ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ମେ ୨୨ରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସହଯୋଗ ଫୋରମ(ଏଫଆଇପିଆଇସି)ର ତୃତୀୟ ସମ୍ମିଳନୀ ଅବସରରେ ପୋର୍ଟ ମୋରେସବୀଠାରେ ଫିଜି ପ୍ରଧାନମନ୍ତ୍ରୀ ଶ୍ରୀ ସିତିବେନି ଲିଗାମାମାଡା ରାବୁକାଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ । ପ୍ରଧାନମନ୍ତ୍ରୀ ୨୦୧୪ ନଭେମ୍ବରରେ ତାଙ୍କ ଫିଜି ଗସ୍ତବେଳେ ଏଫଆଇପିଆଇସି ଗଠନ ହେବା ବାବଦରେ ସ୍ମରଣ କରିଥିଲେ ଏବଂ ସେବେଠାରୁ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପଦେଶଗୁଡ଼ିକ ସହ ଭାରତର ସହଯୋଗ ମଜଭୁତ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

 

ଉଭୟ ନେତା ଦୁଇ ଦେଶ ଭିତରେ ଘନିଷ୍ଠ ଏବଂ ବହୁମୁଖୀ ବିକାଶ ଭାଗିଦାରୀର ସମୀକ୍ଷା କରିବା ସହ କାପାସିଟି ବିଲ୍ଡିଂ, ସ୍ୱାସ୍ଥ୍ୟ ସେବା, ଜଳବାୟୁ, ନବୀକରଣ ଯୋଗ୍ୟ ଶକ୍ତି, କୃଷି, ଶିକ୍ଷା ଏବଂ ସୂଚନା ପ୍ରଯୁକ୍ତି ଆଦି କ୍ଷେତ୍ରରେ ପ୍ରଗତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ଦୁଇ ନେତା ଆଞ୍ଚଳିକ ବିକାଶ ଉପରେ ବି ମତ ଆଦାନପ୍ରଦାନ କରିଥିଲେ ଏବଂ ବହୁପକ୍ଷୀୟ ମଞ୍ଚରେ ସହଯୋଗକୁ ମଜଭୁତ କରିବା ପାଇଁ ସହମତି ପ୍ରକାଶ କରିଥିଲେ ।

 

ଫିଜି ରାଷ୍ଟ୍ରପତିଙ୍କ ପକ୍ଷରୁ ଶ୍ରୀ ରାତୁ ୱିଲିମେ ମୈବାଲିଲି କାଟୋନିଭେରେ ଏବଂ ପ୍ରଧାନମନ୍ତ୍ରୀ ରାବୁକା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ ‘ଦ କମ୍ପାନିୟନ୍ ଅଫ୍ ଦି ଅର୍ଡର ଅଫ୍ ଫିଜି (ସିଏଫ୍‌) ରେ ସମ୍ମାନିତ କରିଥିଲେ । ଏହି ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଫିଜି ସରକାର ଏବଂ ଲୋକଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିସହ ଦୁଇ ଦେଶ ମଧ୍ୟରେ ବିଶେଷ ଏବଂ ସ୍ଥାୟୀ ସମ୍ପର୍କ ସ୍ଥାପନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ଭାରତର ଲୋକ ଏବଂ ଫିଜି-ଭାରତୀୟ ସମୁଦାୟର ପିଢ଼ିଙ୍କୁ ଏହି ସମ୍ମାନ ସମର୍ପିତ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India a ‘front-runner’ market, plans to deepen AI and manufacturing presence: Ericsson CEO

Media Coverage

India a ‘front-runner’ market, plans to deepen AI and manufacturing presence: Ericsson CEO
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 3, 2026
March 03, 2026

Citizens Express Their Appreciation on Heartfelt Leadership, Historic Gains: PM Modi’s India Shines in Conservation, Commerce, and Clean Energy