ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ମେ ୨୪ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମହାମହିମ ଜୋଶେଫ ଆର. ବାଇଡେନଙ୍କ ସହିତ ଟୋକିଓଠାରେ ଏକ ଉତ୍ସାହୀ ତଥା ପ୍ରଭାବୀ ବୈଠକ କରିଥିଲେ । ଏହି ବୈଠକର ନିର୍ଯାସ ବେଶ ପରିଣାମଦର୍ଶୀ ହୋଇପାରିଛି ଯାହ କି ଦ୍ୱିପାକ୍ଷିକ ସହଯୋଗିତାକୁ ଆହୁରି ଗଭୀର ତଥା ଗତିଶୀଳ କରାଇ ପାରିବ ।

ଏହି ବୈଠକ ଦୁଇ ନେତାଙ୍କ ମଧ୍ୟରେ ନିୟମିତ ଉଚ୍ଚସ୍ତରୀୟ ଆଲୋଚନାର ନିରନ୍ତରତାକୁ ପ୍ରତିପାଦନ କରୁଛି । ଏହା ପୂର୍ବରୁ ୨୦୨୧ ସେପ୍ଟେମ୍ବରରେ ୱାଶିଂଟନ ଡିସିଠାରେ ନେତାଦ୍ୱୟ ବ୍ୟକ୍ତିଗତ ଭାବେ ପରସ୍ପରକୁ ସାକ୍ଷାତ କରିଥିଲେ ଏବଂ ଜି୨୦ରେ ବାର୍ତ୍ତାଳାପ କରିଥିଲେ ଓ ଏହାପରେ ସିଓପି୨୬ ସମ୍ମିଳନୀରେ ପରସ୍ପରକୁ ଭେଟିଥିଲେ । ସଦ୍ୟ ଘଟଣାକ୍ରମେ ୨୦୨୨ ଏପି୍ରଲ ୧୧ରେ ଉଭୟ ନେତା ଏକ ଭର୍ଚୁଆଲ ବୈଠକରେ ସାମିଲ ହୋଇଥିଲେ ।

ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନ ଓ ନିୟମ ଆଧାରିତ ଅନ୍ତଃରାଷ୍ଟ୍ରୀୟ ବ୍ୟବସ୍ଥାକୁ ବଜାୟ ରଖିବାର ପ୍ରତିବଦ୍ଧତା ନିମନ୍ତେ ଏକ ଆପୋସ ପ୍ରତିଶ୍ରୁତିବଦ୍ଧତା ଉପରେ ଭାରତ-ଆମେରିକା ବ୍ୟାପକ ରଣନୀତିକ ବୈଶ୍ୱିକ ସହଯୋଗିତା ଆଧାରିତ । ଦ୍ୱିପାକ୍ଷିକ ଏଜେଣ୍ଡାରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତିକୁ ନେଇ ନେତାଦ୍ୱୟ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଉଭୟ ନେତା ନିବେଶ ପ୍ରୋତ୍ସାହନ ରାଜିନାମା ସ୍ୱାକ୍ଷରକୁ ସ୍ୱାଗତ ଜଣାଇଥିଲେ, ଯାହା କି ୟୁଏସ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନକୁ ଆପୋସ ପ୍ରାଥମିକତା ଥିବା କ୍ଷେତ୍ର ଯଥା ସ୍ୱାସ୍ଥ୍ୟସେବା, ଅକ୍ଷୟ ଶକ୍ତି, ଏସଏମଇ, ଭିତ୍ତିଭୂମି ଆଦି କ୍ଷେତ୍ରରେ ଭାରତରେ ନିବେଶ ସହାୟତା ପ୍ରଦାନ ଜାରି ରଖିବାରେ ସମର୍ଥ କରାଇ ପାରିବ ।

ଉଭୟ ପକ୍ଷ ଫଳପ୍ରସୂ-କୈନ୍ଦି୍ରକ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ତଥା ବିକାଶଶୀଳ ପ୍ରଯୁକ୍ତି (ଆଇସିଇଟି) ଉପରେ ଏକ ଭାରତ-ଆମେରିକା ପଦକ୍ଷେପକୁ ଶୁଭାରମ୍ଭ କରିଥିଲେ । ଭାରତର ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଓ ଆମେରିକା ଜାତୀୟ ସୁରକ୍ଷା ପରିଷଦର ଯୁଗ୍ମ ନେତୃତ୍ୱରେ ଆଇସିଇଟି ଏଆଇ, କ୍ୱାଣ୍ଟମ କମ୍ପୁ୍ୟଟିଙ୍ଗ, ୫ଜି/୬ଜି, ବାୟୋଟେକ, ମହାକାଶ ଓ ସେମିକଣ୍ଡକ୍ଟର ଭଳି କ୍ଷେତ୍ରରେ ଉଭୟ ଦେଶର ସରକାର, ଶିକ୍ଷାନୁଷ୍ଠାନ ଓ ଶିଳ୍ପୋଦ୍ୟୋଗ ମଧ୍ୟରେ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବ ।

ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗିତା ଭାରତ-ଆମେରିକା ଦ୍ୱିପାକ୍ଷିକ ଏଜେଣ୍ଡାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇଥିବାରୁ ଉଭୟ ପକ୍ଷ ଏହି ସହଯୋଗକୁ କିଭଳି ଆହୁରି ମଜଭୁତ କରାଯାଇ ପାରିବ, ସେ ବାବଦରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମେକ ଇନ ଇଣ୍ଡିଆ ଓ ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ଭାରତରେ ଉତ୍ପାଦନ ଲାଗି ଭାରତ ସହିତ ସହଯୋଗିତା ସ୍ଥାପନ ପାଇଁ ଆମେରିକୀୟ ଶିଳ୍ପୋଦ୍ୟୋଗକୁ ଆହ୍ୱାନ ଦେଇଥିଲେ, ଯାହା ଦ୍ୱାରା ଉଭୟ ଦେଶକୁ ଫାଇଦା ମିଳିପାରିବ ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ସେମାନଙ୍କ ବର୍ଦ୍ଧିତ ସହଯୋଗକୁ ଆଗକୁ ବଢ଼ାଇବା ପାଇଁ ଭାରତ ଓ ଆମେରିକା ଦୀର୍ଘଦିନ ଧରି ଜାରି ରହିଥିବା ଭାକ୍ସିନ ଆକ୍ସନ ପ୍ରୋଗ୍ରାମ (ଭିଏପି)କୁ ୨୦୨୭ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିଲେ, ଯାହା ଦ୍ୱାରା ଯୁଗ୍ମ ଜୈବଚିକିତ୍ସା ଗବେଷଣା ଜାରି ରହିପାରିବ, ଯାହା କି ଟିକା ଓ ତତସଂକ୍ରାନ୍ତ ପ୍ରଯୁକ୍ତି ବିକାଶରେ ସହାୟକ ହୋଇଥିଲା ।

ଦୁଇଦେଶର ଲୋକମାନଙ୍କ ମଧ୍ୟରେ ଦୃଢ଼ ସମ୍ପର୍କକୁ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଉଚ୍ଚ ଶିକ୍ଷା ସହଯୋଗକୁ ସଶକ୍ତ ନିମନ୍ତେ ଆହ୍ୱାନ ଦେଇଥିଲେ, ଯାହା କି ଉଭୟଙ୍କୁ ଫାଇଦା ଦେଇପାରିବ ।

ନେତାମାନେ ଦକ୍ଷିଣ ଏସିଆ ଓ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ସହିତ ପାରସ୍ପରିକ ହିତ ସଂକ୍ରାନ୍ତ କ୍ଷେତ୍ରୀୟ ପ୍ରସଙ୍ଗ ଉପରେ ବିଚାର ଆଦାନପ୍ରଦାନ କରିଥିଲେ, ଏକ ଅବାଧ, ଉନ୍ମୁକ୍ତ ତଥା ସମାବେଶୀ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ନିମନ୍ତେ ସେମାନଙ୍କ ଦୃଷ୍ଟିକୋଣର ପୁଷ୍ଟି କରିଥିଲେ ।

ପ୍ରଧାନମନ୍ତ୍ରୀ ସମୃଦ୍ଧି ନିମନ୍ତେ ଭାରତ-ପ୍ରଶାନ୍ତ ମହାସାଗର ଅର୍ଥନୈତିକ ଢାଞ୍ଚା (ଆଇପିଇଏଫ)ର ଶୁଭାରମ୍ଭକୁ ସ୍ୱାଗତ ଜଣାଇଥିଲେ ଏବଂ ସମ୍ପୃକ୍ତ ରାଷ୍ଟ୍ରୀୟ ପରିସ୍ଥିତିଗୁଡ଼ିକୁ ଧ୍ୟାନରେ ରଖି ଏକ ନମନୀୟ ତଥା ସମାବେଶୀ ଆଇପିଇଏଫକୁ ଆକାର ଦେବା ନିମନ୍ତେ ସମସ୍ତ ଭାଗୀଦାର ଦେଶଗୁଡ଼ିକ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଭାରତ ପ୍ରସ୍ତୁତ ବୋଲି କହିଥିଲେ ।

ଉଭୟ ନେତା ନିଜ ଉପଯୋଗୀ କଥାବାର୍ତ୍ତା ଜାରି ରଖିବା ଏବଂ ଭାରତ-ଆମେରିକା ସହଯୋଗିତାକୁ ଉଚ୍ଚତର ସ୍ତରକୁ ନେବା ଲାଗି ନିଜର ଆପୋସ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ବାବଦରେ ସହମତି ପ୍ରକାଶ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride