ମାନ୍ୟବର,

ଏତେ କମ ସମୟ ଅବଧିରେ ଏହି ବିଶେଷ ଆଲୋଚନାରେ ସାମିଲ ହୋଇଥିବାରୁ ଆପଣ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

ବିଶେଷ କରି ନିଜ ସର୍ଜରୀ ପରେ ଆମ ସହ ସାମିଲ ହୋଇଥିବାରୁ ଆମ ବନ୍ଧୁ ପ୍ରଧାନମନ୍ତ୍ରୀ ଓଲିଙ୍କୁ ଧନ୍ୟବାଦ ଜଣାଉଛି । ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ରାଷ୍ଟ୍ରପତି ଅସରଫ ଘନିଙ୍କୁ ସଦ୍ୟ ସମାପ୍ତ ହୋଇଥିବା ପୁନଃ-ନିର୍ବାଚନ ପାଇଁ ଅଭିନନ୍ଦନ ଜଣାଉଛି ।

ଆମ ସହ ଥିବା ସାର୍କର ନୂଆ ମହାସଚିବଙ୍କୁ ସ୍ୱାଗତ ଜଣାଉଛି । ଗାନ୍ଧିନଗର ସାର୍କ ବିପର୍ଯ୍ୟୟ ପ୍ରବନ୍ଧନ କେନ୍ଦ୍ର ନିର୍ଦ୍ଦେଶକଙ୍କ ଉପସ୍ଥିତିକୁ ସ୍ୱାଗତ ଜଣାଉଛି ।

ମାନ୍ୟବର,

ଆମେ ଜାଣିଛେ ଯେ, କୋଭିଡ-19କୁ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ମହାମାରୀ ଭାବେ ବର୍ଗୀକୃତ କରାଯାଇଛି । ଏଯାବତ, ଆମ ଅଞ୍ଚଳରେ 150ରୁ କମ୍ ମାମଲା ପଞ୍ଜିକୃତ ହୋଇଛି । ତେବେ ସତର୍କ ରହିବାର ଆବଶ୍ୟକତା ରହିଛି । ବିଶ୍ୱ ଜନସଂଖ୍ୟାର ପ୍ରାୟ ଏକ ପଞ୍ଚମାଂଶ ଆମ କ୍ଷେତ୍ରରେ ବସବାସ କରନ୍ତି । ଜନସଂଖ୍ୟାର ଘନତ୍ୱ ମଧ୍ୟ ଏଠାରେ ଅଧିକ । ବିକାଶଶୀଳ ଦେଶ ଭାବେ ସ୍ୱାସ୍ଥ୍ୟ ସୁବିଧା ଆମ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଆମ ଦେଶର ନାଗରିକଙ୍କ ମଧ୍ୟରେ ଥିବା ସମ୍ପର୍କ ବେଶ ପ୍ରାଚୀନ ଓ ଆମ ସମାଜ ପରସ୍ପର ସହ ଘନିଷ୍ଠ ଭାବେ ଜଡିତ । ତେଣୁ ଆମ ସମସ୍ତଙ୍କୁ ଏକାଠି ପ୍ରସ୍ତୁତ ରହିବା ସହ, ଏକାଠି କାମ କରିବାକୁ ପଡିବ ସଫଳ ହେବାକୁ ପଡିବ ।

ମାନ୍ୟବର,

ଏହି ଆହ୍ୱାନର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଥିବା ବେଳେ ଏହି ଭାଇରସ ବିସ୍ତାରର ମୁକାବିଲା କରିବାରେ ଭାରତର ଅଭିଜ୍ଞତା ଆପଣମାନଙ୍କ ସହ ସଂକ୍ଷେପରେ ବାଣ୍ଟିବାକୁ ଚାହୁଁଛି । ପ୍ରସ୍ତୁତ ହେବା, ହେଲେ ଆତଙ୍କିତ ହେବା ନାହିଁ ଆମର ମାର୍ଗଦର୍ଶୀ ମନ୍ତ୍ର ସାଜିଛି । ଏହି ସମସ୍ୟାକୁ ଛୋଟ ନଭାବିବା ପାଇଁ ସତର୍କ ଥିଲୁ ଓ ଏହାର ମୁକାବିଲା ପାଇଁ ଆଖିବୁଜା ପଦକ୍ଷେପ ନେଇ ନଥିଲୁ । ଶ୍ରେଣୀବଦ୍ଧ ପ୍ରତିକ୍ରିୟା ତନ୍ତ୍ର ସହ ସକ୍ରିୟ ପଦକ୍ଷେପ ନେବାକୁ ଉଦ୍ୟମ କରିଥିଲୁ । ଜାନୁୟାରୀ ମଧ୍ୟ ଭାଗରୁ ଭାରତକୁ ପ୍ରବେଶ ବେଳେ ସ୍କ୍ରିନିଂ ଆରମ୍ଭ କରିଥିବା ବେଳେ ଧୀରେ ଧୀରେ ଭ୍ରମଣ ଉପରେ ପ୍ରତିବନ୍ଧକ ଜାରି କରିଥିଲୁ । କ୍ରମାନ୍ୱୟରେ ପଦକ୍ଷେପ ନେଇଥିବାରୁ ଆମେ ଆତଙ୍କିତ ହେବାରୁ ବର୍ତ୍ତି ପାରିଥିଲୁ । ଟିଭି, ଛାପା ଓ ସାମାଜିକ ଗଣମାଧ୍ୟମରେ ଜନ ସଚେତନତା ଅଭିଯାନକୁ ପ୍ରୋତ୍ସାହନ ଦେଇଥିଲୁ । ସମ୍ବେଦନଶୀଳ ଗୋଷ୍ଠୀଙ୍କ ନିକଟରେ ପହଁଚିବାକୁ ପ୍ରୟାସ କରିଛୁ । ସାରା ଦେଶରେ ମେଡିକାଲ କର୍ମଚାରୀଙ୍କୁ ପ୍ରଶିକ୍ଷିତ କରିବା ସହ ଭିତ୍ତିଭୂମି ମଜବୁତ କରିବାକୁ ଉଦ୍ୟମ କରିଥିଲୁ । ନିଦାନ ଦକ୍ଷତା ମଧ୍ୟ ବୃଦ୍ଧି କରିଛୁ । ଦୁଇ ମାସ ମଧ୍ୟରେ ଆମେ ସାରା ଦେଶରେ 60ରୁ ଅଧିକ ପ୍ରୟୋଗଶାଳାରେ ପରୀକ୍ଷଣ ବ୍ୟବସ୍ଥା କରିପାରିଛୁ । ଏହି ମହାମାରୀର ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ପ୍ରୋଟୋକଲ ତିଆରି କରିଛୁ । ଯେପରିକି ପ୍ରବେଶ ସ୍ଥାନରେ ଯାଞ୍ଚ, ସନ୍ଦିଗ୍ଧ ମାମଲା ସମ୍ପର୍କରେ ସନ୍ଧାନ, କ୍ୱାରାଣ୍ଟାଇନ ଓ ପୃଥକ ରହିବା ସୁବିଧା ବ୍ୟବସ୍ଥା ଓ ସନ୍ଦେହମୁକ୍ତ ମାମଲାରେ ଡିସଚାର୍ଜ କରିବା ଆଦି । ବିଦେଶରେ ଥିବା ଭାରତୀୟଙ୍କ ସମସ୍ୟା ଶୁଣିଥିଲୁ । ବିଭିନ୍ନ ଦେଶରେ ଥିବା ପ୍ରାୟ 1400 ଭାରତୀୟଙ୍କୁ ଉଦ୍ଧାର କରିଥିଲୁ । ପଡୋଶୀର ପ୍ରଥମ ନୀତି ଅନୁଯାୟୀ ଆମେ ଆପଣଙ୍କ ଦେଶର କିଛି ନାଗରିକଙ୍କୁ ସାହାଯ୍ୟ କରିଥିଲୁ । ଏବେ ଆମେ ଏ ପ୍ରକାର ଉଦ୍ଧାର କାର୍ଯ୍ୟ ପାଇଁ ଏକ ପ୍ରୋଟୋକଲ ତିଆରି କରିଛୁ, ଯେଉଁଥିରେ ବିଦେଶରେ ମୁତୟନ ମୋବାଇଲ ଟିମ୍ ଦ୍ୱାରା ଯାଞ୍ଚ ସାମିଲ ରହିଛି । ଭାରତରେ ଥିବା ବିଦେଶୀ ନାଗରିକଙ୍କ ପାଇଁ ସେହି ଦେଶଗୁଡିକ ଚିନ୍ତିତ ଥିବେ ବୋଲି ଭାବି ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ ଆମେ ନେଉଥିବା ପଦକ୍ଷେପ ସମ୍ପର୍କରେ ଜଣାଇଛୁ ।

ମାନ୍ୟବର,

ଆମେ ସ୍ୱୀକାର କରୁଛୁ ଯେ, ଏବେ ଆମେ ଅଜଣା ସ୍ଥିତିରେ ଅଛୁ । ନିଶ୍ଚିତ ଭାବେ ଅନୁମାନ କରି ହେବ ନାହିଁ ଯେ, ସର୍ବୋତ୍ତମ ଉଦ୍ୟମ ସତ୍ତ୍ୱେ ବି ଆଗକୁ ସ୍ଥିତି କେମିତି ରହିବ । ଆପଣମାନେ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବେ । ତେଣୁ ନିଜ ଦୃଷ୍ଟିକୋଣ ବାଣ୍ଟିବା ସମସ୍ତଙ୍କ ପାଇଁ ମୂଲ୍ୟବାନ ସାବ୍ୟସ୍ତ ହେବ ।

ଆପଣମାନଙ୍କ ବକ୍ତବ୍ୟ ଶୁଣିବା ପାଇଁ ମୁଁ ଅପେକ୍ଷାରତ ।

ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth