Mann Ki Baat is completing 10 years: PM Modi
The listeners of Mann Ki Baat are the real anchors of this show: PM Modi
Water conservation efforts across the country will be instrumental in tackling water crisis: PM Modi
On October 2nd, we will mark 10 years of the Swachh Bharat Mission: PM Modi
The mantra of 'Waste to Wealth' is becoming popular among people: PM Modi in Mann Ki Baat
The US government returned nearly 300 ancient artifacts to India: PM Modi in Mann Ki Baat
‘Ek Ped Maa Ke Naam’ is an extraordinary initiative that truly exemplifies ‘Jan Bhagidari’: PM Modi
India has become a manufacturing powerhouse: PM Modi

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆମମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଛି । ଆଜିର ଅଧ୍ୟାୟ ମୋତେ ଭାବପ୍ରବଣ କରୁଛି, ମୋତେ ଅନେକ ପୁରୁଣା ସ୍ମୃତିଗର୍ଭକୁ ନେଇଯାଉଛି, କାରଣ ଏହା ଯେ, ‘ମନ୍ କି ବାତ୍’ର ଆମର ଏହି ଯାତ୍ରା ୧୦ ବର୍ଷ ପୂରଣ କରିଛି । ୧୦ ବର୍ଷ ପୂର୍ବେ ‘ମନ୍ କି ବାତ୍’ର ଶୁଭାରମ୍ଭ ଅକ୍ଟୋବର ୩ ତାରିଖ ବିଜୟାଦଶମୀ ଦିନ ହୋଇଥିଲା ଏବଂ ଏହା ମଧ୍ୟ ଏକ ପବିତ୍ର ସଂଯୋଗ ଯେ, ଏ ବର୍ଷ ଅକ୍ଟୋବର ୩ ତାରିଖ ଦିନ ‘ମନ୍ କି ବାତ୍’କୁ ୧୦ ବର୍ଷ ପୂରଣ ହେଉଥିବାବେଳେ ନବରାତ୍ରର ପ୍ରଥମ ଦିନ ହୋଇଥିବ । ‘ମନ୍ କି ବାତ୍’ର ଏହି ସୁଦୀର୍ଘ ଯାତ୍ରାର ଏଭଳି ଅନେକ ପର୍ଯ୍ୟାୟ ରହିଛି, ଯାହାକୁ ମୁଁ କେବେହେଲେ ଭୁଲିପାରିବି ନାହିଁ । ‘ମନ୍ କି ବାତ୍’ର କୋଟି କୋଟି ଶ୍ରୋତା ଆମର ଏହି ଯାତ୍ରାର ଏଭଳି ସାଥି, ଯେଉଁମାନଙ୍କ ଠାରୁ ମୋତେ ନିରନ୍ତର ସହଯୋଗ ମିଳିଛି । ଦେଶର କୋଣ-ଅନୁକୋଣରୁ ସେମାନେ ତଥ୍ୟ ଉପଲବ୍ଧ କରାଇଛନ୍ତି । ‘ମନ୍ କି ବାତ୍’ର ଶ୍ରୋତାମାନେ ହିଁ ହେଉଛନ୍ତି ଏହି କାର୍ଯ୍ୟକ୍ରମର ପ୍ରକୃତ ସୂତ୍ରଧର । ସାଧାରଣତଃ ଏମିତି ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ, କିଛି ମସଲାଯୁକ୍ତ ଚଟପଟି କଥା, କିମ୍ବା କିଛି ନକାରାତ୍ମକ କଥା ନ ଥିବା ଯାଏ ତାହାକୁ ଗୁରୁତ୍ୱ ଦିଆଯାଇନଥାଏ । କିନ୍ତୁ, ‘ମନ୍ କି ବାତ୍’ ଏହା ପ୍ରମାଣିତ କରିଛି ଯେ, ଦେଶର ଲୋକେ ସକାରାତ୍ମକ ତଥ୍ୟ ଜାଣିବା ପାଇଁ କେତେ ଅଧିକ ଉତ୍ସୁକ । ସକାରାତ୍ମକ କଥା, ପ୍ରେରଣାଦାୟୀ ଉଦାହରଣ, ପ୍ରୋତ୍ସାହିତ କରୁଥିବା କଥା ଲୋକଙ୍କୁ ବେଶ୍ ଭଲ ଲାଗିଥାଏ । ଯେମିତିକି ଗୋଟିଏ ପକ୍ଷୀ, ଯାହାର ନାଁ ଚକୋର । ତା’ ବିଷୟରେ କୁହାଯାଏ ଯେ, ସେ କେବଳ ବର୍ଷାଜଳ ପାନ କରିଥାଏ । ‘ମନ୍ କି ବାତ୍’ରେ ଆମେ ଦେଖିଲୁ ଯେ, ଲୋକେ ମଧ୍ୟ ଚକୋର ପକ୍ଷୀ ଭଳି ଦେଶର ଉପଲବ୍ଧି କଥା, ଲୋକଙ୍କ ସାମୁହିକ ଉପଲବ୍ଧି କଥା କେତେ ଗର୍ବର ସହିତ ଶୁଣୁଛନ୍ତି । ‘ମନ୍ କି ବାତ୍’ର ୧୦ ବର୍ଷର ଯାତ୍ରା ଏଭଳି ଏକ ମାଳ ଗୁନ୍ଥିଦେଇଛି, ଯେଉଁଥିରେ ପ୍ରତ୍ୟେକ ଅଧ୍ୟାୟ ସହ ନୂଆ କାହାଣୀ, ନୂଆ କୀର୍ତ୍ତିମାନ, ନୂତନ ବ୍ୟକ୍ତିତ୍ୱ ଯୋଡ଼ି ହୋଇଚାଲିଛନ୍ତି । ଆମ ସମାଜରେ ସାମୂହିକତାର ଭାବନା ସହ ଯାହା କିଛି କାର୍ଯ୍ୟ ହେଉଛି, ତାହାକୁ ‘ମନ୍ କି ବାତ୍’ ଜରିଆରେ ସମ୍ମାନ ପ୍ରାପ୍ତ ହୋଇଛି । ‘ମନ୍ କି ବାତ୍’ ପାଇଁ ଆସିଥିବା ଚିଠିଗୁଡ଼ିକ ପଢ଼ିବା ସମୟରେ ମୋ ମନ ବି ଗର୍ବରେ ଭରିଯାଏ । ଆମ ଦେଶରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ମନରେ ଦେଶ ଓ ସମାଜସେବା କରିବାର ଉତ୍ସାହ ଭରି ରହିଛି । ସେମାନେ ନିଃସ୍ୱାର୍ଥ ଭାବରେ ଜନସାଧାରଣଙ୍କ ସେବା କରିବାରେ ନିଜର ସମ୍ପୂର୍ଣ୍ଣ ଜୀବନ ସମର୍ପି ଦେଉଛନ୍ତି । ସେମାନଙ୍କ ବିଷୟରେ ଜାଣି ମୋ ମଧ୍ୟରେ ଶକ୍ତିର ଭରପୁର ସଂଚାର ହୋଇଯାଉଛି । ‘ମନ୍ କି ବାତ୍’ର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମୋ ପାଇଁ ମନ୍ଦିରକୁ ଯାଇ ଦେବଦର୍ଶନ କରିବା ସଦୃଶ । ‘ମନ୍ କି ବାତ୍’ର ପ୍ରତ୍ୟେକ କଥାକୁ, ପ୍ରତ୍ୟେକ ଘଟଣାକୁ, ପ୍ରତ୍ୟେକ ଚିଠିକୁ ଯେତେବେଳେ ମୁଁ ମନେପକାଉଛି, ସେତେବେଳେ ମୋତେ ଲାଗୁଛି ଯେ, ଜନତା-ଜନାର୍ଦ୍ଦନ, ଯେଉଁମାନେ ମୋ ପାଇଁ ଈଶ୍ୱର ସଦୃଶ, ମୁଁ ସେମାନଙ୍କ ଦର୍ଶନ କରୁଛି ।

ବନ୍ଧୁଗଣ, ମୁଁ ଆଜି ଦୂରଦର୍ଶନ, ପ୍ରସାରଭାରତୀ ଏବଂ ଆକାଶବାଣୀ ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଶଂସା କରୁଛି । ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ‘ମନ୍ କି ବାତ୍’ ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିପାରିଛି । ମୁଁ ବିଭିନ୍ନ ଟିଭି ଚ୍ୟାନେଲ, ଆଞ୍ଚଳିକ ଟିଭି ଚ୍ୟାନେଲମାନଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରୁଛି, ଯେଉଁମାନେ ଏହାର ନିୟମିତ ଭାବେ ପ୍ରସାରଣ କରିଛନ୍ତି । ‘ମନ୍ କି ବାତ୍’ ମାଧ୍ୟମରେ ଆମେ ଯେଉଁ ପ୍ରସଙ୍ଗଗୁଡ଼ିକୁ ଉତ୍ଥାପିତ କଲୁ, ସେଗୁଡ଼ିକୁ ନେଇ ଅନେକ ମିଡିଆ ହାଉସ୍ ଅଭିଯାନ ଚଳାଇଲେ । ମୁଁ ଛାପା ଗଣମାଧ୍ୟମକୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛି, ଯିଏ ଏହାକୁ ଘରକୁ ଘର ପହଞ୍ଚାଇଲେ । ମୁଁ ସେହି ୟୁ-ଟ୍ୟୁବରମାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି, ଯେଉଁମାନେ ‘ମନ୍ କି ବାତ୍’କୁ ନେଇ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଦେଶର ୨୨ଟି ଭାଷା ସମେତ ୧୨ଟି ବିଦେଶୀ ଭାଷାରେ ମଧ୍ୟ ଶୁଣାଯାଇପାରିବ । କୌଣସି ଶ୍ରୋତା ‘ମନ୍ କି ବାତ୍’କୁ ନିଜ ଆଞ୍ଚଳିକ ଭାଷାରେ ଶୁଣିଥିବା କଥା କହିଲେ ମୋତେ ଆହୁରି ଖୁସି ଲାଗୁଛି । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଏକଥା ଜାଣିଥିବେ ଯେ, ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଉପରେ ଆଧାରିତ ଗୋଟିଏ କୁଇଜ୍ ପ୍ରତିଯୋଗିତା ମଧ୍ୟ ଚାଲିଛି, ଯେଉଁଥିରେ ଯେକୌଣସି ବ୍ୟକ୍ତି ଅଂଶଗ୍ରହଣ କରିପାରିବେ । ମାଇଗଭ୍.ଇନ୍ କୁ ଯାଇ ଆପଣ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ଏବଂ ପୁରସ୍କାର ମଧ୍ୟ ଜିତିପାରିବେ । ପବିତ୍ର ମନ ଓ ସମ୍ପୂର୍ଣ୍ଣ ସମର୍ପଣ ଭାବନା ସହିତ ମୁଁ ଏହିଭଳି ଭାବରେ ଭାରତର ଲୋକଙ୍କ ମହାନତାର ପ୍ରଶଂସା କରିବା ପାଇଁ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ପୁଣିଥରେ ଆପଣ ସମସ୍ତଙ୍କ ଠାରୁ ଆଶୀର୍ବାଦ କାମନା କରୁଛି । ଦେଶର ସାମୁହିକ ଶକ୍ତିକୁ ଆମେ ସମସ୍ତେ ଏହିଭଳି ଭାବରେ ସେଲିବ୍ରେଟ୍ କରିଚାଲିବା! – ଏହା ହିଁ ଈଶ୍ୱରଙ୍କ ନିକଟରେ, ଜନତା-ଜନାର୍ଦ୍ଦନଙ୍କ ନିକଟରେ ମୋର ପ୍ରାର୍ଥନା ।

ମୋର ପ୍ରିୟ ଦେଶବାସୀଗଣ, ବିଗତ କିଛି ସପ୍ତାହ ଧରି ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି । ବର୍ଷାଋତୁ ଆମକୁ ମନେ ପକାଇ ଦେଉଛି ଯେ, ଜଳ ସଂରକ୍ଷଣ କରିବା କେତେ ଜରୁରୀ! ବର୍ଷାଦିନେ ସଂଚୟ କରିଥିବା ପାଣି ଜଳ ସଙ୍କଟ ସମୟରେ ବହୁତ ସାହାଯ୍ୟକାରୀ ହୋଇଥାଏ । ଏହା ହିଁ ହେଉଛି ‘କ୍ୟାଚ୍ ଦ ରେନ୍’ ଭଳି ଅଭିଯାନ ପଛର ଭାବନା । ଜଳ ସଂରକ୍ଷଣକୁ ନେଇ ଅନେକ ଲୋକ ନୂଆ ନୂଆ ପ୍ରଚେଷ୍ଟା କରୁଥିବାରୁ ମୁଁ ଖୁସି ଅନୁଭବ କରୁଛି । ଏଭଳି ଗୋଟିଏ ପ୍ରଚେଷ୍ଟା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଝାନସୀଠାରେ । ଆପଣମାନେ ଜାଣିଛନ୍ତି ଯେ, ଝାନସୀ ବୁନ୍ଦେଲଖଣ୍ଡର ଏକ ଅଞ୍ଚଳ, ଏବଂ ଜଳାଭାବ ଏଠାକାର ଏକ ସମସ୍ୟା । ଝାନ୍ସିରେ କିଛି ମହିଳାମାନେ ଘୁରାରୀ ନଈକୁ ନୂତନ ଜୀବନ ପ୍ରଦାନ କରିଛନ୍ତି । ଏହି ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ । ସେମାନେ ଜଳସାଥି ରୂପେ ଏହି ଅଭିଯାନର ନେତୃତ୍ୱ ଗ୍ରହଣ କରିଛନ୍ତି । ଏହି ମହିଳାମାନେ ମୃତପ୍ରାୟଃ ହୋଇପଡ଼ିଥିବା ଘୁରାରୀ ନଦୀକୁ ଏଭଳି ପୁନର୍ଜୀବିତ କରିଛନ୍ତି, ଯାହାର କେହି କେବେ କଳ୍ପନା କରିନଥିବେ । ଏହି ଜଳସାଥିମାନେ ବସ୍ତାରେ ବାଲି ଭର୍ତ୍ତିକରି ଚେକଡ୍ୟାମ ତିଆରି କଲେ, ବର୍ଷାଜଳକୁ ନଷ୍ଟ ହେବାରୁ ରକ୍ଷା କଲେ ଏବଂ ନଦୀକୁ ଜଳରେ ପରିପୂର୍ଣ୍ଣ କରିଦେଲେ । ଏହି ମହିଳାମାନେ ଶହ ଶହ ଜଳାଶୟ ନିର୍ମାଣ ଏବଂ ସେଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟରେ ଉତ୍ସାହର ସହିତ ସହଯୋଗ କଲେ । ଏହାଦ୍ୱାରା ଏହି ଅଞ୍ଚଳର ଲୋକଙ୍କ ଜଳକଷ୍ଟ ଦୂର ହେବା ସହ ସେମାନଙ୍କ ମୁହଁରେ ହସ ମଧ୍ୟ ଫେରିଆସିଛି ।

ବନ୍ଧୁଗଣ, କେଉଁଠି ନାରୀଶକ୍ତି ଜଳଶକ୍ତି ବୃଦ୍ଧି କରୁଛି, ତ କେଉଁଠି ପୁଣି ଜଳଶକ୍ତି ନାରୀଶକ୍ତିକୁ ସୁଦୃଢ଼ କରୁଛି । ମଧ୍ୟପ୍ରଦେଶର ଦୁଇଟି ଅତ୍ୟନ୍ତ ପ୍ରେରଣାଦାୟୀ ପ୍ରଚେଷ୍ଟା ସମ୍ପର୍କରେ ମୋତେ ସୂଚନା ମିଳିଛି । ଏଠାକାର ଡିଣ୍ଡୋରୀର ରୟପୁରା ଗାଁରେ ଗୋଟିଏ ବଡ଼ ପୋଖରୀ ନିର୍ମାଣ ହେବା ଯୋଗୁଁ ଭୂତଳ ଜଳସ୍ତର ବହୁମାତ୍ରାରେ ବୃଦ୍ଧି ପାଇଛି । ଏହାଦ୍ୱାରା ଏହି ଗାଁର ମହିଳାମାନେ ଲାଭାନ୍ୱିତ ହୋଇଛନ୍ତି । ଏଠାକାର ଶାରଦା ଆଜୀବିକା ସ୍ୱୟଂ ସହାୟକ ସମୂହ ସହ ଜଡ଼ିତ ମହିଳାମାନଙ୍କୁ ମତ୍ସ୍ୟପାଳନର ଏକ ନୂଆ ବ୍ୟବସାୟ ମଧ୍ୟ ମିଳିଯାଇଛି । ଏହି ମହିଳାମାନେ ଫିଶ୍ ପାର୍ଲର ମଧ୍ୟ ଆରମ୍ଭ କରିଛନ୍ତି, ଯେଉଁଠି ହେଉଥିବା ମାଛ ବିକ୍ରୟ ଦ୍ୱାରା ସେମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଉଛି । ମଧ୍ୟପ୍ରଦେଶର ଛତରପୁରର ମହିଳାମାନଙ୍କ ଉଦ୍ୟମ ମଧ୍ୟ ପ୍ରଶଂସନୀୟ । ଏଠାକାର ଖୋଁପ୍ ନାମକ ଗାଁର ଗୋଟିଏ ବଡ଼ ପୋଖରୀ ଯେତେବେଳେ ଶୁଖିବାକୁ ବସିଲା, ସେତେବେଳେ ଏହି ମହିଳାମାନେ ଏହାକୁ ପୁନର୍ଜୀବିତ କରିବା ପାଇଁ ଅଣ୍ଟା ଭିଡ଼ିଲେ । ହରି ବଗିୟା ସ୍ୱୟଂ ସହାୟତା ସମୂହର ଏହି ମହିଳାମାନେ ଏହି ପୋଖରୀରୁ ବହୁ ପରିମାଣରେ ପଙ୍କ ବାହର କଲେ । ପୋଖରୀରୁ ଉଦ୍ଧାର କରାଯାଇଥିବା ପଙ୍କକୁ ଅନୁର୍ବର ଜମିରେ ପକାଇ ଫଳ ବଗିଚା ସୃଷ୍ଟି କଲେ । ଏହି ମହିଳାମାନଙ୍କ ପରିଶ୍ରମ ଯୋଗୁଁ କେବଳ ଯେ ପୋଖରୀ ଜଳପୂର୍ଣ୍ଣ ହେଲା ତାହା ନୁହେଁ, ବରଂ ଫସଲ ଉତ୍ପାଦନ ମଧ୍ୟ ଯଥେଷ୍ଟ ଅଧିକ ହେଲା । ଦେଶର କୋଣ ଅନୁକୋଣରେ ଜଳ ସଂରକ୍ଷଣ ପାଇଁ ଚାଲିଥିବା ଏଭଳି ପ୍ରଚେଷ୍ଟା ଜଳ ସଙ୍କଟକୁ ଦୂର କରିବାରେ ନିଶ୍ଚୟ ସହାୟକ ହେବ । ଆପଣମାନେ ମଧ୍ୟ ଆପଣଙ୍କ ଆଖପାଖରେ ହେଉଥିବା ଏଭଳି କାର୍ଯ୍ୟରେ ସାମିଲ ହେବେ ବୋଲି ମୋର ବିଶ୍ୱାସ ।

ମୋର ପ୍ରିୟ ଦେଶବାସୀଗଣ, ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ସୀମାନ୍ତବର୍ତ୍ତୀ ଗାଁ ହେଉଛି ଝାଲା । ଯେଉଁଠାରେ ଯୁବବର୍ଗ ନିଜ ଗାଁକୁ ସ୍ୱଚ୍ଛ ରଖିବା ପାଇଁ ଏକ ବିଶେଷ ଉଦ୍ୟମ ଆରମ୍ଭ କରିଛନ୍ତି । ସେମାନେ ନିଜ ଗାଁରେ ‘ଧନ୍ୟବାଦ ପ୍ରକୃତି’ ବା ଥାଙ୍କ୍ ୟୁ ନେଚର୍ ଅଭିଯାନ ଚଳାଇଛନ୍ତି । ଏହା ଅଧୀନରେ ଗାଁରେ ପ୍ରତିଦିନ ଦୁଇ ଘଣ୍ଟା ସଫେଇ କାର୍ଯ୍ୟ କରାଯାଉଛି । ଗାଁର ରାସ୍ତାଘାଟରେ ପଡ଼ିଥିବା ଅଳିଆକୁ ସଂଗ୍ରହ କରି, ତାହାକୁ ଗାଁ ବାହାରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଯାଉଛି । ଏହାଦ୍ୱାରା ଝାଲା ଗାଁଟି ମଧ୍ୟ ସ୍ୱଚ୍ଛ ହେଉଛି ଏବଂ ଲୋକଙ୍କ ମଧ୍ୟରେ ସଚେତନତା ମଧ୍ୟ ବୃଦ୍ଧି ପାଉଛି । ଚିନ୍ତା କରନ୍ତୁ, ଯଦି ପ୍ରତ୍ୟେକ ଗାଁ, ସାହି ବସ୍ତି ନିଜ ଅଞ୍ଚଳରେ ଥାଙ୍କୟୁ ଅଭିଯାନ ଆରମ୍ଭ କରନ୍ତି, ତାହେଲେ କେତେ ବଡ଼ ପରିବର୍ତ୍ତନ ସମ୍ଭବ ହେଇଯିବ!

ବନ୍ଧୁଗଣ, ସ୍ୱଚ୍ଛତାକୁ ନେଇ ପୁଡୁଚେରି ସମୁଦ୍ରକୂଳରେ ମଧ୍ୟ ବଡ଼ ଧରଣର ଅଭିଯାନ ଚାଲିଛି । ସେଠାରେ ରମ୍ୟା ଜୀ ନାମକ ମହିଳା ମାହେ ମ୍ୟୁନିସିପାଲଟି ଓ ତା’ର ଆଖପାଖ ଅଞ୍ଚଳର ଯୁବକଯୁବତୀଙ୍କ ଏକ ଦଳର ନେତୃତ୍ୱ ନେଉଛନ୍ତି । ଏହି ଦଳର ଲୋକେ ନିଜ ପ୍ରଚେଷ୍ଟାରେ ମାହେ ଅଞ୍ଚଳ ଓ ବିଶେଷକରି ସେଠାକାର ବେଳାଭୂମିଗୁଡ଼ିକୁ ସଂପୂର୍ଣ୍ଣ ରୂପେ ପରିଷ୍କାର ପରିଚ୍ଛନ୍ନ କରୁଛନ୍ତି ।

ବନ୍ଧୁଗଣ, ମୁଁ ଏଠାରେ କେବଳ ଦୁଇଟି ପ୍ରୟାସ ବିଷୟରେ ଆଲୋଚନା କରିଛି, କିନ୍ତୁ ଆମ ଆଖପାଖକୁ ଯଦି ଦେଖିବା, ତେବେ ଦେଶର ସବୁ ଅଞ୍ଚଳରେ ‘ସ୍ୱଚ୍ଛତା’କୁ ନେଇ କିଛି ନା କିଛି ନିଆରା ପ୍ରୟାସ ନିଶ୍ଚିତ ଭାବେ ଜାରି ରହିଛି । କିଛିଦିନ ପରେ ଆସୁଥିବା ୨ ଅକ୍ଟୋବରରେ ‘ସ୍ୱଚ୍ଛ ଭାରତ ମିଶନ’ର ଦଶବର୍ଷ ପୂରଣ ହେଉଛି । ଏହି ଅବସରରେ ସେହି ଲୋକମାନେ ଅଭିନନ୍ଦନୀୟ, ଯେଉଁମାନେ ଏହାକୁ ଭାରତୀୟ ଇତିହାସର ଏତେ ବଡ଼ ଜନ-ଆନ୍ଦୋଳନରେ ପରିଣତ କରିଦେଇଛନ୍ତି । ଏହା ମହାତ୍ମା ଗାନ୍ଧୀ ଜୀଙ୍କ ପ୍ରତି ମଧ୍ୟ ପ୍ରକୃତ ଶ୍ରଦ୍ଧାଞ୍ଜଳି, ଯିଏ ଆଜୀବନ ଏହି ଉଦ୍ଦେଶ୍ୟରେ ନିଜକୁ ସମର୍ପିତ କରିଥିଲେ ।

ବନ୍ଧୁଗଣ, ଆଜି ଏହି ‘ସ୍ୱଚ୍ଛ ଭାରତ ମିଶନ’ର ସଫଳତା ଯୋଗୁଁ ହିଁ ‘ୱେଷ୍ଟ୍‌ ଟୁ ୱେଲ୍‌ଥ’ର ମନ୍ତ୍ର ଲୋକପ୍ରିୟ ହେଉଛି । ଲୋକେ ‘ରିଡ୍ୟୁସ୍‌, ରିୟୁଜ୍‌ ଓ ରିସାଇକଲ୍‌’ ଉପରେ ଆଲୋଚନା କରୁଛନ୍ତି, ଏହାର ଉଦାହରଣ ଦେଉଛନ୍ତି । ଏବେ କେରଳର କୋଝିକୋଡ଼ରେ ଏଭଳି ଏକ ସୁନ୍ଦର ପ୍ରୟାସ ସମ୍ପର୍କରେ ମତେ ଜାଣିବାକୁ ମିଳିଛି । ସେଠାରେ ଚଉସ୍ତରୀ ବର୍ଷୀୟ ସୁବ୍ରମଣ୍ୟମ୍‌ ଜୀ ୨୩ ହଜାରରୁ ଅଧିକ ଚଉକିର ମରାମତି କରି ସେଗୁଡ଼ିକୁ ପୁନର୍ବାର କାର୍ଯ୍ୟକ୍ଷମ କରିପାରିଛନ୍ତି । ଲୋକେ ତାଙ୍କୁ ‘ରିଡ୍ୟୁସ୍‌, ରିୟୁଜ୍‌ ଓ ରିସାଇକଲ୍‌’, ଅର୍ଥାତ ଟ୍ରିପଲ୍‌ ଆର୍‌ ଚାମ୍ପିଅନ ମଧ୍ୟ କହନ୍ତି । ତାଙ୍କର ଏହି ନିଆରା ପ୍ରୟାସକୁ କୋଝିକୋଡ଼ ସିଭିଲ୍‌ ଷ୍ଟେସନ, ପିଡବ୍ଲ୍ୟୁଡି ଓ ଏଲ୍‌ଆଇସି କାର୍ଯ୍ୟାଳୟରେ ଆମେ ଦେଖିପାରିବା ।

ବନ୍ଧୁଗଣ, ସ୍ୱଚ୍ଛତାକୁ ନେଇ ଜାରି ଅଭିଯାନ ସହିତ ଆମକୁ ଅଧିକରୁ ଅଧିକ ଲୋକଙ୍କୁ ଯୋଡ଼ିବାକୁ ପଡ଼ିବ ଓ ଏହା ଏଭଳି ଏକ ଅଭିଯାନ ଯାହା କୌଣସି ଦିନକର ନୁହେଁ କି ବର୍ଷକର ନୁହେଁ, ଏହା ଯୁଗଯୁଗ ଧରି ନିରନ୍ତର କରିବା ଭଳି କାର୍ଯ୍ୟ । ଏହି ‘ସ୍ୱଚ୍ଛତା’ ଯେ ପର୍ଯ୍ୟନ୍ତ ଆମର ସ୍ୱଭାବରେ ପରିଣତ ନ ହୋଇଛି ସେ ପର୍ଯ୍ୟନ୍ତ ଚାଲୁରଖିବା ଭଳି କାମ । ମୋର ଆପଣମାନଙ୍କୁ ସଭିଙ୍କୁ ଅନୁରୋଧ ଯେ ଆପଣ ମଧ୍ୟ ନିଜର ପରିବାର, ବନ୍ଧୁବାନ୍ଧବ, ପଡ଼ୋଶୀ ବା ସହକର୍ମୀଙ୍କ ସହ ମିଶି ସ୍ୱଚ୍ଛତା ଅଭିଯାନରେ ଭାଗୀଦାର ହୁଅନ୍ତୁ । ମୁଁ ପୁଣିଥରେ ‘ସ୍ୱଚ୍ଛ ଭାରତ ମିଶନ’ର ସଫଳତା ପାଇଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଆମେ ସମସ୍ତେ ନିଜର ଐତିହ୍ୟ ପାଇଁ ଗର୍ବ କରୁ; ଆଉ ମୁଁ ସବୁବେଳେ କହେ ‘ବିକାଶ ଭି-ବିରାସତ୍‌ ଭି’ । ଏହି କାରଣରୁ ନିକଟରେ ମୋର ଆମେରିକା ଗସ୍ତର ଏକ ସ୍ୱତନ୍ତ୍ର ବିଷୟକୁ ନେଇ ମୋ ନିକଟକୁ ବହୁତ ବାର୍ତ୍ତା ଆସୁଛି । ଆମର ପ୍ରାଚୀନ କଳାକୃତିକୁ ଫେରାଇ ଆଣିବାକୁ ନେଇ ପୁଣିଥରେ ବହୁତ ଚର୍ଚ୍ଚା ହେଉଛି । ମୁଁ ଏହାକୁ ନେଇ ଆପଣମାନଙ୍କ ଭାବାବେଗକୁ ବୁଝିପାରୁଛି ଓ ‘ମନ୍‌ କୀ ବାତ୍‌’ର ଶ୍ରୋତାଙ୍କୁ ମଧ୍ୟ ଏ ସମ୍ପର୍କରେ ଜଣାଇବାକୁ ଚାହୁଁଛି ।

ବନ୍ଧୁଗଣ, ମୋର ଆମେରିକା ଗସ୍ତ ସମୟରେ ଆମେରିକୀୟ ସରକାର ଭାରତକୁ ପ୍ରାୟ ୩୦୦ ପ୍ରାଚୀନ କଳାକୃତି ଫେରାଇ ଦେଇଛନ୍ତି । ଆମେରିକାର ରାଷ୍ଟ୍ରପତି ବାଇଡେନ ଆତ୍ମୀୟତା ଦେଖାଇ ଡେଲାୱେର୍‌ର ନିଜ ଘରେ ସେଥିରୁ କେତେକ କଳାକୃତିକୁ ମୋତେ ଦେଖାଇଥିଲେ । ଫେରାଇଥିବା କଳାକୃତି ଟେରାକୋଟା, ପଥର, ହାତୀଦାନ୍ତ, କାଠ, ତମ୍ବା ଓ କଂସା ଇତ୍ୟାଦିରେ ନିର୍ମିତ । ଏଥିରୁ କେତେକ ତ ଚାରିହଜାର ବର୍ଷ ପୁରୁଣା । ଚାରି ହଜାର ବର୍ଷ ପୁରୁଣା କଳାକୃତିଠୁ ଆରମ୍ଭ କରି ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ରହିଥିବା କଳାକୃତିଗୁଡ଼ିକୁ ଆମେରିକା ଫେରାଇଛି- ଏଥିରେ ଫୁଲଦାନି, ଦେବଦେବୀଙ୍କ ଟେରାକୋଟା ପଟ୍ଟିକା, ଜୈନ ତୀର୍ଥଙ୍କରମାନଙ୍କ ପ୍ରତିମା, ଭଗବାନ ବୁଦ୍ଧ ଓ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ଅନ୍ତର୍ଭୁକ୍ତ । ଫେରାଯାଇଥିବା ଜିନିଷ ମଧ୍ୟରେ ପଶୁଙ୍କର କେତେକ ଆକୃତି ମଧ୍ୟ ରହିଛି । ପୁରୁଷ ଓ ମହିଳାଙ୍କ ଆକୃତିବିଶିଷ୍ଟ ଜାମ୍ମୁକାଶ୍ମୀରର ଟେରାକୋଟା ଟାଇଲ୍ସ ତ ବହୁତ ଆକର୍ଷଣୀୟ । ଏହା ମଧ୍ୟରେ କଂସା ନିର୍ମିତ ଭଗବାନ ଶ୍ରୀ ଗଣେଶଙ୍କ ପ୍ରତିମା ମଧ୍ୟ ରହିଛି, ଯାହା ଦକ୍ଷିଣ ଭାରତର । ଫେରାଯାଇଥିବା ଜିନିଷ ମଧ୍ୟରେ ଅଧିକ ସଂଖ୍ୟାରେ ଭଗବାନ ବିଷ୍ଣୁଙ୍କ ଛବି ମଧ୍ୟ ରହିଛି । ଏହା ମୁଖ୍ୟତଃ ଉତ୍ତର ଓ ଦକ୍ଷିଣ ଭାରତ ସହ ସଂପୃକ୍ତ । ଏହି କଳାକୃତିକୁ ଦେଖି ଜଣାପଡ଼େ ଯେ ଆମର ପୂର୍ବଜ ସୂକ୍ଷ୍ମ କାରୁକାର୍ଯ୍ୟକୁ କେତେ ଧ୍ୟାନ ଦେଉଥିଲେ । କଳାକୁ ନେଇ ସେମାନଙ୍କ ମଧ୍ୟରେ ନିପୁଣତା ବେଶ୍ ଚମତ୍କାର ଥିଲା । ଏହା ମଧ୍ୟରୁ ବହୁ କଳାକୃତି ଚୋରା ଚାଲାଣ ଓ ଅନ୍ୟ ଅବୈଧ ଉପାୟରେ ଦେଶ ବାହାରକୁ ନିଆଯାଇଥିଲା- ଏହା ଏକ ଗୁରୁତର ଅପରାଧ, ଏକ ପ୍ରକାର ଏହା ନିଜର ଐତିହ୍ୟକୁ ଶେଷ କରିଦେବା ଭଳି, କିନ୍ତୁ ଏ କଥାରେ ମୁଁ ଖୁସି ଯେ ଗତ ଏକ ଦଶନ୍ଧି ମଧ୍ୟରେ ଏଭଳି ଅନେକ କଳାକୃତି, ଏବଂ ଆମର ବହୁତ ପ୍ରାଚୀନ ଐତିହ୍ୟକୁ ସ୍ୱଦେଶକୁ ଫେରାଇ ଅଣାଯାଇଛି । ଏ ଦିଗରେ ବର୍ତ୍ତମାନ ଭାରତ ବହୁ ଦେଶ ସହିତ ମିଶି କାମ କରୁଛି । ମୋର ବିଶ୍ୱାସ ଯେ ଯେତେବେଳେ ଆମେ ନିଜର ଐତିହ୍ୟକୁ ନେଇ ଗର୍ବ କରୁ ଦୁନିଆ ମଧ୍ୟ ତାକୁ ସମ୍ମାନ ଦେଇଥାଏ, ଏବଂ ତା’ର ଫଳଶ୍ରୁତି ହେଉଛି ଆଜି ବିଶ୍ୱର ଅନେକ ଦେଶ ଏଠାରୁ ନିଆଯାଇଥିବା ଏପରି କଳାକୃତିଗୁଡ଼ିକୁ ଆମକୁ ଫେରାଇ ଦେଉଛନ୍ତି ।

ମୋର ପ୍ରିୟ ବନ୍ଧୁଗଣ, ମୁଁ ଯଦି ପଚାରିବି କୌଣସି ଶିଶୁ କୋଉ ଭାଷାରେ ସବୁଠୁ ସହଜରେ ଓ ଶୀଘ୍ର ଶିଖିପାରିବ- ତେବେ ଆପଣଙ୍କ ଉତ୍ତର ହେବ ‘ମାତୃଭାଷା’ । ଆମ ଦେଶରେ ପ୍ରାୟ କୋଡ଼ିଏ ହଜାର ଭାଷା ଏବଂ ଉପଭାଷା ରହିଛି ଏସବୁ କାହାର ନା କାହାର ମାତୃଭାଷା । ଏପରି କେତେକ ଭାଷା ଅଛି, ଯାହାର ବ୍ୟବହାରକାରୀଙ୍କ ସଂଖ୍ୟା ବହୁତ କମ୍‌, କିନ୍ତୁ ଆପଣ ଜାଣି ଖୁସି ହେବେ ଯେ ସେହି ଭାଷାଗୁଡ଼ିକର ସୁରକ୍ଷା ପାଇଁ ବର୍ତ୍ତମାନ ନିଆରା ପ୍ରୟାସ କରାଯାଉଛି । ଏପରି ଏକ ଭାଷା ହେଉଛି ଆମର ‘ସାନ୍ତାଳୀ’ ଭାଷା । ସାନ୍ତାଳୀକୁ ଡିଜିଟାଲ୍‌ ନବସୃଜନ ସାହାଯ୍ୟରେ ନୂଆ ପରିଚୟ ଦେବାର ଅଭିଯାନ ଆରମ୍ଭ କରାଯାଇଛି । ଆମ ଦେଶର ଅନେକ ରାଜ୍ୟରେ ରହୁଥିବା ସାନ୍ତାଳ ଜନଜାତି ସମ୍ପ୍ରଦାୟର ଲୋକେ ସାନ୍ତାଳୀ ଭାଷା କହନ୍ତି । ଭାରତ ବ୍ୟତୀତ ବାଂଲାଦେଶ, ନେପାଳ ଓ ଭୂଟାନରେ ମଧ୍ୟ ସାନ୍ତାଳୀ ଭାଷା କହୁଥିବା ଆଦିବାସୀ ସମ୍ପ୍ରଦାୟ ଅଛନ୍ତି । ସାନ୍ତାଳୀ ଭାଷାର ଅନଲାଇନ ପରିଚୟ ପ୍ରସ୍ତୁତ କରିବା ପାଇଁ ଓଡ଼ିଶାର ମୟୂରଭଞ୍ଜରେ ରହୁଥିବା ଶ୍ରୀମାନ ରାମଜୀତ ଟୁଡୁ ଏକ ଅଭିଯାନ ଚଳାଇଛନ୍ତି । ରାମଜୀତ ଜୀ ଏପରି ଏକ ଡିଜିଟାଲ୍‌ ପ୍ଲାଟଫର୍ମ ତିଆରି କରିଛନ୍ତି, ଯେଉଁଥିରେ ସାନ୍ତାଳୀ ଭାଷାର ସାହିତ୍ୟକୁ ପଢ଼ିହେବ ଏବଂ ସାନ୍ତାଳୀ ଭାଷାରେ ଲେଖାଯାଇପାରିବ । ପ୍ରକୃତରେ କିଛିବର୍ଷ ତଳେ ଯେତେବେଳେ ରାମଜୀତ ଜୀ ମୋବାଇଲ୍‌ ଫୋନ୍‌ ବ୍ୟବହାର ଆରମ୍ଭ କଲେ, ସେ ଦୁଃଖିତ ହେଲେ ଯେ ଏଥିରେ ନିଜ ମାତୃଭାଷାରେ ସେ ବାର୍ତ୍ତା ପଠାଇପାରୁନାହାନ୍ତି! ଏହାପରେ ସେ ‘ସାନ୍ତାଳୀ ଭାଷା’ର ଲିପି ‘ଅଲ୍‌ଚିକି’କୁ ଟାଇପ୍‌ କରିବାର ସମ୍ଭାବନାଗୁଡ଼ିକୁ ଖୋଜିବାକୁ ଲାଗିଲେ । ନିଜର କିଛି ବନ୍ଧୁଙ୍କ ସହାୟତାରେ ସେ ‘ଅଲ୍‌ଚିକି’ରେ ଟାଇପ୍‌ କରିବାର ପ୍ରଯୁକ୍ତି ବିକଶିତ କରିପାରିଲେ । ଆଜି ତାଙ୍କ ପ୍ରଚେଷ୍ଟାରେ ସାନ୍ତାଳୀ ଭାଷାରେ ରଚିତ ଲେଖା ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିପାରୁଛି ।

ବନ୍ଧୁଗଣ, ଯେତେବେଳେ ଆମର ଦୃଢ଼ସଂକଳ୍ପ ସହିତ ସାମୂହିକ ଭାଗୀଦାରିତାର ମିଳନ ଘଟିଥାଏ, ସେତେବେଳେ ସମଗ୍ର ସମାଜ ପାଇଁ ଅଦ୍ଭୁତ ପରିଣାମ ସାମ୍ନାକୁ ଆସେ । ଏହାର ସଦ୍ୟତମ ଉଦାହରଣ ହେଉଛି ‘ମାଆ ପାଇଁ ଗଛଟିଏ’ ଅଭିଯାନ । ଏହା ଏକ ଅଭୂତପୂର୍ବ ଅଭିଯାନ, ଯେଉଁଥିରେ ଜନଭାଗୀଦାରିତାର ଉଦାହରଣ ବାସ୍ତବିକ ପ୍ରେରଣାଦାୟକ । ପରିବେଶ ସୁରକ୍ଷାକୁ ନେଇ ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ଦେଶର କୋଣ ଅନୁକୋଣରେ ଲୋକେ ଚମତ୍କାରିତା ଦେଖାଇଛନ୍ତି । ଉତ୍ତରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲଙ୍ଗାନା-ଲକ୍ଷ୍ୟଠାରୁ ବହୁ ଅଧିକ ଚାରାରୋପଣ କରି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହି ଅଭିଯାନରେ ଉତ୍ତରପ୍ରଦେଶରେ ୨୬ କୋଟିରୁ ଅଧିକ ଚାରା ଲଗାଯାଇଛି । ଗୁଜରାଟର ଲୋକେ ମଧ୍ୟ ୧୫ କୋଟିରୁ ଅଧିକ ଚାରା ରୋପଣ କରିଛନ୍ତି । ରାଜସ୍ଥାନରେ କେବଳ ଅଗଷ୍ଟ ମାସରେ ହିଁ ୬ କୋଟିରୁ ଅଧିକ ଚାରା ଲଗାଯାଇଛି । ଦେଶର ହଜାର ହଜାର ବିଦ୍ୟାଳୟ ମଧ୍ୟ ଏହି ଅଭିଯାନରେ ଉତ୍ସାହର ସହ ଅଂଶଗ୍ରହଣ କରୁଛନ୍ତି ।

ବନ୍ଧୁଗଣ, ଆମ ଦେଶରେ ବୃକ୍ଷରୋପଣ ଅଭିଯାନ ସହ ସମ୍ବନ୍ଧିତ ଅନେକ ଉଦାହରଣ ମନକୁ ଆସୁଛି । ଏହିଭଳି ଏକ ଉଦାହରଣ ହେଉଛି ତେଲେଙ୍ଗାନାର କେ.ଏନ୍. ରାଜଶେଖରଜୀଙ୍କ କଥା । ଗଛ ଲଗାଇବା ପାଇଁ ତାଙ୍କର ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ଚକିତ କରିଛି । ପ୍ରାୟ ଚାରିବର୍ଷ ତଳେ ସେ ଗଛ ଲଗାଇବାର କାର୍ଯ୍ୟ ଆରମ୍ଭ କଲେ । ସେ ସ୍ଥିରକଲେ ଯେ ପ୍ରତିଦିନ ଗୋଟିଏ ଗଛ ନିଶ୍ଚୟ ଲଗାଇବେ । ସେ ଏହି କାର୍ଯ୍ୟକୁ ଏକ କଠୋର ବ୍ରତ ଭଳି ପାଳନ କଲେ । ସେ ଏଯାଏ (ଦେଢ଼ ହଜାର)ରୁ ଅଧିକ ଗଛ ଲଗାଇସାରିଛନ୍ତି । ସବୁଠୁ ବଡ଼କଥା ହେଲା ଏ ବର୍ଷ ଗୋଟିଏ ଦୁର୍ଘଟଣାର ଶୀକାର ହୋଇ ମଧ୍ୟ ସେ ନିଜର ସଂକଳ୍ପରୁ ହଟିନାହାଁନ୍ତି । ମୁଁ ଏହିଭଳି ସମସ୍ତ ପ୍ରୟାସକୁ ହୃଦୟରୁ ପ୍ରଶଂସା କରୁଛି । ଆପଣମାନଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି କି “ଏକ ପେଡ୍ ମାଁ କେ ନାମ” ଭଳି ଏହି ପବିତ୍ର ଅଭିଯାନରେ ଆପଣ ନିଶ୍ଚିତ ଭାବେ ଯୋଗଦିଅନ୍ତୁ ।

ମୋର ପ୍ରିୟ ସାଥିଗଣ, ଆପଣମାନେ ଦେଖିଥିବେ, ଆମ ଆଖପାଖର କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ବିପଦ ବେଳେ ଧୈର୍ଯ୍ୟହରା ହୁଅନ୍ତି ନାହିଁ ବରଂ ସେଥିରୁ କିଛି ଶିକ୍ଷା ପାଇଥାନ୍ତି । ଏଇଭଳି ଜଣେ ମହିଳା ହେଉଛନ୍ତି ସୁବାଶ୍ରୀ ଯିଏକି ନିଜ ଚେଷ୍ଟାରେ ଅନେକ ପ୍ରକାର ଦୁର୍ଲଭ ଏବଂ ଉପଯୋଗୀ ଜଡ଼ିବୁଟିର ଗୋଟିଏ ଅଦ୍ଭୁତ ବଗିଚା ତିଆରି କରିଛନ୍ତି । ସେ ତାମିଲନାଡୁର ମଦୁରାଇରେ ରହନ୍ତି । ଏମିତିରେ ତ ସେ ଜଣେ ଶିକ୍ଷୟିତ୍ରୀ, କିନ୍ତୁ ଔଷଧିୟ ବୃକ୍ଷ ତଥା Medical Herbs ପ୍ରତି ତାଙ୍କର ଗଭୀର ଆକର୍ଷଣ ରହିଛି । ତାଙ୍କର ଏହି ଆକର୍ଷଣ ସେତେବେଳେ ସୃଷ୍ଟି ହୋଇଥିଲା, ଯେବେ ଅଶି ଦଶକରେ ତାଙ୍କ ପିତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ସେତେବେଳେ ପାରମ୍ପରିକ ଜଡ଼ିବୁଟି ତାଙ୍କ ପିତାଙ୍କ ଶରୀର ଆରୋଗ୍ୟ କରିବାରେ ବହୁତ ସାହାଯ୍ୟ କରିଥିଲା । ଏଇ ଘଟଣା ପରେ ସେ ପାରମ୍ପରିକ ଔଷଧି ତଥା ଜଡ଼ିବୁଟି ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କଲେ । ଆଜି ମଦୁରାଇର ବେରିଚିୟୁର ଗ୍ରାମରେ ତାଙ୍କର ଅନୁପମ Herbal Garden ଅଛି । ଏହି ବଗିଚାରେ ପ୍ରାୟ ପାଞ୍ଚଶହରୁ ଅଧିକ ଦୁର୍ଲ୍ଲଭ ଔଷଧୀୟ ବୃକ୍ଷ ରହିଛି । ନିଜର ଏହି ବଗିଚାଟିକୁ ତିଆରି କରିବାରେ ସେ କଠିନ ପରିଶ୍ରମ କରିଛନ୍ତି । ଗୋଟିଏ ଗୋଟିଏ ଚାରା ଖୋଜିବାରେ ସେ ବହୁଦୂର ଯାତ୍ରା କରିଛନ୍ତି, ସୂଚନା ସଂଗ୍ରହ କରିଛନ୍ତି ଏବଂ ଅନେକଥର ଅନ୍ୟ ଲୋକମାନଙ୍କର ସାହାଯ୍ୟ ମଧ୍ୟ ନେଇଛନ୍ତି । କୋଭିଡ୍ ସମୟରେ ସେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଜଡ଼ିବୁଟି ଲୋକମାନଙ୍କୁ ଯୋଗାଇଥିଲେ । ଆଜି ତାଙ୍କର Herbal Garden ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକ ଆସୁଛନ୍ତି । ସେ ସମସ୍ତଙ୍କୁ ଔଷଧିୟ ବୃକ୍ଷଗୁଡ଼ିକ ବିଷୟରେ ସୂଚନା ଦେବା ସଙ୍ଗେ ସଙ୍ଗେ ତା’ର ଉପଯୋଗ ବିଷୟରେ ମଧ୍ୟ ବତେଇ ଦିଅନ୍ତି । ସୁବାଶ୍ରୀ ଆମର ସେଇ ପାରମ୍ପରିକ ଧରୋହରକୁ ଆଗକୁ ବଢ଼ାଉଛନ୍ତି ଯାହା ଶହ ଶହ ବର୍ଷ ଧରି ଆମ ସଂସ୍କୃତିର ଅଙ୍ଗ ହୋଇ ରହିଆସିଛି । ତାଙ୍କର Herbal Garden ଆମର ଅତୀତକୁ ଭବିଷ୍ୟତ ସହିତ ଯୋଡିବାର କାମ କରୁଛି । ତାଙ୍କୁ ମୋର ବହୁତ ବହୁତ ଶୁଭକାମନା ।

ବନ୍ଧୁଗଣ, ସମୟର ପରିବର୍ତ୍ତନ ସହିତ ଆମ କାମର ପ୍ରକୃତି ମଧ୍ୟ ବଦଳିଯାଉଛି ଏବଂ ନୂଆ ନୂଆ ସେକ୍ଟର ମୁଣ୍ଡ ଟେକୁଛନ୍ତି । ଯେମିତିକି Gaming, Animation, Reel making, Film making କିମ୍ବା Poster making । ଯଦି ଏଗୁଡ଼ିକ ମଧ୍ୟରୁ କୌଣସି ଏକ କୌଶଳରେ ଆପଣ ଭଲ ପ୍ରଦର୍ଶନ କରିପାରନ୍ତି ତେବେ ଆପଣଙ୍କ ପ୍ରତିଭାକୁ ବହୁତ ବଡ଼ ମଞ୍ଚ ମଳିପାରେ । ଯଦି ଆପଣ କୌଣସି ଏକ ବ୍ୟାଣ୍ଡ ସହିତ ଜଡ଼ିତ ବା କମ୍ୟୁନିଟି ରେଡିଓ ପାଇଁ କାମ କରୁଛନ୍ତି ତେବେ ଆପଣଙ୍କ ପାଇଁ ବହୁତ ବଡ଼ ସୁଯୋଗ ରହିଛି । ଆପଣଙ୍କ ପ୍ରତିଭା ଏବଂ ସୃଜନଶୀଳତାକୁ ବଢ଼ାଇବା ପାଇଁ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ “Create in India” ଥିମ୍ ନାମରେ ପଚିଶଗୋଟି ଆହ୍ୱାନର ଆରମ୍ଭ କରିଛନ୍ତି । ଏହି ଆହ୍ୱାନଗୁଡ଼ିକ ଆପଣମାନଙ୍କୁ ନିଶ୍ଚୟ ମନଛୁଆଁ ଲାଗିବ । କିଛି ଆହ୍ୱାନ ତ ଶିକ୍ଷା, ସଙ୍ଗୀତ ଏବଂ ଏପରିକି Anti-Piracy ଉପରେ ମଧ୍ୟ Focus କରାଯାଇଛି । ଏହି ଆୟୋଜନରେ ଅନେକଗୁଡ଼ିଏ ବୃତ୍ତିଗତ ଅନୁଷ୍ଠାନ ମଧ୍ୟ ଯୋଗଦେଇଛନ୍ତି, ଯେଉଁମାନେ କି ଏହି ଆହ୍ୱାନଗୁଡ଼ିକୁ ପୁରା ସହଯୋଗ ଦେଉଛନ୍ତି । ଏଥିରେ ଯୋଗ ଦେବାପାଇଁ ଆପଣ wavesindia.orgରେ ମଧ୍ୟ ଲଗଇନ କରିପାରିବେ । ସାରା ଦେଶର Creatorମାନଙ୍କୁ ମୋର ବିଶେଷ ଅନୁରୋଧ ଯେ ସେମାନେ ଏଥିରେ ଯୋଗଦିଅନ୍ତୁ ଏବଂ ନିଜର Creativityକୁ ଉଜାଗର କରନ୍ତୁ ।

ମୋର ପ୍ରିୟ ଦେଶବାସୀଗଣ, ଏହି ମାସରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଅଭିଯାନର ୧୦ ବର୍ଷ ପୂରଣ ହେଉଛି । ଏହି ଅଭିଯାନର ସଫଳତାରେ ଦେଶର ବଡ଼ ବଡ଼ ଶିଳ୍ପଠାରୁ ଆରମ୍ଭ କରି ଛୋଟ ଛୋଟ ଦୋକାନୀମାନଙ୍କର ମଧ୍ୟ ଅବଦାନ ରହିଛି । ମୁଁ ମେକ୍ ଇନ୍ ଇଣ୍ଡିଆ କଥା ହିଁ କହୁଛି । ଆଜି ମୋତେ ଏହାଦେଖି ବହୁତ ଖୁସି ମିଳୁଛି ଯେ ଗରିବ, ମଧ୍ୟମବର୍ଗ ଏବଂ MSMEକୁ ମଧ୍ୟ ଏହି ଅଭିଯାନରେ ବହୁତ ଲାଭ ମିଳୁଛି । ଏହି ଅଭିଯାନ ପ୍ରତ୍ୟେକ ବର୍ଗର ଲୋକଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଛି । ଆଜି ଭାରତ manufacturing Power house ହୋଇପାରିଛି ଏବଂ ଦେଶର ଯୁବଶକ୍ତି ପାଇଁ ସାରା ଦୁନିଆର ଦୃଷ୍ଟି ଆଜି ଆମପ୍ରତି ଆକର୍ଷିତ । ଅଟୋମୋବାଇଲ୍ ହେଉ, ହେଉ, Textiles ହେଉ, Aviation ହେଉ Electronics ହେଉ ଅଥବା Defence ହେଉ, ପ୍ରତି ସେକ୍ଟରରେ ଦେଶର ରପ୍ତାନୀ ଲଗାତର ବଢ଼ିଚାଲିଛି । ଦେଶରେ ବିଦେଶୀ ପୁଞ୍ଜିନିବେଶର ବୃଦ୍ଧି ମଧ୍ୟ ଆମ ମେକ୍ ଇନ୍ ଇଣ୍ଡିଆର ସଫଳତାର କଥା କହୁଛି । ଆଜି ଆମ୍ଭେ ମୁଖ୍ୟତଃ ଦୁଇଟି ବିଷୟରେ Focus କରୁଛୁ । ପ୍ରଥମଟି ହେଲା ‘ଗୁଣବତ୍ତା’, ଅର୍ଥାତ୍ ଆମ ଦେଶରେ ତିଆରି ସମସ୍ତ ଜିନିଷ ବିଶ୍ୱସ୍ତରୀୟ ହେଉ । ଦ୍ୱିତୀୟଟି ହେଲା ‘ଭୋକାଲ ଫୋର୍ ଲୋକାଲS’ ଅର୍ଥାତ୍ ସ୍ଥାନୀୟ ଜିନିଷକୁ ଅଧିକରୁ ଅଧିକ ମହତ୍ତ୍ୱ ଦିଆଯାଉ । ‘ମନ୍ କି ବାତ୍’ରେ ଆମେ #MyProductMyPride ବିଷୟରେ ମଧ୍ୟ ଚର୍ଚ୍ଚା କରିଛନ୍ତି । ସ୍ଥାନୀୟ ଉତ୍ପାଦକୁ ଗୁରୁତ୍ୱ ଦେଲେ ଦେଶର ଲୋକମାନଙ୍କର କେମିତି ଲାଭ ହୁଏ, ଏହାକୁ ଗୋଟିଏ ଉଦାହରଣ ଦ୍ୱାରା ବୁଝାଯାଇପାରେ ।

ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ Textileର ଗୋଟିଏ ପୁରୁଣା ପରମ୍ପରା ହେଉଛି “ଭଣ୍ଡାରା ଟସର୍ ସିଲ୍କ ହ୍ୟାଣ୍ଡଲୁମ୍” । ଟସର୍ ସିଲ୍କ ନିଜର ଡିଜାଇନ, ରଙ୍ଗ ଏବଂ ମଜଭୁତି ପାଇଁ ଜଣାଶୁଣା । ଭଣ୍ଡାରାର କେତେକ ଅଞ୍ଚଳରେ ପ୍ରାୟ ପଚାଶରୁ ଅଧିକ ‘ସେଲଫ୍ ହେଲ୍ପ ଗୃପ୍’ ଏହାକୁ ସଂରକ୍ଷିତ କରିବା କାମରେ ଲାଗିଛନ୍ତି । ଏତେ ସଂଖ୍ୟକ ମହିଳାମାନଙ୍କର ବହୁତ ବଡ଼ ଯୋଗଦାନ ପାଇଁ ଏହି ସିଲ୍କ ଶୀଘ୍ର ଲୋକପ୍ରିୟ ହେଉଛି ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ସଶକ୍ତ କରୁଛି । ଏହାହିଁ ତ ମେକ୍ ଇନ୍ ଇଣ୍ଡିଆର ଆତ୍ମା ।

ସାଥିଗଣ, ପର୍ବପର୍ବାଣୀର ଏହି ଋତୁରେ ଆପଣମାନେ ପୁଣି ଆପଣଙ୍କର ପୁରୁଣା ସଂକଳ୍ପ ମଧ୍ୟ ପୁନରାବୃତ୍ତି କରନ୍ତୁ । କିଛି ବି କିଣିବେ ତ ତାହା ମେକ୍ ଇନ୍ ଇଣ୍ଡିଆ ହୋଇଥିବା ଦରକାର, କିଛି ବି ଉପହାର ଦିଅନ୍ତୁ ତାହା ମଧ୍ୟ ‘ମେକ୍ ଇନ୍ ଇଣ୍ଡିଆ’ ହୋଇଥିବା ଦରକାର । ଖାଲି ମାଟିର ଦୀପ କିଣିବାଟା ହିଁ ଭୋକଲ ଫୋର୍ ଲୋକଲ ନୁହେଁ । ଆପଣଙ୍କ ଅଞ୍ଚଳରେ ତିଆରି ହେଉଥିବା ସ୍ଥାନୀୟ ଉତ୍ପାଦକୁ ମଧ୍ୟ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବା ଦରକାର । ଯେକୌଣସି ଉତ୍ପାଦ ଯାହାକୁ ତିଆରି କରିବାରେ ଭାରତର କୌଣସି କାରିଗରର ଝାଳ ବୋହିଛି, ଯାହା ଭାରତ ଭୂମିରେ ତିଆରି ହୋଇଛି – ସେ ହେଉଛି ଆମର ଗର୍ବ - ଆମକୁ ଏହି ଗୌରବ ସଦାସର୍ବଦା ବଜାୟ ରଖିବାକୁ ହେବ ।

ସାଥିଗଣ, ‘ମନ୍ କି ବାତ୍’ର ଏହି ଅଧ୍ୟାୟରେ ଆପଣମାନଙ୍କ ସହ କଥାହୋଇ ମୋତେ ବହୁତ ଭଲ ଲାଗିଲା । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆପଣଙ୍କର ମତାମତ ଏବଂ ପରାମର୍ଶ ମୋତେ ନିଶ୍ଚୟ ପଠାଇବେ । ମୋତେ ଆପଣଙ୍କ ପତ୍ର ଏବଂ ସନ୍ଦେଶର ପ୍ରତୀକ୍ଷା ରହିଲା । ମାତ୍ର ଆଉ କିଛିଦିନ ପରେ ଉତ୍ସବର ଋତୁ ଆରମ୍ଭ ହେବାକୁ ଯାଉଛି । ନବରାତ୍ରଠାରୁ ଏହା ଆରମ୍ଭ ହେବ । ସେଇଠୁ ଆସନ୍ତା ଦୁଇମାସ ପର୍ଯ୍ୟନ୍ତ ପୂଜାପାଠ, ବ୍ରତ ଉତ୍ସବ, ଆନନ୍ଦଉଲ୍ଲାସର ବାତାବରଣ ଚାରିଆଡ଼େ ଲାଗିରହିବ । ଆସନ୍ତା ପର୍ବଗୁଡ଼ିକ ପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆପଣମାନେ ସମସ୍ତେ ନିଜର ପରିବାର ଏବଂ ପ୍ରିୟଜନଙ୍କ ସହିତ ଉତ୍ସବର ଖୁବ୍ ଆନନ୍ଦ ନିଅନ୍ତୁ ତଥା ଅନ୍ୟମାନଙ୍କୁ ମଧ୍ୟ ଆପଣଙ୍କ ଆନନ୍ଦରେ ସହଭାଗୀ କରାନ୍ତୁ । ଆସନ୍ତା ମାସର ‘ମନ୍ କି ବାତ୍’ରେ ଅନ୍ୟ କିଛି ନୂଆ ବିଷୟକୁ ନେଇ ଆପଣମାନଙ୍କ ସହ କଥାହେବି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's manufacturing outlook remains resilient despite global headwinds; machine tools, metals and auto lead optimism

Media Coverage

India's manufacturing outlook remains resilient despite global headwinds; machine tools, metals and auto lead optimism
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves a Road Construction project in Uttar Pradesh worth Rs.7145.14 crore
July 01, 2026

The Cabinet Committee on Economic Affairs, chaired by the Prime Minister Shri Narendra Modi, today has approved the construction of 117.7 km Kanpur–Kabrai Access-Controlled Greenfield Highway, a four-lane access-controlled corridor with structures designed for future six-laning, forming a key segment of the Bhopal–Kanpur Economic Corridor under the National Highways (O) Programme. With an estimated total capital cost of Rs.7145.14 crore, the project will be implemented by the National Highways Authority of India (NHAI) on BOT (Toll) mode, together with the operation and maintenance of the existing Kanpur-Kabrai section of NH-34.

The project will provide seamless, high-speed connectivity between Kanpur and Kabrai, while strengthening onward connectivity to Sagar, Bhopal and other parts of Madhya Pradesh, thereby creating a modern access controlled economic corridor linking the industrial and commercial centres of Uttar Pradesh with mineral-rich, manufacturing and agricultural regions of Madhya Pradesh thereby improving.

Designed for operating speeds of 80–100 kmph, the corridor will reduce travel time between Kanpur and Kabrai from 3.5 hours to 1.5 hours (58%), while improving road safety, reducing vehicle operating costs and facilitating efficient movement of passenger and freight traffic. The project will also provide strategic connectivity with NH-34, NH-35, the Bundelkhand Expressway, Kanpur Ring Road, and State Highways SH-46, SH-91, SH-10B and SH-42, thereby strengthening integration with the regional highway network. The corridor further strengthen connectivity to the Kabrai mining belt, improving the movement of minerals, industrial goods, construction materials and agricultural produce, thereby enhancing logistics efficiency, supply chain resilience and regional economic development.

Aligned with the PM GatiShakti National Master Plan, the project will improve connectivity to 16 Economic Nodes, including the Unnao, Banther, Pankhi, Rania, Jainpur, Rooma, Chakeri, Sumerpur and Bhuragarh Industrial Areas, Trans Ganga Integrated Township, Growth Centre Jaipur, Kanpur Nagar Node and Bengal Chemicals & Pharmaceuticals Ltd. It will also strengthen connectivity to 9 Social Nodes, namely Fatehpur, Mahoba, Kanpur Zoological Park, Buddha Park, J.K. Temple & Garden, Radha Krishna Temple, Siddheshwar Mahadev Temple, Gopeshwar Mandir and Mahoba Tourist Place, and 10 Logistics Nodes, including Kanpur, Ghatampur, Hamirpur, Mahoba, Kabrai, Bharwa Sumerpur and Banda Railway Stations, together with Kanpur, Chakeri and Khajuraho Airports.

Overall, improve logistics competitiveness, industrial development and economic growth across Bundelkhand and adjoining regions of Uttar Pradesh and Madhya Pradesh, while advancing the objectives of PM GatiShakti.

The project is expected to generate approximately 11,188 direct and 13,985 indirect person-days of employment per lane per km during construction and is projected to carry an Annual Average Daily Traffic (AADT) of about 18,069 Passenger Car Units (PCUs) by FY 2028, underscoring its long-term economic, logistics and transport significance. The proposed project will thus generate close to 1.2 Crore person-days of direct employment and indirect employment.

Map of Corridor: