ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋସେଫ ବାଇଡେନଙ୍କ ସହ ଜାପାନର ହିରୋସୀମାଠାରେ ୨୦୨୩ ମେ ୨୦ ତାରିଖରେ ଅନୁଷ୍ଠିତ ବ୍ୟକ୍ତିଗତ ଉପସ୍ଥିତି ଆଧାରିତ ତୃତୀୟ କ୍ୱାଡ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ ।
ରାଷ୍ଟ୍ରନେତାମାନେ ଭାରତ - ପ୍ରଶାନ୍ତ କ୍ଷେତ୍ରର ବିକାଶ ପ୍ରସଙ୍ଗ ଉପରେ ଫଳପ୍ରଦ ଆଲୋଚନା କରିଥିଲେ ଯାହା ସେମାନଙ୍କର ସମଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ନୀତିଗତ ସ୍ୱାର୍ଥକୁ ଆହୁରି ମଜବୁତ କରିଥିଲା । ଏକ ମୁକ୍ତ, ଅବାଧ ଏବଂ ସମାବେଶୀ ଭାରତ - ପ୍ରଶାନ୍ତ କ୍ଷେତ୍ର ପ୍ରତି ନିଜ ନିଜର ଦୃଷ୍ଟିକୋଣ ଅନୁଯାୟୀ ସେମାନେ ସାର୍ବଭୌମତ୍ୱ, ପ୍ରାନ୍ତୀୟ ଅଖଣ୍ଡତା ଏବଂ ବିବାଦ ଗୁଡିକର ଶାନ୍ତିପୂର୍ଣ୍ଣ ସମାଧାନର ସିଦ୍ଧାନ୍ତଗୁଡିକୁ ବଜାୟ ରଖିବାର ମହତ୍ୱକୁ ଦୋହରାଇଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ କ୍ୱାଡ ରାଷ୍ଟ୍ର ନେତା ଦୃଷ୍ଟିପତ୍ର – “ଭାରତ - ପ୍ରଶାନ୍ତ କ୍ଷେତ୍ର ପାଇଁ ସ୍ଥାୟୀ ଭାଗୀଦାର” ଜାରି କରିଥିଲେ, ଯାହା ସେମାନଙ୍କର ବୈଚାରିକ ଦୃଷ୍ଟିକୋଣକୁ ସ୍ପଷ୍ଟ କରୁଛି ।
ଭାରତ - ପ୍ରଶାନ୍ତ କ୍ଷେତ୍ରର ଅଦମ୍ୟତା ଓ ସମୃଦ୍ଧିକୁ ସୁଦୃଢ କରିବା ନିମନ୍ତେ ରାଷ୍ଟ୍ର ନେତାମାନେ ନିମ୍ନଲିଖିତ ପଦକ୍ଷେପଗୁଡିକର ଘୋଷଣା କରିଥିଲେ, ଯାହା ଏହି କ୍ଷେତ୍ରର ବିକାଶ ପ୍ରାଥମିକତାଗୁଡିକୁ ପୂରଣ କରିବାରେ ସହାୟକ ହେବ:
କ) ସ୍ୱଚ୍ଛ ଇନ୍ଧନ ଯୋଗାଣ ଶୃଙ୍ଖଳ ପଦକ୍ଷେପ ଯାହା ଗବେଷଣା ଓ ବିକାଶରେ ସୁବିଧା ପ୍ରଦାନ କରିବା ସହିତ ଭାରତ - ପ୍ରଶାନ୍ତ କ୍ଷେତ୍ରରେ ଉର୍ଜା ରୁପାନ୍ତରଣକୁ ସମର୍ଥନ କରିବ । ଏହାଛଡା, ସ୍ୱଚ୍ଛ ଉର୍ଜା ଯୋଗାଣ ଶୃଙ୍ଖଳର ବିକାଶରେ ଏହି କ୍ଷେତ୍ର ସହିତ ସମ୍ପୃକ୍ତି ସମ୍ପର୍କରେ ମାର୍ଗଦର୍ଶନ କରିବା ନିମନ୍ତେ ସ୍ୱଚ୍ଛ ଉର୍ଜା ଯୋଗାଣ ଶୃଙ୍ଖଳଗୁଡିକ ସହ ଜଡିତ କ୍ୱାଡ ସିଦ୍ଧାନ୍ତଗୁଡିକୁ ଅନୁମୋଦନ କରାଯାଇଥିଲା ।
ଖ) କ୍ୱାଡ ଭିତିଭୂମି ଫେଲୋସିପ କାର୍ଯ୍ୟକ୍ରମ ଏହି କ୍ଷେତ୍ରର ନୀତି ନିର୍ଦ୍ଧାରକଗଣ ଏବଂ ଏହି କାର୍ଯ୍ୟରେ ସାମିଲ ଲୋକମାନଙ୍କୁ ନିଜ ନିଜ ଦେଶରେ ସ୍ଥାୟୀ ଏବଂ ବ୍ୟାବହାରିକ ଭିତିଭୂମୀର ଢାଂଚା ନିର୍ମାଣ ଏବଂ ପରିଚାଳନାରେ ସହାୟତା କରିବ ।
ଗ) ଗରୁତ୍ୱପୂର୍ଣ୍ଣ ନେଟୱର୍କଗୁଡିକୁ ସୁରକ୍ଷିତ ରଖିବା ଏବଂ ବିବିଧତା ଦେବା ନିମନ୍ତେ ସମୁଦ୍ର ମଧ୍ୟରେ କେବୁଲର ଢାଂଚା, ନିର୍ମାଣ, ବିଛାଇବା ତଥା ରକ୍ଷଣାବେକ୍ଷଣରେ କ୍ୱାଡର ସାମୁହିକ ବିଶେଷଜ୍ଞତାର ଲାଭ ଉଠାଇବା ସକାଶେ “କେବୁଲ ସଂଚାର ସମ୍ପର୍କ ଏବଂ ଅଦମ୍ୟତା ନିମନ୍ତେ ଭାଗିଦାରୀ”କାର୍ଯ୍ୟକ୍ରମ ।
ଘ) ପ୍ରଶାନ୍ତ କ୍ଷେତ୍ରରେ ପ୍ରଥମ ଥର ପାଇଁ ପଲାଓଠାରେ କ୍ଷୁଦ୍ର ଆକାରର ଓଆରଏଏନର ମୁତୟନକୁ କ୍ୱାଡର ସମର୍ଥନ । ନେତାମାନେ ମୁକ୍ତ, ସହ ସଂଚାଳିତ ଏବଂ ସୁରକ୍ଷିତ ଦୂର ସଂଚାର କ୍ଷେତ୍ରରେ ପୁଞ୍ଜିନିବେଶର ସମର୍ଥନ କରିବା ପାଇଁ ଓଆରଏଏନ୍ ସୁରକ୍ଷା ରିପୋର୍ଟ ମଧ୍ୟ ଜାରି କରିଥିଲେ ।
ଙ) ରଣନୈତିକ ପ୍ରଯୁକ୍ତି କ୍ଷେତ୍ରରେ ପୁଞ୍ଜିନିବେଶ ସୁବିଧା ପ୍ରଦାନ ପାଇଁ ଏକ ଘରୋଇ କ୍ଷେତ୍ର ନେତୃତ୍ୱାଧୀନ ମଂଚ ଭାବରେ କ୍ୱାଡ ନିବେଶକ ନେଟୱର୍କର ଶୁଭାରମ୍ଭ କରାଯାଇଛି ।
ଚ) ନୌବାଣିଜ୍ୟ କ୍ଷେତ୍ର ସମ୍ପର୍କରେ ସଚେତନତା ପାଇଁ ଭାରତ - ପ୍ରଶାନ୍ତ ଭାଗିଦାରୀର ଅଗ୍ରଗତୀକୁ କ୍ୱାଡ ନେତାମାନେ ସ୍ୱାଗତ କରିଥିଲେ, ଯାହା ସମ୍ପର୍କରେ ଗତ ବର୍ଷ ଟୋକିଓଠାରେ ଅନୁଷ୍ଠିତ ସମ୍ମିଳନୀରେ ଘୋଷଣା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅଧିନରେ ଦକ୍ଷିଣ ପୂର୍ବ ଏବଂ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ତଥ୍ୟ ଆଦାନ ପ୍ରଦାନ ଉପରେ ସେମାନେ ଅବଗତ ହୋଇଥିଲେ, ଯାହା ଖୁବ ଶୀଘ୍ର ଭାରତ ମହାସାଗର କ୍ଷେତ୍ରର ଭାଗୀଦାରମାନଙ୍କୁ ସାମିଲ କରିବ । ଏହି କ୍ଷେତ୍ର ସହ ଚାହିଦା ଭିତିକ ବିକାଶ ସହଯୋଗ ପ୍ରତି ଭାରତର ଆଭିମୁଖ୍ୟ କିପରି ଏହି ସବୁ ପ୍ରୟାସକୁ ଆଗେଇ ନେଉଛି ପ୍ରଧାନମନ୍ତ୍ରୀ ସେ ସବୁ ଉପରେ ଆଲୋକପାତ କରିଥିଲେ ।
ନେତାମାନେ ଜାତିସଂଘ, ଏହାର ଚାର୍ଟର ଏବଂ ଏହାର ଏଜେନ୍ସିଗୁଡିକର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବାର ଆବଶ୍ୟକତା ଉପରେ ସହମତି ପ୍ରକାଶ କରିଥିଲେ । ସେମାନେ ସ୍ଥାୟୀ ଏବଂ ଅସ୍ଥାୟୀ ଉଭୟ ଶ୍ରେଶୀରେ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟତାର ବିସ୍ତାର ସହିତ ବହୁପକ୍ଷୀୟ ବ୍ୟବସ୍ଥାକୁ ମଜବୁତ କରିବା ଏବଂ ଏଥିରେ ସଂସ୍କାର ଆଣିବା ଦିଗରେ ନିଜ ନିଜର ପ୍ରୟାସ ଜାରି ରଖିବା ପାଇଁ ସହମତ ହୋଇଥିଲେ ।
ପ୍ରଧାନମନ୍ତ୍ରୀ କ୍ୱାଡର ଗଠନମୂଳକ କାର୍ଯ୍ୟକ୍ରମଗୁଡିକୁ ଆହୁରି ମଜବୁତ କରିବା ଏବଂ ଏହି କ୍ଷେତ୍ର ପାଇଁ ବାସ୍ତବିକ ସଫଳତା ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ । ନେତାମାନେ ସେମାନଙ୍କର ନିୟମିତ ଆଲୋଚନା ଜାରି ରଖିବା ତଥା କ୍ୱାଡ କଥାବାର୍ତାର ଗତିଶୀଳତାକୁ ବଜାୟ ରଖିବା ପାଇଁ ସହମତ ହୋଇଥିଲେ । ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତୀ କ୍ୱାଡ ଶିଖର ସମ୍ମିଳନୀ ପାଇଁ ଭାରତ ଆସିବାକୁ ପ୍ରଧାନମନ୍ତ୍ରୀ କ୍ୱାଡ ନେତାମାନଙ୍କୁ ଆମନ୍ତ୍ରଣ କରିଥିଲେ ।
The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.
Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.
The Prime Minister posted on X;
Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.
An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi
Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.
— PMO India (@PMOIndia) August 31, 2026
An ex-gratia of Rs. 2 lakh from PMNRF would be given to the…


