“ହସ୍ପିଟାଲ ଦୁଇ ଦେଶ ମଧ୍ୟରେ ସମ୍ପର୍କର ପ୍ରତୀକ, ଭାରତ-ଫିଜିର ମିଳିତ ଜୟଯାତ୍ରାରେ ଆଉ ଏକ ଅଧ୍ୟାୟ”
“ଶିଶୁମାନଙ୍କ ହୃତପିଣ୍ଡ ଚିକତ୍ସାଳୟ କେବଳ ଫିଜି ନୁହଁ, ସମଗ୍ର ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଅନନ୍ୟ”
“ସତ୍ୟସାଇ ବାବା ଆଧ୍ୟାତ୍ମିକତାକୁ ପୂଜା ପାଠ କର୍ମଠାରୁ ମୁକ୍ତ ରଖି ଏହାକୁ ଜନସାଧାରଣଙ୍କ କଲ୍ୟାଣ ସହ ଯୋଡି ଥିଲେ”
“ମୁଁ ସଦାସର୍ବଦା ସତ୍ୟସାଇ ବାବାଙ୍କ ଆଶୀର୍ବାଦ ପାଉଥିବାରୁ ନିଜକୁ ଖୁବ ଭାଗ୍ୟବାନ ମନେ କରୁଛି ଓ ଏହା ଆଜି ମଧ୍ୟ ପାଉଛି”
“ଭାରତ-ଫିଜି ସମ୍ପର୍କ ପାରସ୍ପରିକ ସମ୍ମାନ ଓ ମଜଭୁତ ଜନ ସମ୍ପର୍କ ଉପରେ ପର୍ଯ୍ୟବସିତ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ବାର୍ତ୍ତା ଜରିଆରେ ଫିଜିରେ ଶ୍ରୀ ସତ୍ୟସାଇ ସଞ୍ଜିବନୀ ହସ୍ପିଟାଲ ଉଦଘାଟନ ଅବସରରେ ଆଜି ଉଦବୋଧନ ଦେଇଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଫିଜିର ପ୍ରଧାନମନ୍ତ୍ରୀ ଓ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଓ ଏହି ହସ୍ପିଟାଲ ଦୁଇ ଦେଶ ମଧ୍ୟରେ ସମ୍ପର୍କର ପ୍ରତୀକ ଓ ଭାରତ-ଫିଜିର ମିଳିତ ଜୟଯାତ୍ରାରେ ଆଉ ଏକ ଅଧ୍ୟାୟ ବୋଲି କହିଛନ୍ତି । ଶିଶୁମାନଙ୍କ ହୃତପିଣ୍ଡ ଚିକତ୍ସାଳୟ କେବଳ ଫଜି ନୁହଁ, ସମଗ୍ର ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅନନ୍ୟ ଅଞ୍ଚଳ ନିମନ୍ତେ ହୃଦୟ ସମ୍ପର୍କୀତ ରୋଗ ଯେତେବେଳେ ଏକ ପ୍ରମୁଖ ଆହ୍ୱାନ, ସେ ଅଞ୍ଚଳ ନିମନ୍ତେ ହସ୍ପିଟାଲ ହଜାର ହଜାର ଶିଶୁଙ୍କ ନିମନ୍ତେ ଏକ ନୂତନ ଜୀବନର ରାସ୍ତା ସଦୃଶ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ ସନ୍ତୋଷ ପ୍ରକାଶ କରି କହିଥିଲେ ଯେ ଶିଶୁମାନେ କେବଳ ବିଶ୍ୱସ୍ତରୀୟ ଉପଚାର ପାଇବେ ନାହିଁ ବରଂ ସମସ୍ତ ଅସ୍ତ୍ରୋପଚାର ମାଗଣା ହେବ । ଏଥିପାଇଁ ସେ ଫିଜିର ଶ୍ରୀ ପ୍ରେମ ଫାଉଣ୍ଡେସନ, ଫିଜି ସରକାର ଓ ଭାରତର ଶ୍ରୀ ସତ୍ୟସାଇ ସଞ୍ଜିବନୀ ଶିଶୁ ହୃଦୟ ହସ୍ପିଟାଲର ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ବ୍ରହ୍ମଲୀନ ଶ୍ରୀ ସତ୍ୟସାଇ ବାବାଙ୍କ ଠାରେ ନତମସ୍ତକ ହେବା ସହ ମାନବ ସେବାର ଚାରା ରୋପଣ କରିଥିବା ବାବାଙ୍କ ଏହି ଚାରା ଆଜି ମହାବଟ ଦ୍ରୁମରେ ପରିଣତ ହୋଇ ସମଗ୍ର ମାନବତାର ସେବା କରୁଛି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରି କହିଥିଲେ ଯେ ଶ୍ରୀ ସତ୍ୟସାଇ ବାବା ଆଧ୍ୟାତ୍ମିକତାକୁ ପୂଜାପାଠ ଠାରୁ ମୁକ୍ତ କରି ଏହାକୁ ମାନବ କଲ୍ୟାଣ ସହ ଯୋଡିଥିଲେ । ତାଙ୍କର ଗରୀବ ଓ ବଞ୍ଚିତ ଶ୍ରେଣୀଙ୍କ ନିମନ୍ତେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବଦାନ ଆଜି ଆମକୁ ଉତ୍ସାହିତ କରୁଛି । ଶ୍ରୀ ମୋଦୀ ସାଇ ଭକ୍ତମାନଙ୍କ ଗୁଜରାଟ ଭୂମିକମ୍ପ ସମୟରେ ସେବାର ସ୍ମୃତିଚାରଣ କରିଥିଲେ । ମୁଁ ସଦାସର୍ବଦା ସାଇବାବାଙ୍କ ଆଶୀର୍ବାଦ ପାଇ ଆସିଛି ଓ ଆଜି ମଧ୍ୟ ପାଉଛି । ସେଥିପାଇଁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଓ ଫିଜି ମଧ୍ୟରେ ରହିଥିବା ମିଳିତ ଇଛାପତ୍ର ଓ ସମ୍ପର୍କ ମାନବତା ସେବା ଉପରେ ପର୍ଯ୍ୟବସିତ । ବୈଶ୍ୱିକ ମହାମାରୀ କାଳରେ ଏହି ମୂଲ୍ୟବୋଧକୁ ଭିତ୍ତିକରି ଭାରତ ୧୫୦ଟି ଦେଶକୁ ଔଷଧ ଓ ଶହେଟି ଦେଶକୁ ଶହେ ନିୟୁତ ଟୀକାମାତ୍ରା ପ୍ରଦାନ କରିଥିଲେ । ଏହି କାର୍ଯ୍ୟରେ ଭାରତ ଫିଜିକୁ ସର୍ବଦା ଆଗରେ ରଖିଥିଲା । ପ୍ରଧାନମନ୍ତ୍ରୀ ଦୁଇ ଦେଶର ସମ୍ପର୍କରେ ଗଭୀରତା ଉପରେ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ବିଶାଳ ମହାସାଗର ଦୁଇ ଦେଶକୁ ଅଲଗା କରିଥିଲେ ମଧ୍ୟ ଆମର ସଂସ୍କୃତି ଆମକୁ ସଂଯୁକ୍ତ କରି ରଖିଛି । ଆମର ସମ୍ପର୍କ ପାରସ୍ପରିକ ସମ୍ମାନ ଓ ଦୁଇ ଦେଶର ଜନସାଧାରଣଙ୍କ ମଧ୍ୟରେ ନିବିଡ ଭାବର ବିନିମୟ ମଧ୍ୟରେ ପର୍ଯ୍ୟବସିତ । ଫିଜିର ସାମାଜିକ ଓ ଆର୍ଥିକ ବିକାଶରେ ଭାରତର ଯୋଗଦାନକୁ ଶ୍ରୀ ମୋଦୀ ସ୍ୱୀକାର କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଫିଜିର ପ୍ରଧାନମନ୍ତ୍ରୀ ଫ୍ରାଙ୍କ ବାଇନିମାରମାଙ୍କୁ ଆଜି ତାଙ୍କର ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରିବା ସହ ତାଙ୍କ ନେତୃତ୍ୱରେ ଦୁଇ ଦେଶର ସମ୍ପର୍କ ଅଧିକରୁ ଅଧିକ ମଜଭୁତ ହେବ ବୋଲି କହିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 28, 2026
July 28, 2026

From Factories to Space & High-Speed Rail: How PM Modi’s Vision is Rewiring India’s Future