଼ ଧରଣର ପ୍ରୟାସ, ରାସ୍ତା, ରେଳପଥ, ବିମାନବନ୍ଦର, ବନ୍ଦର ଏବଂ ପାଇପଲାଇନର ବିକାଶରେ ଅଭୂତପୂର୍ବ ଗତି, ଇସ୍ପାତ କ୍ଷେତ୍ର ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ କୋଟି କୋଟି ଘର ନିର୍ମାଣ କରାଯାଉଛି ଏବଂ ଜଳ ଜୀବନ ମିଶନ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ କରାଯାଉଛି। ସେ ମନ୍ତବ୍ୟ ଦେଇଥିଲେ ଯେ ଏହିପରି କଲ୍ୟାଣକାରୀ ପଦକ୍ଷେପ ମଧ୍ୟ ଇସ୍ପାତ ଶିଳ୍ପକୁ ନୂତନ ଶକ୍ତି ପ୍ରଦାନ କରୁଛି। ସେ ସରକାରୀ ପ୍ରକଳ୍ପ ଗୁଡ଼ିକରେ କେବଳ 'ଭାରତରେ ନିର୍ମିତ' ଇସ୍ପାତ ବ୍ୟବହାର କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ଉପରେ ଆଲୋକପାତ କରିଥିଲେ ଏବଂ ସରକାର-ଚାଳିତ ପଦକ୍ଷେପଗୁଡ଼ିକ କୋଠା ନିର୍ମାଣ ଏବଂ ଭିତ୍ତିଭୂମିରେ ସର୍ବାଧିକ ଇସ୍ପାତ ବ୍ୟବହାର ପାଇଁ ଦାୟୀ ବୋଲି ସେ ଉଲ୍ଲେଖ କରିଥିଲେ ।

ଇସ୍ପାତ ବହୁବିଧ କ୍ଷେତ୍ରର ଅଭିବୃଦ୍ଧିକୁ ଚାଳିତ କରୁଥିବା ଏକ ପ୍ରାଥମିକ ଉପାଦାନ ବୋଲି ବୁଝାଇ ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ , ଇସ୍ପାତ ଶିଳ୍ପ ପାଇଁ ସରକାରୀ ନୀତିଗୁଡ଼ିକ ଭାରତର ଅନ୍ୟାନ୍ୟ ଅନେକ ଶିଳ୍ପକୁ ବିଶ୍ୱ ସ୍ତରରେ ପ୍ରତିଯୋଗିତାମୂଳକ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସେ ଉଲ୍ଲେଖ କରିଥିଲେ ଯେ ଭାରତୀୟ ଇସ୍ପାତ ଶିଳ୍ପରୁ ଉତ୍ପାଦନ, ନିର୍ମାଣ, ଯନ୍ତ୍ରପାତି ଏବଂ ଅଟୋମୋଟିଭ୍ ଭଳି କ୍ଷେତ୍ରଗୁଡ଼ିକ ଶକ୍ତି ଲାଭ କରୁଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ସରକାର 'ମେକ୍ ଇନ୍ ଇଣ୍ଡିଆ' ପଦକ୍ଷେପକୁ ତ୍ୱରାନ୍ୱିତ କରିବା ପାଇଁ ଚଳିତ ବର୍ଷର ବଜେଟରେ ଜାତୀୟ ଉତ୍ପାଦନ ମିଶନ ଆରମ୍ଭ କରିଛନ୍ତି। ଏହି ମିଶନ କ୍ଷୁଦ୍ର, ମଧ୍ୟମ ଏବଂ ବୃହତ୍ ଶିଳ୍ପଗୁଡ଼ିକୁ ପୂରଣ କରେ ଏବଂ ଇସ୍ପାତ କ୍ଷେତ୍ର ପାଇଁ ଏହା ନୂତନ ସୁଯୋଗ ଖୋଲିବ ବୋଲି ସେ ମଧ୍ୟ କହିଛନ୍ତି।

ପ୍ରତିରକ୍ଷା ଏବଂ ରଣନୈତିକ କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଉଚ୍ଚମାନର ଇସ୍ପାତ ନିମନ୍ତେ ଭାରତ ଦୀର୍ଘ ଦିନ ଧରି ଆମଦାନୀ ଉପରେ ନିର୍ଭରଶୀଳ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଭାରତର ପ୍ରଥମ ସ୍ୱଦେଶୀ ବିମାନ ବାହକ ଜାହାଜରେ ବ୍ୟବହୃତ ଇସ୍ପାତ ଘରୋଇ ଭାବରେ ଉତ୍ପାଦିତ ହୋଇଥିଲା ବୋଲି କହିବା ସହିତ ସେ ଗର୍ବ ପ୍ରକାଶ କରିଥିଲେ । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଐତିହାସିକ ଚନ୍ଦ୍ରାୟଣ ମିଶନର ସଫଳତାରେ ଭାରତୀୟ ଇସ୍ପାତର ଅବଦାନ ରହିଛି , ଯାହା ଭାରତର ଦକ୍ଷତା ଏବଂ ଆତ୍ମବିଶ୍ୱାସର ପ୍ରତୀକ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ଏହି ପରିବର୍ତ୍ତନ ପିଏଲଆଇ ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ ସମ୍ଭବ ହୋଇପାରିଛି, ଯାହା ଯୋଗୁଁ ଉଚ୍ଚମାନର ଇସ୍ପାତ ଉତ୍ପାଦନକୁ ସମର୍ଥନ କରିବା ପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେ ଜୋର ଦେଇ କହିଥିଲେ ଯେ ଏହା କେବଳ ଆରମ୍ଭ ଏବଂ ଆଗକୁ ଏକ ଲମ୍ବା ରାସ୍ତା ଅଛି। ଦେଶବ୍ୟାପୀ ଆରମ୍ଭ ହେଉଥିବା ମେଗା-ପ୍ରକଳ୍ପ ଯୋଗୁଁ ଉଚ୍ଚ- ଗ୍ରେଡ୍ ଇସ୍ପାତର ଚାହିଦା ବୃଦ୍ଧି ପାଉଛି ବୋଲି ସେ ସୂଚନା ଦେଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଚଳିତ ବର୍ଷର ବଜେଟରେ ଜାହାଜ ନିର୍ମାଣକୁ ଭିତ୍ତିଭୂମି ଭାବରେ ବର୍ଗୀକୃତ କରାଯାଇଛି, "ଭାରତ ଘରୋଇ ଭାବରେ ଆଧୁନିକ ଏବଂ ବଡ଼ ଜାହାଜ ନିର୍ମାଣ କରି ଅନ୍ୟ ଦେଶକୁ ରପ୍ତାନି କରିବାକୁ ଲକ୍ଷ୍ୟ ରଖିଛି"। ପ୍ରଧାନମନ୍ତ୍ରୀ ଭାରତରେ ପାଇପଲାଇନ- ଗ୍ରେଡ୍ ଇସ୍ପାତ ଏବଂ କ୍ଷୟ -ପ୍ରତିରୋଧୀ ମିଶ୍ରଧାତୁର ବର୍ଦ୍ଧିତ ଚାହିଦା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଦେଶର ରେଳ ଭିତ୍ତିଭୂମି ଅଭୂତପୂର୍ବ ଗତିରେ ବିସ୍ତାର ହେଉଛି। ସେ "ଶୂନ୍ୟ ଆମଦାନୀ" ଲକ୍ଷ୍ୟ ଏବଂ ନେଟ୍ ରପ୍ତାନି ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। "ଭାରତ ବର୍ତ୍ତମାନ 25 ନିୟୁତ ଟନ୍ ଇସ୍ପାତ ରପ୍ତାନି କରିବାର ଲକ୍ଷ୍ୟ ହାସଲ କରିବା ପାଇଁ କାର୍ଯ୍ୟ କରୁଛି ଏବଂ 2047 ସୁଦ୍ଧା ଉତ୍ପାଦନ କ୍ଷମତାକୁ 500 ନିୟୁତ ଟନ୍ କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି" ବୋଲି ସେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ଇସ୍ପାତ ଶିଳ୍ପର ବିପୁଳ ନିଯୁକ୍ତି ସୃଷ୍ଟି ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଘରୋଇ ଏବଂ ସରକାରୀ କ୍ଷେତ୍ର ଉଭୟକୁ ନୂତନ ଚିନ୍ତାଧାରାର ବିକାଶ କରିବାକୁ, ପ୍ରୋତ୍ସାହନ ଦେବାକୁ ଏବଂ ବାଣ୍ଟିବାକୁ ଆହ୍ୱାନ କରିଥିଲେ। ଦେଶର ଯୁବପିଢ଼ିଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ସେ ଉତ୍ପାଦନ, ଗବେଷଣା ଏବଂ ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ଉନ୍ନତି କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।

 

ଶ୍ରୀ ମୋଦୀ ସ୍ୱୀକାର କରିଛନ୍ତି ଯେ ଇସ୍ପାତ ଶିଳ୍ପ କିଛି ଆହ୍ଵାନର ସମ୍ମୁଖୀନ ହେଉଛି ଯାହାର ଆହୁରି ଅଭିବୃଦ୍ଧି ପାଇଁ ସମାଧାନ ଆବଶ୍ୟକ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କଞ୍ଚାମାଲ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ ହୋଇ ରହିଛି, ଭାରତ ଏବେ ବି ନିକେଲ, କୋକିଂ କୋଇଲା ଏବଂ ମାଙ୍ଗାନିଜ୍ ପାଇଁ ଆମଦାନୀ ଉପରେ ନିର୍ଭର କରୁଛି। ସେ ବିଶ୍ୱସ୍ତରୀୟ ସହଭାଗୀତାକୁ ସୁଦୃଢ଼ କରିବା, ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ କରିବା ଏବଂ ପ୍ରଯୁକ୍ତିବିଦ୍ୟା ଉନ୍ନତି ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଶକ୍ତି - ଦକ୍ଷ, କମ୍ ନିର୍ଗମନ ଏବଂ ଡିଜିଟାଲ୍ ଭାବରେ ଉନ୍ନତ ପ୍ରଯୁକ୍ତିବିଦ୍ୟା ଆଡକୁ ଦ୍ରୁତ ଗତିରେ ଆଗକୁ ବଢ଼ିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। "ଇସ୍ପାତ ଶିଳ୍ପର ଭବିଷ୍ୟତ ଆର୍ଟିଫିସିଆଲ ଇଂଟେଲିଜେନ୍ସ,, ସ୍ୱୟଂଚାଳିତତା, ପୁନଃଚକ୍ରଣ ଏବଂ ଉପ-ଉତ୍ପାଦ ବ୍ୟବହାର ଦ୍ୱାରା ଗଢ଼ାଯିବ" ବୋଲି ସେ ମତବ୍ୟକ୍ତ କରି ନବସୃଜନ ମାଧ୍ୟମରେ ଏହି କ୍ଷେତ୍ର ଗୁଡ଼ିକରେ ପ୍ରୟାସ ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱସ୍ତରୀୟ ଭାଗୀଦାରୀତା ଏବଂ ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟରେ ସହଯୋଗ ଏହି ଆହ୍ଵାନଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଏବଂ ଦ୍ରୁତ ଗତିରେ ମୁକାବିଲା କରିବାରେ ସାହାଯ୍ୟ କରିବ ବୋଲି ସେ ସେ ଆଶା ପ୍ରକାଶ କରିଥିଲେ ​‌।

 

ପ୍ରଧାନମନ୍ତ୍ରୀ କୋଇଲା ଆମଦାନୀ, ବିଶେଷ କରି କୋକିଂ କୋଇଲାର ମୂଲ୍ୟ ଏବଂ ଅର୍ଥନୀତି ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ବିଷୟରେ ମତବ୍ୟକ୍ତ କରିଥିଲେ। ଏହି ନିର୍ଭରଶୀଳତା ହ୍ରାସ କରିବା ପାଇଁ ବିକଳ୍ପ ଅନୁସନ୍ଧାନର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେ ଡିଆରଆଇ ରୁଟ୍ ଭଳି ପ୍ରଯୁକ୍ତିର ଉପଲବ୍ଧତା ଉପରେ ଆଲୋକପାତ କରିଥିଲେ ଏବଂ ସେଗୁଡ଼ିକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଇସ୍ପାତ ଶିଳ୍ପର ସମସ୍ତ ହିତଧାରକଙ୍କୁ ଏହି ପ୍ରୟାସରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଏବଂ ଏହି ଦିଗରେ ଆଗକୁ ବଢ଼ିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ।

ଅବ୍ୟବହୃତ ସବୁଜ ଖଣି ସମସ୍ୟାର ସମାଧାନର ଗୁରୁତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଗତ ଦଶନ୍ଧିରେ ଗୁରୁତ୍ୱପୂର୍ଣ୍ଣ ଖଣି ସଂସ୍କାର ପ୍ରଚଳନ କରାଯାଇଛି, ଯାହା ଲୁହାପଥର ଉପଲବ୍ଧତାକୁ ସହଜ କରିଛି। ଦେଶର ସମ୍ପଦର ସର୍ବୋତ୍ତମ ଉପଯୋଗ ସୁନିଶ୍ଚିତ କରିବା ପାଇଁ ଆବଣ୍ଟିତ ଖଣିଗୁଡ଼ିକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବାର ସମୟ ଆସିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ପ୍ରକ୍ରିୟାରେ ବିଳମ୍ବ ଶିଳ୍ପ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ସତର୍କ କରାଇ ଶ୍ରୀ ମୋଦୀ ଏହି ଆହ୍ଵାନଗୁଡିକୁ ଦୂର କରିବା ପାଇଁ ସବୁଜ କ୍ଷେତ୍ର ଖଣି ପ୍ରୟାସକୁ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଆଉ କେବଳ ଘରୋଇ ଅଭିବୃଦ୍ଧି ଉପରେ ଧ୍ୟାନ ଦେଉନାହିଁ ବରଂ ବିଶ୍ୱ ନେତୃତ୍ୱ ପାଇଁ ପ୍ରସ୍ତୁତ ହେଉଛି। ସେ ମନ୍ତବ୍ୟ ଦେଇଥିଲେ ଯେ ବିଶ୍ୱ ଏବେ ଭାରତକୁ ଉଚ୍ଚମାନର ଇସ୍ପାତର ଏକ ବିଶ୍ୱସ୍ତ ଯୋଗାଣକାରୀ ଭାବରେ ଦେଖୁଛି। ସେ ଇସ୍ପାତ ଉତ୍ପାଦନରେ ବିଶ୍ୱସ୍ତରୀୟ ମାନଦଣ୍ଡ ବଜାୟ ରଖିବା ଏବଂ କ୍ଷମତାଗୁଡ଼ିକୁ ନିରନ୍ତର ଉନ୍ନତ କରିବାର ଗୁରୁତ୍ୱକୁ ଦୋହରାଇଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଲଜିଷ୍ଟିକ୍ସରେ ଉନ୍ନତି, ମଲ୍ଟି-ମୋଡାଲ୍ ପରିବହନ ନେଟୱାର୍କ ବିକାଶ ଏବଂ ଖର୍ଚ୍ଚ ହ୍ରାସ ଭାରତକୁ ଏକ ବିଶ୍ୱ ଇସ୍ପାତ ହବ୍ ହେବାରେ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ , ଇଣ୍ଡିଆ ଷ୍ଟିଲ୍ କ୍ଷମତାକୁ ବିସ୍ତାର କରିବା ଏବଂ ଚିନ୍ତାଧାରାକୁ କାର୍ଯ୍ୟକ୍ଷମ ସମାଧାନରେ ପରିଣତ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରେ। ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ବକ୍ତବ୍ୟ ସମାପ୍ତ କରିଥିଲେ ଏବଂ ଏକ ନମନୀୟ, କ୍ରାନ୍ତିକାରୀ ଏବଂ ଇସ୍ପାତ-ମଜବୁତ ଭାରତ ଗଠନ ପାଇଁ ସାମୂହିକ ପ୍ରୟାସ ଲାଗି ଆହ୍ୱାନ ଦେଇଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian scientists break a century-old limit on turning heat into electricity

Media Coverage

Indian scientists break a century-old limit on turning heat into electricity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"