“ଗୋଟିଏ ପୃଥିବୀ,ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ” ଏକକ ଉଦ୍ଦେଶ୍ୟ ଓ ଐକ୍ୟର ସୂଚନା ଦେଇଥାଏ”
“ବିଶ୍ୱ ଯୁଦ୍ଧ ପରବର୍ତ୍ତୀ ବୈଶ୍ୱିକ ଶାସନ ଭବିଷ୍ୟତ ଯୁଦ୍ଧ ଓ ଆନ୍ତର୍ଜାତିକ ସହଯୋଗ ଏପରି ଦୁଇଟି ସାମୂହିକ ସ୍ୱାର୍ଥଜନିତ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ବିଫଳ”
“ବୈଶ୍ୱିକ ନେତୃତ୍ୱର ନିଷ୍ପତ୍ତି ଦ୍ୱାରା ସବୁଠାରୁ କ୍ଷତିଗ୍ରସ୍ତ ମାନଙ୍କର କଥା ନ ଶୁଣି କୌଣସି ବି ଗୋଷ୍ଠୀ ଏହାର ନେତୃତ୍ୱ ଦାବି କରିପାରିବ ନାହିଁ”
“ଭାରତର ଜି-୨୦ ଅଧ୍ୟକ୍ଷତା ଦକ୍ଷିଣ ଗୋଲାର୍ଦ୍ଧର ସ୍ୱର ଉତ୍ତୋଳନ ନିମନ୍ତେ ଚେଷ୍ଟା କରିଛି”
“ ଆମେ ସହମତିରେ ସମାଧାନ ନ କରିପାରୁଥିବା ସମସ୍ୟାଗୁଡିକୁ ଆଲୋଚନା ପରିସରକୁ ଆଣିବା ଅନୁଚିତ ଓ ଯାହା ସହମତିରେ ସମ୍ଭବ ତାହା ଆଣିବାକୁ ହେବ”
“ଅଭିବୃଦ୍ଧି ଓ ଦକ୍ଷତା ଗୋଟିଏ ପଟେ ଓ ନମନୀୟତା ଅନ୍ୟ ପଟରେ ରଖି ପ୍ରକୃତ ସନ୍ତୁଳନ ରକ୍ଷା ପାଇଁ ଜି-୨୦କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ହେବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୨.୦୩.୨୦୨୩) ଜି-୨୦ର ବିଦେଶମନ୍ତ୍ରୀ ମାନଙ୍କ ସମ୍ମିଳନୀକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି ।

ସମବେତ ଅଂଶଗ୍ରହଣକାରୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଭାରତ କାହିଁକି ଏହାର ଜି-୨୦ ଅଧ୍ୟକ୍ଷତା କାଳରେ “ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ର ବାର୍ତ୍ତାକୁ ଗ୍ରହଣ କଲା ତା’ ଉପରେ ଆଲୋଚନା କରିଥିଲେ । ଏହା ଗୋଟିଏ ଉଦ୍ଦେଶ୍ୟ ଓ ଗୋଟିଏ ପ୍ରକାର କାର୍ଯ୍ୟାନୁଷ୍ଠାନର ସୂଚନା ଦେଉଛି । ଆଜିର ଏହି ବୈଠକ ଏକାଠି ହେବାର ଉତ୍ସାହ ଓ ସମାନ ଧରଣର ଓ ପକ୍‌କା ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ ବୋଲି ଶ୍ରୀ ମୋଦୀ କହିଥିଲେ ।

ଆଜି ବିଶ୍ୱରେ ବହୁପକ୍ଷୀୟ ଚିନ୍ତାଧାରା ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ସ୍ୱୀକାର କରି ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱ ଯୁଦ୍ଧ ପରେ ଦୁଇଟି ମୁଖ୍ୟ କାର୍ଯ୍ୟ ବୈଶ୍ୱିକ ପ୍ରଶାସନିକ ବ୍ୟବସ୍ଥା ପାଇଁ କଳ୍ପନା କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ପ୍ରଥମ ହେଲା ପ୍ରତିଯୋଗିତା ମୂଳକ ସ୍ୱାର୍ଥର ସନ୍ତୁଳନ ରକ୍ଷା କରି ଭବିଷ୍ୟତ ଯୁଦ୍ଧ ପରିସ୍ଥିତିକୁ ଟାଳିବା ଓ ଦ୍ୱିତୀୟଟି ହେଉଛି ସମାନ ସ୍ୱାର୍ଥ ଥିବା ବିଷୟରେ ଆନ୍ତର୍ଜାତିକ ସହମତି ରକ୍ଷା । ଗତ କିଛି ବର୍ଷ ମଧ୍ୟରେ ଆର୍ଥକ ଜଟିଳତା, ଜଳବାୟୁ ପରିବର୍ତ୍ତନ, ମହାମାରୀ, ଆତଙ୍କବାଦ ଓ ଯୁଦ୍ଧ ଇତ୍ୟାଦି କ୍ଷେତ୍ରରେ ବୈଶ୍ୱିକ ପ୍ରଶାସନିକ ବ୍ୟବସ୍ଥା ବିଫଳ ହୋଇଛି । ଏଭଳି ଅସଫଳତାର ଦୁଃଖଦ ପରିଣତି ମୁଖ୍ୟତଃ ବିଶ୍ୱର ବିକାଶୋନ୍ମୁଖୀ ରାଷ୍ଟ୍ର ଉପରେ  ପଡିଛି । ବର୍ଷ ବର୍ଷର ପ୍ରଗତି ସତ୍ୱେ ବିଶ୍ୱ ସ୍ଥାୟୀ ଓ ନିରନ୍ତର ବିକାଶକୁ ଅଣଦେଖା କରିବାକୁ ବାଧ୍ୟ ହୋଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଅନେକ ବିକାଶମୁଖୀ ଦେଶ ଅସମ୍ଭାଳ ଋଣ ଭାର ସହିତ ସଂଗ୍ରାମ କରିବା ସହ ସେମାନଙ୍କ ଦେଶବାସୀଙ୍କ ନିମନ୍ତେ ଖାଦ୍ୟ ଓ ଶକ୍ତି ନିରାପତ୍ତା ସୁରକ୍ଷିତ କରିବା ପାଇଁ ସଂଗ୍ରାମ କରି ଚାଲିଛନ୍ତି । ଧନୀ ଦେଶଗୁଡିକ ଦ୍ୱାରା ସୃଷ୍ଟି ହେଉଥିବା ବୈଶ୍ୱିକ ଉତ୍ତପ୍ତିକରଣ ନିମନ୍ତେ ବିକାଶମୁଖୀ ରାଷ୍ଟ୍ରଗୁଡିକ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । “ଜି-୨୦ ଅଧ୍ୟକ୍ଷତା କରୁଥିବା ଭାରତ ଦକ୍ଷିଣ ଗୋଲାର୍ଦ୍ଧର ସ୍ୱର ହେବାକୁ ଚେଷ୍ଟା କରୁଛି” ବୋଲି କହି ପ୍ରଧାନମନ୍ତ୍ରୀ ବିଭିନ୍ନ ନିଷ୍ପ୍‌ତ୍ତି ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ଦେଶମାନଙ୍କ ସମସ୍ୟା ଉପରେ ଧ୍ୟାନ ନ ଦେଇ କେହି ବି  ବୈଶ୍ୱିକ ନେତୃତ୍ୱ ଦାବି କରିପାରିବେ ନାହିଁ ବୋଲି କହିଥିଲେ ।

ବୈଶ୍ୱିକ ବିଚ୍ଛିନ୍ନତାର ଘନଘଟା ମଧ୍ୟରେ ଆଜିର ବୈଠକ ଅନୁଷ୍ଠିତ ହେଉଛି ଓ ବିଦେଶ ମନ୍ତ୍ରୀ ହିସାବରେ ଏକଥା ସ୍ୱାଭାବିକ ଯେ ଆଲୋଚନା ଭୂ-ରାଜନୈତିକ ଅଶାନ୍ତି ଯୋଗୁଁ ବାଧାପ୍ରାପ୍ତ ହେଉଛି । “ଆମେ ସମସ୍ତେ ଏହି ଅଶାନ୍ତି ଦୂର କରିବା ନିମନ୍ତେ ସଜାଗ ରହିଛୁ ଯେପରି ଏହା ଦୂର ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 ସେ କହିଥିଲେ ଯେ ଅଗ୍ରଣୀ ଆର୍ଥିକ ଶକ୍ତିଭାବେ ଯେଉଁମାନେ ଏଠାରେ ଉପସ୍ଥିତ ନାହାଁନ୍ତି, ସେ ଦାୟିତ୍ୱ ଆମ ଉପରେ ରହିଛି । ପୃଥିବୀ ଅଭିବୃଦ୍ଧି, ବିକାଶ, ଆର୍ଥିକ ନମନୀୟତା, ବିପର୍ଯ୍ୟୟ ନମନୀୟତା, ଆର୍ଥିକ ସ୍ଥାୟିତ୍ୱ , ଆର୍ଥିକ ଦେଣନେଣ, ଅପରାଧ, ଦୁର୍ନୀତି, ଆତଙ୍କବାଦ, ଖାଦ୍ୟ ଓ ଶକ୍ତି ସୁରକ୍ଷାର ଆହ୍ୱାନଗୁଡିକର ମୁକାବିଲା ନିମନ୍ତେ ଜି-୨୦କୁ ଭରସା କରିଛି ଓ ଜି-୨୦ ଏ ଦିଗରେ ଏକ ସହମତି ସୃଷ୍ଟି କରି ସମସ୍ୟାର ମୁକାବିଲା କରି ପାରିବାର ସାମଥ୍ୟଁ ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଯେଉଁ ସମସ୍ୟା ସମାଧାନ ସହମତି ଭିତ୍ତିରେ ସମ୍ଭବ ନୁହେଁ, ସେଗୁଡିକ ସମ୍ଭାବ୍ୟ ସମାଧାନ ରାସ୍ତାରେ ଆସିବା ଅନୁଚିତ । ବୈଠକ ଗାନ୍ଧି ଓ ବୁଦ୍ଧଙ୍କ ଦେଶରେ ହେଉଥିବାରୁ ପ୍ରଧାନମନ୍ତ୍ରୀ ସମସ୍ତ ମହାମହିମ ମାନଙ୍କୁ ଭାରତୀୟ ସଭ୍ୟତାର ମୂଳମନ୍ତ୍ର ଯାହା ଆମକୁ ଏକତା ସୂତ୍ରରେ ବାନ୍ଧି ରଖିଛି ସେଥିରୁ ପ୍ରେରଣା ଲାଭ କରିବାକୁ ଅନୁରୋଧ କରିଥିଲେ ।

ପ୍ରାକୃତିକ ବିପର୍ଯ୍ୟୟ ଓ ମର୍ମନ୍ତୁଦ ବୈଶ୍ୱିକ ମହାମାରୀରେ ହଜାର ହଜାର ଜୀବନହାନୀ ଉପରେ ଆଲୋକପାତ କରି କିପରି ସେତେବେଳେ ବିଶ୍ୱ ଯୋଗାଣ ବ୍ୟବସ୍ଥା, ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ତାହା ବର୍ଣ୍ଣନା କରିଥିଲେ । ସ୍ଥିର ଆର୍ଥିକ ବ୍ୟବସ୍ଥା କିପରି ହଠାତ ଋଣ ଓ ଆର୍ଥିକ ଜଟିଳତାର ସାମ୍ନା କଲା ତା’ର ଉଦାହରଣ ଦେଇ ସେ ଏଥିପାଇଁ ସମାଜରେ ଅର୍ଥନୀତିରେ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏବଂ ଭିତ୍ତିଭୂମିରେ  ନମନୀୟତା ପ୍ରଦର୍ଶନ କରିବା ଉପରେ ମତ ରଖିଥିଲେ । ମିଳିମିଶି କାର୍ଯ୍ୟ କଲେ ଏଥିରେ ସନ୍ତୁଳନ ରକ୍ଷା ହୋଇପାରିବ । ସମ୍ମିଳିତ ଜ୍ଞାନ ଓ ସାମର୍ଥ୍ୟ ଉପରେ ବିଶ୍ୱାସ ରଖି ଆଜିର ବୈଠକ କାର୍ଯ୍ୟଭିମୁଖୀ ହୋଇ ମତପାର୍ଥକ୍ୟ ଦୂର କରିବ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ସମାପନ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views

Media Coverage

Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Bihar meets Prime Minister
April 21, 2026

Chief Minister of Bihar, Shri Samrat Choudhary met the Prime Minister, Shri Narendra Modi at New Delhi, today.

The Prime Minister posted on X:

"Chief Minister of Bihar, Shri @samrat4bjp met Prime Minister @narendramodi."