ବୈଶ୍ୱିକ ମହାମାରୀ ଆରମ୍ଭରୁ ସମୟାନୁଭିତ୍ତିକ ମାର୍ଗଦର୍ଶନ ଓ ସହାୟତା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କଲେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ
ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ଯୋଗୁଁ ଭାରତ କରୋନା ବିରୁଦ୍ଧରେ ଦୀର୍ଘ ସଂଗ୍ରାମ ଲଢିପାରିଛି
“କରୋନାର ଆହ୍ୱାନ ଏବେ ମଧ୍ୟ ପୁରା ଯାଇନାହିଁ ଏକଥା ସ୍ପଷ୍ଟ”
“ଯେତେଶୀଘ୍ର ସମ୍ଭବ ସମସ୍ତ ଯୋଗ୍ୟ ପିଲାମାନଙ୍କୁ ଟିକାଦାନ କରିବା ଆମର ପ୍ରାଥମିକତା । ବିଦ୍ୟାଳୟଗୁଡିକରେ ସ୍ୱତନ୍ତ୍ର ଅଭିଯାନ ମଧ୍ୟ ଆବଶ୍ୟକ”
“ଦକ୍ଷତାର ସହ ଆମକୁ ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତି ତ୍ୱରାନିତ କରିବାକୁ ହେବ”
“ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ବୋଝ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଅବକାରୀ ଶୁଳ୍କ ହ୍ରାସ କରିଥିଲେ ମଧ୍ୟ ଅନେକ ରାଜ୍ୟ ଟିକସ ହ୍ରାସ କରିନାହାନ୍ତି”
“ଏହା କେବଳ ସେହି ସବୁ ରାଜ୍ୟ ପ୍ରତି ଅନ୍ୟାୟ ନୁହେଁ, ବରଂ ଏହା ପଡୋଶୀ ରାଜ୍ୟଗୁଡିକୁ ମଧ୍ୟ କ୍ଷତିଗ୍ରସ୍ତ କରୁଛି”
“ସହଯୋଗୀ ସଂଘୀୟତନ୍ତ୍ର ଭାବନା ସହ ଏପରି ବୈଶ୍ୱିକ ଜଟିଳ ପରିସ୍ଥିତିରେ ରାଜ୍ୟମାନଙ୍କୁ ଗୋଟିଏ ଦଳଭାବେ କାର୍ଯ୍ୟ କରିବାକୁ ମୁଁ ନିବେଦନ କରୁଛି ।

କୋଭିଡ-୧୯ ପରିସ୍ଥିତିର ସମୀକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୭-୪-୨୦୨୨) ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ନିକଟରେ କେତେକ ରାଜ୍ୟରେ ବୃଦ୍ଧି ପାଇଥିବା କୋଭିଡ ମାମଲା ସମ୍ପର୍କରେ ସୂଚନା ଦେବା ସହ, ପରୀକ୍ଷା, ଚିହ୍ନଟ, ଉପଚାର, ଟିକାକରଣ ଓ କୋଭିଡ ମାର୍ଗଦର୍ଶିକା ଅନୁପାଳନର ଆବଶ୍ୟକତା ଉପରେ କହିଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରସ୍ତୁତ କରିଥିବା ଏକ ବିବରଣୀରେ ବିଶ୍ୱର କେତେକ ରାଷ୍ଟ୍ରରେ କୋଭିଡ ମାମଲା ବୃଦ୍ଧି ସହ କେତେ ରାଜ୍ୟରେ ଆମର ଏହି ମାମଲା ବୃଦ୍ଧି ନେଇ ଆଲୋଚନା କରିଥିଲେ  । ସେ ରାଜ୍ୟମାନେ ନିୟମିତ ଭାବେ ମାମଲାର ଅନୁଧ୍ୟାନ କରି ତଥ୍ୟ ସୂଚାଇବା ସହ, ସକ୍ରିୟ ପର୍ଯ୍ୟବେକ୍ଷଣ, ଭିତ୍ତିଭୂମି ବିକାଶ ସହ କେନ୍ଦ୍ରୀୟ ପାଣ୍ଠି ବିନିଯୋଗ ସମ୍ପର୍କରେ କହିଥିଲେ ।

ବୈଶ୍ୱିକ ମହାମାରୀ ଆରମ୍ଭରୁ ସମୟୋପଯୋଗୀ ମାର୍ଗଦର୍ଶନ ଓ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଗଣ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଠିକ୍ ସମୟରେ ଏହି ସମୀକ୍ଷା ବୈଠକ ପ୍ରଧାନମନ୍ତ୍ରୀ ଡକାଇଛନ୍ତି ବୋଲି ସେମାନେ କହିଥିଲେ । ସେମାନେ ନିଜ ନିଜ ରାଜ୍ୟରେ କୋଭିଡ ମାମଲା ଓ ଟିକାକରଣ ସ୍ଥିତି ଉପରେ ତଥ୍ୟମାନ ରଖିଥିଲେ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଜୀବନଜୀବିକା ତାଙ୍କ ରାଜ୍ୟରେ ପାଳନ କରାଯାଉଛି । ସେ ଜାତୀୟ ରାଜଧାନୀରେ କ୍ରମବର୍ଦ୍ଧିଷ୍ଣୁ କୋଭିଡ ମାମଲା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିକଟରେ ଦିଲ୍ଳୀରେ ଅଧିକ ପଜିଟିଭ ନମୁନା ଦେଖାଯାଇଥିବା କହିଥିଲେ । ପୁଣି ମୁଖା ପରିଧାନକୁ ବାଧ୍ୟତାମୂଳକ କରାଯାଇଥିବା ସେ ପ୍ରକାଶ କରିଥିଲେ । ମିଜୋରାମା ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ ଓ ମାର୍ଗଦର୍ଶନ ରାଜ୍ୟକୁ ପୂର୍ବ ଲହରଗୁଡିକରେ ମୁକାବିଲା କରିବାରେ ସାହାଯ୍ୟ କରିଛି । ସେ ମଧ୍ୟ କେନ୍ଦ୍ରକୁ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଓ ବିକାଶମୂଳକ କାର୍ଯ୍ୟରେ ସହଯୋଗ ନିମନ୍ତେ ଧନ୍ୟବାଦ ଜଣାଇଥିଲେ  । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନାମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶନ  ରାଜ୍ୟରେ ପରବର୍ତ୍ତୀ କୋଭିଡ ଲହର ପରିଚାଳନା ନିମନ୍ତେ ବିଶେଷ ସହାୟକ ହୋଇଛି । କୋଭିଡ ଉଚିତ ମାର୍ଗଦର୍ଶକା ପାଳନ ପାଇଁ ଜନସଚେତନତା ଅଭିଯାନ ବେଶ ଫଳପ୍ରଦ ହୋଇଛି ବୋଲି ସେ କହିଥିଲେ ।

ହରିୟାଣା ମୁଖ୍ୟମନ୍ତ୍ରୀ ଦିଲ୍ଳୀ ଆଖପାଖ ଗୁରୁଗାଓଁ ଏବଂ ଫରିଦାବାଦର ଅଧିକ ମାମଲା ପରିଲକ୍ଷିତ ହୋଇଥିବା କହିଥିଲେ ।

 ପ୍ରଧାନମନ୍ତ୍ରୀ ପ୍ରଥମେ ତାମିଲନାଡୁର ତାଞ୍ଜାଭୁର ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମନାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକଟ କରିଥିଲେ । ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠି (ପିଏମଏନଆରପି)ରୁ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କୁ ସହାୟତା ରାଶି ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀ କେନ୍ଦ୍ର ଓ ରାଜ୍ୟର ମିଳିତ କରୋନା ମୁକାବିଲା ଉପରେ କହିଥିଲେ  । ସେ ମୁଖ୍ୟମନ୍ତ୍ରୀ, ଅଧିକାରୀ ଓ ସମସ୍ତ କରୋନା ଯୋଦ୍ଧାଙ୍କୁ  ସେମାନଙ୍କ ଉଦ୍ୟମ ପାଇଁ ପ୍ରଶଂସା କରିଥିଲେ । ସେ କହିଥିଲେ ଏକଥା ସ୍ପଷ୍ଟ ଯେ କରୋନାର ଆହ୍ୱାନ ଏବେ ମଧ୍ୟ ସମ୍ପୂର୍ଣ୍ଣଭାବେ ଯାଇନାହିଁ । ଓମିକ୍ରନ ଓ ଏହାର ସହ ପ୍ରଜାତିଗଣ ପୁଣି ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି ଓ ୟୁରୋପ ସମେତ ଅନେକ ଦେଶରେ ଏହା ଦେଖା ମଧ୍ୟ ଯାଇସାରିଲାଣି । ଅନେକ ଦେଶ ତୁଳନାରେ ଭାରତର ପରିସ୍ଥିତି ଅନେକ ଭଲ ରହିଛ । ତଥାପି ଗତ ଦୁଇ ସପ୍ତାହ ମଧ୍ୟରେ କେତେକ ରାଜ୍ୟରେ ବୃଦ୍ଧି ଘଟିଥିବା ମାମଲା ଦୃଷ୍ଟିରୁ ଆମକୁ ସତର୍କ ରହିବାକୁ ପଡିବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓମିକ୍ରନ ଲହରକୁ ଗତ ଦୁଇବର୍ଷ ମଧ୍ୟରେ ଦୃଢ ମନୋବଳ ଓ ଆତଙ୍କିତ ନ ହୋଇ ମୁକାବିଲା କରାଯାଇଛି । କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଠାରୁ ଆରମ୍ଭ କରି ଅମ୍ଳଜାନ ଯୋଗାଣ ବା ଟିକାକରଣ ବ୍ୟବସ୍ଥାକୁ ଶକ୍ତିଶାଳୀ କରାଯାଇଛି । ତୃତୀୟ ଲହରରେ କୌଣସି ରାଜ୍ୟରେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇନାହିଁ । ଏହାକୁ ବ୍ୟାପକ ଟିକାକରଣ ଅଭିଯାନ ପରିପ୍ରେକ୍ଷୀରେ ତୁଳନା କରାଯାଇପାରେ । ସେ କହିଥିଲେ ଯେ ଟିକାକରଣ ପ୍ରତ୍ୟେକ ବ୍ୟକ୍ତି ନିକଟରେ ପହଞ୍ଚିଛି । ଗର୍ବର ବିଷୟ ଏହି ଯେ ଦେଶ ଜନସଂଖ୍ୟା ଶତକଡା ୯୬ଭାଗ ଅନୂନ୍ୟ ଗୋଟିଏ ମାତ୍ରା ଓ ୧୫ରୁ ଉର୍ଦ୍ଧ୍ୱ ବୟସର ଶତକଡା ୮୪ଭାଗ ବ୍ୟକ୍ତି ଦୁଇଟି ଯାକ ମାତ୍ରା ନେଇ ସାରିଛନ୍ତି । ଟିକା ବିଶେଷଜ୍ଞ ମତରେ କରୋନା ବିରୁଦ୍ଧରେ ସଂଗ୍ରାମ ସବୁଠାରୁ ବଡ ନିରାପତ୍ତା ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଦ୍ୟାଳୟମାନ ବହୁଦିନ ପରେ ଖୋଲିଛି । ହେଲେ କେତେକ ସ୍ଥାନରେ ଅଧିକ ମାମଲା ଦେଖାଯିବା ଯୋଗୁଁ ବାପା-ମାଆମାନେ ବ୍ୟସ୍ତ ହେଉଛନ୍ତି । ଅଧିକରୁ ଅଧିକ ପିଲା ଟିକା ନେଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ମାର୍ଚ୍ଚ ମାସରେ ୧୨ରୁ ୧୪ବର୍ଷ ମଧ୍ୟରେ ପିଲାଙ୍କୁ ଟିକା ଦେବାର ଅଭିଯାନ ଆରମ୍ଭ ହୋଇଥିଲା ଏବଂ ଗତକାଲିଠାରୁ ୬ରୁ ୧୨ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ଦେବା ପାଇଁ ଅନୁମତି ମଞ୍ଜୁରୀ ମିଳିଛି ।

 “ପ୍ରତ୍ୟେକ ଟିକା ଯୋଗ୍ୟ ପିଲାଙ୍କୁ ଯେତେଶୀଘ୍ର ସମ୍ଭବ ନେବା ପାଇଁ ଆମେ ଅଗ୍ରାଧିକାର ଦେଉଛୁ । ପୂର୍ବଭଳି ଏଥିପାଇଁ ବିଦ୍ୟାଳୟରେ ସ୍ୱତନ୍ତ୍ର ଅଭିଯାନମାନ ଆୟୋଜିତ ହେବ । ଶିକ୍ଷକ ଓ ଅଭିଭାବକମାନେ ଏôତନେଇ ସଚେତନ ହେବା ଉଚିତ” ବୋଲି ସେ କହିଥିଲେ । ଟିକା ନିରାପତ୍ତା ବଳୟକୁ ସୁଦୃଢ କରିବାକୁ ଦେଶର ବୟସ୍କମାନଙ୍କ ନିମନ୍ତେ ପ୍ରତିଷେଧକ ମାତ୍ରା ଉପଲବ୍ଧ । ଶିକ୍ଷକ, ମାଆ ବାପା ଓ ଅନ୍ୟାନ୍ୟ ଯୋଗ୍ୟ ବ୍ୟକ୍ତିମାନେ ମଧ୍ୟ ପ୍ରତିଷେଧକ ମାତ୍ରା ନେଇପାରିବେ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତୃତୀୟ ଲହର ବେଳେ ଭାରତରେ ଦିନକୁତ୍ତତିନିଲକ୍ଷ ପର୍ଯ୍ୟନ୍ତ ମାମଲା ଦୃଷ୍ଟିଗୋଚର ହୋଇଥିଲେ ମଧ୍ୟ ରାଜ୍ୟମାନେ ସାମାଜିକ ଓ ଆର୍ଥିକ କାର୍ଯ୍ୟକଳାପ ଜାରି ରଖି ପରିସ୍ଥିତିର ମୁକାବିଲା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରିସ୍ଥିତିକୁ ନିରନ୍ତର  ଆମର ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଅନୁଧ୍ୟାନ କରୁଛନ୍ତି ଓ ଆମକୁ ସେମାନଙ୍କ ପ୍ରସ୍ତାବ ଅନୁସାରେ କାମ କରିବାକୁ ପଡିବ । “ରୋଗ ସଂକ୍ରମଣ ରୋକିବା ପ୍ରଥମରୁ ଆମର ଅଗ୍ରାଧିକାର ଥିଲା ଓ ବର୍ତ୍ତମାନ ମଧ୍ୟ ରହିବା ଉଚିତ । ଆମକୁ ଆମର ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ସେହିଭଳି ଦକ୍ଷତାର ସହ ତ୍ୱରାନ୍ୱିତ କରିବାକୁ ପଡିବ ବୋଲି ସେ କହିଥିଲେ ।

ଶତ ପ୍ରତିଶତ ଥଣ୍ଡା ଜ୍ୱର ମାମଲା ସହ ପଜିଟିଭ ମାମଲାଗୁଡିକର କୋଭିଡ ପ୍ରଜାତି ନିର୍ଦ୍ଧାରଣ ପାଇଁ ଜିନୋମ ସିକ୍ୱେନସିଂ, ସର୍ବସାଧାରଣ ସ୍ଥାନରେ କୋଭିଡ ମାର୍ଗଦର୍ଶିକା ପାଳନ ସହ ଆତଙ୍କିତ ନ ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ଡାକ୍ତରୀ ଭିତ୍ତିଭୂମି ଓ କର୍ମଚାରୀ ବ୍ୟବସ୍ଥାର ନିୟମିତ ଉନ୍ନତିକରଣ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।

ସମ୍ବିଧାନରେ ସହଯୋଗ ସଂଘୀୟତନ୍ତ୍ର ଭାବନା ଅନୁସାରେ ଭାରତ କରୋନା ବିରୁଦ୍ଧରେ ଏକ ସୁଦୀର୍ଘ ସଂଗ୍ରାମ ଜାରି ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ବର୍ତ୍ତମାନର ବୈଶ୍ୱିକ ଦୃଶ୍ୟପଟ ଦୃଷ୍ଟିରୁ ଭାରତୀୟ ଅର୍ଥ ବ୍ୟବସ୍ଥାର ମଜବୁତୀକରଣର ଆର୍ଥିକ ନିଷ୍ପତ୍ତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗ ଏକାନ୍ତ ଅପରିହାର୍ଯ୍ୟ । ବୈଶ୍ୱିକ ଘଟଣାକ୍ରମ ଯୋଗୁଁ ଆମ ଉପରେ ଲଦି ଦିଆଯାଇଥିବା ସମସ୍ୟା ନିମନ୍ତେ ସଂଘୀୟତନ୍ତ୍ର ସହଯୋଗ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପରିପ୍ରେକ୍ଷୀରେ ଏହା କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପାଇଁ  କେନ୍ଦ୍ର ସରକାର ଅବକାରୀ ଶୁଳ୍‌କ ହ୍ରାସ କରିବା ସହ ରାଜ୍ୟଗୁଡିକୁ ମଧ୍ୟ ଟିକସ ହ୍ରାସ କରିବାକୁ ଅନୁରୋଧ କରିଥିଲେ । ମାତ୍ର କେତେକ ରାଜ୍ୟ ଏହାକୁ ନ କରିବାକୁ ଲୋକଙ୍କ ଉପରେ ବୋଝ ପଡିବା ସହ ସେସବୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଲା । ଏହା କେବଳ ସେ ରାଜ୍ୟବାସୀଙ୍କ ପ୍ରତି ଅନ୍ୟାୟ ନୁହେଁ  ଏହା ପଡୋଶୀ ରାଜ୍ୟଗୁଡିକ ମଧ୍ୟ ପ୍ରଭାବିତ କରିବ । ରାଜସ୍ୱ ହାନୀ ସତ୍ତ୍ୱେ ଗୁଜରାଟ ଓ କର୍ଣ୍ଣାଟକ ଭଳି ରାଜ୍ୟ ଟିକସ ହ୍ରାସ କରିବା ସତ୍ୱେ  ପଡୋଶୀ ରାଜ୍ୟଗୁଡିକ ରାଜସ୍ୱ ବୃଦ୍ଧି କରିବା ଲକ୍ଷ୍ୟରେ ଟିକସ ହ୍ରାସ କଲେ ନାହିଁ ।

 ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେହିପରି ଗତ ନଭେମ୍ବର ମାସରେ ଭାଟ ହ୍ରାସ ପାଇଁ ଅନେକ ରାଜ୍ୟକୁ ଅନୁରୋଧ କରିଯାଇଥିଲେ ମଧ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ଝାଡଖଣ୍ଡ କୌଣସି କାରଣବଶତଃ ଏହା କଲେ ନାହିଁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶତକଡା ୪୨ଭାଗ କେନ୍ଦ୍ରୀୟ ରାଜ୍ୟସ୍ୱ ରାଜ୍ୟ ସରକାରଙ୍କ ପାଖକୁ ଯାଇଥାଏ । “ଜଟିଳ ବୈଶ୍ୱିକ ପରିସ୍ଥିତି କାଳରେ ସହଯୋଗ ସଂଘୀୟତନ୍ତ୍ର ଭାବନାର ସହ ସମସ୍ତ ରାଜ୍ୟ କାର୍ଯ୍ୟ କରିବାକୁ ମୁଁ ନିବେଦନ କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାପମାତ୍ରା ବୃଦ୍ଧି ସହ ଜଙ୍ଗଲ ଓ ଘରଦ୍ୱାରରେ ଅଗ୍ନିକାଣ୍ଡ ବଢୁଛି । ସେ ବିଶେଷକରି ହସ୍‌ପିଟାଲ ଅଗ୍ନି ନିରାପତ୍ତା ଉପରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ଆମକୁ ଏହି ବଡ ଆହ୍ୱାନରେ ମୁକାବିଲା କରିବାକୁ ହେବ ବୋଲି ସେ କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Explains How India Overcame the West Asia Energy Crisis, Slams Opposition for Fear-Mongering

Media Coverage

PM Modi Explains How India Overcame the West Asia Energy Crisis, Slams Opposition for Fear-Mongering
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets President of the United States on the 250th anniversary of the United States' independence
July 04, 2026

The Prime Minister, Shri Narendra Modi, extended greetings to the President of the United States, Mr. Donald J. Trump, and the people of the United States on the historic occasion of the 250th anniversary of the country's independence. Shri Modi underscored the enduring strength of the India–United States partnership. He noted that the relationship between the two democracies extends beyond a strategic partnership and is anchored in shared values of democracy, the rule of law and faith in the limitless potential of their people.

The Prime Minister posted on X:

On behalf of 1.4 billion Indians, I extend my warmest congratulations to President Trump and the people of the United States on the historic 250th anniversary of your Independence.

India and the United States share more than a strategic partnership. Our shared belief in democracy, rule of law and the limitless potential of our people make our friendship a force for global good.

May the next 250 years bring even greater prosperity, peace and progress for America and take the India-US partnership to new heights.

@POTUS
@realDonaldTrump