ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ 29ଟି ପ୍ରାଚୀନ କଳାକୃତି ଫେରସ୍ତ କରିଥିବାରୁ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନଙ୍କୁ ଧନ୍ୟବାଦ ଜଣାଇଛନ୍ତି
ପ୍ରଧାନମନ୍ତ୍ରୀ ମୋଦୀ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ବିସ୍ତୃତ ରଣନୈତିକ ଭାଗିଦାରୀ ଅଧୀନରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛନ୍ତି

ମୋର ପ୍ରିୟ ବନ୍ଧୁ, ସ୍କଟ୍‌, 

ନମସ୍କାର !

ହୋଲି ଉତ୍ସବ ଓ ନିର୍ବାଚନୀ ବିଜୟ ଯୋଗୁଁ ଆପଣ ଦେଇଥିବା ଶୁଭକାମନା ପାଇଁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ । 

ଭାରତୀୟମାନଙ୍କ ତରଫରୁ କୁଇନ୍ସଲ୍ୟାଣ୍ଡ ଓ ନ୍ୟୁ ସାଉଥୱେଲ୍ସରେ ବନ୍ୟା ଯୋଗୁଁ ହୋଇଥିବା ଧନଜୀବନ ହାନୀ ପାଇଁ ମୁଁ ଶୋକ ପ୍ରକଟ କରୁଛି ।

ଆମର ଗତ ଭର୍ଚୁଆଲ ଶିଖର ସମ୍ମିଳନୀରେ ଆମେ ଆମର ସମ୍ପର୍କକୁ ଏକ ବିସ୍ତୃତ ରଣନୀତିକ ଭାଗିଦାରିତାକୁ ଉନ୍ନୀତ କରିଛୁ । ମୁଁ ଖୁସି ଯେ ଏବେ ଆମେ ବାର୍ଷିକ ଶିଖର ସମ୍ମିଳନୀ ଦୁଇଦେଶ ମଧ୍ୟରେ କରିବାକୁ ନିଷ୍ପତ୍ତି ନେଇଛୁ । ଏହା ଫଳରେ ଆମ ସମ୍ପର୍କରେ ନିୟମିତ ସମୀକ୍ଷା ହୋଇପାରିବ ।

ମହାମହିମ, 

ଗତ କେତେ ବର୍ଷ ମଧ୍ୟରେ ଆମ ସମ୍ପର୍କରେ ଉଲ୍ଲେଖନୀୟ ପ୍ରଗତି ହାସଲ ହୋଇଛି । ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଓ ସୁରକ୍ଷା, ଶିକ୍ଷା ଓ ନୂତନ ଭାବର ପ୍ରବର୍ତ୍ତନ, ବିଜ୍ଞାନ ଏବଂ ପ୍ରଯୁକ୍ତି ଭଳି ପ୍ରତ୍ୟେକ କ୍ଷେତ୍ରରେ ଆମର ଅନ୍ତରଙ୍ଗ ସହଯୋଗ ରହିଛି । ଆମର ସହଯୋଗ ବିରଳ ଖଣିଜ ପଦାର୍ଥ, ଜଳ ପରିଚାଳନା, ଅକ୍ଷୟ ଶକ୍ତି ଓ କୋଭିଡ-୧୯ ଗବେଷଣା କ୍ଷେତ୍ରରେ ମଧ୍ୟ ଖୁବ୍ ଦ୍ରୁତଗତିରେ ବୃଦ୍ଧି ପାଇଛି ।

ବେଙ୍ଗାଲୁରରେ ନୂତନ ପ୍ରଯୁକ୍ତି ନୀତି ଉପରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ ଘୋଷଣାକୁ ମୁଁ ହାର୍ଦ୍ଧିକ ସ୍ୱାଗତ କରୁଛି । ସାଇବର ଓ ଅନ୍ୟାନ୍ୟ ନୂତନ ପ୍ରଯୁକ୍ତି କ୍ଷେତ୍ରରେ ଆମର ଯେଉଁ ଉତ୍ତମ ସହଯୋଗ ରହିଛି ଏହା ଅନସ୍ୱୀକାର୍ଯ୍ୟ । ଏହି ସବୁ ନୂତନ ପ୍ରଯୁକ୍ତି କ୍ଷେତ୍ରରେ ଆମ ଭଳି ମୂଲ୍ୟବୋଧ ଭିତ୍ତିକ ବୈଶ୍ୱିକ ମାନ ଅନ୍ୟାନ୍ୟ ଦେଶଗୁଡିକ ଗ୍ରହଣ କରିବା ସେମାନଙ୍କର ଦାୟିତ୍ୱ । 

ମହାମହିମ,

ଆମର ବିସ୍ତୃତ ଆର୍ଥିକ ସହଯୋଗ ରାଜିନାମା “ସିଇସିଏ” ଯାହା ଆପଣ କହିଛନ୍ତି ଓ ମୁଁ ମଧ୍ୟ ତାହା କହୁଛି ଯେ ଖୁବ୍ କମ୍ ସମୟ ମଧ୍ୟରେ ଏଥିରେ ଉଲ୍ଲେଖନୀୟ ପ୍ରଗତି ଘଟିଛି । ମୁଁ ନିଶ୍ଚିତ ଯେ ଅବଶିଷ୍ଟ ବିଷୟଗୁଡିକ ମଧ୍ୟରେ ଖୁବ୍ ଶୀଘ୍ର ରାଜିନାମା ହୋଇଯିବ । “ସିଇସିଏ” ର ଆଶୁ ପୂର୍ଣ୍ଣତାପ୍ରାପ୍ତି ଆମର ଆର୍ଥିକ ସମ୍ପର୍କ, ଏହାର ପୁର୍ନଉଥାନ ଓ ଆର୍ଥିକ ସୁରକ୍ଷା ଦୃଷ୍ଟିରୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । 

କ୍ୱାର୍ଡରେ ମଧ୍ୟ ଆମର ସହଯୋଗ ଖୁବ୍ ଭଲ ରହିଛି । ଆମର ସହଯୋଗ ଏକ ମୁକ୍ତ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅନ୍ତର୍ଭୁକ୍ତ ସୀମା କ୍ଷେତ୍ର ସୃଷ୍ଟି ନେଇ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି । ବୈଶ୍ୱିକ ଓ ଆଞ୍ଚଳିକ ସ୍ଥିରତା ନିମନ୍ତେ କ୍ୱାଡର ସଫଳତା ଖୁବ୍ ଗୁରୁତ୍ୱପୂର୍ଣ୍ଣ ।  

ମହାମହିମ,

ଭାରତୀୟ ପ୍ରାଚୀନ କୀର୍ତ୍ତିରାଜି ଫେରାଇବା ଲାଗି ଆପଣ ନେଇଥିବା ପଦକ୍ଷେପ ପାଇଁ ମୁଁ ଆପଣଙ୍କୁ ବିଶେଷ ଧନ୍ୟବାଦ ଜ୍ଞାପନ କରୁଛି । ଆପଣ ଫେରାଇଥିବା କୀତ୍ତିରାଜି ମଧ୍ୟରେ ରାଜସ୍ଥାନ, ପଶ୍ଚିମବଙ୍ଗ, ଗୁଜରାଟ, ହିମାଚଳ ପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟରୁ ଚୋରାଚାଲାଣ ହୋଇଥିବା ଅନେକ ପ୍ରାଚୀନ ମୂର୍ତ୍ତି ଓ ଚିତ୍ରକଳା ରହିଛି। ଏଥିପାଇଁ ମୁଁ ଭାରତୀୟଙ୍କ ତରଫରୁ ଆପଣଙ୍କୁ ସ୍ୱତନ୍ତ୍ରଭାବେ କୃତଜ୍ଞତା ଜଣାଉଛି । ଏବେ ଆପଣ ଫେରାଇ ଦେଇଥିବା ସମସ୍ତ କୀର୍ତ୍ତିରାଜ ତା’ର ମୂଳସ୍ଥାନକୁ ଫେରିଯିବ । ଭାରତୀୟମାନଙ୍କ ତରଫରୁ ମୁଁ ପୁଣିଥରେ ଆପଣଙ୍କ ପଦକ୍ଷେପ ପାଇଁ ମୋର ହାର୍ଦ୍ଧିକ କୃତଜ୍ଞତା ଜଣାଉଛି ।

 କ୍ରିକେଟ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଚିତ୍ତାକର୍ଷକ କ୍ରୀଡା ନୈପୁଣ୍ୟ ପାଇଁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି । ଶନିବାର ଖେଳରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲେ ମଧ୍ୟ ଟୁର୍ଣ୍ଣାମେଣ୍ଟ ଏବେ ବି ଶେଷ ହୋଇନାହିଁ ଉଭୟ ଦେଶର ଦଳକୁ ମୋର ଶୁଭେଚ୍ଛା ।

 ମହାମହିମ, 

ଆଜି ଆପଣଙ୍କ ସହ ମତ ବିନିମୟ ସୁଯୋଗ ପାଇଥିବାରୁ ମୁଁ ଖୁସି ପ୍ରକଟ କରୁଛି ।

ଏବେ ଏହି ଖୋଲା ଅଧିବେଶନ ଶେଷ ହେଉଥିବାବେଳେ ମୁଁ ଗଣମାଧ୍ୟମର ବନ୍ଧୁମାନଙ୍କୁ ଧନ୍ୟବାଦ ଦେଉଛି । ଅଳ୍ପ ସମୟ ପରେ ମୁଁ ପରିବର୍ତ୍ତୀ କାର୍ଯ୍ୟଧାରା ଉପରେ ମୋର ମତ ପ୍ରଦାନ କରିବି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The Nari Shakti Decade: How 12 years of policy reforms under Modi govt transformed lives of women in Bharat

Media Coverage

The Nari Shakti Decade: How 12 years of policy reforms under Modi govt transformed lives of women in Bharat
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 7, 2026
June 07, 2026

India on the Rise: Celebrating Milestones from Grassroots to the Global Stage Under the Leadership of PM Modi