ମାନ୍ୟଗଣ,

ନମସ୍କାର!

ଆଜି ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ’ ଶୁଭାରମ୍ଭ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି । ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ) ଏବଂ ବ୍ରିଟେନର ଗ୍ରିନ ଗ୍ରିଡ କାର୍ଯ୍ୟକ୍ରମରୁ ଆସିଥିବା ଏହି ପଦକ୍ଷେପ ଦ୍ୱାରା ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ’ ନେଇ ଥିବା ମୋର ଦୀର୍ଘ ବର୍ଷର ପରିକଳ୍ପନାକୁ ଆଜି ଏକ ଠୋସ ରୂପ ମିଳିଛି । ମାନ୍ୟଗଣ, ଶିଳ୍ପ ବିପ୍ଳବକୁ ଜୀବାଶ୍ମ ଇନ୍ଧନ ଶକ୍ତି ଦେଉଥିଲା । ଜୀବାଶ୍ମ ଇନ୍ଧନର ବ୍ୟବହାର ଦ୍ୱାରା ଅନେକ ଦେଶ ସମୃଦ୍ଧ ତ ହୋଇଛନ୍ତି, କିନ୍ତୁ ଆମ ପୃଥିବୀ, ଆମର ପରିବେଶ ଏହାଦ୍ୱାରା ପ୍ରଭାବିତ ହୋଇଛି । ଜୀବାଶ୍ମ ଇନ୍ଧନ ପାଇଁ ଏହି ଦୌଡ଼ ଭୌଗୋଳିକ-ରାଜନୈତିକ ବିବାଦ ମଧ୍ୟ ସୃଷ୍ଟି କରିଛି । କିନ୍ତୁ ଆଜି ପ୍ରଯୁକ୍ତି ଆମକୁ ଏକ ମହତ୍ତ୍ୱପୂର୍ଣ୍ଣ ବିକଳ୍ପ ପ୍ରଦାନ କରିଛି ।

 

ମାନ୍ୟଗଣ,

ଆମର ଏଠି ହଜାରେ ବର୍ଷ ପୂର୍ବେ ସୂର୍ଯ୍ୟ ଉପନିଷଦରେ କୁହାଯାଇଛି ଯେ ‘ସୂର୍ଯ୍ୟାଦ ଭବନ୍ତି ଭୂତାନି, ସୂର୍ଯେ୍ୟଣ ପାଲିତାନି ତୁ । ।’ ଅର୍ଥାତ୍, ସବୁ କିଛି ସୂର୍ଯ୍ୟଙ୍କଠାରୁ ଉତ୍ପନ୍ନ ହୋଇଛି, ସକଳ ଶକ୍ତିର ଆଧାର ହିଁ ସୂର୍ଯ୍ୟ, ଏବଂ ସୂର୍ଯ୍ୟଙ୍କ ଶକ୍ତି ଦ୍ୱାରା ହିଁ ସବୁକିଛି ତିଷ୍ଠି ରହିଛି । ପୃଥିବୀରେ ଯେବେଠାରୁ ଜୀବନ ସୃଷ୍ଟି ହୋଇଥିଲା, ସେବେଠାରୁ ସମସ୍ତ ପ୍ରାଣୀଙ୍କ ଜୀବନ ଚକ୍ର, ସେମାନଙ୍କ ଦିନଚର୍ଯ୍ୟା ଆଦି ସୂର୍ଯ୍ୟଙ୍କ ଉଦୟ ଓ ଅସ୍ତ ସହ ଜଡ଼ିତ ରହିଛି । ଯେ ପର୍ଯ୍ୟନ୍ତ ଏହି ପ୍ରାକୃତିକ ସଂଯୋଗ ଜାରି ରହିଛି, ସେ ପର୍ଯ୍ୟନ୍ତ ଆମର ପୃଥିବୀ ମଧ୍ୟ ସୁସ୍ଥ ରହିଛି । କିନ୍ତୁ ଆଧୁନିକ ଯୁଗରେ ମନୁଷ୍ୟ ସୂର୍ଯ୍ୟ ଦ୍ୱାରା ସ୍ଥାପିତ ଚକ୍ରଠାରୁ ଆଗକୁ ଯିବା ଲାଗି ଦୌଡ଼ ଲଗାଇଛି, ପ୍ରାକୃତିକ ସନ୍ତୁଳନକୁ ବିଶୃଙ୍ଖଳିତ କରିଛି, ଏବଂ ନିଜ ପରିବେଶର ବଡ଼ କ୍ଷତି ମଧ୍ୟ ଘଟାଇଛି । ଯଦି ଆମକୁ ପୁଣି ପ୍ରକୃତି ସହ ସନ୍ତୁଳିତ ଜୀବନର ସମ୍ବନ୍ଧ ସ୍ଥାପନ କରିବାର ଅଛି, ତେବେ ଏହାର ମାର୍ଗ ଆମ ସୂର୍ଯ୍ୟଙ୍କଠାରୁ ହିଁ ପ୍ରକାଶିତ ହେବ । ମାନବତାର ଭବିଷ୍ୟତକୁ ବଞ୍ଚାଇବା ପାଇଁ ପୁଣି ସୂର୍ଯ୍ୟଙ୍କ ସହ ଚାଲିବାକୁ ପଡ଼ିବ ।

 

ମାନ୍ୟଗଣ,

ବର୍ଷସାରା ସମଗ୍ର ମାନବ ଜାତି ଯେତିକି ମାତ୍ରା ଶକ୍ତି ବ୍ୟବହାର କରେ, ସେତିକି ଶକ୍ତି ସୂର୍ଯ୍ୟ ଏକଘଣ୍ଟାରେ ପୃଥିବୀକୁ ପ୍ରଦାନ କରିଥାଏ । ଏବଂ ଏହି ଅପାର ଶକ୍ତି ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ଅଟେ, ନିରନ୍ତର ଅଟେ । ଚ୍ୟାଲେଞ୍ଜ୍ କେବଳ ଏତିକି ରହିଛି ଯେ ସୌରଶକ୍ତି କେବଳ ଦିନରେ ହିଁ ଉପଲବ୍ଧ ହୋଇଥାଏ ଓ ପାଗ ଉପରେ ମଧ୍ୟ ନିର୍ଭରଶୀଳ । ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ’ ଏହି ଚ୍ୟାଲେଞ୍ଜ୍ର ପ୍ରତିକାର କରିବ । ଏକ ବିଶ୍ୱବ୍ୟାପୀ ଗ୍ରିଡ ଦ୍ୱାରା ସ୍ୱଚ୍ଛ ଶକ୍ତି ପ୍ରତ୍ୟେକ ସ୍ଥାନରେ ସବୁ ସମୟରେ ମିଳିପାରିବ । ଏହାଦ୍ୱାରା ଶକ୍ତି ଗଚ୍ଛିତ ରଖିବା ଆବଶ୍ୟକତା ବି କମ୍ ହେବ ଏବଂ ସୌର ପ୍ରକଳ୍ପର ବ୍ୟବହାର୍ଯ୍ୟ ମଧ୍ୟ ବୃଦ୍ଧି ପାଇବ । ଏହି ସୃଜନାତ୍ମକ ପଦକ୍ଷେପ ଦ୍ୱାରା ଅଙ୍ଗାରକ ମାତ୍ରା ଓ ଶକ୍ତି ଉତ୍ପାଦନ ଖର୍ଚ୍ଚ କମିବା ସହ ପୃଥକ୍ ପୃଥକ୍ କ୍ଷେତ୍ର ଓ ଦେଶଗୁଡ଼ିକ ମଧ୍ୟରେ ସହଯୋଗର ଏକ ନୂଆ ମାର୍ଗ ମଧ୍ୟ ଖୋଲିପାରିବ । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ ଏବଂ ଗ୍ରିନ-ଗ୍ରିଡ-ପଦକ୍ଷେପର ସମ୍ମିଳନରେ ଏକ ସଂଯୁକ୍ତ ତଥା ସୁଦୃଢ଼ ବୈଶ୍ୱିକ ଗ୍ରିଡର ବିକାଶ ହୋଇପାରିବ ।

 

ମୁଁ ଆଜି ଏହା ମଧ୍ୟ ଜଣାଇବାକୁ ଚାହୁଁଛି ଯେ ଆମର ମହାକାଶ ଏଜେନ୍ସି ଇସ୍ରୋ, ବିଶ୍ୱକୁ ଏକ ସୋଲାର କାଲକୁଲେଟର ଆପ୍ଲିକେସନ ଭେଟିଦେବାକୁ ଯାଉଛି । ଏହି କାଲକୁଲେଟର ଦ୍ୱାରା ଉପଗ୍ରହ ତଥ୍ୟ ଆଧାରରେ ବିଶ୍ୱର ଯେ କୌଣସି ସ୍ଥାନର ସୌର ଶକ୍ତି କ୍ଷମତା ମପାଯାଇ ପାରିବ । ଏହି ଆପ୍ଲିକେସନ ସୌର ପ୍ରକଳ୍ପର ଅବସ୍ଥିତି ନିର୍ଣ୍ଣୟ କରିବାରେ ଉପଯୋଗୀ ହେବ ଏବଂ ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ’କୁ ମଧ୍ୟ ଏହା ସୁଦୃଢ଼ କରିବ ।

ମାନ୍ୟଗଣ,

ଆଉଥରେ, ମୁଁ ଆଇଏସଏକୁ ଅଭିନନ୍ଦନ ଜଣାଉଛି, ଏବଂ ମୋର ବନ୍ଧୁ ବୋରିସଙ୍କୁ ତାଙ୍କର ସହଯୋଗ ନିମନ୍ତେ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରୁଛି । ମୁଁ ଅନ୍ୟ ସମସ୍ତ ଦେଶର ନେତାମାନଙ୍କ ଉପସ୍ଥିତି ନିମନ୍ତେ ମଧ୍ୟ ହୃଦୟରୁ ସେମାନଙ୍କୁ କୃତଜ୍ଞତା ଜଣାଉଛି ।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
First multilingual Indian speech recognition model trained on 65 languages and dialects released

Media Coverage

First multilingual Indian speech recognition model trained on 65 languages and dialects released
NM on the go

Nm on the go

Always be the first to hear from the PM. Get the App Now!
...
President’s address on the eve of 80th Independence Day reflects the nation’s strength and inspires renewed determination for a Viksit Bharat: PM
August 14, 2026

Prime Minister Shri Narendra Modi today lauded the address delivered by President of India, Smt. Droupadi Murmu, on the eve of 80th Independence Day noting that it was motivating and thoughtful.

The Prime Minister observed that her thoughts reflect the strength of our nation and the aspirations of every Indian. He stated that her message inspires us all to work with renewed determination for a Viksit Bharat.

In a post on X, the Prime Minister shared:

"A motivating and thoughtful address by Rashtrapati Ji on the eve of Independence Day.

Her thoughts reflect the strength of our nation and the aspirations of every Indian.

Her message inspires us all to work with renewed determination for a Viksit Bharat.

@rashtrapatibhvn"