ଆସନ୍ତା 25 ବର୍ଷ ମଧ୍ୟରେ ଭାରତ-ବାଂଲାଦେଶ ବନ୍ଧୁତା ନୂତନ ଶିରୋନାମା ଛୁଇଁବ: ପ୍ରଧାନମନ୍ତ୍ରୀ ମୋଦୀ
ଆଜି ବାଂଲାଦେଶ ହେଉଛି ଭାରତର ସର୍ବବୃହତ ବିକାଶ ସହଯୋଗୀ ଏବଂ ଏହି ଅଞ୍ଚଳରେ ଆମର ସର୍ବବୃହତ ବାଣିଜ୍ୟ ସହଯୋଗୀ: ପ୍ରଧାନମନ୍ତ୍ରୀ
କୁଶିଆରା ନଦୀରୁ ଜଳ ବଣ୍ଟନ ଉପରେ ଭାରତ-ବାଂଲାଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିଛି: ପ୍ରଧାନମନ୍ତ୍ରୀ ମୋଦୀ

 

ମହାମହିମ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ଦୁଇ ଦେଶର ସମ୍ମାନିତ ସଦସ୍ୟ ଗଣ, ଗଣମାଧ୍ୟମ ବନ୍ଧୁଗଣ

ନମସ୍କାର !

ସର୍ବ ପ୍ରଥମେ ମୁଁ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧି ମଣ୍ଡଳୀଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ଗତ ବର୍ଷ ଆମେ ବାଂଲାଦେଶ ସ୍ୱାଧୀନତାର ପଚାଶ ବର୍ଷ ଓ ଆମର କୂଟନୈତିକ ସମ୍ପର୍କର ସ୍ୱର୍ଣ୍ଣ ଜୟନ୍ତୀ ଏବଂ ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମାନ୍‌ଙ୍କର ଜନ୍ମ ଶତବାର୍ଷିକୀକୁ ଏକା ସହିତ ପାଳନ କରିଥିଲୁ । ଗତ ବର୍ଷ ଡିସେମ୍ବର ୬ରେ ଆମେ ପ୍ରଥମ ‘ମୈତ୍ରୀ ଦିବସ’ ମଧ୍ୟ ଏକା ସହିତ ମିଶି ସାରା ବିଶ୍ୱରେ ପାଳନ କରିଥିଲୁ । ଆଜି ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ ଆମର ଆଜାଦୀ / ସ୍ୱାଧୀନତାର ଅମୃତ ମହୋତ୍ସବ ସମୟରେ ଏଠାକୁ ପରିଦର୍ଶନରେ ଆସିଛନ୍ତି । ଏବଂ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ, ଆଗାମୀ ୨୫ ବର୍ଷର ଅମୃତ କାଳରେ ଭାରତ – ବାଂଲାଦେଶ ମଧ୍ୟରେ ରହିଥିବା ବନ୍ଧୁତା ଏକ ନୂତନ ଶିଖର ଛୁଇଁବ । 

ବନ୍ଧୁଗଣ, 

ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ’ ଙ୍କର ନେତୃତ୍ୱରେ ବାଂଲାଦେଶ ଉଲ୍ଲେଖନୀୟ ପ୍ରଗତି କରିଛି । ଗତ କିଛି ବର୍ଷ ଗୁଡିକ ମଧ୍ୟରେ ଆମ ଭିତରେ ପାରସ୍ପରିକ ସହଯୋଗ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଆଜି ବାଂଲାଦେଶ ଭାରତର ସବୁଠାରୁ ବଡ ଭାଗୀଦାର ଏବଂ ଏହି ଅଂଚଳରେ ଆମର ସବୁଠାରୁ ବଡ ବ୍ୟବସାୟିକ ଭାଗୀଦାର ।

ଆମର ଘନିଷ୍ଠ ସାଂସ୍କୃତିକ ଏବଂ ପାରସ୍ପରିକ ସମ୍ପର୍କ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଆଜି ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ ଏବଂ ମୁଁ ସମସ୍ତ ଦ୍ୱିପାକ୍ଷିକ, କ୍ଷେତ୍ରୀୟ ଏବଂ ଅର୍ନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ଗୁଡିକ ଉପରେ ବ୍ୟାପକ ରୂପରେ ଚର୍ଚ୍ଚା କରିଛୁ । 

ଆମ ଦୁଇ ଜଣଙ୍କର ବିଚାର ହେଉଛି ଯେ କୋଭିଡ୍ ମହାମାରୀ ଏବଂ ନିକଟରେ ଘଟିଥିବା ବିଶ୍ୱସ୍ତରୀୟ ଘଟଣାକ୍ରମ ଠାରୁ ଶିକ୍ଷା ଲାଭ କରି, ଆମକୁ ନିଜର ଅର୍ଥ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ପଡିବ । 

ଆମ ଭିତରେ ସଂଯୋଗର ବ୍ୟାପକତା ଫଳରେ, ଏବଂ ସୀମାରେ ବାଣିଜ୍ୟ ବ୍ୟବସାୟର ଭିତିଭୂମିର ବିକାଶ ଯୋଗୁଁ, ଦୁଇ ଦେଶର ଅର୍ଥ ବ୍ୟବସ୍ଥା ପରସ୍ପର ସହିତ ଆହୁରି ଅଧିକ ପରିମାଣରେ ଯୋଡି ହୋଇ ଯିବ, ପରସ୍ପରକୁ ସମର୍ଥନ କରି ପାରିବ । ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବାଂଲାଦେଶର ରପ୍ତାନୀ ନିମନ୍ତେ ସମ୍ପୂର୍ଣ୍ଣ ଏସିଆ ମହାଦେଶରେ ଭାରତ ହେଉଛି ସବୁଠାରୁ ବଡ ବଜାର । ଏହି ଅଭିବୃଦ୍ଧିକୁ ଆହୁରି ଦ୍ରୁତ କରିବା ନିମନ୍ତେ ଆମେ ଖୁବ୍ ଶୀଘ୍ର ଦ୍ୱିପାକ୍ଷିକ ବିସ୍ତୃତ ଅର୍ଥନୈତିକ ଭାଗୀଦାରୀ ଚୁକ୍ତି ଉପରେ ଚର୍ଚ୍ଚା ଆରମ୍ଭ କରିବୁ ।  

ଆମେ ସୂଚନା ପ୍ରଯୁକ୍ତି, ଅନ୍ତରୀକ୍ଷ ଏବଂ ପରମାଣୁ ଶକ୍ତି ଭଳି ବିଭିନ୍ନ କ୍ଷେତ୍ର ଗୁଡିକରେ ମଧ୍ୟ ପରସ୍ପର ମଧ୍ୟରେ ସହଯୋଗ ବୃଦ୍ଧି କରିବା ପାଇଁ ନିଶ୍ଚୟ କରିଛୁ, ଯେଉଁ କ୍ଷେତ୍ରରେ ଆମ ଯୁବ ପିଢ଼ି ମାନେ ବିଶେଷ ରୁଚି ରଖୁଛନ୍ତି । ଆମେ ଜଳବାୟୁ ପରିବର୍ତନ ଏବଂ ସୁନ୍ଦରବନ ଭଳି ଉଭୟ ପକ୍ଷର ସାଧାରଣ ଐତିହ୍ୟକୁ ସଂରକ୍ଷିତ ରଖିବା ନିମନ୍ତେ ମଧ୍ୟ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଜାରି ରଖିବୁ । 

ବନ୍ଧୁଗଣ,  

ଏବେ ଶକ୍ତିର ବଢ଼ୁଥିବା ମୂଲ୍ୟ ସମସ୍ତ ବିକାଶଶୀଳ ଦେଶ ଗୁଡିକ ନିମନ୍ତେ ଆହ୍ୱାନ ହୋଇ ଠିଆ ହୋଇଛି । ଆଜି ମୈତ୍ରୀ ଥର୍ମାଲ ପାୱାର (ତାପଜ ଶକ୍ତି) ପ୍ଲାଂଟର ପ୍ରଥମ ୟୁନିଟ୍‌ର ଅନାବରଣ ଫଳରେ ବାଙ୍ଗଲାଦେଶରେ ସୁଲଭ ମୂଲ୍ୟରେ ବିଦ୍ୟୁତ୍‌ର ଉପଲବ୍ଧତା ବୃଦ୍ଧି ପାଇବ । 

ଦୁଇ ଦେଶ ଗୁଡିକ ମଧ୍ୟରେ ପାୱାର ଟ୍ରାନ୍ସମିଶନ (ଶକ୍ତି ସରବରାହ) ଲାଇନ୍ ଗୁଡିକୁ ସଂଯୋଗ କରାଯିବା ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କଥାବାର୍ତା ଚାଲୁ ରହିଛି । ରୂପ୍‌ସା ନଦୀ ଉପରେ ରେଲୱେ ପୋଲର ଉଦ୍‌ଘାଟନ, ସଂଯୋଗକୁ ବୃଦ୍ଧି କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଅଟେ । ଏହି ପୋଲ ଭାରତର ଲାଇନ୍ ଅଫ୍ କ୍ରେଡିଟ୍ ଅନୁସାରେ ଖୁଲଣା ଏବଂ ମଙ୍ଗଳା ବନ୍ଦର ମଧ୍ୟରେ ନିର୍ମାଣ କରା ଯାଉଛି, ଏହା ନୂତନ ରେଳ ଲାଇନ୍‌ର ଏକ ମହତ୍ୱପୂର୍ଣ୍ଣ ଅଂଶ ବିଶେଷ ଅଟେ । ବାଙ୍ଗଲାଦେଶର ରେଳ ବ୍ୟବସ୍ଥାର ବିକାଶ ଏବଂ ବିସ୍ତାର ନିମନ୍ତେ ଭାରତ ସବୁ ପ୍ରକାରର ସହଯୋଗ ଜାରି ରଖିବ । 

ବନ୍ଧୁଗଣ, 

ଏମତି ୫୪ଟି ନଦୀ ରହିଛି ଯାହା ଭାରତ ଏବଂ ବାଙ୍ଗଲାଦେଶ ସୀମା ଦେଇ ପ୍ରବାହିତ ହେଉଛି, ଏବଂ ଯୁଗ ଯୁଗ ଧରି ଦୁଇ ଦେଶର ଲୋକ ମାନଙ୍କର ଜୀବିକା ସହିତ ଯୋଡି ହୋଇ ରହିଛି । ଏହି ନଦୀ ଗୁଡିକ ସମ୍ପର୍କରେ ପ୍ରଚଳିତ ଅନେକ ଲୋକ – କାହାଣୀ, ଲୋକ – କଥା, ଆମର ଭାଗୀଦାର ସାଂସ୍କୃତିକ ଐତିହ୍ୟର ମଧ୍ୟ ସାକ୍ଷୀ ହୋଇ ରହି ଆସିଛି । ଆଜି ଦୁଇ ଦେଶ ମଧ୍ୟରେ କୁଶିଆରା ନଦୀର ଜଳ ଆବଂଟନ ଉପରେ ଏକ ମହତ୍ୱପୂର୍ଣ୍ଣ ରାଜିନାମା ଉପରେ ସ୍ୱାକ୍ଷର କରା ଯାଇଛି । ଏଥିରେ ଭାରତରେ ଦକ୍ଷିଣ ଆସାମ ଏବଂ ବାଙ୍ଗଲାଦେଶର ସିଲହଟ କ୍ଷେତ୍ରକୁ ଲାଭ ମିଳିବ ।  

ବନ୍ୟା ନିରୋଧ ସମ୍ବନ୍ଧରେ ସହଯୋଗ ବୃଦ୍ଧି କରିବା ଉପରେ ମଧ୍ୟ ମୋର ଏବଂ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା ଜୀ’ଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କଥାବାର୍ତା ହୋଇଛି । ଭାରତ ବାଙ୍ଗଲାଦେଶ ସହିତ ବାସ୍ତବ ସମୟ (ରିଅଲ୍ ଟାଇମ୍‌) ଆଧାରରେ ବନ୍ୟା ସମ୍ବନ୍ଧୀୟ ତଥ୍ୟ ବଂଟନ କରିଥାଏ ଏବଂ ଆମେ ଏହି ତଥ୍ୟ ବଂଟନର ଅବଧିକୁ ମଧ୍ୟ ବୃଦ୍ଧି କରିଛୁ । 

ଆଜି ଆମେ ଆତଙ୍କବାଦ ଏବଂ ଉଗ୍ରବାଦ ବିରୋଧରେ ସହଯୋଗ ଉପରେ ମଧ୍ୟ ଜୋର୍ ଦେଇଛୁ । ୧୯୭୧ର ସେହି ଉତ୍ସାହ ଉଦ୍ଦୀପନାକୁ ଜୀବନ୍ତ ରଖିବା ପାଇଁ ମଧ୍ୟ ଏହା ବହୁତ ଆବଶ୍ୟକ ଯେ, ଆମେ ଏମିତି ଶକ୍ତି ଗୁଡିକୁ ଏକାଠି ହୋଇ ମୁକାବିଲା କରିବା, ଯାହା ଆମ ଭିତରେ ରହିଥିବା ପାରସ୍ପରିକ ବିଶ୍ୱାସ ଉପରେ ଆଘାତ କରିବାକୁ ଚାହୁଁଛି । 

ବନ୍ଧୁଗଣ, 

ବଙ୍ଗବନ୍ଧୁ ଯେଉଁ ସ୍ଥିର, ସମୃଦ୍ଧ ଏବଂ ପ୍ରଗତିଶୀଳ ବାଙ୍ଗଲାଦେଶର ସ୍ୱପ୍ନ ଦେଖିଥିଲେ, ତାହାକୁ ସାକାର କରିବା କ୍ଷେତ୍ରରେ ଭାରତ ବାଙ୍ଗଲାଦେଶ ସହିତ ପାଦ ସହିତ ପାଦ ମିଶାଇ ଚାଲିଥିବ । ଆଜି ଆମର କଥାବାର୍ତା ଏହି ମୂଳ ପ୍ରତିବଦ୍ଧତାକୁ ଦୋହରାଇବା କ୍ଷେତ୍ରରେ ମଧ୍ୟ ଏକ ଉତ୍ତମ ଅବସର ହୋଇ ପାରିଛି । 

ପୁଣି ଆଉ ଥରେ, ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଜୀ ଏବଂ ତାଙ୍କର ପ୍ରତିନିଧି ମଣ୍ଡଳୀଙ୍କୁ ଭାରତରେ ହାର୍ଦ୍ଦିକ ସ୍ୱାଗତ ଜଣାଉଛି ଏବଂ ଭାରତରେ ତାଙ୍କର ସୁଖଦ ରହଣୀର କାମନା କରୁଛି । 

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India to become second nation with commercial fast breeder reactor: Singh

Media Coverage

India to become second nation with commercial fast breeder reactor: Singh
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting fundamental causes of progress
April 28, 2026

Prime Minister Shri Narendra Modi shared a Sanskrit Subhashitam today highlighting that effort, self-control, skill, vigilance, patience, memory, and initiating any task with thoughtful consideration are the fundamental causes of progress.

The Prime Minister remarked that hard work performed with patience and dedication can yield remarkable success, further pointing out that it also infuses the nation's prosperity and strength with fresh vigor.

The Prime Minister wrote on X:

"संयम और समर्पण के साथ किया गया परिश्रम अद्भुत सफलता दे सकता है। इससे राष्ट्र की समृद्धि और सामर्थ्य को भी एक नई ऊर्जा मिलती है।

उत्थानं संयमो दाक्ष्यमप्रमादो धृतिः स्मृतिः।

समीक्ष्य च समारम्भो विद्धिमूलं भवस्य तु॥"

Effort, self-control, skill, vigilance, patience, memory and initiating any task with thoughtful consideration, these are all the fundamental causes of progress.