ମାନ୍ୟଗଣ୍ୟ,

ସର୍ବପ୍ରଥମେ, ଜି -୭ ସମ୍ମିଳନୀର ସଫଳ ଆୟୋଜନ ପାଇଁ ମୁଁ ଜାପାନର ପ୍ରଧାନମନ୍ତ୍ରୀ ମାନ୍ୟବର କିଶିଦାଙ୍କୁ ଅଭିନନ୍ଦନ ଜଣାଉଛି । ବିଶ୍ୱ ଖାଦ୍ୟ ସୁରକ୍ଷା ପ୍ରସଙ୍ଗରେ ଏହି ଫୋରମ୍ ପାଇଁ ମୋର କିଛି ପରାମର୍ଶ ଅଛି:

ଏକ ଅନ୍ତର୍ଭୂକ୍ତି ଖାଦ୍ୟ ବ୍ୟବସ୍ଥା ଗଠନ ଯାହା ବିଶ୍ୱର ସବୁଠାରୁ ଅସୁରକ୍ଷିତ ଲୋକ, ବିଶେଷକରି କ୍ଷୁଦ୍ର ଚାଷୀମାନଙ୍କ ଉପରେ ଧ୍ୟାନ ଦେଇଥାଏ, ତାହା ଆମର ପ୍ରାଥମିକତା ହେବା ଉଚିତ୍‍ । ବିଶ୍ୱ ସାର ଯୋଗାଣ ଶୃଙ୍ଖଳାକୁ ମଜବୁତ କରିବାକୁ ପଡିବ । ଏଥିରେ ରାଜନୈତିକ ପ୍ରତିବନ୍ଧକକୁ ହଟାଇବାକୁ ପଡିବ । ସାର ସମ୍ବଳ ଦଖଲ କରୁଥିବା ବିସ୍ତାରବାଦୀ ମାନସିକତାକୁ ବନ୍ଦ କରିବାକୁ ପଡିବ । ଏହା ଆମର ସହଯୋଗର ଉଦ୍ଦେଶ୍ୟ ହେବା ଉଚିତ୍‍ ।

ଅମେ ସାରା ବିଶ୍ୱରେ ସାରର ବିକଳ୍ପ ଭାବରେ ପ୍ରାକୃତିକ ଚାଷର ଏକ ନୂତନ ମଡେଲ୍ ସୃଷ୍ଟି କରିପାରିବା । ମୁଁ ବିଶ୍ୱାସ କରେ ଯେ ବିଶ୍ୱର ପ୍ରତ୍ୟେକ ଚାଷୀଙ୍କ ନିକଟରେ ଡିଜିଟାଲ୍ ଜ୍ଞାନକୌଶଳର ଲାଭ ପହଞ୍ଚାଇବା ଉଚିତ । ଜୈବିକ ଖାଦ୍ୟକୁ ଫ୍ୟାଶନ ଷ୍ଟେଟମେଣ୍ଟ ଏବଂ ବାଣିଜ୍ୟରୁ ଅଲଗା କରିବା ଏବଂ ଏହାକୁ ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ସହିତ ଯୋଡିବା ଆମର ପ୍ରୟାସ ହେବା ଉଚିତ୍‍ ।

ଜାତିସଂଘ ୨୦୨୩ କୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରିଛି । ମିଲେଟ୍ ଏକାସାଙ୍ଗରେ ପୁଷ୍ଟିକର ଖାଦ୍ୟ, ଜଳବାୟୁ ପରିବର୍ତ୍ତନ, ଜଳ ସଂରକ୍ଷଣ ଏବଂ ଖାଦ୍ୟ ନିରାପତ୍ତାର ଆହ୍ୱାନକୁ ସମାଧାନ କରିଥାଏ । ଏହା ଉପରେ ସଚେତନତା ସୃଷ୍ଟି କରାଯିବା ଉଚିତ । ଖାଦ୍ୟ ଅପଚୟକୁ ରୋକିବା ଆମର ସାମୂହିକ ଦାୟିତ୍ୱ ହେବା ଉଚିତ୍‍ । ସ୍ଥାୟୀ ବିଶ୍ୱ ଖାଦ୍ୟ ସୁରକ୍ଷା ପାଇଁ ଏହା ଜରୁରୀ ଅଟେ ।

ମାନ୍ୟଗଣ୍ୟ,

କୋଭିଡ ମାନବିକତାର ସହଯୋଗ ଏବଂ ସାହାଯ୍ୟର ଦୃଷ୍ଟିକୋଣକୁ ଚ୍ୟାଲେଞ୍ଜ କରିଛି । ଟିକା ଏବଂ ଔଷଧର ଉପଲବ୍ଧତା ମାନବ କଲ୍ୟାଣ ପରିବର୍ତ୍ତେ ରାଜନୀତି ସହିତ ଜଡିତ ଥିଲା । ଭବିଷ୍ୟତରେ ସ୍ୱାସ୍ଥ୍ୟ ନିରାପତ୍ତାର କେଉଁ ପ୍ରକାର ହେବା ଉଚିତ ତାହା ଉପରେ ଆତ୍ମଚିନ୍ତନ ହେବା ଆବଶ୍ୟକ । ଏହି ବିଷୟ ଉପରେ ମୋର କିଛି ପରାମର୍ଶ ଅଛି:

ସ୍ଥାୟୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପ୍ରତିଷ୍ଠା ଆମର ପ୍ରାଥମିକତା ହେବା ଉଚିତ

ଉତ୍ତମ ସ୍ୱାସ୍ଥ୍ୟସେବା ଆମର ମୂଳ ଲକ୍ଷ୍ୟ ହେବା ଉଚିତ୍‍ । ପାରମ୍ପାରିକ ଔଷଧର ପ୍ରସାର, ବିସ୍ତାର ଏବଂ ମିଳିତ ଗବେଷଣା ଆମର ସହଯୋଗର ଲକ୍ଷ୍ୟ ହେବା ଉଚିତ୍‍ ।

ଗୋଟିଏ ପୃଥିବୀ - ଗୋଟିଏ ସ୍ୱାସ୍ଥ୍ୟ ହେଉଛି ଆମର ନୀତି, ଏବଂ ଡିଜିଟାଲ୍ ସ୍ୱାସ୍ଥ୍ୟ, ସାର୍ବଜନିନ ସ୍ୱାସ୍ଥ୍ୟ ସେବା ପ୍ରଦାନ ଆମର ଲକ୍ଷ୍ୟ ହେବା ଉଚିତ୍‍ ।

ଆମର ପ୍ରାଥମିକତା ମାନବ ସେବାରେ ଡାକ୍ତର ଏବଂ ନର୍ସମାନଙ୍କର ଗତିଶୀଳତା ରହିବା ଉଚିତ ।

ମାନ୍ୟଗଣ୍ୟ,

ମୁଁ ବିଶ୍ୱାସ କରେ ବିକାଶର ମଡେଲ ବିକାଶ ପାଇଁ ବାଟ ଖୋଲିବା ଉଚିତ ଏବଂ ବିକାଶଶୀଳ ଦେଶଗୁଡିକର ପ୍ରଗତିରେ ବାଧା ସୃଷ୍ଟି କରିବା ଉଚିତ୍‍ ନୁହେଁ । ଖାଉଟି ବ୍ୟବସ୍ଥା ଦ୍ୱାରା ଅନୁପ୍ରାଣିତ ବିକାଶ ମଡେଲକୁ ପରିବର୍ତ୍ତନ କରିବାକୁ ପଡିବ । ପ୍ରାକୃତିକ ସମ୍ପଦର ସାମଗ୍ରିକ ବ୍ୟବହାର ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି । ଆମକୁ ଏକତ୍ର ବିକାଶ, ପ୍ରଯୁକ୍ତିବିଦ୍ୟା ଏବଂ ଗଣତନ୍ତ୍ର ଉପରେ ଧ୍ୟାନ ଦେବାକୁ ପଡିବ । ଜ୍ଞାନକୌଶଳକୁ ଗଣତାନ୍ତ୍ରିକରଣ କରିବା ଆବଶ୍ୟକ । ଜ୍ଞାନକୌଶଳ ବିକାଶ ଏବଂ ଗଣତନ୍ତ୍ର ମଧ୍ୟରେ ଏକ ସେତୁ ହୋଇପାରେ । 

ମାନ୍ୟଗଣ୍ୟ,

ଆଜି ମହିଳା ବିକାଶ ଭାରତରେ ଆଲୋଚନାର ବିଷୟ ନୁହେଁ, କାରଣ ଆଜି ଆମେ ମହିଳା ଭିତ୍ତିକ ବିକାଶରେ ଅଗ୍ରଣୀ ଅଟୁ । ଭାରତର ରାଷ୍ଟ୍ରପତି ଜଣେ ମହିଳା ଯିଏ ଏକ ଆଦିବାସୀ ଅଞ୍ଚଳରୁ ଆସିଛନ୍ତି । ତୃଣମୂଳ ସ୍ତରରେ ୩୩ ପ୍ରତିଶତ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ । ସେଗୁଡ଼ିକ ଆମର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାର ଏକ ଅବିଚ୍ଛେଦ୍ୟ ଅଙ୍ଗ । କିନ୍ନର ବ୍ୟକ୍ତିଙ୍କ ଅଧିକାର ନିଶ୍ଚିତ କରିବାକୁ ଆମେ ଆଇନ ପ୍ରସ୍ତୁତ କରିଛୁ । ଆପଣ ଜାଣି ଖୁସି ହେବେ ଯେ ଭାରତରେ ଏକ ରେଳ ଷ୍ଟେସନ ଅଛି ଯାହା ସଂପୂର୍ଣ୍ଣ ରୂପେ କିନ୍ନରମାନଙ୍କ ଦ୍ୱାରା ପରିଚାଳିତ ।

ମାନ୍ୟଗଣ୍ୟ,

ମୁଁ ନିଶ୍ଚିତ ଯେ ଆଜି ଆମର ଆଲୋଚନା ଜି୨୦ ଏବଂ ଜି୭ ର ଏଜେଣ୍ଡା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ସୃଷ୍ଟି କରିବାରେ ଉପଯୋଗୀ ହେବ ଏବଂ ଗ୍ଲୋବାଲ୍ ସାଉଥ୍ ର ଆଶା ଏବଂ ଆଙ୍କାକ୍ଷାକୁ ପ୍ରାଥମିକତା ଦେବାରେ ସଫଳ ହେବ ।

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India leads globally in renewable energy; records highest-ever 31.25 GW non-fossil addition in FY 25-26: Pralhad Joshi.

Media Coverage

India leads globally in renewable energy; records highest-ever 31.25 GW non-fossil addition in FY 25-26: Pralhad Joshi.
NM on the go

Nm on the go

Always be the first to hear from the PM. Get the App Now!
...
PM Modi hails the commencement of 20th Session of UNESCO’s Committee on Intangible Cultural Heritage in India
December 08, 2025

The Prime Minister has expressed immense joy on the commencement of the 20th Session of the Committee on Intangible Cultural Heritage of UNESCO in India. He said that the forum has brought together delegates from over 150 nations with a shared vision to protect and popularise living traditions across the world.

The Prime Minister stated that India is glad to host this important gathering, especially at the historic Red Fort. He added that the occasion reflects India’s commitment to harnessing the power of culture to connect societies and generations.

The Prime Minister wrote on X;

“It is a matter of immense joy that the 20th Session of UNESCO’s Committee on Intangible Cultural Heritage has commenced in India. This forum has brought together delegates from over 150 nations with a vision to protect and popularise our shared living traditions. India is glad to host this gathering, and that too at the Red Fort. It also reflects our commitment to harnessing the power of culture to connect societies and generations.

@UNESCO”