ଜି20 ନେତାଙ୍କ 15ତମ ଶିଖର ସମ୍ମିଳନୀ

Published By : Admin | November 22, 2020 | 18:23 IST
India is following the principle in the ‘Reform-Perform-Transform’ strategy to move forward and inclusive development efforts that are participative: PM
India will become an important and reliable pillar of World Economy and Global Supply Chains: PM Modi
India is not only meeting Paris Agreement targets, but will be exceeding them: PM

  1. ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 21-22 ନଭେମ୍ବର, 2020ରେ ସାଉଦୀ ଆରବ ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ପଞ୍ଚଦଶ ଜି-20 ଶିଖର ସମ୍ମିଳନୀ ଅଂଶଗ୍ରହଣ କରିଥିଲେ। ଜି-20 ଶିଖର ସମ୍ମିଳନୀ ଦ୍ୱିତୀୟ ଦିନର ଏଜେଣ୍ଡା ଏକ ସମାବେଶୀ, ସ୍ଥାୟୀ ଓ ଉନ୍ନତ ଭବିଷ୍ୟତ ନିର୍ମାଣ ଏବଂ ପୃଥିବୀକୁ ସୁରକ୍ଷିତ ରଖିବାକୁ ନେଇ ଏକ ସାଇଡ ଇଭେଣ୍ଟ ଉପରେ କେନ୍ଦ୍ରିତ ଥିଲା।
  2. ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ଏହା ଉପରେ ଜୋର ଦେଇଥିଲେ ଯେ କୋଭିଡ ପରବର୍ତ୍ତୀ ଦୁନିଆରେ ସମାବେଶୀ, ସଶକ୍ତ ଏବଂ ସ୍ଥାୟୀ ସୁଧାର ଲାଗି ପ୍ରଭାବୀ ବୈଶ୍ୱିକ ଶାସନ ପ୍ରଣାଳୀର ଆବଶ୍ୟକତା ରହିଛି ଏବଂ ବହୁପକ୍ଷୀୟ ସଂସ୍ଥାଗୁଡ଼ିକର ଢାଞ୍ଚା, ପରିଚାଳନା ଏବଂ ପ୍ରକ୍ରିୟାରେ ସୁଧାର ଜରିଆରେ ବହୁପକ୍ଷବାଦର ଉନ୍ନତି ସମୟର ଆବଶ୍ୟକତା ଅଟେ।
  3. ପ୍ରଧାନମନ୍ତ୍ରୀ ଆଗକୁ ସ୍ଥାୟୀ ବିକାଶ ଲକ୍ଷ୍ୟ ଲାଗି ଏଜେଣ୍ଡା 2030ର ଗୁରୁତ୍ୱକୁ ରେଖାଙ୍କିତ କରିଥିଲେ, ଯାହାର ଉଦ୍ଦେଶ୍ୟ ‘କାହାକୁ ମଧ୍ୟ ପଛରେ ଛାଡ଼ିବା ଅନୁଚିତ’ ଅଟେ। ସେ କହିଥିଲେ ଯେ ଭାରତ ଆଗକୁ ବଢ଼ିବା ଲାଗି ‘ରିଫର୍ମ-ପରଫର୍ମ-ଟ୍ରାନ୍ସଫର୍ମ’ର ସେହି ସିଦ୍ଧାନ୍ତକୁ ପାଳନ କରୁଛି ଏବଂ ଏପରି ସମାବେଶୀ ବିକାଶ ପାଇଁ ପ୍ରୟାସ କରୁଛି, ଯାହାକି ସହଭାଗୀ ହୋଇଥିବ ।
  4. କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ପରିବର୍ତ୍ତିତ ପରିସ୍ଥିତି ସହିତ, ସେ କହିଥିଲେ ଯେ ଭାରତ ଏକ ‘ଆତ୍ମନିର୍ଭର ଭାରତ’ର ପ୍ରୟାସ ଆପଣାଇଛି। ନିଜର କ୍ଷମତା ଓ ନିର୍ଭରଶୀଳତାର ଆଧାରରେ ଏହି ଦୃଷ୍ଟିକୋଣକୁ ଆପଣାଇ ଭାରତ ବିଶ୍ୱ ଅର୍ଥବ୍ୟବସ୍ଥା ଏବଂ ବୈଶ୍ୱିକ ସ୍ତରରେ ଭାରତ ଅନ୍ତର୍ଜାତୀୟ ସୌରମେଣ୍ଟ ଓ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ଉପରେ ଅନ୍ତର୍ଜାତୀୟ ମେଣ୍ଟ ଭଳି ସଂସ୍ଥାନର ପ୍ରତିଷ୍ଠା ଲାଗି ମଧ୍ୟ ପ୍ରୟାସ କରିଛି।
  5. ‘ପୃଥିବୀକୁ ସୁରକ୍ଷିତ ରଖିବା ଲାଗି’ ଆୟୋଜିତ ଏକ ସାଇଡ ଇଭେଣ୍ଟରେ ରେକର୍ଡ କରାଯାଇଥିବା ନିଜ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ଏକୀକୃତ, ବ୍ୟାପକ ଏବଂ ସାମଗ୍ରୀକ ଦୃଷ୍ଟିକୋଣ ନେଇ ଲଢ଼ିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଭାରତ କେବଳ ପ୍ୟାରିସ ବୁଝାମଣା ଲକ୍ଷ୍ୟକୁ ପୂରଣ କରୁନାହିଁ ବରଂ ଏହାଠାରୁ ଅଧିକ କରିବା ଲାଗି ପ୍ରୟାସ କରୁଛି। ସେ ଜୋର ଦେଇ କହିଥିଲେ ଯେ ଭାରତ ପରିବେଶ ସହିତ ସାମଞ୍ଜସ୍ୟ ସ୍ଥାପନ କରି ରହିବା ଲାଗି ନିଜର ପାରମ୍ପରିକ ଚିନ୍ତାଧାରାରେ ଅନୁପ୍ରାଣିତ ଏବଂ କାର୍ବନ ନିର୍ଗମନ ହ୍ରାସ କରିବା ଓ ଜଳବାୟୁ  ଆଧାରରେ ନମନୀୟ ବିକାଶ ଦୃଷ୍ଟିକୋଣକୁ ଆପଣାଇଛି। ସେ କହିଥିଲେ ଯେ ମାନବତାର ଆନନ୍ଦ ଲାଗି, ପ୍ରତ୍ୟେକ ବ୍ୟକ୍ତି ସୁଖରେ ରହିବା ଆବଶ୍ୟକ ଏବଂ ଆମକୁ ଶ୍ରମିକମାନଙ୍କୁ କେବଳ ଉତ୍ପାଦନର ଏକ କାରକ ରୂପରେ ଦେଖିବା ଉଚିତ ନୁହେଁ। ଏହା ପରିବର୍ତ୍ତେ, ଆମକୁ ପ୍ରତ୍ୟେକ ଶ୍ରମିକଙ୍କ ମାନବୀୟ ଗରିମା ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ। ସେ କହିଥିଲେ ଯେ ଏପରି ଦୃଷ୍ଟିକୋଣ ଆମ ଗ୍ରହର ସୁରକ୍ଷା ଲାଗି ସବୁଠୁ ଭଲ ଗ୍ୟାରେଣ୍ଟି ହେବ।
  6. ପ୍ରଧାନମନ୍ତ୍ରୀ ରିୟାଦ ଶିଖର ସମ୍ମିଳନୀର ସଫଳତା ପୂର୍ବକ ଆୟୋଜନ ଲାଗି ସାଉଦୀ ଆରବକୁ ଧନ୍ୟବାଦ ଜଣାଇଥିଲେ ଏବଂ 2021ରେ ଜି-20ର ଅଧ୍ୟକ୍ଷତା ଗ୍ରହଣ କରିବା ଲାଗି ଇଟାଲୀକୁ ସ୍ୱାଗତ କରିଥିଲେ। ଏହି ନିଷ୍ପତ୍ତି ନିଆଯାଇଥିଲା ଯେ ଜି-20 ଅଧ୍ୟକ୍ଷତା   ଦାୟିତ୍ୱ 2022ରେ ଇଣ୍ଡୋନେସିଆ, 2023ରେ ଭାରତ ଏବଂ 2024ରେ ବ୍ରାଜିଲକୁ ମିଳିବ।
  7. ଶିଖର ସମ୍ମିଳନୀ ଶେଷରେ, ଜି20 ନେତାମାନେ ଏକ ଘୋଷଣାପତ୍ର ଜାରି କରିଥିଲେ ଯେଉଁଥିରେ ଏକ ସମନ୍ୱିତ ବୈଶ୍ୱିକ କାର୍ଯ୍ୟାନୁଷ୍ଠାନ, ଏକଜୁଟତା ଏବଂ ବହୁପକ୍ଷୀୟ ସହଯୋଗ ଲାଗି ଆହ୍ୱାନ କରାଯାଇଥିଲା । ଯାହା ଫଳରେ ବର୍ତ୍ତମାନର ଆହ୍ୱାନଗୁଡ଼ିକୁ ଦୂର କରିବା ଏବଂ ଲୋକମାନଙ୍କୁ ସଶକ୍ତ କରି ପୃଥିବୀର ସୁରକ୍ଷା, ନୂଆ ସମ୍ଭାବନାକୁ ଆକାର ଦେଇ ସମସ୍ତଙ୍କ ପାଇଁ ଏକବିଂଶ ଶତାବ୍ଦୀର ଅବସରଗୁଡ଼ିକୁ ହାସଲ କରାଯାଇପାରିବ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi