ହିମାଚଳ ପ୍ରଦେଶର ଲୋକମାନେ ଆହ୍ୱାନକୁ ସୁଯୋଗରେ ପରିଣତ କରିଛନ୍ତି
“ଡବଲ ଇଞ୍ଜିନ ସରକାରଙ୍କ ପଦକ୍ଷେପ ପରେ ଗ୍ରାମ୍ୟ ସଡ଼କ, ରାଜପଥ ପ୍ରଶସ୍ତିକରଣ, ରେଳ ନେଟୱାର୍କର ସମ୍ପ୍ରସାରଣ ଏବଂ ଫଳାଫଳ ବର୍ତ୍ତମାନ ଦୃଶ୍ୟମାନ ହେଉଛି”
“ସଚ୍ଚୋଟ ନେତୃତ୍ୱ, ଶାନ୍ତି ପ୍ରେମୀ ପରିବେଶ, ଦେବା ଦେବୀଙ୍କ ଆଶୀର୍ବାଦ ଏବଂ କଠିନ ପରିଶ୍ରମ କରୁଥିବା ହିମାଚଳର ଲୋକ, ଏସବୁ ତୁଳନାତ୍ମକ ନୁହେଁ । ଦ୍ରୁତ ବିକାଶ ପାଇଁ ହିମାଚଳ ସବୁକିଛି ଆବଶ୍ୟକ କରୁଛି ।”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାର୍ତ୍ତାରେ ହିମାଚଳ ପ୍ରଦେଶର ୭୫ ତମ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ସ୍ୱାଧୀନତାର ୭୫ ତମ ବର୍ଷରେ ୭୫ ତମ ପ୍ରତିଷ୍ଠା ଦିବସ ଆସିବା ଖୁସିର କଥା ବୋଲି କହିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ସମୟରେ ରାଜ୍ୟର ପ୍ରତ୍ୟେକ ବାସିନ୍ଦାଙ୍କ ନିକଟରେ ବିକାଶର ଅମୃତ ପହଞ୍ଚାଇବାର ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି ।

ବ୍ୟକ୍ତିଗତ ଟିପ୍ପଣୀାୀ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ କବିତାର ଉଦ୍ଧୃତ କରିଛନ୍ତି ଏବଂ ପରିଶ୍ରମୀ ତଥା ନିଷ୍ଠାପର ଲୋକ ଏବଂ ଏହି ସୁନ୍ଦର ରାଜ୍ୟ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ମନେ ପକାଇଛନ୍ତି ।

୧୯୪୮ ମସିହାରେ ଗଠନ ସମୟରେ ଏହି ପାହାଡ଼ିଆ ରାଜ୍ୟର ଆହ୍ୱାନଗୁଡ଼ିକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଆହ୍ୱାନକୁ ସୁଯୋଗରେ ପରିଣତ କରିବା ପାଇଁ ହିମାଚଳ ପ୍ରଦେଶର ଲୋକମାନଙ୍କୁ ପ୍ରଶଂସା କରିଥିଲେ । ଉଦ୍ୟାନ କୃଷି, ବଳକା ବିଦ୍ୟୁତ, ସାକ୍ଷରତା ହାର, ଗ୍ରାମୀଣ ସଡ଼କ ସଂଯୋଗ, ଟ୍ୟାପ୍ ଜଳ ଏବଂ ପ୍ରତ୍ୟେକ ଘରକୁ ବିଦ୍ୟୁତ୍‍ ଯୋଗାଣ କ୍ଷେତ୍ରରେ ରାଜ୍ୟର ସଫଳତାକୁ ସେ ପ୍ରଶଂସା କରିଛନ୍ତି । ଗତ ୭-୮ ବର୍ଷ ମଧ୍ୟରେ ଏହି ସଫଳତା ମିଳିବା ଉପରେ ଆଲୋକପାତ କରିଥିଲେ । ଜୟ ରାମ ଜୀଙ୍କର ଯୁବ ନେତୃତ୍ୱରେ ଗ୍ରାମୀଣ ସଡ଼କ, ରାଜପଥ ପ୍ରଶସ୍ତିକରଣ, ରେଳ ନେଟୱାର୍କର ସମ୍ପ୍ରସାରଣ ପାଇଁ \'ଡବଲ୍ ଇଞ୍ଜିନ ସରକାର' ପଦକ୍ଷେପ ନେଇଛି, ଏହାର ଫଳାଫଳ ବର୍ତ୍ତମାନ ଦୃଶ୍ୟମାନ ହେଉଛି । ବିଭିନ୍ନ ଅଞ୍ଚଳକୁ ସଂଯୋଗ କ୍ଷେତ୍ରରେ ଉନ୍ନତି ଆସିବାପରେ ହିମାଚଳର ପର୍ଯ୍ୟଟନ ନୂତନ ଯୁଗ ଏବଂ ନୂତନ ଅଞ୍ଚଳରେ ପ୍ରବେଶ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପର୍ଯ୍ୟଟନ କ୍ଷେତ୍ରରେ ନୂତନ ପଦକ୍ଷେପ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ସୁଯୋଗ ଏବଂ ରୋଜଗାରର ନୂତନ ଉପାୟ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି । ମହାମାରୀ ସମୟରେ ଦକ୍ଷ ତଥା ଦ୍ରୁତ ଟୀକାକରଣ ସହିତ ସେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଗତି ବିଷୟରେ ବିଶେଷ ଭାବରେ ଉଲ୍ଲେଖ କରିଥିଲେ ।

ହିମାଚଳ ପ୍ରଦେଶର ପୂର୍ଣ୍ଣ ସମ୍ଭାବନାକୁ ଖୋଲିବା ପାଇଁ କଠିନ ପରିଶ୍ରମ କରିବାର ଅବେଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଅମୃତ କାଳ ସମୟରେ ପର୍ଯ୍ୟଟନ, ଉଚ୍ଚଶିକ୍ଷା, ଗବେଷଣା, ଆଇଟି, ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପ୍ରାକୃତିକ ଚାଷ କ୍ଷେତ୍ରରେ କାର୍ଯ୍ୟକୁ ଆଗକୁ ନେବା ଆବଶ୍ୟକ । ସେ କହିଛନ୍ତି ଯେ ଚଳିତ ବର୍ଷର ବଜେଟରେ ଘୋଷିତ ଭାଇବ୍ରାଣ୍ଟ ଭିଲେଜ ସ୍କିମ୍‍ ହିମାଚଳ ପ୍ରଦେଶକୁ ବହୁତ ଲାଭ ଦେବ । ସେ ଆହୁରି ମଧ୍ୟ ସଂଯୋଗୀକରଣ ବୃଦ୍ଧି, ଜଙ୍ଗଲକୁ ସମୃଦ୍ଧ କରିବା, ସ୍ୱଚ୍ଛତା ଏବଂ ଏହି ପଦକ୍ଷେପ ପାଇଁ ଲୋକଙ୍କ ଅଂଶଗ୍ରହଣ ଉପରେ କହିଥିଲେ ।  

ବିଶେଷକରି ସାମାଜିକ ସୁରକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳ ଦ୍ୱାରା କେନ୍ଦ୍ରୀୟ କଲ୍ୟାଣମୂଳକ ଯୋଜନାର ସମ୍ପ୍ରସାରଣ ଉପରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି । ସଚ୍ଚୋଟ ନେତୃତ୍ୱ, ଶାନ୍ତି ପ୍ରେମୀ ପରିବେଶ, ଦେବା ଦେବୀଙ୍କ ଆଶୀର୍ବାଦ ଏବଂ ହିମାଚଳର ଲୋକମାନେ କଠିନ ପରିଶ୍ରମ କରନ୍ତି, ଏସବୁ ତୁଳନାତ୍ମକ ନୁହେଁ । ଦ୍ରୁତ ବିକାଶ ପାଇଁ ହିମାଚଳର ସବୁକିଛି ଆବଶ୍ୟକ ବୋଲି ଶ୍ରୀ ମୋଦୀ କହିବା ସହିତ ତାଙ୍କର ବକ୍ତବ୍ୟ ଶେଷ କରିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The quiet foundations for India’s next growth phase

Media Coverage

The quiet foundations for India’s next growth phase
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 30, 2025
December 30, 2025

PM Modi’s Decisive Leadership Transforming Reforms into Tangible Growth, Collective Strength & National Pride