ସଙ୍ଗୀତ ହେଉଛି ଏକ ମାଧ୍ୟମ ଯାହା ଆମକୁ ଆମର ସାଂସାରିକ କର୍ତ୍ତବ୍ୟ ବିଷୟରେ ଅବଗତ କରାଏ ଏବଂ ଏହା ମଧ୍ୟ ସାଂସାରିକ ଆଶକ୍ତିକୁ ଅତିକ୍ରମ କରିବାରେ ସାହାଯ୍ୟ କରେ”
“ଯୋଗ ଦିବସର ଅଭିଜ୍ଞତା ସୂଚାଇ ଦେଇଛି ଯେ ଭାରତୀୟ ଐତିହ୍ୟରୁ ବିଶ୍ୱ ଉପକୃତ ହୋଇଛି ଏବଂ ଭାରତୀୟ ସଙ୍ଗୀତର ମଧ୍ୟ ମାନବ ମନରେ ଗଭୀରତା ସୃଷ୍ଟି କରିବାର କ୍ଷମତା ରହିଛି”
“ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଭାରତୀୟ ସଙ୍ଗୀତ ବିଷୟରେ ଜାଣିବା, ଶିଖିବା ଏବଂ ଲାଭ ପାଇବା ପାଇଁ ହକଦାର । ଏହାର ଯତ୍ନ ନେବା ଆମର ଦାୟିତ୍ୱ”
“ଆଜିର ଯୁଗରେ ଯେତେବେଳେ ଜ୍ଞାନକୌଶଳର ପ୍ରଭାବ ସବୁଆଡେ ବ୍ୟାପୁଛି, ସଙ୍ଗୀତ କ୍ଷେତ୍ରରେ ମଧ୍ୟ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତିବିଦ୍ୟା ବିପ୍ଳବ ହେବା ଉଚିତ୍‍”
“ଆଜି ଆମେ ଆମର କଳା ଏବଂ ସଂସ୍କୃତିର କେନ୍ଦ୍ରଗୁଡିକୁ କାଶୀ ପରି ପୁନଃ ର୍ନିମାଣ କରୁଛୁ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ମହାନାୟକ ପଣ୍ଡିତ ଯଶରାଜଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପଣ୍ଡିତ ଯଶରାଜଙ୍କ ସଂଗୀତର ଅମର ଶକ୍ତିର ବ୍ୟକ୍ତିତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ଏବଂ ତାଙ୍କର ଗୌରବାବହତ୍ତପରମ୍ପରାକୁ ବଞ୍ଚାଇ ରଖିଥିବାରୁ ଦୁର୍ଗା ଯଶରାଜ ଏବଂ ପଣ୍ଡିତ ଶାରଙ୍ଗ ଦେବଙ୍କୁ ପ୍ରଶଂସା କରିଥିଲେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପଣ୍ଡିତ ଯଶରାଜ ସାଂସ୍କୃତିକ ଫାଉଣ୍ଡେସନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ଭାରତୀୟ ସଙ୍ଗୀତ ପରମ୍ପରାର ସାଧୁମାନଙ୍କ ଦ୍ୱାରା ପ୍ରଦତ୍ତ ବିସ୍ତୃତ ଜ୍ଞାନ ଉପରେ ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ କହିଛନ୍ତି ଯେ ବ୍ରହ୍ମାଣ୍ଡର ଶକ୍ତି ଏବଂ ବ୍ରହ୍ମାଣ୍ଡର ପ୍ରବାହରେ ସଙ୍ଗୀତ ଦେଖିବାର କ୍ଷମତା ହିଁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରାକୁ ଅସାଧାରଣ କରିଛି । ସଙ୍ଗୀତ ହେଉଛି ଏକ ମାଧ୍ୟମ ଯାହା ଆମକୁ ଆମର ସାଂସାରିକ କର୍ତ୍ତବ୍ୟ ବିଷୟରେ ଅବଗତ କରାଏ ଏବଂ ଏହା ଆମକୁ ସାଂସାରିକ ଆଶକ୍ତିକୁ ଅତିକ୍ରମ କରିବାରେ ମଧ୍ୟ ସାହାଯ୍ୟ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଭାରତର କଳା ଓ ସଂସ୍କୃତିର ସମୃଦ୍ଧ ଐତିହ୍ୟକୁ ବଞ୍ଚାଇ ରଖିବାର ଲକ୍ଷ୍ୟ ପାଇଁ ପ୍ରଧାନମନ୍ତ୍ରୀ ପଣ୍ଡିତ ଯଶରାଜ ସାଂସ୍କୃତିକ ଫାଉଣ୍ଡେସନକୁ ପ୍ରଶଂସା କରିଛନ୍ତି । ଜ୍ଞାନକୌଶଳର ଏହି ଯୁଗରେ ଦୁଇଟି ମୁଖ୍ୟ ଦିଗ ଉପରେ ଧ୍ୟାନ ଦେବାକୁ ସେ ଫାଉଣ୍ଡେସନକୁ କହିଥିଲେ । ସର୍ବପ୍ରଥମେ, ସେ କହିଥିଲେ ଯେ ଜଗତୀକରଣର ଏହି ଯୁଗରେ ଭାରତୀୟ ସଙ୍ଗୀତ ଏହାର ପରିଚୟ ସୃଷ୍ଟି କରିବା ଉଚିତ୍‍ । ସେ କହିଛନ୍ତି ଯେ ଯୋଗ ଦିବସର ଅଭିଜ୍ଞତା ସୂଚାଇ ଦେଇଛି ଯେ ଭାରତୀୟ ଐତିହ୍ୟରୁ ବିଶ୍ୱ ଉପକୃତ ହୋଇଛି ଏବଂ ଭାରତୀୟ ସଙ୍ଗୀତର ମଧ୍ୟ ମାନବ ମନରେ ଗଭୀରତା ସୃଷ୍ଟି କରିବାର କ୍ଷମତା ରହିଛି । ବିଶ୍ୱର ପ୍ରତ୍ୟେକ ବ୍ୟକ୍ତି ଭାରତୀୟ ସଙ୍ଗୀତ ବିଷୟରେ ଜାଣିବା, ଶିଖିବା ଏବଂ ଲାଭ ପାଇବା ପାଇଁ ହକଦାର । ଏହାର ଯତ୍ନ ନେବା ଆମର ଦାୟିତ୍ୱ ବୋଲି ସେ କହିଛନ୍ତି ।

ଦ୍ୱିତୀୟତଃ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଯୁଗରେ ଯେତେବେଳେ ଜ୍ଞାନକୌଶଳର ପ୍ରଭାବ ସର୍ବତ୍ର ବ୍ୟାପୁଛି, ସଙ୍ଗୀତ କ୍ଷେତ୍ରରେ ମଧ୍ୟ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତିବିଦ୍ୟା ବିପ୍ଳବ ହେବା ଉଚିତ୍‍ । ଭାରତୀୟ ବାଦ୍ୟଯନ୍ତ୍ର ଏବଂ ପରମ୍ପରାକୁ ଆଧାର କରି କେବଳ ସଂଗୀତ ପାଇଁ ଉତ୍ସର୍ଗୀକୃତ ଷ୍ଟାର୍ଟଅପ୍ ସକାଶେ ସେ ଆହ୍ୱାନ କରିଥିଲେ ।

କାଶୀ ପରି ସଂସ୍କୃତି ଓ କଳା କେନ୍ଦ୍ରର ପୁନଃ ର୍ନିମାଣ ପାଇଁ ସେ ବର୍ତ୍ତମାନର ପ୍ରୟାସ ଉପରେ ମଧ୍ୟ ଧ୍ୟାନ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରିବେଶ ସଂରକ୍ଷଣ ତଥା ପ୍ରକୃତି ପ୍ରତି ଭଲପାଇବା ଦ୍ୱାରା ଭାରତ ଏକ ସୁରକ୍ଷିତ ଭବିଷ୍ୟତର ମାର୍ଗ ଦେଖାଇଛି । ସେ କହିଛନ୍ତି, ଐତିହ୍ୟ ସହିତ ବିକାଶର ଏହି ଭାରତୀୟ ଯାତ୍ରାରେ ‘ସବକା ପ୍ରୟାସ' ଅନ୍ତର୍ଭୁକ୍ତ ହେବା ଉଚିତ୍‍ ।

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch