ଯେକୌଣସି ଦଳର ହୁଅନ୍ତୁ ନା କାହିଁକି ନୂଆ ପିଢିର ସାଂସଦ ଓ ପ୍ରଥମ ଥର ପାଇଁ ନିର୍ବାଚିତ ସାଂସଦମାନଙ୍କୁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରାଯିବା ଉଚିତ୍ : ପ୍ରଧାନମନ୍ତ୍ରୀ
ଗଣତନ୍ତ୍ର କିପରି ସୁଫଳ ଦିଏ ତାହା ଭାରତ ପ୍ରମାଣ କରିଛି: ପ୍ରଧାନମନ୍ତ୍ରୀ
ଏହି ଶୀତକାଳୀନ ଅଧିବେଶନ ଦେଶକୁ ଆହୁରି ଦ୍ରୁତ ଗତିରେ ଆଗକୁ ନେବା ପାଇଁ ଆମର ପ୍ରୟାସରେ ନୂତନ ଶକ୍ତି ସଞ୍ଚାର କରିବ: ପ୍ରଧାନମନ୍ତ୍ରୀ

ଆଜି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂସଦ ପରିସରରେ ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ବଆରୋପ କରି କହିଥିଲେ, ଏହି ଅଧିବେଶନ କେବଳ ଏକ ଔପଚାରିକତା ନୁହେଁ, ବରଂ ଦ୍ରୁତ ପ୍ରଗତି ପାଇଁ ଭାରତର ଯାତ୍ରାରେ ଏହା ନବୀନ ଉର୍ଜ୍ଜାର ଏକ ଗୁରୁତ୍ବପୂର୍ଣ୍ଣ ସ୍ରୋତ । ସେ କହିଥିଲେ, ଏହା ତାଙ୍କର ଦୃଢ଼ ବିଶ୍ୱାସ ଯେ ଏହି ଅଧିବେଶନ ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ବର୍ତ୍ତମାନ ଚାଲିଥିବା ପ୍ରୟାସରେ ନୂତନ ଶକ୍ତି ସଞ୍ଚାର କରିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ନିରନ୍ତର ଭାବରେ ଏହାର ଗଣତାନ୍ତ୍ରିକ ପରମ୍ପରାର ଗତିଶୀଳତା ଏବଂ ଆତ୍ମାକୁ ପ୍ରଦର୍ଶନ କରିଚାଲିଛି। ସାମ୍ପ୍ରତିକ ବିହାର ନିର୍ବାଚନର ଉଦାହରଣ ଦେଇ, ସେ ସେଠାରେ ହୋଇଥିବା ରେକର୍ଡ ମତଦାନକୁ ପ୍ରଶଂସା କରିଥିଲେ । ସେ ଏହାକୁ ଦେଶର ଗଣତାନ୍ତ୍ରିକ ଶକ୍ତିର ଏକ ଶକ୍ତିଶାଳୀ ପ୍ରମାଣ ବୋଲି କହିଥିଲେ। ସେ ମହିଳା ଭୋଟରଙ୍କ ବୃଦ୍ଧି ପାଉଥିବା ଅଂଶଗ୍ରହଣକୁ ମଧ୍ୟ ଏକ ଉଲ୍ଲେଖନୀୟ ଏବଂ ଉତ୍ସାହଜନକ ଧାରା ବୋଲି କହିଥିଲେ ଯାହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ନୂତନ ଆଶା ଏବଂ ନୂତନ ଆତ୍ମବିଶ୍ୱାସ ଆଣୁଛି । ସେ ଉଲ୍ଲେଖ କରିଥିଲେ ଯେ ଭାରତର ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ମଜବୁତ ହେବା ସହିତ, ଏହି ଗଣତାନ୍ତ୍ରିକ ବ୍ୟବସ୍ଥାଗୁଡ଼ିକ କିପରି ଦେଶର ଅର୍ଥନୈତିକ କ୍ଷମତାକୁ ମଧ୍ୟ ମଜବୁତ କରିଚାଲିଛି ତାହା ଉପରେ ବିଶ୍ୱ ନଜର ରଖିଛି। ପ୍ରଧାନମନ୍ତ୍ରୀ କହିଥିଲେ, "ଭାରତ ପ୍ରମାଣ କରିଛି ଯେ ଗଣତନ୍ତ୍ର ସଫଳ ପରିଣାମ ପ୍ରଦାନ କରିପାରିବ। ଯେଉଁ ଗତିରେ ଭାରତର ଅର୍ଥନୈତିକ ଅବସ୍ଥା ନୂତନ ଉଚ୍ଚତାକୁ ଆରୋହଣ କରୁଛି ତାହା ନୂତନ ଆତ୍ମବିଶ୍ୱାସ ପ୍ରଦାନ କରୁଛି ଏବଂ ଆମେ ଏକ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଥିବାବେଳେ ଏହା ଆମକୁ ନୂଆ ଶକ୍ତି ପ୍ରଦାନ କରୁଛି ।“ 
 

ପ୍ରଧାନମନ୍ତ୍ରୀ ସମସ୍ତ ରାଜନୈତିକ ଦଳମାନଙ୍କୁ ଚଳିତ ଅଧିବେଶନକୁ ଜାତୀୟ ସ୍ୱାର୍ଥ, ଗଠନମୂଳକ ଆଲୋଚନା ଏବଂ ନୀତି-ଆଧାରିତ ଫଳାଫଳ ଉପରେ କେନ୍ଦ୍ରିତ ରଖିବାକୁ ଆହ୍ୱାନ କରିଥିଲେ। ସେ ଜୋର ଦେଇ କହିଥିଲେ ଯେ ସଂସଦ ଦେଶ ପାଇଁ କ'ଣ କଳ୍ପନା କରେ ଏବଂ ଏହା ପାଇଁ କ'ଣ କରିବାକୁ ଚାହେଁ ତାହା ଉପରେ କେନ୍ଦ୍ରିତ ରହିବା ଉଚିତ। ବିରୋଧୀ ଦଳଗୁଡ଼ିକୁ ସେମାନଙ୍କର ଗଣତାନ୍ତ୍ରିକ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅର୍ଥପୂର୍ଣ୍ଣ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ଉତ୍ସାହିତ କରିଥିଲେ। ନିର୍ବାଚନୀ ପରାଜୟର ନିରାଶାକୁ ସଂସଦୀୟ କାର୍ଯ୍ୟଧାରାକୁ ପ୍ରଭାବିତ କରାଇ ନଦେବା ପାଇଁ ସେ ଦଳଗୁଡ଼ିକୁ ସତର୍କ କରାଇଥିଲେ। ଶ୍ରୀ ମୋଦୀ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଅଧିବେଶନ ନିର୍ବାଚନୀ ବିଜୟର ଅହଂକାରକୁ ପ୍ରତିଫଳିତ କରିବା ଉଚିତ୍ ନୁହେଁ। ସେ କହିଥିଲେ, "ଶୀତକାଳୀନ ଅଧିବେଶନ ସନ୍ତୁଳନ, ଦାୟିତ୍ୱ ଏବଂ ଜନପ୍ରତିନିଧିମାନଙ୍କଠାରୁ ଆଶା କରାଯାଉଥିବା ମର୍ଯ୍ୟାଦାକୁ ପ୍ରତିଫଳିତ କରିବା ଉଚିତ।"
ପ୍ରଧାନମନ୍ତ୍ରୀ ସୁଚିନ୍ତିତ ବିତର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ସଦସ୍ୟମାନଙ୍କୁ ଭଲ କାମକୁ ଉନ୍ନତ କରିବାକୁ ଏବଂ ଆବଶ୍ୟକ ସ୍ଥଳେ ଗଠନମୂଳକ ଏବଂ ସଠିକ୍ ସମାଲୋଚନା କରିବାକୁ ଅନୁରୋଧ କରିଥିଲେ, ଯେପରିକି ନାଗରିକମାନେ ଅଧିକ ସଚେତନ ହୋଇପାରିବେ। ସେ କହିଥିଲେ, "ଏହା ଏକ ପରିଶ୍ରମଣର କାମ, କିନ୍ତୁ ଏହା ଦେଶ ପାଇଁ ଅତ୍ୟାବଶ୍ୟକ।"
ପ୍ରଥମ ଥର ପାଇଁ ଆସିଥିବା ଏବଂ ଯୁବ ସାଂସଦମାନଙ୍କ ପାଇଁ ଚିନ୍ତା ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ଦଳର ଅନେକ ସାଂସଦ ଅନୁଭବ କରନ୍ତି ଯେ ସେମାନେ ସେମାନଙ୍କ ନିର୍ବାଚନମଣ୍ଡଳୀକୁ ଭଲଭାବରେ ପ୍ରତିନିଧିତ୍ୱ କରିବା କିମ୍ବା ଜାତୀୟ ବିକାଶ ଉପରେ ଆଲୋଚନାରେ ଯୋଗଦାନ ଦେବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଉନାହାଁନ୍ତି। ସେ ସମସ୍ତ ଦଳକୁ ଅନୁରୋଧ କରିଥିଲେ ଯେ ଏହି ସାଂସଦମାନଙ୍କୁ ସେମାନେ ଉପଯୁକ୍ତ ସୁଯୋଗ ପ୍ରଦାନ କରନ୍ତୁ । ସେ କହିଥିଲେ, "ଉଭୟ ଏହି ସଦନ ଏବଂ ଦେଶ ନୂତନ ପିଢ଼ିର ଜ୍ଞାନ ଏବଂ ଶକ୍ତିରୁ ଲାଭ ପାଇବା ଉଚିତ।"
 

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ସଂସଦ ହେଉଛି ନୀତି ନିର୍ଦ୍ଧାରଣ ଓ ସେଗୁଡ଼ିକର ରୂପାୟନ ପାଇଁ ଉଦ୍ଦିଷ୍ଟ, କୌଣସି ନାଟକ କିମ୍ବା ସ୍ଲୋଗାନବାଜୀ ପାଇଁ ନୁହେଁ। "ନାଟକ କିମ୍ବା ସ୍ଲୋଗାନବାଜୀ ପାଇଁ ସ୍ଥାନର ଅଭାବ ନାହିଁ। କିନ୍ତୁ ସଂସଦରେ, ଆମର ଧ୍ୟାନ ନୀତି ଉପରେ ରହିବା ଉଚିତ ଏବଂ ଆମର ଉଦ୍ଦେଶ୍ୟ ସ୍ପଷ୍ଟ ହେବା ଉଚିତ“ ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଏହି ଅଧିବେଶନର ବିଶେଷ ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ, କାରଣ ଏହା ଉଚ୍ଚ ସଦନରେ ନୂତନ ଅଧ୍ୟକ୍ଷଙ୍କ ନେତୃତ୍ୱର ଆରମ୍ଭକୁ ସୂଚାଉଛି । ପ୍ରଧାନମନ୍ତ୍ରୀ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କ ନେତୃତ୍ୱ ସଂସଦୀୟ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବ ବୋଲି ବିଶ୍ୱାସ ପ୍ରକାଶ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜିଏସଟି ସଂସ୍କାର ନାଗରିକମାନଙ୍କ ମଧ୍ୟରେ ବିଶ୍ୱାସର ଏକ ଦୃଢ଼ ପରିବେଶ ସୃଷ୍ଟି କରିଛି ଏବଂ ସେମାନଙ୍କୁ ପରବର୍ତ୍ତୀ ପିଢ଼ିର ସଂସ୍କାର ଭାବରେ ପ୍ରତିଷ୍ଠିତ କରିଛି। ସେ କହିଛନ୍ତି ଯେ ଶୀତକାଳୀନ ଅଧିବେଶନ ଏହି ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ପ୍ରସ୍ତୁତ।

 

ସାଂପ୍ରତିକ ବର୍ଷମାନଙ୍କରେ ଦେଖାଯାଉଥିବା ସଂସଦୀୟ ଧାରା ଉପରେ ଚିନ୍ତା ପ୍ରକାଶ କରି ଶ୍ରୀ ମୋଦୀ କହିଥିଲେ ଯେ ଆଜିକାଲି ଆମ ସଂସଦକୁ ନିର୍ବାଚନ ପାଇଁ ପ୍ରସ୍ତୁତି ଭୂମି ଭାବରେ କିମ୍ବା ନିର୍ବାଚନ ପରାଜୟ ପରେ ହତାଶା ପ୍ରକାଶ କରିବା ପାଇଁ ଏକ ସ୍ଥାନ ଭାବରେ ବ୍ୟବହାର କରାଯାଉଛି। “କିନ୍ତୁ ଦେଶ ଏହି ପଦ୍ଧତିଗୁଡ଼ିକୁ ଗ୍ରହଣ କରୁନାହିଁ। ଏଣୁ ଏବେ ସେମାନଙ୍କ ପାଇଁ ନିଜ ଆଭିମୁଖ୍ୟ ଏବଂ ରଣନୀତି ପରିବର୍ତ୍ତନ କରିବାର ସମୟ ଆସିଛି। ସେମାନେ କିପରି ଭଲ ପ୍ରଦର୍ଶନ କରିବେ ସେ ବିଷୟରେ ପରାମର୍ଶ ଦେବାକୁ ମଧ୍ୟ ମୁଁ ପ୍ରସ୍ତୁତ"ଶ୍ରୀ ମୋଦୀ କହିଥିଲେ । 

ଶେଷରେ ଶ୍ରୀ ମୋଦୀ ଦୋହରାଇଥିଲେ, "ମୁଁ ଆଶା କରୁଛି ଯେ ଆମେ ସମସ୍ତେ ଏହି ଦାୟିତ୍ୱଗୁଡ଼ିକୁ ମନେ ରଖି ଆଗକୁ ବଢ଼ିବା । ଏହା ସହିତ ମୁଁ ଦେଶକୁ ଆଶ୍ୱସ୍ତ କରୁଛି ଯେ ଦେଶ ପ୍ରଗତି ପଥରେ ଅଛି।" ଦେଶର ପ୍ରଗତି ପାଇଁ ଦୃଢ ଯାତ୍ରା ଉପରେ ଜୋର ଦେଇ ସେ କହିଥିଲେ ଯେ ଦେଶ ଏକ ନୂଆ ଉଚ୍ଚତାକୁ ଗତି କରୁଛି ଓ ଏହି ସଦନ ଏହି ଯାତ୍ରାରେ ଏକ ନୂଆ ଉର୍ଜ୍ଜା ଓ ଶକ୍ତି ସଞ୍ଚାର କରିବ । 
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 01, 2026
August 01, 2026

Aatmanirbhar Bharat Delivers: Indigenous Power, Farmer Prosperity & Blue Economy