There is so much that we share: Shared Values & Ideals, Shared Spirit of Enterprise & Innovation, Shared Opportunities & Challenges, Shared Hopes & Aspirations, says PM at #NamasteTrump
India and the US are natural partners: PM Modi at #NamasteTrump
Not only the Indo-Pacific region, partnership between India and US augurs well for peace, progress and security for the entire world: PM Modi at #NamasteTrump

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

ନମସ୍ତେ ଟ୍ରମ୍ପ, ନମସ୍ତେ ଟ୍ରମ୍ପ । ମୁଁ କହିବି, ଭାରତ-ଆମେରିକା ବନ୍ଧୁତା । ଆପଣମାନେ କହିବେ, ଜିନ୍ଦାବାଦ-ଜିନ୍ଦାବାଦ । ଭାରତ-ଆମେରିକା ବନ୍ଧୁତା, ଭାରତ ଆମେରିକା ବନ୍ଧୁତା, ଭାରତ ଆମେରିକା ବନ୍ଧୁତା!

ନମସ୍ତେ,

ଆଜି ମୋଟେରା ଷ୍ଟାଡିୟମରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି । ଆଜି ଆମେ ଇତିହାସର ପୁନରାବୃତି ହେବା ଦେଖିପାରୁଛୁ । ପାଞ୍ଚ ମାସ ପୂର୍ବରୁ ମୁଁ ଆମେରିକା ଗସ୍ତ ଆରମ୍ଭରେ ହଷ୍ଟନରେ ଅନୁଷ୍ଠିତ ହାଓଡି ମୋଦୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲି ଏବଂ ଆଜି ମୋର ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଐତିହାସିକ ଭାରତ ଯାତ୍ରାର ଆରମ୍ଭ ଅହମଦାବାଦରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରୁ କରୁଛନ୍ତି । ଆପଣମାନେ କଳ୍ପନା କରିପାରୁଥିବେ, ସେ ଆମେରିକାରୁ ସିଧାସଳଖ ଏଠାରେ ଆସି ପହଁଚିଛନ୍ତି । ଏତେ ଲମ୍ବା ଯାତ୍ରା ପରେ ଭାରତରେ ଓହ୍ଲାଇବା କ୍ଷଣି ରାଷ୍ଟ୍ରପତି ଓ ତାଙ୍କ ପରିବାର ସିଧାସଳଖ ସାବରମତୀ ଆଶ୍ରମକୁ ଯାଇଥିଲେ । ଏହାପରେ ଏଠାକୁ ଆସିଛନ୍ତି । ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଆପଣମାନଙ୍କୁ ସ୍ୱାଗତ । ଏହା ଗୁଜରାଟର ମାଟି ହୋଇଥିଲେ ବି ଆପଣଙ୍କୁ ସମଗ୍ର ହିନ୍ଦୁସ୍ତାନ ଉତ୍ସାହର ସହ ସ୍ୱାଗତ କରୁଛି । ଏହି ଉତ୍ସାହ, ଆକାଶ ପର୍ଯ୍ୟନ୍ତ ଗୁଞ୍ଜରିତ ହେଉଥିବା ସ୍ୱର, ସମ୍ପୂର୍ଣ୍ଣ ବାତାବରଣ ବିମାନ ବନ୍ଦରଠାରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ, ସମ୍ପୂର୍ଣ୍ଣ ଭାବେ ଭାରତୀୟ ବିବିଧତାର ରଙ୍ଗରେ ରଙ୍ଗାୟିତ ହୋଇଛି । ଆହୁରି ଏସବୁ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ, ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ, ଇଭାଙ୍କା ଓ ଜାରେଦଙ୍କ ଉପସ୍ଥିତି, ରାଷ୍ଟ୍ରପତି ଟ୍ରମ୍ପ ନିଜ ପରିବାର ସହ ଏଠାକୁ ଆସିବା ଭାରତ-ଆମେରିକା ସମ୍ପର୍କକୁ ଏକ ପରିବାର ଭଳି ମଧୁରତା ଓ ଘନିଷ୍ଠତାର ପରିଚୟ ଦେଉଛି । ଭାରତ-ଆମେରିକା ସମ୍ପର୍କ କେବଳ ଏକ ଭାଗିଦାରୀ ନୁହେଁ, ଏହାଠାରୁ ଊଦ୍ଧ୍ୱର୍ରେ, ଏକ ବ୍ୟାପକ ଏବଂ ନିବିଡ଼ ସମ୍ପର୍କ । ଏହି କାର୍ଯ୍ୟକ୍ରମ ନାଁ ରଖାଯାଇଛି- ‘ନମସ୍ତେ’ ଯାହାର ଅର୍ଥ ଅତ୍ୟନ୍ତ ଗଭୀର । ଏହା ବିଶ୍ୱର ପ୍ରାଚୀନତମ ଭାଷା ସଂସ୍କୃତର ଏକ ଶବ୍ଦ ।

 

 

ଏହାର ଭାବ ହେଉଛି କେବଳ ବ୍ୟକ୍ତିକୁ ନୁହେଁ ବରଂ ତା’ ଭିତରେ ଥିବା ଦିବ୍ୟତ୍ୱକୁ ଆମେ ପ୍ରଣାମ କରୁଛୁ । ଏପରି ଭବ୍ୟ ସମାରୋହ ପାଇଁ ଗୁଜରାଟବାସୀଙ୍କୁ, ଗୁଜରାଟରେ ରହୁଥିବା ଅନ୍ୟ ରାଜ୍ୟର ଲୋକମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ରାଷ୍ଟ୍ରପତି ମହୋଦୟ, ବନ୍ଧୁଗଣ, ଆଜି ଆପଣମାନେ ଏହି ଭୂମିରେ ଏକତ୍ରିତ ହୋଇଛନ୍ତି ଯେଉଁଠି 5 ହଜାର ବର୍ଷ ପୁରୁଣା ଯୋଜନାବଦ୍ଧ ସହର ଧୋଲାବିରା ଥିଲା । କେବଳ ସେତିକି ନୁହେଁ ପୁରୁଣା ଲୋଥଲ ବନ୍ଦର ମଧ୍ୟ ଏଠାରେ ଥିଲା । ଆଜି ଆପଣମାନେ ସେହି ସାବରମତୀ ନଦୀ ତଟରେ ଉପସ୍ଥିତ ହୋଇଛନ୍ତି ଯାହାର ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଥିଲା । ଆଜି ଆପଣମାନେ ବିବିଧତାପୂର୍ଣ୍ଣ ସେହି ଭାରତରେ ଅଛନ୍ତି ଯେଉଁଠି ଶତାଧିକ ଭାଷାର ପ୍ରଚଳନ ରହିଛି । ଶତାଧିକ ଢଙ୍ଗର ବେଶପୋଷାକ ରହିଛି, ଖାଦ୍ୟପେୟ ରହିଛି, ଅନେକ ପନ୍ଥ ଓ ସମୁଦାୟ ରହିଛି । ଆମର ଏହି ସମୃଦ୍ଧ ବିବିଧତା, ବିବିଧତା ମଧ୍ୟରେ ଏକତା ଏବଂ ଜୀବନ୍ତ ଏକତା ଭାରତ ଓ ଆମେରିକା ମଧ୍ୟରେ ସୁଦୃଢ଼ ସମ୍ପର୍କର ବହୁତ ବଡ଼ ଆଧାର । ଗୋଟିଏ ସ୍ୱାଧୀନତାର ଭୂମି ହୋଇଥିବା ବେଳେ ଅନ୍ୟଟି ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ବୋଲି ଗ୍ରହଣ କରିଥାଏ । ଜଣେ ଷ୍ଟାଚ୍ୟୁ ଅଫ ଲିବର୍ଟିକୁ ନେଇ ଗର୍ବିତ, ଅନ୍ୟଟି ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ସର୍ଦ୍ଦାର ପଟେଲଙ୍କ ଷ୍ଟାଚ୍ୟୁ ଅଫ ୟୁନିଟିର ଗୌରବକୁ ବହନ କରୁଛି । ସହଭାଗୀ ବିଚାର ଓ ମୂଲ୍ୟବୋଧ, ଉଦ୍ୟମିତା ଓ ନବୋନ୍ମେଷ ପାଇଁ ସହଭାଗୀ ଭାବନା, ସହଭାଗୀ ସମ୍ଭାବନା ଓ ଆହ୍ୱାନ, ଆଶା ଓ ଆକାଂକ୍ଷା ଆଦି ଆମ ଭିତରେ ଅନେକ ସାମଞ୍ଜସ୍ୟ ରହିଛି । ମୁଁ ଆନନ୍ଦିତ ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱରେ ଭାରତ ଓ ଆମେରିକା ବନ୍ଧୁତ୍ୱ ଆହୁରି ଅଧିକ ନିବିଡ଼ ହୋଇଛି । ସେଥିପାଇଁ ରାଷ୍ଟ୍ରପତି ଟମ୍ପଙ୍କ ଏହି ଗସ୍ତ ଭାରତ ଓ ଆମେରିକା ସମ୍ପର୍କର ଏକ ନୂତନ ଅଧ୍ୟାୟ । ଏପରି ଏକ ଅଧ୍ୟାୟ ଯାହା ଆମେରିକା ଓ ଭାରତର ଲୋକମାନଙ୍କ ପାଇଁ ପ୍ରଗତି ଓ ସମୃଦ୍ଧିର ନୂତନ ଦସ୍ତାବିଜ ହେବ ।

 

 

ବନ୍ଧୁଗଣ,

ରାଷ୍ଟ୍ରପତି ଟ୍ରମ୍ପ ବ୍ୟାପକ ଭାବେ ଚିନ୍ତା କରିଥାନ୍ତି ଏବଂ ଆମେରିକୀୟ ସ୍ୱପ୍ନକୁ ସାକାର କରିବା ଲାଗି ସେ ଯାହା କିଛି କରିଛନ୍ତି ବିଶ୍ୱ ତାହା ଖୁବ ଭଲ ଭାବେ ଜାଣିଛି । ଆଜି ଆମେ ସମ୍ପୂର୍ଣ୍ଣ ଟ୍ରମ୍ପ ପରିବାରକୁ ଅଭିନନ୍ଦନ ଜଣାଉଛୁ, ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଏଠାକୁ ଆସିବା ଆମ ପାଇଁ ବହୁତ ବଡ଼ ସମ୍ମାନର ବିଷୟ । ସୁସ୍ଥ ଓ ସୁଖଦ ଆମେରିକା ନିର୍ମାଣ ଲାଗି ଆପଣ ଯାହା କରିଛନ୍ତି ତା’ର ଉତ୍ତମ ପରିଣାମ ମିଳୁଛି । ସମାଜରେ ପିଲାମାନଙ୍କ ପାଇଁ ଆପଣ ଯାହା କରୁଛନ୍ତି ତାହା ପ୍ରଶଂସନୀୟ । ଆପଣ କୁହନ୍ତି-ଶ୍ରେଷ୍ଠ ହୁଅ! ଆପଣ ଅନୁଭବ କରିଥିବେ ଯେ ଆଜିର ସ୍ୱାଗତ ସମାରୋହରେ ମଧ୍ୟ ଲୋକମାନଙ୍କର ଏହି ଭାବନା ପ୍ରକଟିତ ହୋଇଥିଲା । ଇଭାଙ୍କା! ଦୁଇ ବର୍ଷ ପୂର୍ବେ ଆପଣ ଭାରତ ଆସିଥିଲେ, ସେତେବେଳେ ଆପଣ ପୁଣିଥରେ ଭାରତ ଆସିବାକୁ ପସନ୍ଦ କରିବେ ବୋଲି କହିଥିଲେ । ମୁଁ ଖୁସି ଯେ ଆପଣ ଆଜି ଆମ ଗହଣରେ ଅଛନ୍ତି, ଆପଣଙ୍କୁ ସ୍ୱାଗତ । ଜାରେଦ ଆପଣଙ୍କ ବିଶେଷତ୍ୱ ହେଉଛି ଆପଣ ଲୋକପ୍ରସିଦ୍ଧି ଠାରୁ ଦୂରରେ ରୁହନ୍ତି କିନ୍ତୁ ଆପଣ ଯେଉଁ କାମ କରନ୍ତି, ତା’ର ବହୁତ ବଡ଼ ପ୍ରଭାବ ପଡ଼ିଥାଏ, ଦୂରଗାମୀ ପରିଣାମ ମିଳିଥାଏ । ଯେତେବେଳେ ଆପଣଙ୍କ ସହ ସାକ୍ଷାତର ସୁଯୋଗ ମିଳିଛି ଆପଣ ନିଜ ଭାରତୀୟ ବନ୍ଧୁଙ୍କ ବିଷୟରେ ବିଶେଷ ଆଲୋଚନା କରିଛନ୍ତି । ଆପଣଙ୍କୁ ଭେଟି, ଆଜି ଆପଣଙ୍କୁ ଏଠାରେ ଦେଖି ମୁଁ ଅତି ଆନନ୍ଦିତ ।

ବନ୍ଧୁଗଣ, ଆଜି ଏହି ମଞ୍ଚରୁ ପ୍ରତ୍ୟେକ ଭାରତୀୟ ଓ ଆମେରିକା ସମେତ ସାରା ବିଶ୍ୱ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶୁଣିବାକୁ ଚାହୁଁଛି । ତାଙ୍କର ଉଦବୋଧନ ପରେ ତାଙ୍କୁ ଧନ୍ୟବାଦ ଜଣାଇ ଆପଣମାନଙ୍କ ସହିତ ଆହୁରି କିଛି କଥା ହେବି ।

ମୁଁ 130 କୋଟି ଭାରତୀୟଙ୍କ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନିମନ୍ତ୍ରଣ କରୁଛି । ବନ୍ଧୁଗଣ, ମୁଁ ଆପଣମାନଙ୍କ ସମ୍ମୁଖରେ ମୋର ବନ୍ଧୁ ଓ ଭାରତର ବନ୍ଧୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଶ୍ରୀ ଡୋନାଲ୍ଡ ଟ୍ରମ୍ପଙ୍କୁ ସ୍ୱାଗତ କରୁଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM SVANidhi Success Story: How Modi Govt’s street vendor scheme transformed more than 75 lakh lives across Bharat

Media Coverage

PM SVANidhi Success Story: How Modi Govt’s street vendor scheme transformed more than 75 lakh lives across Bharat
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights six years of PM SVANidhi scheme and extends best wishes to beneficiaries
June 01, 2026

The Prime Minister, Shri Narendra Modi, today highlighted six years of the PM SVANidhi scheme and underscored its role in transforming the lives of street vendors across the country.

The Prime Minister noted that the scheme has ensured access to collateral-free credit, financial inclusion and new opportunities for growth for countless street vendors. He said that PM SVANidhi is a scheme rooted in trust, dignity and empowerment.

Extending his best wishes to all beneficiaries, the Prime Minister lauded their determination and enterprise, stating that their efforts continue to strengthen the nation’s economy.

In a post on X, the Prime Minister said:

“Today we mark #6YearsofPMSVANidhi, a scheme which has transformed the lives of countless street vendors by ensuring access to collateral-free credit, financial inclusion and new opportunities for growth. This scheme is all about trust, dignity and empowerment. My best wishes to all beneficiaries whose determination and enterprise continue to strengthen our nation’s economy.”