Increase the number of vaccination centers and Scale up RT-PCR tests : PM
Calls for avoiding vaccine doses wastage
Stresses micro containment zones and 'Test, Track and Treat’

ଆପଣମାନେ ସମସ୍ତେ ବହୁତଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଏଂଟ ଉଠାଇଥିବା ଯୋଗୁଁ ଆପଣମାନଙ୍କୁ ବହୁତ-ବହୁତ ଧନ୍ୟବାଦ। କରୋନା ବିରୁଦ୍ଧରେ, ଦେଶର ଲଢ଼େଇକୁ ଏବେ ଏକ ବର୍ଷରୁ ଅଧିକ ହେଉଛି। ଏହି ସମୟ ମଧ୍ୟରେ ଭାରତର ଲୋକମାନେ କରୋନାର ମୁକାବିଲା ଯେଉଁଭଳି ଭାବେ କରିଛନ୍ତି, ତାହାର ଚର୍ଚ୍ଚା ସାରା ଦୁନିଆରେ ଉଦାହରଣ ଭଳି ହେଉଛି, ଲୋକମାନେ ତାକୁ ଉଦାହରଣ ରୂପେ ପ୍ରସ୍ତୁତ କରୁଛନ୍ତି। ଆଜି ଭାରତରେ 96 ପ୍ରତିଶତରୁ ଅଧିକ ମାମଲାରେ ଲୋକ ସୁସ୍ଥ ହୋଇଛନ୍ତି। ମୃତ୍ୟୁହାରରେ ମଧ୍ୟ ଭାରତ ଦୁନିଆର ସେହି ଦେଶମାନଙ୍କର ସୂଚୀରେ ଅଛି, ଯେଉଁଠାରେ ଏହି ହାର ହେଉଛି ସବୁଠାରୁ କମ୍‍।

ଦେଶ ଏବଂ ଦୁନିଆରେ କରୋନାର ସ୍ଥିତିକୁ ସାମ୍ନାରେ ରଖି ଯେଉଁ ଉପସ୍ଥାପନା ଏଠାରେ ଦିଆଗଲା, ସେଥିରେ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ସାମ୍ନାକୁ ଆସିଛି। ଦୁନିଆର ଅଧିକାଂଶ କରୋନା ପ୍ରଭାବିତ ଦେଶ ଏଭଳି ଅଛନ୍ତି, ଯାହାଙ୍କୁ କରୋନାର କେତେକ ଲହରର ସାମ୍ନା କରିବାକୁ ପଡ଼ିଛି। ଆମ ଦେଶରେ ମଧ୍ୟ କିଛି ରାଜ୍ୟମାନଙ୍କରେ କେସ୍‍ କମ୍‍ ହେବା ପରେ ହଠାତ ବୃଦ୍ଧି ପାଇବାକୁ ଲାଗିଛି। ଆପଣମାନେ ସମସ୍ତେ ଏହା ଉପରେ ଧ୍ୟାନ ଦେଉଛନ୍ତି କିନ୍ତୁ ପୁଣି ମଧ୍ୟ କିଛି ରାଜ୍ୟର ଉଲ୍ଲେଖ ହୋଇଛି ଯେଭଳି ମହାରାଷ୍ଟ୍ର ହେଉ, ପଞ୍ଜାବ ହେଉ, ଆପଣ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି, କେବଳ ମୁଁ କହୁଛି ଏପରି ନୁହେଁ। ଆଉ ବିଶେଷ ଚିନ୍ତା ଆପଣମାନେ କରୁଛନ୍ତି ମଧ୍ୟ ଆଉ କରିବାର ଆବଶ୍ୟକତା ମଧ୍ୟ ରହିଛି। ଆମେ ଏହା ମଧ୍ୟ ଦେଖୁଛୁ ଯେ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଟେଷ୍ଟ ପଜିଟିଭ ହାର ବହୁତ ଅଧିକ ରହିଛି। ଆଉ ସଂକ୍ରମଣର ସଂଖ୍ୟା ମଧ୍ୟ ବଢ଼ୁଛି, ବହୁତ ଆସୁଛି।

ଏଥର କେତେକ ଏପରି ଅଞ୍ଚଳ, ଏଭଳି ଜିଲ୍ଲାମାନଙ୍କରେ ମଧ୍ୟ ଏହି ବୃଦ୍ଧି ଦେଖିବାକୁ ମିଳୁଛି, ଯେଉଁମାନେ ନିଜକୁ ଏ ପର୍ଯ୍ୟନ୍ତ ବଞ୍ଚାଇକରି ରଖିଥିଲେ। ଏକ ପ୍ରକାରରେ ସୁରକ୍ଷିତ ଜୋନରେ ଥିଲେ, ଏବେ ସେଠାରେ ଆମକୁ କିଛି ଜିନିଷ ଦୃଷ୍ଟିଗୋଚର ହେଉଛି। ଦେଶର ସତୁରିଟି ଜିଲ୍ଲାରେ ଗତ କିଛି ସପ୍ତାହ ଧରି ଏହି ବୃଦ୍ଧି 150 ପ୍ରତିଶତରୁ ମଧ୍ୟ ଅଧିକ ରହିଛି। ଯଦି ଆମେ ଏହି ବଢ଼ୁଥିବା ମହାମାରୀକୁ ଏହିଠାରେ ରୋକିବା ନାହିଁ ତେବେ ଦେଶବ୍ୟାପୀ ଭୟଙ୍କର ସ୍ଥିତି ହୋଇପାରେ। ଆମକୁ କରୋନାର ଏହି ବଢ଼ୁଥିବା ‘ସେକେଣ୍ଡ ପିକ୍‍’ ବା ‘ଦ୍ୱିତୀୟ ଗତି’କୁ ତୁରନ୍ତ ରୋକିବାକୁ ହିଁ ହେବ। ଆଉ ଏଥିପାଇଁ ଆମକୁ ଶୀଘ୍ର ଏବଂ ନିର୍ଣ୍ଣୟାତ୍ମକ ପଦକ୍ଷେପ ଉଠାଇବାକୁ ହେବ। କେତେଗୁଡ଼ିଏ ସ୍ଥାନରେ ଦେଖିବାକୁ ମିଳୁଛି କି ମାସ୍କକୁ ନେଇ ସେଭଳି ଗମ୍ଭୀରତା ଏବେ ସ୍ଥାନୀୟ ପ୍ରଶାସନ ଦ୍ୱାରା ମଧ୍ୟ ଦେଖାଯାଉ ନାହିଁ। ମୋର ଅନୁରୋଧ ହେଉଛି କି ସ୍ଥାନୀୟ ସ୍ତରରେ ଶାସନକୁ ନେଇ ଯେଉଁକିଛି ଅସୁବିଧା ରହିଛି, ତାହାର ତଦନ୍ତ, ତାହାର ସମୀକ୍ଷା କରିବା, ଏବଂ ମୁଁ ଭାବୁଛି ଯେ ସେହିସବୁ ଅସୁବିଧାଗୁଡ଼ିକୁ ସମାଧାନ କରିବା ଏହା ହେଉଛି ବର୍ତମାନର ସବୁଠାରୁ ବଡ଼ ଆବଶ୍ୟକ।

ଏହା ହେଉଛି ମନ୍ଥନର ବିଷୟ ଯେ ବିଶେଷ ଭାବେ କିଛି ଅଞ୍ଚଳରେ ହିଁ ଟେଷ୍ଟିଂ କାହିଁକି କମ୍‍ ହେଉଛି? କାହିଁକି ଏଭଳି ଅଞ୍ଚଳମାନଙ୍କରେ ମଧ୍ୟ ଟିକାକରଣ କମ୍‍ ହେଉଛି? ମୁଁ ଭାବୁଛି ଯେ ଏହା ହେଉଛି ସୁଶାସନର ପରୀକ୍ଷାର ମଧ୍ୟ ସମୟ। କରୋନାର ଲଢ଼େଇରେ ଆଜି ଆମେ ଯେଉଁ ପର୍ଯ୍ୟନ୍ତ ପହଞ୍ଚିଛେ, ସେଥିରେ ଏବଂ ସେଥିପାଇଁ ଯେଉଁ ଆତ୍ମବିଶ୍ୱାସ ଆସିଛି, ଏହି ଆତ୍ମବିଶ୍ୱାସ, ଆମର ଆତ୍ମବିଶ୍ୱାସ-ଅତିରିକ୍ତ ଆତ୍ମବିଶ୍ୱାସ ହେବା ମଧ୍ୟ ଉଚିତ ନୁହେଁ, ଆମର ଏହି ସଫଳତା ଅବହେଳାରେ ମଧ୍ୟ ପରିବର୍ତିତ ହେବା ଉଚିତ ନୁହେଁ। ଆମକୁ ଜନତାଙ୍କୁ ବିବ୍ରତ ବା ଭୟଭୀତ ଅବସ୍ଥାକୁ ମଧ୍ୟ ଆଣିବା ଉଚିତ ନୁହେଁ। ଏକ ଭୟର ବାତାବରଣ ଖେଳାଇ ହୋଇଯାଉ, ଏଭଳି ସ୍ଥିତି ମଧ୍ୟ ଆଣିବା ଉଚିତ ନୁହେଁ ଆଉ କିଛି ସାବଧାନତା ଅବଲମ୍ବନ କରି, କିଛି ପଦକ୍ଷେପ ନେଇ ଆମକୁ ଜନତାକୁ ଅସୁବିଧାରୁ ମୁକ୍ତ ମଧ୍ୟ କରିବାକୁ ହେବ।

ନିଜର ପ୍ରୟାସରେ ଆମକୁ ଆମର ପୁରୁଣା ଅନୁଭବକୁ ସାମିଲ କରି ରଣନୀତି ପ୍ରସ୍ତୁତ କରିବାକୁ ହେବ। ପ୍ରତ୍ୟେକ ରାଜ୍ୟର ନିଜ-ନିଜର ପ୍ରୟୋଗ ରହିଛି, ଭଲ ପ୍ରୟୋଗ ରହିଛି, ଭଲ ପଦକ୍ଷେପ ରହିଛି, କେତେକ ରାଜ୍ୟ ଅନ୍ୟ ରାଜ୍ୟମାନଙ୍କଠାରୁ ନୂତନ-ନୂତନ ପ୍ରୟୋଗ ମଧ୍ୟ ଶିଖୁଛନ୍ତି। କିନ୍ତୁ ଏବେ ଏକ ବର୍ଷରେ ଆମର ସରକାରୀ କଳ ଏମାନଙ୍କୁ ତଳ ସ୍ତର ପର୍ଯ୍ୟନ୍ତ ଏଭଳି ପରିସ୍ଥିତିରେ କିଭଳି କାମ କରିବା, ପ୍ରାୟତଃ ପ୍ରଶିକ୍ଷଣ ହୋଇ ସାରିଛି। ଏବେ ଆମକୁ ଅଧିକ ସକ୍ରିୟ ହେବା ହେଉଛି ଜରୁରୀ। ଯେଉଁଠାରେ ଆବଶ୍ୟକ ଥିବ...ଆଉ ଏହା ମୁଁ ଆଗ୍ରହପୂର୍ବକ କହୁଛି... ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରିବାର ବିକଳ୍ପ ମଧ୍ୟ କୌଣସି ମଧ୍ୟ ପରିସ୍ଥିତିରେ କୋହଳ କରିବା ଉଚିତ ନୁହେଁ, ଏହା ଉପରେ ବଡ଼ ଆଗ୍ରହର ସହିତ କାମ କରିବା ଜରୁରୀ। ଜିଲ୍ଲାରେ କାମ କରୁଥିବା ମହାମାରୀ ପ୍ରତିରୋଧ ଟିମକୁ ‘କଣ୍ଟେନମେଣ୍ଟ ଏବଂ ନିରୀକ୍ଷଣ ଏସଓପି’କୁ ରି-ଓରିଏନଟେସନ କରିବାର ଆବଶ୍ୟକତା ହେବ ତେବେ ତାହା ମଧ୍ୟ କରାଯିବା ଜରୁରୀ। ପୁଣିଥରେ ଚାରି ଘଣ୍ଟା, ଛଅ ଘଣ୍ଟା ପାଇଁ ବସି ଏକ ଚର୍ଚ୍ଚା ହେଉ, ପ୍ରତ୍ୟେକ ସ୍ତରରେ ଚର୍ଚ୍ଚା ହେଉ। ବ୍ୟାପକ ଭାବେ ମଧ୍ୟ କରିବା, ପୁରୁଣା କଥା ସବୁକୁ ମନେ ପକାଇଦେବା ଏବଂ ଗତି ମଧ୍ୟ ଆଣିପାରିବା। ଆଉ ଏହା ସହିତ ହିଁ, ‘ଟେଷ୍ଟ, ଟ୍ରାକ ଏବଂ ଟ୍ରିଟ୍‍’ ଏହାକୁ ନେଇ ମଧ୍ୟ ଆମକୁ ସେତିକି ମାତ୍ରାରେ ଗମ୍ଭୀର ହେବାର ଆବଶ୍ୟକତା ରହିଛି ଯେଭଳିକି ଆମେ ଗତ ଏକ ବର୍ଷ ଧରି କରି ଆସୁଛେ। ପ୍ରତ୍ୟେକ ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟାକ୍ଟକୁ ଅତି କମ ସମୟ ମଧ୍ୟରେ ଟ୍ରାକ କରିବା ଏବଂ ଆରଟି-ପିସିଆର ଟେଷ୍ଟ ହାର 70 ପ୍ରତିଶତରୁ ଉପରକୁ ରଖିବା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ।

ଆମେ ଏହା ମଧ୍ୟ ଦେଖୁଛୁ ଯେ କେତେକ ରାଜ୍ୟରେ ରାପିଡ଼୍‍ ଏଂଟିଜେନ ଟେଷ୍ଟିଂ ଉପରେ ମଧ୍ୟ ଅଧିକ ଗୁରୁତ୍ୱାରୋପ କରାଯାଉଛି। ସେହି ଭରସାରେ ଗାଡ଼ି ଚାଲୁଛି। ଯେପରି କେରଳ ହେଉ, ଓଡ଼ିଶା ହେଉ, ଛତିଶଗଡ଼ ଏବଂ ୟୁପି ହେଉ। ମୋତେ ଲାଗୁଛି କି ଏଥିରେ ବହୁତ ଦ୍ରୁତ ଗତିରେ ପରିବର୍ତନର ଆବଶ୍ୟକତା ରହିଛି। ଏହି ସମସ୍ତ ରାଜ୍ୟମାନଙ୍କରେ, ମୁଁ ତ ଚାହୁଁଛି ଦେଶର ସବୁ ରାଜ୍ୟମାନଙ୍କରେ ଆମକୁ ଆରଟି-ପିସିଆର ଟେଷ୍ଟ ଆହୁରି ବଢ଼ାଇବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଗୋଟିଏ କଥା ଯାହା ବହୁତ ଧ୍ୟାନ ଦେବାର କଥା ହେଉଛି, ତାହା ହେଉଛି ଏହା ଯେ ଏଥର ଆମର ଟିୟର-2 ଟିୟର-3 ସହର ଯେଉଁଗୁଡ଼ିକ ଆରମ୍ଭରୁ ପ୍ରଭାବିତ ହୋଇ ନଥିଲେ, ସେମାନଙ୍କ ଆଖ-ପାଖର ଅଞ୍ଚଳଗୁଡ଼ିକ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି। ଦେଖନ୍ତୁ, ଏହି ଲଢ଼େଇରେ ଆମେ ସଫଳତା ପୂର୍ବକ ବଞ୍ଚି ପାରିଛୁ, ତାହାର ଗୋଟିଏ କାରଣ ଏହା ଥିଲା କି ଆମେ ଗାଁଗୁଡ଼ିକୁ ଏହାଠାରୁ ମୁକ୍ତ ରଖିପାରିଥିଲେ। କିନ୍ତୁ ଟିୟର-2 ଟିୟର-3 ସହରରେ ପହଞ୍ଚିଗଲେ ତେବେ ଏହାକୁ ଗାଁକୁ ଯିବାକୁ ଡେରି ଲାଗିବ ନାହିଁ ଆଉ ଗାଁକୁ ସମ୍ଭାଳିବା... ଆମର ବ୍ୟବସ୍ଥା ସବୁ ବହୁତ କମ୍‍ ପଡ଼ିଯିବ। ଆଉ ଏଥିପାଇଁ ଆମକୁ ଛୋଟ ସହରଗୁଡ଼ିକରେ ପରୀକ୍ଷଣକୁ ବଢ଼ାଇବାକୁ ପଡ଼ିବ।

ଆମକୁ ଛୋଟ ସହରଗୁଡ଼ିକରେ ‘ରେଫରଲ ବ୍ୟବସ୍ଥା’ ଆଉ ‘ଆମ୍ବୁଲାନ୍ସ ନେଟୱର୍କ’ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଉପସ୍ଥାପନାରେ ମଧ୍ୟ ଏହି କଥା ସାମ୍ନାରେ ରଖାଯାଇଛି ଯେ ଏବେ ଭୂତାଣୁର ବ୍ୟାପକତା ନ ବ୍ୟାପିବା ମାତ୍ରାରେ ହେଉଛି। ଏହାର ମଧ୍ୟ ଏକ ବହୁତ ବଡ଼ କାରଣ ହେଉଛି ଏହା ଯେ ଏବେ ସମଗ୍ର ଦେଶ ଯାତାୟାତ ପାଇଁ ଖୋଲି ଯାଇଛି, ବିଦେଶରୁ ଆସୁଥିବା ଲୋକମାନଙ୍କର ସଂଖ୍ୟା ମଧ୍ୟ ବଢ଼ିଛି। ତେଣୁ, ଆଜି ପ୍ରତ୍ୟେକ ମାମଲାର ଯାତ୍ରା ଇତିହାସ, ତାହାର ସଂସ୍ପର୍ଶରେ ଆସିଥିବା ଲୋକଙ୍କର ଯାତ୍ରାର ସୂଚନା ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ବିନିମୟ କରିବା ଜରୁରୀ ହୋଇଯାଇଛି। ପରସ୍ପର ମଧ୍ୟରେ ସୂଚନା ବିନିମୟ ପାଇଁ କୌଣସି ନୂତନ ମେକାନିଜମର ଆବଶ୍ୟକତା ପଡ଼ୁଛି, ତେବେ ତାହା ଉପରେ ମଧ୍ୟ ବିଚାର ହେବା ଆବଶ୍ୟକ। ଏହିଭଳି ଭାବେ, ବିଦେଶରୁ ଆସୁଥିବା ଯାତ୍ରୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କର ସର୍ଭିଲାନ୍ସ ପାଇଁ ଏସଓପିର ପାଳନର ଦାୟିତ୍ୱ ମଧ୍ୟ ବଢ଼ିଯାଇଛି। ଏବେ ଆମ ସମ୍ମୁଖରେ କରୋନା ଭୂତାଣୁର ମ୍ୟୁଟାଂଟକୁ ମଧ୍ୟ ଚିହ୍ନିବା ଏବଂ ତାହାର ପ୍ରଭାବକୁ ଆକଳନ କରିବାର ମଧ୍ୟ ପ୍ରଶ୍ନ ରହିଛି। ଆପଣଙ୍କ ରାଜ୍ୟରେ ଆପଣଙ୍କ ଭୂତାଣୁର ଭାରିଆଂଟ ବିଷୟରେ ଅବଗତ ହୁଅନ୍ତୁ, ଏଥିପାଇଁ ମଧ୍ୟ ଜିନୋମ ସାମ୍ପଲ ମଧ୍ୟ ଟେଷ୍ଟିଂ ପାଇଁ ପଠାଯିବା ହେଉଛି ସେତିକି ଗୁରୁତ୍ୱପୂର୍ଣ୍ଣ।

ସାଥୀଗଣ,

ଟିକାକରଣ ଅଭିଯାନ ବିଷୟରେ ଅନେକ ସାଥୀ ନିଜ ନିଜର ମତ ରଖିଛନ୍ତି। ନିଶ୍ଚିତ ଭାବରେ, ଏହି ଲଢେଇରେ, ଏବେ ଟିକା ଏକ ବର୍ଷ ପରେ ଆମ ହାତକୁ ଏକ ପ୍ରଭାବଶାଳୀ ଅସ୍ତ୍ର ଭାବେ ଆସିଛି। ଦେଶରେ ଟିକକାକରଣର ଗତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆମେ ଦିନକୁ 30 ଲକ୍ଷ ଲୋକଙ୍କୁ ଟୀକାକରଣର ସଂଖ୍ୟା ମଧ୍ୟ ଅତିକ୍ରମ କରି ସାରିଛୁ । କିନ୍ତୁ ଏହା ସହିତ ଆମକୁ ଟିକା ନଷ୍ଟ ବା ଅପଚୟ ହେବାର ସମସ୍ୟାକୁ ଗମ୍ଭୀରତାର ସହ ନେବା ଉଚିତ୍ । ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ 10 ପ୍ରତିଶତରୁ ଅଧିକ ଟିକା ଅପଚୟ ହେଉଛି । ୟୁପିରେ ମଧ୍ୟ ଟିକା ଅପଚୟ ପ୍ରାୟ ସମାନ। ଟିକା କାହିଁକି ନଷ୍ଟ ହେଉଛି ତାହା ମଧ୍ୟ ରାଜ୍ୟରେ ସମୀକ୍ଷା କରାଯିବା ଉଚିତ ଏବଂ ମୁଁ ବିଶ୍ୱାସ କରେ ଯେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ନିରୀକ୍ଷଣର ଏକ ବ୍ୟବସ୍ଥା ରହିବା ଉଚିତ ଏବଂ ଆମ ବ୍ୟବସ୍ଥାର ସକ୍ରିୟ ଲୋକଙ୍କ ସହ ଯୋଗାଯୋଗ କରି ଏକ ସମୟରେ ଏପରି ଅନେକ ଲୋକ  ଉପସ୍ଥିତ ରହିବେ ଯାହା ଦ୍ବାରା ଟିକା ଅପଚୟ ହେବ ନାହିଁ ଏହାର ବ୍ୟବସ୍ଥା କରାଯିବା ଉଚିତ୍ । କାରଣ ଏକ ପ୍ରକାରରେ ଯେତେ ପ୍ରତିଶତ ଅପଚୟ ହେଉଛି, ଯାହାଦ୍ବାରା ଆମେ କାହାର ଅଧିକାରକୁ ନଷ୍ଟ କରୁଛୁ । କାହାର ଅଧିକାରକୁ ନଷ୍ଟ କରିବାର ଆମର ଅଧିକାର ନାହିଁ ।

ସ୍ଥାନୀୟ ସ୍ତରରେ ଯୋଜନା ଏବଂ ପ୍ରଶାସନରେ ଯେଉଁ ଅଭାବ ରହିଛି, ସେଥିରେ ତୁରନ୍ତ ସୁଧାର ଅଣାଯିବା ଉଚିତ । ଟିକା ଅପଚୟ ଯେତେ ବନ୍ଦ ହେବ, ଆଉ ମୁଁ ଚାହୁଁଛି ଯେ ରାଜ୍ୟଗୁଡିକ ଶୂନ୍ୟ ଅପଚୟ ଟାର୍ଗେଟ ପାଇଁ କାମ ଆରମ୍ଭ କରିବା ଉଚିତ… ଆମେ ଏଠାରେ ଅପଚୟ ହେବାକୁ ଦେବୁ ନାହିଁ । ଥରେ ଚେଷ୍ଟା କଲେ ନିଶ୍ଚିତ ଭାବରେ ଉନ୍ନତି ପରିଲ୍ଲକ୍ଷିତ ହେବ। ସେତେ ଅଧିକ ସ୍ୱାସ୍ଥ୍ୟ ସେବା କର୍ମଚାରୀ, ଆଗଧାଡିର କର୍ମଚାରୀ ଏବଂ ଅନ୍ୟାନ୍ୟ ଯୋଗ୍ୟ ବ୍ୟକ୍ତିଙ୍କୁ ଉଭୟ ଟିକା ଡୋଜ ଦେବା ନେଇ ଆମର ପ୍ରୟାସ ସଫଳ ହେବ। ମୁଁ ନିଶ୍ଚିତ ଯେ ଆମର ଏହି ସାମୂହିକ ପ୍ରୟାସ ଏବଂ ରଣନୀତିର ପ୍ରଭାବ ଶୀଘ୍ର ଆମ ପାଇଁ ଦୃଶ୍ୟମାନ ହେବ ଏବଂ ଫଳାଫଳ ମଧ୍ୟ ଦୃଷ୍ଟିଗୋଚର ହେବ।

ଶେଷରେ, ମୁଁ କିଛି ପଏଂଟ ବା  ବିନ୍ଦୁ ବିଷୟରେ ପୁଣି ଥରେ ଦୋହରାଇବାକୁ ଚାହେଁ, ଯାହା ଦ୍ବାରା ଆମେ ସମସ୍ତେ ଏହି ବିଷୟ ପ୍ରତି ଧ୍ୟାନ ଦେଇ ଆଗକୁ ବଢିବା । ଗୋଟିଏ ମନ୍ତ୍ର ଯାହାକୁ ଆମେ କ୍ରମାଗତ ଭାବରେ ସମସ୍ତଙ୍କୁ କହିବା ଉଚିତ-"ଔଷଧ ଏବଂ କଡାକଡି ନିୟମ ମଧ୍ୟ" (ଦବାଇ ଭି ଔର କଡାଇ ଭି)। ଦେଖନ୍ତୁ, ଔଷଧର ଅର୍ଥ ହେଉଛି ରୋଗ ଚାଲିଗଲା ଏପରି ନୁହେଁ । ଧରିନିଅନ୍ତୁ କାହାକୁ ଥଣ୍ଡା ହେଲା । ସେ ଔଷଧ ଖାଇଲେ, ତେବେ ଏହାର ଅର୍ଥ ନୁହେଁ ଯେ ସେ ବିନା ସୁରକ୍ଷାରେ ଗରମ ପୋଷାକ ପିନ୍ଧି ଥଣ୍ଡା ସ୍ଥାନକୁ ଚାଲିଯିବ, ବର୍ଷାରେ କୌଣସି ସ୍ଥାନକୁ ଓଦା ହେବାକୁ ଚାଲି ଯିବ। ଭାଇ ଠିକ ଅଛି, ତୁମେ ଔଷଧ ଖାଇଛ କିନ୍ତୁ ବାକି ସବୁର ଯତ୍ନ ନେବାକୁ ପଡିବ। ଏହା ହେଉଛି ସ୍ୱାସ୍ଥ୍ୟର ନିୟମ ଆଜ୍ଞା, ଏହା କେବଳ ଏହି ରୋଗ ପାଇଁ ନୁହେଁ, ଏହା ପ୍ରତ୍ୟେକ ରୋଗ ପାଇଁ ଆଜ୍ଞା। ଯଦି ଆମକୁ ଟାଇଫଏଡ୍ ହୋଇଛି ... ଔଷଧ ଖାଇଲେ ସବୁ ହୋଇଗଲା, ତଥାପି ଡାକ୍ତର କହିଛନ୍ତି ଯେ ଏହିସବୁ ଜିନିଷଗୁଡିକ ଖାଇବା ଉଚିତ୍ ନୁହେଁ । ଏହା ହେଉଛି ଠିକ୍ ସେହିପରି । ଆଉ ଏଥିପାଇଁ ମୁଁ ଭାବୁଛି ଲୋକମାନେ ଏପରି ଏକ ସାଧାରଣ କଥାକୁ ବୁଛିବା ଉଚିତ୍ । ଆଉ ଏଥିପାଇଁ -"ଔଷଧ ଏବଂ କଡାକଡି ନିୟମ ମଧ୍ୟ" (ଦବାଇ ଭି ଔର କଡାଇ ଭି), ଏହି ବିଷୟରେ ମୁଁ ବାରମ୍ବାର ଲୋକଙ୍କୁ ଅନୁରୋଧ କରନ୍ତୁ।

ଦ୍ୱିତୀୟରେ, ମୁଁ ଯେଉଁ ବିଷୟରେ କହିଲି- ଆରଟି-ପିସିଆର(RT-PCR) ପରୀକ୍ଷା ବୃଦ୍ଧି କରିବା  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଦ୍ବାରା ତୁରନ୍ତ ନୂତନ ସଂକ୍ରମଣ ଚିହ୍ନଟ ହୋଇପାରିବ । ସ୍ଥାନୀୟ ପ୍ରଶାସନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ସୃଷ୍ଟି କରିବା ଦିଗରେ ଆମକୁ ଅନୁରୋଧ କରିବା ଉଚିତ୍ । ସେମାନେ ସେଠାରେ ଶୀଘ୍ର ଏହି କାର୍ଯ୍ୟ କରିବା ଉଚିତ୍, ଆମେ ଏହାକୁ ଅତି ଶୀଘ୍ର ରୋକିବାରେ ସମର୍ଥ ହେବା, ଯାହା ଦ୍ବାରା ଏହା ସଂକ୍ରମଣର ବ୍ୟାପକତାକୁ ରୋକିବାରେ ସହାୟତା କରିବ। ଟିକାଦାନ କେନ୍ଦ୍ରଗୁଡ଼ିକର ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ରହିଛି, ତାହା ଘରୋଇ ହେଉ, ସରକାରୀ ହେଉ, ଯାହା ଆପଣ ନକ୍ସାରେ ଦେଖିଥିବେ, ଏହା ମଧ୍ୟ ଆପଣଙ୍କ ପାଇଁ ରାଜ୍ୟ-ୱାରୀ କରାଯାଇଥିବ। ଆଉ ଆରମ୍ଭରେ ସେ ଯାହା ପ୍ରଥମେ ତାହା ସବୁଜ ବିନ୍ଦୁ ଥିବା କହିଥିଲେ । ଆଉ ଦେଖିଲେ ଜଣାଯାଏ ଯେ, ଏପରି ଅନେକ ଅଞ୍ଚଳ ଅଛି ଯେଉଁଠାରେ ହାଲୁକା ସବୁଜ ଦେଖାଯାଏ, ଯାହାର ଅର୍ଥ ହେଉଛି ଆମର ଟୀକାକରଣ କେନ୍ଦ୍ର ମଧ୍ୟ ସେତେ ଅଧିକ ନାହିଁ ଅବା ସକ୍ରିୟ ନୁହଁନ୍ତି ।  ଦେଖନ୍ତୁ, ଟେକ୍ନୋଲୋଜି ଆମକୁ ବହୁତ ସାହାଯ୍ୟ କରୁଛି। ଆମେ ଅତି ସହଜରେ ଦିନକୁ ଦିନ ସବୁ କିଛିକୁ ସଂଗଠିତ କରିପାରିବା । ଆମକୁ ଏହାର ଲାଭ ଉଠାଇବାକୁ ପଡିବ, କିନ୍ତୁ ଏହାକୁ ଆଧାର କରି ଆମକୁ ଉନ୍ନତି କରିବାକୁ ପଡିବ । ଆମର କେନ୍ଦ୍ରଗୁଡିକ ଯେତେ ଅଧିକ ସକ୍ରିୟ ହେବେ, ମିଶନ୍-ମୋଡରେ କାର୍ଯ୍ୟ କରିବେ, ଅପଚୟ ସେତେ କମ୍ ହେବ, ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ଏବଂ ଏକ ବିଶ୍ୱାସ ତୁରନ୍ତ ବୃଦ୍ଧି ପାଇବ । ଏହା ଉପରେ ଗୁରୁତ୍ୱ ଦେବାକୁ ମୁଁ ଚାହୁଁଛି ।

ଏଥିସହ, ଆଉ ଗୋଟିଏ କଥା ଆମକୁ ମନେ ରଖିବାକୁ ହେବ କାରଣ ଏହି ଟିକାର ନିରନ୍ତର ଉତ୍ପାଦନ ହେଉଛି ଏବଂ ଆମକୁ ଯେତେ ଶୀଘ୍ର ଏଥିରୁ ବାହାରିବାର ଅଛି ବାହାରି ଯିବାକୁ ପଡିବ। ନଚେତ୍ ଏହା ଏକ ବର୍ଷ, ଦୁଇ ବର୍ଷ, ତିନି ବର୍ଷ ପର୍ଯ୍ୟନ୍ତ ବଢି ଚାଲିବ। ଗୋଟିଏ ପ୍ରସଙ୍ଗ ହେଉଛି ଟିକାର ବୈଧତା ତାରିଖ। ଆମକୁ ମନେ ରଖିବାକୁ ହେବ ଯେ ଯାହା ଆଗରୁ ଆସିଛି ତାହା ଯେପରି ପ୍ରଥମେ ବ୍ୟବହୃତ ହେଉ ; ଯାହା ପରେ ଆସିଛି ତାହା ପରେ ବ୍ୟବହୃତ ହେଉ। ଯଦି ଆମେ ପରେ ଆସିଥିବାକୁ ଟିକାକୁ ବ୍ୟବହାର କରୁ, ତେବେ ବୈଧତା ତାରିଖ ଏବଂ ଅପଚୟର ସ୍ଥିତି ସୃଷ୍ଟି ହେବ । ଆଉ ଏଥିପାଇଁ ମୁଁ ଭାବୁଛି ଆମକୁ ଅପଚୟରୁ ଦୂରେଇ ରହିବା ଉଚିତ୍। ଆମେ ଜାଣିବା ଉଚିତ ଯେ ଏହି ଗଚ୍ଛିତ ପରିମାଣ ଯାହା ଆମ ପାଖରେ ଅଛି ତାହାର ବୈଧତା ତାରିଖ ଶେଷ ହେବା ପୂର୍ବରୁ, ଆମକୁ ଏହାକୁ ପ୍ରଥମେ ବ୍ୟବହାର କରିବା। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଉ ଏହି ସମସ୍ତ କଥା ସହିତ, ଏହି ସଂକ୍ରମଣର ବ୍ୟାପକତାକୁ ରୋକିବା ପାଇଁ ମଧ୍ୟ ଯେଉଁ ମୌଳିକ ପଦକ୍ଷେପଗୁଡ଼ିକ ହେଉଛି, ଯେପରି ମୁଁ କହୁଛି, "ଔଷଧ ଏବଂ କଡାକଡି ନିୟମ ମଧ୍ୟ" (ଦବାଇ ଭି ଔର କଡାଇ ଭି), ମାସ୍କ ପିନ୍ଧିବାକୁ ପଡିବ, ଦୁଇ ଗଜର ଦୂରତା ବଜାୟ ରଖିବାକୁ ହେବ, ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବାକୁ ହେବ, ବ୍ୟକ୍ତିଗତ ପରିଚ୍ଛନ୍ନତା ହେଉ ଅବା ସାମାଜିକ ପରିଚ୍ଛନ୍ନତା ଏହା ଉପରେ ସମ୍ପୂର୍ଣ୍ଣ ଭାବରେ ଗୁରୁତ୍ୱ ଦେବାକୁ ପଡିବ । ଏଭଳି ଅନେକ ପଦକ୍ଷେପ ଯାହା ଗତ ଏକ ବର୍ଷ ଧରି ଆମେ ନେଇ ଆସୁଛୁ ଏବଂ ସେମାନଙ୍କୁ ପୁଣି ଥରେ ଏହା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ପୁଣି ଥରେ ଅନୁରୋଧ କରିବାର ଆବଶ୍ୟକତା ରହିଛି, ଯଦି ଆମକୁ ଏଥିରେ କଠୋରତା ଅବଲମ୍ବନ କରିବାକୁ ପଡିବ ତେବେ କରିବା ଦରକାର । ଯେପରି ଆମର କ୍ୟାପଟେନ ସାହେବ କହୁଥିଲେ ଯେ ଗତକାଲି ଠାରୁ ଆମେ  ଏକ ବଡ କଡାକଡି ଅଭିଯାନ ଚଳାଉଛୁ, ଏହା ଏକ ଭଲ କଥା। ମୁଁ ଭାବୁଛି ଆମ ସମସ୍ତଙ୍କୁ ଏହି ବିଷୟ ଉପରେ ଆତ୍ମବିଶ୍ୱାସ ସହିତ କାର୍ଯ୍ୟ କରିବାକୁ ହେବ।

ମୋର ବିଶ୍ବାସ ଯେ ଏହି ବିଷୟଗୁଡ଼ିକ ଉପରେ ଲୋକଙ୍କ ସଚେତନତା ବଜାୟ ରଖିବାରେ ଆମକୁ ସଫଳତା ମିଳିବ । ଆପଣଙ୍କ ପରାମର୍ଶ ପାଇଁ ମୁଁ ପୁଣି ଥରେ ଆପଣଙ୍କୁ ଧନ୍ୟବାଦ ଦେଉଛି। ଆପଣଙ୍କ ଅନ୍ୟ କୌଣସି ଜରୁରୀ ପରାମର୍ଶ ଥିଲେ ମଧ୍ୟ ପଠାଇବେ। ଡାକ୍ତରଖାନା ବିଷୟରେ ଆଜି ଯେଉଁ ଆଲୋଚନା ହୋଇଛି, ଦୁଇ-ଚାରି ଘଣ୍ଟା ମଧ୍ୟରେ ସମସ୍ତ ତଥ୍ୟ ଦେଇ ଦିଆଯିବ ଫଳରେ ମୁଁ ଏହାକୁ ମୋ ବିଭାଗର ଲୋକଙ୍କ ସହ ସନ୍ଧ୍ୟା ପ୍ରାୟ 7-8 ଟା ମଧ୍ୟରେ ସମୀକ୍ଷା କରିବି, ଏଥିରୁ କୌଣସି ଅସୁବିଧା ଦୂର କରିବା ପାଇଁ  ଯଦି ଆବଶ୍ୟକ ହୁଏ ନିଷ୍ପତ୍ତି ନିଆଯିବ, ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତୁରନ୍ତ ତାହା କରିବ ଏବଂ ମୁଁ ମଧ୍ୟ ଏହା ଉପରେ ଦୃଷ୍ଟି ଦେବି। କିନ୍ତୁ ମୁଁ କହୁଛି ଯେ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଜିତିଥିବା ଲଢେଇ, ଆମର ସମସ୍ତଙ୍କର ସହଯୋଗ ଅଛି, ଆମର ପ୍ରତ୍ୟେକ କରୋନା ଯୋଦ୍ଧାଙ୍କ ସମର୍ଥନ ଯୋଗୁ ଜନତା-ଜନାର୍ଦ୍ଦନ ମଧ୍ୟ ବହୁତ ସହଯୋଗ କରିଛନ୍ତି । ଆମକୁ ଜନସାଧାରଣଙ୍କ ସହ ଲଢେଇ କରିବାକୁ ପଡି ନାହିଁ। ଆମେ ଯାହା ବିଷୟରେ କହୁଛୁ, ଲୋକମାନେ ବିଶ୍ୱାସ କରିଛନ୍ତି, ଲୋକମାନେ ସମର୍ଥନ କରିଛନ୍ତି ଏବଂ 130 କୋଟି ଦେଶବାସୀଙ୍କ ସହଯୋଗରେ, 130 କୋଟି ଦେଶବାସୀଙ୍କ ସହାୟତାରେ, 130 କୋଟି ଦେଶବାସୀଙ୍କ ସହଯୋଗ ଯୋଗୁଁ ଭାରତ ଜିତୁଛି। ଏହି ବିଷୟ ନେଇ ଆମେ ଜନତା-ଜନାର୍ଦ୍ଦନଙ୍କୁ ପୁନଃଜଡିତ କରିପାରିବା, ପୁନର୍ବାର ସେହି ବିଷୟରେ କହିବା, ମୁଁ ନିଶ୍ଚିତ ଯେ ବର୍ତ୍ତମାନ ଦେଖାଯାଉଥିବା ପରିବର୍ତ୍ତନ, ଆମେ ସେହି ପରିବର୍ତ୍ତନକୁ ପୁଣି ଥରେ ରୋକିବାକୁ କରିବାକୁ ସମର୍ଥ ହେବା, ପୁନର୍ବାର ଆମେ ତଳକୁ ଯିବା। ଏହା ମୋର ଦୃଢ ବିଶ୍ବାସ ଯେ, ଆପଣ ସମସ୍ତେ କଠିନ ପରିଶ୍ରମ କରିଛନ୍ତି, ଆପଣ ବିଶେଷଜ୍ଞ ଦଳ ପାଇଛନ୍ତି | ଦୈନିକ ଥରେ କିମ୍ବା ଦୁଇଥର ପଚାରିବା ଆରମ୍ଭ କରନ୍ତୁ, ସପ୍ତାହରେ ଥରେ କିମ୍ବା ଦୁଇଥର ସାକ୍ଷାତ କରନ୍ତୁ, ସବୁ କଥା ଗୁଡ଼ିକ ସ୍ୱୟଂଚାଳିତ ଭାବରେ ଗତି ଧରି ନେବ।

ମୁଁ ପୁଣିଥରେ ବହୁତ କମ୍ ସମୟରେ ସମସ୍ତଙ୍କୁ ଜଣାଇ ଏହି ବୈଠକ ଆୟୋଜନ କଲି, ତଥାପି ଆପଣ ସମସ୍ତେ ସମୟ ବାହାରକଲେ ଏବଂ ଆପଣମାନେ ସମସ୍ତ ସୂଚନାକୁ ବିସ୍ତୃତ ଭାବରେ ଦେଇଛନ୍ତି, ମୁଁ ଆପଣଙ୍କୁ ବହୁତ କୃତଜ୍ଞତା ଜଣାଉଛି।

ବହୁତ ବହୁତ ଧନ୍ୟବାଦ ଆଜ୍ଞା !

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Three reasons India’s economy is stronger than it’s ever been

Media Coverage

Three reasons India’s economy is stronger than it’s ever been
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting complete devotion in the service of nation and humanity
February 11, 2026

The Prime Minister, Shri Narendra Modi, shared a Sanskrit Subhashitam highlighting complete devotion in the service of nation and humanity.

"यस्येमे हिमवन्तो महित्वा यस्य समुद्रं रसया सहाहुः।

यस्येमाः प्रदिशो यस्य बाहू कस्मै देवाय हविषा विधेम॥"

The Subhashitam conveys, "To the nation, whose greatness is sung by the Himalayas, whose glory flows with the rivers to the ocean, and to whom the directions bow like mighty arms, we offer our entire being in dedication."

Shri Modi stated that the pioneer of Antyodaya, Pandit Deendayal Upadhyaya, also dedicated his life with this very spirit to empower every individual in the country.

The Prime Minister wrote on X;

“सर्वस्व समर्पण उस चेतना की अभिव्यक्ति है, जिसमें राष्ट्र और मानवता सर्वोपरि होती है। अंत्योदय के प्रणेता पंडित दीनदयाल उपाध्याय जी ने भी इसी भावना से देश के जन-जन को सशक्त बनाने के लिए अपना जीवन समर्पित कर दिया।

यस्येमे हिमवन्तो महित्वा यस्य समुद्रं रसया सहाहुः।

यस्येमाः प्रदिशो यस्य बाहू कस्मै देवाय हविषा विधेम॥"