ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ବିତୀୟ ବିଶ୍ବ କୋଭିଡ୍‌ ଶିଖର ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ‘ମହାମାରୀ କ୍ଲାନ୍ତି ନିରାକରଣ ଏବଂ ପ୍ରସ୍ତୁତିକୁ ପ୍ରାଥମିକତା’ ବିଷୟବସ୍ତୁକୁ ନେଇ ଆୟୋଜିତ ଶିଖର ସମ୍ମିଳନୀର ପ୍ରାରମ୍ଭିକ ଅଧିବେଶନରେ ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟ ରଖିଥିଲେ ।

ମହାମାରୀ ମୁକାବିଲା ପାଇଁ ଭାରତ ଏକ ଜନକୈନ୍ଦ୍ରିକ ରଣନୀତି ଆପଣାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ, ଭାରତ ଚଳିତ ବର୍ଷ ସ୍ବାସ୍ଥ୍ୟ ପାଇଁ ସର୍ବାଧିକ ବଜେଟ୍‌ ଆବଣ୍ଟନ କରିଛି । ଭାରତ ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନ କାର୍ଯ୍ୟକାରୀ କରୁଛି ଏବଂ ପ୍ରାୟ ୯୦ ପ୍ରତିଶତ ବୟସ୍କ ଜନସଂଖ୍ୟା ଓ ୫ କୋଟିରୁ ଅଧିକ ପିଲାଙ୍କ ଟିକାକରଣ ସମ୍ପୂର୍ଣ୍ଣ କରିସାରିଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ବିଶ୍ବ ସମୁଦାୟର ଏକ ଉତ୍ତରଦାୟୀ ସଦସ୍ୟ ଭାବେ ଭାରତ ଏହାର ମିତବ୍ୟୟୀ ସ୍ବଦେଶୀ କୋଭିଡ ମୁକାବିଲା ପ୍ରଯୁକ୍ତି, ଟିକା ଏବଂ ଚିକିତ୍ସା ପଦ୍ଧତିକୁ ଅନ୍ୟ ଦେଶମାନଙ୍କୁ ବିତରଣ କରିବାରେ ସକ୍ରିୟ ଭୂମିକା ନିର୍ବାହ କରିବ । ଭାରତ ନିଜର ଜିନ୍‌ ଅନୁଶୀଳନ ବ୍ୟବସ୍ଥା (ଜେନୋମିକ ସର୍ଭିଲେନ୍ସ କନସୋର୍ଟିଅମ)କୁ ଅନ୍ୟମାନଙ୍କୁ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛି । ଭାରତ ବ୍ୟାପକ ଭାବେ ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ଆପଣାଇଛି ଏବଂ ଏହି ଜ୍ଞାନକୁ ସାରା ବିଶ୍ବରେ ପ୍ରସାରିତ କରିବା ଲାଗି ଡବ୍ଲୁଏଚଓ ପାରମ୍ପରିକ ଚିକିତ୍ସା ବିଜ୍ଞାନ କେନ୍ଦ୍ର ପାଇଁ ଶିଳାନ୍ୟାସ କରିଛି ।

ଏକ ଦୃଢ଼ ଏବଂ ଆହୁରି ସହନଶୀଳ ବିଶ୍ବ ସ୍ବାସ୍ଥ୍ୟ ସୁରକ୍ଷା ଢାଞ୍ଚା ସୃଷ୍ଟି କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ସୁଦୃଢ଼ କରିବା ଏବଂ ସଂସ୍କାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ । କ୍ୟାରିକମ୍‌ର ଅଧ୍ୟକ୍ଷ ଦାୟିତ୍ବ ନିର୍ବାହ କରୁଥିବା ରାଷ୍ଟ୍ର ଭାବେ ବେଲିଜେ ରାଷ୍ଟ୍ର/ସରକାରୀ ମୁଖ୍ୟ, ଆଫ୍ରିକୀୟ ରାଷ୍ଟ୍ର ସଂଘର ଅଧ୍ୟକ୍ଷ ସେନେଗାଲ, ଜି20ର ଅଧ୍ୟକ୍ଷ ଇଣ୍ଡୋନେସିଆ ଏବଂ ଜି7 ରାଷ୍ଟ୍ର ସମୂହର ଅଧ୍ୟକ୍ଷ ଭାବେ ଜର୍ମାନୀ ସହଆୟୋଜକ ଭାବେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ମିଳିତ ଜାତିସଂଘର ମହାସଚିବ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଏବଂ ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।

ଏଥିପୂର୍ବରୁ ୨୨ ସେପ୍ଟେମ୍ବର ୨୦୨୧ରେ ରାଷ୍ଟ୍ରପତି ବାଇଡେନଙ୍କ ଦ୍ବାରା ଆୟୋଜିତ ପ୍ରଥମ ବିଶ୍ବ କୋଭିଡ ଭର୍ଚୁଆଲ ଶିଖର ସମ୍ମିଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଂଶଗ୍ରହଣ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘A New Example...’: Indian Railways Builds Pedestrian Subway Under Ahmedabad Track In Just 8 Hours

Media Coverage

‘A New Example...’: Indian Railways Builds Pedestrian Subway Under Ahmedabad Track In Just 8 Hours
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”