ରାଷ୍ଟ୍ରପତି ମାକ୍ରନ,

ମହାମହିମ,

ନମସ୍କାର!

 

ମହାସାଗର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରୟାସ ପାଇଁ ମୁଁ ରାଷ୍ଟ୍ରପତି ମାକ୍ରନଙ୍କୁ ଅଭିନନ୍ଦନ ଜଣାଉଛି ।

ଭାରତ ସବୁବେଳେ ଏକ ସାମୁଦ୍ରିକ ସଭ୍ୟତା ହୋଇ ରହିଆସିଛି ।

ଆମର ପ୍ରାଚୀନ ଗ୍ରନ୍ଥ ଓ ସାହିତ୍ୟରେ ମହାସାଗର ଏବଂ ସାମୁଦ୍ରିକ ଜୀବନ ବିଷୟରେ ଉଲ୍ଲେଖ କରାଯାଇଛି ।

ଆଜି ଆମର ସୁରକ୍ଷା ଏବଂ ସମୃଦ୍ଧି ମହାସାଗର ସହିତ ସଂଯୋଗ ହୋଇ ରହିଛି ।

ଭାରତର ‘‘ଭାରତ-ପ୍ରଶାନ୍ତ ମହାସାଗରୀୟ ପ୍ରୟାସ’’ରେ ସାମୁଦ୍ରିକ ସମ୍ବଳକୁ ଏକ ପ୍ରମୁଖ ସ୍ତମ୍ଭ ଭାବେ ସାମିଲ କରାଯାଇଛି ।

‘‘ରାଷ୍ଟ୍ରୀୟ ସୀମା ଉର୍ଦ୍ଧ୍ବରେ ଜୈବ-ବିବିଧତା ଉପରେ ଏକ ଉଚ୍ଚ ଆକାଂକ୍ଷୀ ମେଣ୍ଟ’’ ପାଇଁ ଫ୍ରାନ୍ସର ଏହି ପ୍ରୟାସକୁ ଭାରତ ସମର୍ଥନ କରୁଛି।

ଚଳିତ ବର୍ଷ ଆଇନଗତ ଭାବରେ ବାଧ୍ୟତାମୂଳକ ଏକ ଅନ୍ତର୍ଜାତୀୟ ରାଜିନାମା ହେବ ବୋଲି ଆମେ ଆଶା କରୁଛୁ ।

ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରିବା ଲାଗି ଭାରତ ସଂକଳ୍ପବଦ୍ଧ ।

ସାମୁଦ୍ରିକ ଉପକୂଳ ଅଞ୍ଚଳରୁ ପ୍ଲାଷ୍ଟିକ ଏବଂ ଅନ୍ୟ ବର୍ଜ୍ୟବସ୍ତୁ ସଫା କରିବା ଲାଗି ଭାରତ ନିକଟରେ ଏକ ରାଷ୍ଟ୍ରବ୍ୟାପୀ ସଚେତନତା ଅଭିଯାନ କାର୍ଯ୍ୟକାରୀ କରିଛି ।

ତିନି ଲକ୍ଷ ଯୁବକଯୁବତୀ ୧୩ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ସଂଗ୍ରହ କରିଛନ୍ତି ।

ସମୁଦ୍ରରୁ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ସଂଗ୍ରହ ନିମନ୍ତେ ଚଳିତ ବର୍ଷ ୧୦୦ଟି ଜାହାଜ ଦିବସ ବିନିଯୋଗ କରିବା ପାଇଁ ମୁଁ ଆମର ନୌସେନାକୁ ନିର୍ଦ୍ଦେଶ ଦେଇଛି ।

ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ଉପରେ ଏକ ବିଶ୍ୱସ୍ତରୀୟ ପ୍ରୟାସ ଆରମ୍ଭ କରିବାରେ ଫ୍ରାନ୍ସ ସହ ଯୋଗ ଦେବା ଭାରତ ପାଇଁ ଏକ ଖୁସିର ବିଷୟ ହେବ ।

ଆପଣଙ୍କୁ ଧନ୍ୟବାଦ, ରାଷ୍ଟ୍ରପତି ମାକ୍ରନ୍‌ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Over 52,000 Indians return safely from Gulf amid Iran war: MEA

Media Coverage

Over 52,000 Indians return safely from Gulf amid Iran war: MEA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 10, 2026
March 10, 2026

Citizens Appreciate India’s Digital Leap and Green Triumphs Under the Leadership of PM Modi