"ଗେମ୍ ମାସ୍କଟ 'ଅଷ୍ଟଲକ୍ଷ୍ମୀ' ଉତ୍ତର ପୂର୍ବର ଆକାଂକ୍ଷାକୁ କିପରି ନୂଆ ଦିଗ ମିଳୁଛି ତାହାର ପ୍ରତୀକ
"ଖେଲୋ ଇଣ୍ଡିଆ କ୍ରୀଡ଼ା କାର୍ଯ୍ୟକ୍ରମ ଭାରତର କୋଣ ଅନୁକୋଣରେ, ଉତ୍ତରରୁ ଦକ୍ଷିଣ ଏବଂ ପଶ୍ଚିମରୁ ପୂର୍ବ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି
ଯେମିତି ଶିକ୍ଷାଗତ ସଫଳତାକୁ ପାଳନ କରାଯାଏ, ସେହିଭଳି କ୍ରୀଡ଼ାରେ ଉତ୍କୃଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିବାର ପରମ୍ପରା ବିକଶିତ ହେବା ଦରକାର। ଏଥିପାଇଁ ଆମକୁ ଉତ୍ତରପୂର୍ବରୁ ଶିଖିବାକୁ ପଡ଼ିବ
ଖେଲୋ ଇଣ୍ଡିଆ ହେଉ, ଟପ୍ସ ହେଉ କିମ୍ବା ଅନ୍ୟାନ୍ୟ ପଦକ୍ଷେପ, ଆମ ଯୁବପିଢ଼ିଙ୍କ ପାଇଁ ସମ୍ଭାବନାର ଏକ ନୂଆ ଇକୋସିଷ୍ଟମ ସୃଷ୍ଟି ହେଉଛି
"ଆମ ଆଥଲେଟମାନଙ୍କୁ ବୈଜ୍ଞାନିକ ଆଭିମୁଖ୍ୟରେ ସାହାଯ୍ୟ କଲେ କିଛି ବି ହାସଲ କରିପାରିବେ"

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଉତ୍ତର-ପୂର୍ବର ସାତଟି ରାଜ୍ୟରେ ଆୟୋଜିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ସମ୍ବୋଧିତ କରିଛନ୍ତି । ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ମାସ୍କଟ ଅର୍ଥାତ୍ ପ୍ରଜାପତି ଆକାରରେ 'ଅଷ୍ଟଲକ୍ଷ୍ମୀ' ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ। ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକୁ ପ୍ରାୟତଃ 'ଅଷ୍ଟଲକ୍ଷ୍ମୀ' କହୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ "ଏହି ଖେଳଗୁଡ଼ିକରେ ମାସ୍କଟ୍ ତିଆରି କରିବା ମଧ୍ୟ ଉତ୍ତର-ପୂର୍ବର ଆକାଂକ୍ଷାକୁ କିପରି ନୂତନ ପ୍ରୋତ୍ସାହନ ମିଳୁଛି ତାହାର ପ୍ରତୀକ।

ଗୌହାଟୀରେ 'ଏକ ଭାରତ ଶ୍ରେଷ୍ଠ ଭାରତ'ର ଭବ୍ୟ ଭାବମୂର୍ତ୍ତି ସୃଷ୍ଟି କରିଥିବାରୁ କ୍ରୀଡ଼ାବିତ ମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ। ହୃଦୟରୁ ଖେଳନ୍ତୁ, ନିର୍ଭୟରେ ଖେଳନ୍ତୁ, ନିଜ ପାଇଁ ଓ ନିଜ ଦଳ ପାଇଁ ବିଜୟୀ ହୁଅନ୍ତୁ ଏବଂ ହାରିଲେ ବି ଚିନ୍ତିତ ହୁଅନ୍ତୁ ନାହିଁ। ପ୍ରତ୍ୟେକ ବିପର୍ଯ୍ୟୟ ଶିଖିବା ପାଇଁ ଏକ ସୁଯୋଗ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଦେଶବ୍ୟାପୀ କ୍ରୀଡ଼ା ପଦକ୍ଷେପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର-ପୂର୍ବରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ଲଦାଖରେ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା, ତାମିଲନାଡୁରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା, ଡିଉରେ ବିଚ୍ ଗେମ୍ସ ବିଷୟରେ ଉଲ୍ଲେଖ କରି କହିଥିଲେ, "ଉତ୍ତରରୁ ଦକ୍ଷିଣ ଏବଂ ପଶ୍ଚିମରୁ ପୂର୍ବ ପର୍ଯ୍ୟନ୍ତ ଭାରତର କୋଣ ଅନୁକୋଣରେ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ଦେଖି ମୁଁ ଆନନ୍ଦିତ। କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଏବଂ ଯୁବପିଢ଼ିଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ର ସୁଯୋଗ ପ୍ରଦାନ କରିବାରେ ଆସାମ ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାରଙ୍କ ଅବଦାନକୁ ସେ ପ୍ରଶଂସା କରିଥିଲେ।

କ୍ରୀଡ଼ା ପ୍ରତି ପରିବର୍ତ୍ତିତ ସାମାଜିକ ଧାରଣାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଅଭିଭାବକଙ୍କ ମନୋଭାବରେ ପରିବର୍ତନ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ପୂର୍ବରୁ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ କ୍ରୀଡ଼ାରେ ସାମିଲ କରିବାକୁ କୁଣ୍ଠାବୋଧ କରୁଥିଲେ, କାରଣ ଏହା ସେମାନଙ୍କୁ ପାଠପଢ଼ାରୁ ବିଭ୍ରାନ୍ତ କରିବ। ରାଜ୍ୟ, ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ପିଲାଙ୍କ ସଫଳତା ପାଇଁ ଅଭିଭାବକମାନେ ଗର୍ବ ଅନୁଭବ କରୁଥିବା ବିକଶିତ ମାନସିକତା ଉପରେ ସେ ଆଲୋକପାତ କରିଥିଲେ।

କ୍ରୀଡ଼ାବିତଙ୍କ ସଫଳତାକୁ ପାଳନ ଓ ସମ୍ମାନିତ କରିବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯେପରି ଶିକ୍ଷାଗତ ସଫଳତାକୁ ପାଳନ କରାଯାଏ, ସେହିଭଳି କ୍ରୀଡ଼ାରେ ଉତ୍କୃଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବାର ପରମ୍ପରା ବିକଶିତ କରିବା ଦରକାର। ସେ ଉତ୍ତର-ପୂର୍ବ ଅଞ୍ଚଳର ସମୃଦ୍ଧ କ୍ରୀଡ଼ା ସଂସ୍କୃତିରୁ ଶିଖିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ, ଯେଉଁଠାରେ କ୍ରୀଡ଼ାକୁ ଉତ୍ସାହର ସହ ପାଳନ କରାଯାଏ, ଫୁଟବଲଠାରୁ ଆଥଲେଟିକ୍ସ, ବ୍ୟାଡମିଣ୍ଟନରୁ ବକ୍ସିଂ, ଭାରୋତ୍ତୋଳନ ଠାରୁ ଚେସ୍ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଆଥଲେଟ୍ ମାନଙ୍କୁ ପ୍ରେରଣା ଦେଇଥାଏ। ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଅଂଶଗ୍ରହଣ କରୁଥିବା ଆଥଲେଟ୍ ମାନେ କେବଳ ମୂଲ୍ୟବାନ ଅଭିଜ୍ଞତା ହାସଲ କରିବେ ନାହିଁ ବରଂ ସମଗ୍ର ଦେଶରେ କ୍ରୀଡ଼ା ସଂସ୍କୃତିର ବିକାଶରେ ଯୋଗଦାନ ଦେବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କ ପାଇଁ ସୁଯୋଗର ବିକଶିତ ଇକୋସିଷ୍ଟମ ଉପରେ ଆଲୋକପାତ କରି କହିଥିଲେ, ଖେଲୋ ଇଣ୍ଡିଆ ହେଉ, ଟପ୍ସ ହେଉ କିମ୍ବା ଅନ୍ୟାନ୍ୟ ପଦକ୍ଷେପ ହେଉ, ଆମର ଯୁବ ପିଢ଼ି ପାଇଁ ସମ୍ଭାବନାର ଏକ ନୂତନ ଇକୋସିଷ୍ଟମ ସୃଷ୍ଟି କରାଯାଉଛି । କ୍ରୀଡ଼ାବିତ ମାନଙ୍କ ପାଇଁ ପ୍ରଶିକ୍ଷଣ ସୁବିଧା ଠାରୁ ଆରମ୍ଭ କରି ସ୍କଲାରସିପ୍ ପର୍ଯ୍ୟନ୍ତ ଅନୁକୂଳ ବାତାବରଣ ସୃଷ୍ଟି କରିବା ଏବଂ ଚଳିତ ବର୍ଷ କ୍ରୀଡ଼ା ପାଇଁ ୩୫୦୦ କୋଟି ରୁ ଅଧିକ ଟଙ୍କାର ରେକର୍ଡ ବଜେଟ୍ ଆବଣ୍ଟନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ବିଶ୍ୱ କ୍ରୀଡ଼ା ଇଭେଣ୍ଟରେ ଭାରତର ସଫଳତାକୁ ପ୍ରଧାନମନ୍ତ୍ରୀ ମୋଦୀ ଗର୍ବର ସହ ଉପସ୍ଥାପନ କରିଥିଲେ। ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ସମେତ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଉଲ୍ଲେଖନୀୟ ସଫଳତା ହାସଲ କରି ଭାରତୀୟ ଆଥଲେଟ୍ ମାନେ ୨୦୧୯ରେ ମାତ୍ର ୪ଟି ପଦକ ଜିତିଥିବା ବେଳେ ୨୦୨୩ ରେ ମୋଟ ୨୬ ଟି ପଦକ ହାସଲ କରି ଅନ୍ତର୍ଜାତୀୟ ମଞ୍ଚରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ଭାରତର ଦକ୍ଷତାକୁ ସେ ପ୍ରଶଂସା କରିଥିଲେ। ସେ ଏସୀୟ କ୍ରୀଡ଼ାରେ ରେକର୍ଡ ପଦକ ହାସଲ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ଏହା କେବଳ ପଦକ ସଂଖ୍ୟା ନୁହେଁ, ବୈଜ୍ଞାନିକ ଆଭିମୁଖ୍ୟ ରେ ସାହାଯ୍ୟ କଲେ ଆମ ଆଥଲେଟ୍ ମାନେ କ'ଣ ହାସଲ କରିପାରିବେ ତାହାର ଏହା ପ୍ରମାଣ ବୋଲି ସେ କହିଛନ୍ତି।

କ୍ରୀଡ଼ା ମାଧ୍ୟମରେ ସୃଷ୍ଟି ହୋଇଥିବା ମୂଲ୍ୟବୋଧ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, କ୍ରୀଡ଼ାରେ ସଫଳତା ପାଇଁ କେବଳ ପ୍ରତିଭା ନୁହେଁ, ଏହା ଠାରୁ ଅଧିକ ଦରକାର; ଏହା ସ୍ୱଭାବ, ନେତୃତ୍ୱ, ଦଳଗତ କାର୍ଯ୍ୟ ଏବଂ ସ୍ଥିରତା ଆବଶ୍ୟକ କରେ। କେବଳ ଶାରୀରିକ ସୁସ୍ଥତା ପାଇଁ ନୁହେଁ ବରଂ ଅତ୍ୟାବଶ୍ୟକ ଜୀବନ ଦକ୍ଷତା ବିକାଶ ପାଇଁ ମଧ୍ୟ କ୍ରୀଡ଼ାକୁ ଆପଣାଇବାକୁ ସେ ଯୁବପିଢ଼ିଙ୍କୁ ଉତ୍ସାହିତ କରି କହିଥିଲେ, "ଯେଉଁମାନେ ଖେଳନ୍ତି, ସେମାନେ ମଧ୍ୟ ବିକଶିତ ହୁଅନ୍ତି।

କ୍ରୀଡ଼ା କ୍ଷେତ୍ର ବାହାରେ ଉତ୍ତର-ପୂର୍ବାଞ୍ଚଳର ସୌନ୍ଦର୍ଯ୍ୟ ଅନୁସନ୍ଧାନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆଥଲେଟ ମାନଙ୍କୁ ଅନୁରୋଧ କରିଥିଲେ। ସେ ସେମାନଙ୍କୁ #ନର୍ଥ ଇଷ୍ଟ ମେମୋରିଜ୍ ହ୍ୟାସଟ୍ୟାଗ୍ ବ୍ୟବହାର କରି ଇଭେଣ୍ଟ ପରବର୍ତ୍ତୀ ଦୁଃସାହସିକ କାର୍ଯ୍ୟ ଆରମ୍ଭ କରିବା, ସ୍ମୃତିକୁ କ୍ୟାପ୍ଚର କରିବା ଏବଂ ସୋସିଆଲ ମିଡିଆରେ ସେମାନଙ୍କ ଅନୁଭୂତି ବାଣ୍ଟିବାକୁ ଉତ୍ସାହିତ କରିଥିଲେ। ଏହାବ୍ୟତୀତ, ସେମାନେ ପରିଦର୍ଶନ କରୁଥିବା ସମ୍ପ୍ରଦାୟମାନଙ୍କ ସହିତ ଜଡ଼ିତ ହେବା ପାଇଁ କିଛି ସ୍ଥାନୀୟ ଶବ୍ଦ ଶିଖିବାକୁ ସେ ପରାମର୍ଶ ଦେଇଥିଲେ, ଯାହା ସେମାନଙ୍କ ସାଂସ୍କୃତିକ ଅଭିଜ୍ଞତାକୁ ବଢ଼ାଇଥାଏ । ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ଭାସିନୀ ଆପ୍ ସହିତ ମଧ୍ୟ ପରୀକ୍ଷଣ କରିବାକୁ କହିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
RBI sees resilient economy despite West Asia conflict, monsoon concerns

Media Coverage

RBI sees resilient economy despite West Asia conflict, monsoon concerns
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the importance of fostering beneficial thoughts, words, and actions
July 24, 2026

Prime Minister Shri Narendra Modi shared a Sanskrit Subhashitam today, highlighting how continuous practice in thought, word, and action shapes one's character and direction in life.

The Prime Minister wrote on X;

"कर्मणा मनसा वाचा यदभीक्ष्णं निषेवते।

तदेवापहरत्येनं तस्मात् कल्याणमाचरेत्॥"

Whatever a person continuously practices through their actions, thoughts, and words ultimately shapes their personality and draws them in that very direction; therefore, one should always give space only to beneficial subjects in one's thoughts and conversations.